STORYMIRROR

Goutam Mohanty

Romance Tragedy

2  

Goutam Mohanty

Romance Tragedy

ସୁଖରେ ସଂସାର କର

ସୁଖରେ ସଂସାର କର

1 min
129


ଚାଲିତୁ ଯାଇଛୁ ବାଟ କାଟି ତୋର

    ହୃଦୟୁ ଯାଇନୁ ମୋର,

ଭଙ୍ଗା ହୃଦୟରେ ଆଜିବି ସାଇତା

    ରହିଛୁ ହୋଇ ନିଜର।।

ଖୁସିରେ ଗଢ଼ୁଛୁ ସଂସାର ଗୋରୀତୁ

    ମୋତେ କରିଦେଇ ପର,

ତଥାପି ହୃଦୟ ତତେଲୋ ଝୁରୁଛି

    ହୃଦୟ ବୁଝୁନି ମୋର।।

ମୋ ହୃଦୟେ ତୁହି ଆଜି ବି ରହିଛୁ

    ଥିଲୁ ତୁ ଯେପରି ଦିନେ,

ରହିଥିବୁ ସଦା    ଚିରଦିନ ପାଇଁ

    ଏକଥା ରଖିଥା ମନେ।।

ଏମିତିକା ସାଥୀ ଥିଲୁ ତୁ ମୋହର

   ଚିହ୍ନି ମୁଁ ପାରିଲି ନାହିଁ,

ପ୍ରେମ ବଦଳରେ ପ୍ରତାରଣା ଦେଇ

   ଚାଲିଗଲୁ ପର ହୋଇ।।

ସୁଖରେ ସଂସାର ଗଢୁଥା ସାଥୀ ତୁ

    ଦେଉଛି ମୁଁ ଆଶୀର୍ବାଦ,

ଜୀବନରୁ ତୋର ଦୂର ହୋଇଯାଉ

    ସବୁ ଆପଦ ବିପଦ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance