Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Mohanty

Romance

2  

Sagarika Mohanty

Romance

କୁହୁକ ଗଣିତ

କୁହୁକ ଗଣିତ

1 min
7.1K


ସ୍ବପ୍ନ କ୍ରମଶଃ ସତ ପଲଟିବା ଆଗରୁ

ସମୟର ନିଷ୍ଠୁର ଗତି ଭସାଇ ନେଲା ତୁମ ବାଲି ଘରକୁ ।

ହାରିଗଲ ତୁମେ , ଜଳିଗଲା ଆଉ ଏକ ମହେଞ୍ଜୋଦାରର ଭଗ୍ନାଂଶ ।

ଏବେ ଏକ ସତ୍ତା ହୀନ ସ୍ୱପ୍ନର କଂକାଳକୁ ନେଇ ସାଉଁଟୁ ଥିବ କିଛି ବ୍ୟକ୍ତିଗତ ଆସବାବପତ୍ର ।


ତାଳୁରୁ ତାଲିପା ଯାଏ ଖେଳିଯାଉଥିବ ସ୍ନାୟୁବିକ ବ୍ୟଗ୍ରତା,

ଉଡିଯାଉଥିବ ଅପେକ୍ଷାରତ ସମୟ ।

ଅଠା ଦେଇ ଯେତେ ଯୋଡ଼ା ଗଲେ ମଧ୍ୟ ,

ଶହେ ନୁହେଁ , ସହସ୍ର ନୁହେଁ ,

ଯାହା ଏବେ ଦୃଶ୍ୟମାନ , ତାହା ଖାଲି କୁହୁକ ଗଣିତ ।


ଆଜି ଖାଲି ପାଉଁଶ ତଳୁ ଶୁଭିଯାଉଥିବ କିଛି କଅଁଳ ହୃଦୟର କରୁଣ ଚିତ୍କାର ।

ଅଚିହ୍ନା ଲଗୁଥିବ ଚିହ୍ନା ମୁହଁ ସବୁ , ଜୀଇଁ ଉଠିଥିଲ ସେଦିନ ଯେଉଁମାନଙ୍କୁ ଦେଖି ।


Rate this content
Log in

Similar oriya poem from Romance