ମୋ ଘର
ମୋ ଘର

1 min

185
ଦୁଇ ଯୋଡ଼ା ଦରଭଙ୍ଗା ମାଟି କାନ୍ଥ ସାଥେ ,
ଆଖିରେ ଆଖି ମିଶାଏ ସ୍ୱପ୍ନାନୀଳ ଆକାଶ ।
ଅଗଣାରେ ସଂଜବତୀ , ଦଉଡିଆ ଖଟର ସିଂହାସନ ।
ଘର ନୁହେଁ ସେ , ଭିନ୍ନ ଏକ ସାମ୍ରାଜ୍ୟ ।
ଆଉ ମୋ ଘରେ ମୁଁ ମୋ ମନର ସମ୍ରାଟ ।
ଶୀତୁଆ ସକାଳର ପୁହାଣିଆ ଖରା ,
ରଜ ଦୋଳି ପିଠା ପଣା , ସପନର ସୁରା ।
ଜୀବନର ଚଉପଦୀ ପଢିବା ପରେ ,
ବୋଉ ପଣତରେ ଲୁହ ପୋଛିବା ପାଇଁ ,
ଘର ମୋର ଲୋଡ଼ା , ସବୁବେଳେ ଲୋଡ଼ା ।
ମୁଁ ଜାଣେ , ଘର ମାନେ , ଫେରିବା ଠିକଣା ।
ସବୁ ବାଟର ଲେଉଟା ଚିହ୍ନ ।
ଶୁନଶାନ ନଈକୁଳ ଅଣଓସାରିଆ ବାଟ ହେଉ
ଅବା ସହରର ଚିକ୍କଣିଆ କଂକ୍ରିଟ ରାସ୍ତା ,
ଘର ମାନେ ଫେରିବା ଠିକଣା ।
ମୋ ଘର ,
ଏଠି ମୁଁ ମୋ ମନର ସମ୍ରାଟ ।