Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Mohanty

Others

2  

Sagarika Mohanty

Others

ଅସ୍ପଷ୍ଟ

ଅସ୍ପଷ୍ଟ

1 min
362



ଆଜି ଯାହା ସବୁ ଘଟି ଯାଉଛି , ସେସବୁର ଉତ୍ତରଦାୟୀ ମୁଁ ନୁହେଁ ।

ସେଦିନ ତୁମେ ଶିଖେଇଥିବା ସ୍ବାଧୀନତାର ଉପସର୍ଗ କୁ ମୁଁ ମନ ଭିତରେ ଆଜି ବି ସାଇତି ରଖିଛି ------- କିନ୍ତୁ , ମୁଁ ଉପାୟଶୂନ୍ୟ,

ସମାଜର ଏକ ସଫାସୁତର ମଣିଷ ଟିଏ

ନା ଭଲରେ ଥାଏ ନା ଭେଲରେ ଥାଏ ।

ନିଜ କଥା ବି ବୁଝିବାକୁ ହୁଏ ।


ମୁଁ ଖାଲି ଦୂରରୁ ଦେଖିପାରେ ,

ମରୀଚିକା ସେପଟେ ସରମରେ ଜାକିଜୁକି ହେଇ ବସିଥିବା ଗୋଟେ ଫୁଙ୍ଗୁଳା ଦେହଟିକୁ ।

ମୁଁ ତାକୁ ଦୂରରୁ ସଲାମ ବି କରେ ।

ଭଲରେ ଦେଖିପାରେ , ତା ଦେହର ଆମ୍ପୁଡା ଦାଗକୁ ,

ଓଠରେ ଲାଗିଥିବା ଶୁଖିଲା ରକ୍ତ ଟୋପା କୁ ।

ପିଠିରେ ଚାବୁକ ମାଡର ଦାଗ , ଭୋଖିଲା ପେଟ , ଅସ୍ପଷ୍ଟ ଚିତ୍ର ପରି

ଟିକେ ବିକୃତ ବେଶ---------

ଇୟେ ହେଉଛି ମୋରି ଦେଶ , ମୋ ପରି ସେ ବି ଅସ୍ପଷ୍ଟ


Rate this content
Log in