ମୁଁ
ମୁଁ
ମୁଁ ,,,,,ଶୁଭ୍ରତାରା ପରି ,
ଅବତରିତ ହୁଏ ,
କଳଙ୍କିନି ଚନ୍ଦ୍ରମା ସାଥେ ,
କେତେ ରାଗ ଅନୁରାଗ ନେଇ ,
ସ୍ୱପ୍ନରେ ବିଭୋର ହେଇ ,
ସାଉଁଟିବି ସରାଗ ବୋଲି।
ବାଟ ସାରା ମାଳମାଳ କଥାକୁହା ଶାମୁକା ,
ରାଜାରାଣୀ କାହାଣୀର ସମ୍ମୋହନ ,
ଭାବବିହ୍ଵଳ ମୁଁ ,
ତଥାପି ସନ୍ତୁଳିତ ମୋ ବେଗ ।
ମୁଁ ,,,,,,,, ଜୀବନର ଗୁଣୁଗୁଣୁ ବଇଁଶୀ ସୁରରେ ,
ହଜିଯାଏ ନିଜେ ନିଜ ଅମଡା ବାଟରେ ।
ସବୁ ଠିକ ଥାଏ ,
ଅକସ୍ମାତ ପାଦ ରଖେ , ଅଦିନିଆ ଶ୍ରାବଣର
ଟୁପଟାପ ଶୁଭୁଥିବା ଅଷ୍ଟମ ସୁରରେ ।
ଓଦାଳିଆ ଚଲାପଥେ , କଦମ୍ବର ଅଭିପ୍ରାୟେ ,
ଖସି ଯାଏ ପାଦ କେତେ ମନ୍ଥର ଗତିରେ ।
ମୁଁ,,,,,, ପ୍ରବଂଚନାର ଶବଟିକୁ କାନ୍ଧରେ ବୋହି ,
ଖୁବ ସନ୍ତର୍ପଣରେ ,ସଜାଡି ନିଏ ରକ୍ତ ଚନ୍ଦନ ବୋଳା ମୋ ଚିରା ପଣତକୁ |
ବାହୁ ପ୍ରସାରେ , ପୁଣି ଥରେ , , ଲାଞ୍ଚନାର ନାଗଫାଶ ଭିତରୁ ।