Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagarika Mohanty

Others

3  

Sagarika Mohanty

Others

ବହି

ବହି

1 min
149


ନିର୍ଧୁମ ବୈଶାଖାର ଦ୍ବିପ୍ରହରରେ ,

ବହି ଦିଆନିଆର ଆସର ଭିତରେ ,

ମଝି ଫର୍ଦ୍ଦରେ ଶୁଖି ଯାଉଥିବା ଗୋଲାପ ଫୁଲଟି ,

ଇଣ୍ଟରନେଟର ତାମ ଝାମ ଭିତରେ କେବେଠାରୁ ଝଡ଼ିଗଲାଣି ।

ମାନବିକତାର ଜୁଇ ତଳେ ଆଜି ଛନ୍ଦାଛନ୍ଦି ହୁଅନ୍ତି ବାଟବଣା କିଛି ଶବ୍ଦ ।

ମୃଦଙ୍ଗ ବଜେଇ ଅଟ୍ଟହାସ୍ୟ କରନ୍ତି ଲିଭିଯାଇଥିବା ଅନେକ ସୂଚିପତ୍ର ।

ଡିଜେଲ ଗନ୍ଧ ସହ ମିଶିଯାଇଛି ଆଜି ଆମ ଗାଁ ଆମ୍ବ ବଉଳର ବାସ୍ନା ।

ଆଈ ମାଆ କାହାଣୀର ପେଡି , ହଜେଇ ଦେଇଛି ନିଜ ସୁନା ମାଖା ଚାବିକୁ ।

ମୋଟା ମୋଟା ମଲାଟର ଚାପା ତଳେ ଅସ୍ପଷ୍ଟ ଶବ୍ଦ ସବୁ ,

ହତ୍ୟା , ଧର୍ଷଣ , ଲୁଣ୍ଠନର କାହାଣୀ କହୁ କହୁ ଆଜି ଅନେକ କ୍ଳାନ୍ତ ।

ବହି ଥାକ ଭିତରୁ ଭାସି ଆସୁଛି ଯନ୍ତ୍ରଣା ଜର୍ଜରିତ କେତୋଟି ଶବ୍ଦ

" ମୋ ସୂଚିପତ୍ର କଣ କେବେ ବି ବଦଳିବନି ? "


Rate this content
Log in