ସ୍ବପ୍ନ ବି ଆସେ କେତେ ଆଡମ୍ବରେ
ସ୍ବପ୍ନ ବି ଆସେ କେତେ ଆଡମ୍ବରେ
ସ୍ବପ୍ନ ବି ଆସେ କେତେ ଆଡମ୍ବରେ
ଯେମିତି ଉଠଇ ସରଗେ ଶଶୀ
ମୋହନ ନିଦ୍ରାର ରେଶମୀ ସଡକେ
ଚାଲୁଥାଏ ସଦା ସେ ହସି ହସି
ପୂର୍ଣ୍ଣ ଚେତନାରେ କରିଲେ ସ୍ମରଣ
ହସିଦିଏ ଦୂରରୁ ଚାନ୍ଦମୁହିଁ
କେବେ ଦିବାଲୋକେ ଆସେ ସେ ଦଉଡି ||
କୋମଳ ପାଦରେ ରକ୍ତ ଝରାଇ
କାଳି ଅନ୍ଧାରରେ ଚିକି ମିକି ସ୍ବପ୍ନ
ଶୁଭ୍ର ମୋତି ସିଏ ମୋ ତାରା ଫୁଲ
ଆକାଶଠୁଁ ସ୍ବପ୍ନ ହେଲେ ବି ବିଶାଳ
ଶାମୁକା ଭିତରେ କରିଛି ଘର ||
ଏପଟ ସେପଟ ଯେତେ ବି ନିରେଖେ
ତଥାପି କିଂଚିତ୍ ରହେ ଗୋ ବାକି
କେବେ ଠାରୁ ଦେଖି ଆସିଛି ସ୍ବପ୍ନକୁ
ହେଲେ ନୂଆ ଲାଗେ ତାହାରି ଆଖି ||