STORYMIRROR

Ajay kumar Behera

Romance Others

4  

Ajay kumar Behera

Romance Others

ବିଚ୍ଛେଦ-୪

ବିଚ୍ଛେଦ-୪

1 min
281


ଆଖି ଲୁହ ଆଜି    ଆଖିରେ ମରୁଛି

     କହିବି କାହାକୁ ମୁହିଁ

ଆଷାଢ଼ରେ ଝରି   ଶ୍ରାବଣେ ଥମୁନି

    ତଥାପି ବସିଛି ଚାହିଁ।୧।


ପ୍ରିୟ ପ୍ରିୟ କହି     ବସୁଥିଲ ପାଶେ

     ସୁଖର ପସରା ମେଲି

ତୁମ ବିଚ୍ଛେଦରେ    ଭଲ ଲାଗୁ ନାହିଁ

    ଦୁଃଖ ଆଉ ଦୁଃଖ ଖାଲି।୨।


ଦୁନିଆ ଆଖିରେ     ପ୍ରେମିକ ସଜେଇ

    ଠକିଦେଲ ମତେ କାହିଁ

ତୁମ ଭାବନାରେ     ରହିଗଲା ପରେ

    କିଛି ଭଲ ଲାଗୁନାହିଁ।୩।


ନିରୋଳାରେ ବସି      ଦେଖେ ମୁଁ ସପନ

    ଖୁସି ଖୁସି ମୁହୂର୍ତ୍ତର

କେଡ଼େ କି ସୁନ୍ଦର     ଆମ ପ୍ରେମ ଥିଲା

    ଲାଗିଲା କାହା ନଜର।୪।


ଜୀବନ ମୋ ନେଇ     ମାରିଦେଲ ମତେ

    ମରିଗଲି ଆଜି ମୁହିଁ

ବଂଚିଅଛି ସିନା        ହୃଦୟ ମୋହର

    ସତେ ଆଜି ମୋ' ଠି ନାହିଁ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance