STORYMIRROR

Prajna Paramita Mohanty

Abstract Romance

4  

Prajna Paramita Mohanty

Abstract Romance

କିଏ ସେ ?

କିଏ ସେ ?

1 min
333

ଆଜି କାହିଁ ମନେ ମୋର, ବଞ୍ଚିବାର ଆଶା ଜାଗି ଉଠିଲା 

ସୁପ୍ତ ଥିଲା ଏ ଜୀବନ, କିଏ ସେଠି ପ୍ରାଣ ଭରି ଦେଲା |


ପାଷାଣ ଥିଲା ଏ ଜୀବନ, ସାଜିଲ ଆଜି ପରଶର ମଣି 

ଦେଖେଇଲ ସ୍ଵପ୍ନ ମୋତେ, ଶୁଷ୍କ ଆକାଶେ ଇନ୍ଦ୍ରଧନୁ ବୁଣି |


କିଏ ତୁମେ ଭରି ଦେଲ, ମନେ ମୋର ଅପୂର୍ବ ଏ ଉନ୍ମାଦନା 

କାହା ଲାଗି ମନ ମୋର, ହୋଇ ଉଠେ ଆଜି ଏତେ ଆନମନା |


କିଏ ତୁମେ କୁହ ସାଥୀ, କୁହ ତୁମେ କେତେ ପଥ ଦୂରେ

କିବା ତୁମ ପରିଚୟ, ତୁମ ଲାଗି ମୁଁ ଯେ ପ୍ରତୀକ୍ଷାରେ |


Rate this content
Log in

Similar oriya poem from Abstract