Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Nayak

Romance

4.5  

Hemanta Nayak

Romance

ନିଷିଦ୍ଧ ଗୀତି

ନିଷିଦ୍ଧ ଗୀତି

1 min
359



 ପ୍ରଣୟ ଛନ୍ଦର ମଧୁର ରାଗିଣୀ 

      ପ୍ରତିଧ୍ୱନି ହୁଏ କାନେ , 

ନିରିଜନ ରାତି ବାଢ଼େ କେତେ ପ୍ରୀତି

      ପଡ଼େ ସ୍ମୃତି ଯେବେ ମନେ । 

କେମିତି କହିବି କବିତାରେ ମୋର

       ନିର୍ଲଜ ରାତିର କଥା , 

ପ୍ରେୟସୀ ଗୋ ତୁମେ ପଢ଼ି କି ପାରୁଛ

       ମୋ ମନର ନିରବତା ।

 ଏମିତି ନିରୋଳେ ବଉଳର ମୂଳେ

      ଘଟିଥିଲା ଯାହା ଦିନେ ......

 ଶିଶିର ସଦନେ ସଜଫୁଲ ଯେହ୍ନେ

      ଦିଶୁଥାଏ ତାଜା ତାଜା , 

ସେ ମଧୁରାତିରେ ମୋ ବଧୂ ବେଶରେ

      କହୁଥିଲା ଲାଜ ଭିଜା ।

 ଭିଜେଇଲା କେତେ ହଜେଇଲା ମୋତେ

      ଭିଡ଼ି ଧରି ଆଲିଙ୍ଗନେ .....

 ଜଣେ ମୋ ଅତୀତ ଜଣେ ବର୍ତ୍ତମାନ

       ଉଭୟେ ଧରିଛ ଭିଡ଼ି , 

ଭଲ ପଇବାର ଅତଳ ଗଭୀର

      ଯାଇଛି ଆଜି ମୁଁ ବୁଡ଼ି ।  

ବିସ୍ମୃତ ହେଉନି ଏ କି ବିସ୍ପୋରକ 

      ନିଷିଦ୍ଧ ଗୀତି ମୁଁ ଶୁଣେ ,

 ପ୍ରଣୟ ଛନ୍ଦର ମଧୁର ରାଗିଣୀ

     ପ୍ରତିଧ୍ୱନି ହୁଏ କାନେ ।।


Rate this content
Log in

Similar oriya poem from Romance