STORYMIRROR

Ajay kumar Behera

Romance Others

4  

Ajay kumar Behera

Romance Others

ବିଚ୍ଛେଦ-୨

ବିଚ୍ଛେଦ-୨

1 min
372


ବିଚ୍ଛେଦ ବେଦନା   କେଡ଼େ ଭୟଙ୍କର

    ବୁଝିଛ କି କେହି ଥରେ ?

ଜୀବନ ଥାଇବି    ନଥିଲା ଭଳିକି

    ଦୁଃଖ ଖାଲି ହୃଦୟରେ।୧।


ନିତି ଆସେ କେତେ   ବିଗତ ଭାବନା

    ହୁଏ ନାହିଁ ଜମା ଭୁଲି

ବୁଲି ଚାହିଁଲେ ବି     ଦିଶେ ନାହିଁ କିଛି

    ଏକା ଏକା ଲାଗେ ଖାଲି।୨।


ମନର ମଣିଷ      ଦୂରେ ଗଲା ପରେ

    ହସ ହେଇ ଯାଏ ଲୁହ

ଯେତେ ଚାହିଲେବି   ହଟେ ନାହିଁ ମନୁ

    ହୃଦୟର ଯେତେ କହ।୩।


ମନ ଲାଗେ ନାହିଁ    କିଛିରେ ବି ଜମା

    ଯେତେ ଯିଏ ଯାହା କହୁ

ସଫଳ ଜୀବନେ    ବିଫଳତା ଆସେ

    ଯେତେ ଯାହା କଲେ ଆଉ।୪।


ବିଷ ସମ ଲାଗେ    ଅମୃତ ଦେଲେବି

    ପାଟିକୁ ରୁଚେନି ସତେ

ଅଳପ ଖାଇଲେ     ପେଟଭରିଯାଏ

    ମନରେ କ୍ଷୋଭ ଯେ କେତେ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance