ହୃଦୟ
ହୃଦୟ
ହଁ ମୁଁ ଭାବେ ବସି ଏକାନ୍ତରେ
କେଉଁ ଏକ ନିରଳା ମୁହୂର୍ତ୍ତରେ
ଆଉ କେଉଁ ଏକ ପରିଚିତ ସମୟରେ
ବାସ୍ ମନେହୁଏ ଯେମିତି ଅଛ ମୋ ପାଖରେ
ଆଉ ତୁମର ଅଭୁଲା ସ୍ମୃତି ହସି ଭଠେ ମନ ଭିତରେ
କିଛି ସମୟ ମଧ୍ୟରେ ଆଖିରେ ଲୁହ ହୋଇ ଆସିଯାଏ
ଯେମିତି ବର୍ଷା ହେଲା ପରେ ଆକାଶ
ସେମିତି ସବୁ ଦୁଃଖ ଯନ୍ତ୍ରଣା
ଆଖିରେ ଲୁହ ହୋଇ ଝରିଗଲା ପରେ
ଶାନ୍ତ ପଡ଼ିଯାଏ ଏଇ ମୋ ହୃଦୟ...