ନିଭୃତ ହୃଦୟ
ନିଭୃତ ହୃଦୟ
ଶୁଣ,
ଥରେ ତ ସୁଯୋଗ ଦିଅ
ଦେଖିବାକୁ ତୁମ ହୃଦୟକୁ
ସ୍ଥିର ସ୍ଥବିର ସନ୍ୟାସୀ ପରି
ପ୍ରତୀୟମାନ ହୁଏ ସତେ
ଚିରାଚରିତ ପୃଥିବୀ ଠୁ ଦୁର
ତୁମ ସମ୍ମୋହନ ଯେତେ
ଭାରି ନିଜର ଲାଗେ ହଁ
ହେଲେ ଲାଗେନି ସହଜ
ପରିଚିତ ସମ୍ପର୍କଠୁ ଭିନ୍ନ କିଛି
ତୁମ ଲାଗି ମନର ଦରଜ
ସମାଜ ର ବନ୍ଧନର ରଜ୍ଜୁ
ଅଜଵ ଶିଥିଳ ହେଇଯାଏ
କାହିଁକି କିଛି ବି କହି ପାରେନି
ଅଜଣା ଆତଙ୍କ ଘେରିଯାଏ
କେମିତି କହିବି ତୁମକୁ କୁହ
ସମସ୍ତ ଚେଷ୍ଟା ବ୍ୟର୍ଥ ହୁଏ
ତୁମ ହୃଦୟ ର ନିଭୃତ କୋଣ
ମୋ ଲାଗି ସତେ ସୁରକ୍ଷିତ
ଏଇ ଭାଵ ରେ ବାନ୍ଧି ହୁଏ ମୁଁ
ଭାରି ବିଭୋର ହୁଏ ସତେତ
କିନ୍ତୁ ତୁମକୁ ପାରୁନି କହି
ଏଇତକ ଭାରି ଦୁଖ ଦିଏ
ତଥାପି ପ୍ରତ୍ୟାଶା ଅଛି ମୋର
କେବଳ ମୁଁ ତୁମର
ଆଉ କେହି ନୁହେଁ**
......
*ସୌମ୍ୟା ଶୁଭଦର୍ଶିନୀ*