Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

2.4  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ସାଧବ ବୋହୂ

ସାଧବ ବୋହୂ

1 min
6.9K




ଶଶି ଭୂଷଣ ମିଶ୍ର



ସାଧବ ବୋହୂ ଲୋ ସାଧବ ବୋହୂ

ବରଷାକୁ ଦେଖି ତୁ ଆସି ଥାଉ

ପିନ୍ଧି ତୋର ନାଲି ପାଟ

ଘାସ ଗାଲିଚାରେ ଚାଲି ଚାଲି ଯାଉ

ଛାଡ଼ିତୁ କାଦୁଅ ବାଟ ।

ନାଲି ପାଟ ତୋର ପସନ୍ଦ ଭାରି

ପିନ୍ଧିଥାଉ କେତେ ଯତନ କରି

କେଉଁଠାରୁ ଥାଉ ଆଣି

ତୋ ଦେହ ମାପରେ କେଉଁ କାରିଗର

ଦେଇଥାଏ ତତେ ବୁଣି ?

ବରଷସାରା ତୁ କେଉଁଠି ଥାଉ

କେହି ଜାଣେନି ତୁ କ’ଣ ଖାଉ

କାହିଁକି ଥାଉ ତୁ ଆସି

ତତେ ଦେଖି ଦେଲେ ମନରେ ଆମର

ଭରି ଯାଇଥାଏ ଖୁସି ।

ମନରେ ପଡ଼ଇ ଦେଖିଲେ ତତେ

ସାଧବ ପୁଅର କଥା ଯେ କେତେ

ବୋଇତ ତାହାର ନେଇ

ଯାଉଥିଲା ଦିନେ ଦୂର ବିଦେଶକୁ

ବେପାର ବଣିଜ ପାଇଁ ।

ନ କହ ପଛକେ କିଛି ତୁ କଥା

ଆସୁଥାଆ ବୁଲି ସହି ତୁ ବଥା

ନ ଯାଇ ଆମକୁ ଭୁଲି

ବେଶି ବେଳ ତୁହି ନ ରହ ପଛକେ

ଦେଖା ଦେଇ ଯାଆ ଚାଲି ।


Rate this content
Log in

Similar oriya poem from Children