ମୁଁ ଖୋଜୁଥିଲି
ମୁଁ ଖୋଜୁଥିଲି
ଘୁରି ଘୁରି ମୁଁ ଯେ ବୁଲି ଆସିଲିଣି,
ପୁର-ପଲ୍ଲୀ-ଗାଁ... ଗଣ୍ଡା,
ସକଳେ ପୁଛିଲି ନାଆଁଟି ତୁମର,
ନ କହିଲେ ଜଣେ.... ଏକା ।
କହିଥିଲ ତୁମେ ନାଆଁଟି ତୁମର,
ଜାଣନ୍ତି ଆବାଳ-ବୃଦ୍ଧ-ବନିତା ।
ହେଲେ କାହିଁ ମୁହିଁ ନ ପାଇଲି ଜଣେ
ଜାଣି ଥିବା ତୁମ ନାଆଁ...?
କାହିଁକି ମୋ ଭଳି ପାଗଳକୁ ତୁମେ
ଜାଣି ଶୁଣି ଭଣ୍ଡାଇଲ.....
ତୁମେ ଜାଣିଥିଲ ମୁଁ ଜପୁଥିଲି
ତୁମ ନାମେ ଜାପାମାଳା....
ଏକ ସତ ଆଠ ଥର ।
କହିଥିଲ ଯାହା ଗୋଟି ଗୋଟି କରି
ସବୁତକ ମୁଁ କରିଲି,
ହେଲେ ପାଇଲିନି କାହାଠାରୁ ତୁମ,
ଘରର ଠିକଣା ବୋଲି... !!!
କହିଥିଲା ଜଣେ ହାତ ଠାରି ମୋତେ,
ଆରେ.... ପାଗଳ ଶିଶୁ....
ଫଗୁ ଖୋଜୁଅଛୁ... ?
ପାଇବୁ... ପାଇବୁ...
ସେତ ଫଗୁଣ ମାସର ଫଗୁ ଖେଳରେ ।
ମୋର କିନ୍ତୁ ମନେ ହେଉଥିଲା..
ସତେ ଯେପରି ପାଗଳ ଲୋକଟି,
ପାଗଳାମି କରୁଅଛି.....।
ସୁଜାତ