Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୫୬

ବେସୁରା ଗୀତି-୭୫୬

1 min
6.8K


ନିରୋଳା ରାତିରେ ବର୍ଷା ଅନ୍ଧାରେ

ଖୋଜୁଥିଲି ଗୋଟେ ଛାଇ

ବାହାରେ ଶୁଭୁଛି ତୋ ପାଦ ଶବଦ

ଛାଇ ଟିଏ ଦିଶୁ ନାହିଁ ॥

ବର୍ଷା ତୁ ଆସି ସାରା ଦୁନିଆଁ କୁ

ଭିଜାଉଛୁ ନିତି ନିତି

ଖୋଜିହେଲେ ତୋତେ ଲୁଚିଯାଉ କେଣେ

ହଜିଯାଏ ଦେହୁ ତାତି ॥

କୋଟିଏ ପ୍ରାଣକୁ ଶୀତଳ କରୁଛୁ

ଶୀତଳ କରୁଛୁ ଧରା

ଅରୁପରେ ରୂପ ପରିଗ୍ରହ କରି

ବୁଲୁଛୁ ଦୁନିଆଁ ସାରା ॥

ଲୁଚି ଲୁଚି ତୁହି ବୁଲୁଛୁ ବରଷା

ଆଖି ତଳୁ ସ୍ଵପ୍ନ ନେଇ

ରାତି ଅନ୍ଧାର ରେ ଦିଶେନି ତୋ ରୂପ

ଦିଶେ ନାହିଁ ତୋର ଛାଇ ॥

ତଥାପି ତୋ ପାଇଁ ବିନିଦ୍ର ରଜନୀ

ବିତାଏ ଏଠି କେ ବସି

ପ୍ରତିକ୍ଷାର ଅନ୍ତ କରିଦେ ବରଷା

ତା ଉପରେ ଯାଆ ବର୍ଷି ॥  

  


Rate this content
Log in

Similar oriya poem from Romance