Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୩

Tragedy

ଆକାଶ ଛାତିରୁ ମେଘର ମୁହଁଟା

ଆକାଶ ଛାତିରୁ ମେଘର ମୁହଁଟା

1 min
7.0K


🌹❤🌹ମହାସ୍ମୀତା 🌹❤🌹


ଆକାଶ ଛାତିରୁ ମେଘର ମୁହଁଟା

ଅଳପ ଅଳପ ଦିଶେ

ମନ ଆଇନାରେ ସ୍ମୃତିର ଜଲ୍ ସା

ପଶ୍ଚିମା ପବନେ ମିଶେ।


ମେଘ ଢାଳେ ଲୁହ ବରଷା ରୂପରେ

ମୋ ଲୁହ ନୀରବେ ଝରେ

ମେଘର ମାଦଳ ବାଜିଲେତ ଥରେ

ଲୁହ ପୋଛେ ପଣତରେ।


ମିଳନର ବଂଶୀ ମହ୍ଲାର ରାଗରେ

ସାରା ରାତି ବାଜୁଥାଏ

ପ୍ରେମ ଆଳାପର ବିହାଗ ତାନରେ

ମନ କିନ୍ତୁ ଭିଜୁଥାଏ।


ଶ୍ରାବଣର ବର୍ଷା ମୋ ଲୁହ ସାଥିରେ

ନଈ ହୋଇ ବହିଯାଏ

ସେ ନଈ ଦେହରେ ସାରା ବରଷ ମୁଁ

ନାଆ ହୋଇ ଭାସୁଥାଏ।




Rate this content
Log in

Similar oriya poem from Tragedy