Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jyotsna mayee panda

Tragedy

3  

jyotsna mayee panda

Tragedy

ଅମଡ଼ା ବାଟ

ଅମଡ଼ା ବାଟ

1 min
210


ବାଟ ଚାଲୁ ଚାଲୁ ହଠାତ ମୋ ପାଦ ଅଟକି ଯାଏ

ନିରବ, ନିଶ୍ଚଳ, ହୋଇ ଯାଏ କିଛି କ୍ଷଣ ପାଇଁ

କଣ୍ଟା ଫୋଡା ପାଦରେ ରକ୍ତର ଧାର ଛୁଟିଯାଏ

ସବୁ ବେଦନାକୁ ଚାପି ପୁଣି ଚାଲିବାକୁ ହୁଏ

ସେ ଦୂର ଦିଗନ୍ତକୁ ଦେଖି

ଆଶା, ବିଶ୍ୱାସ, କଳ୍ପନାର ସ୍ୱପ୍ନ ଲେପି ଲେପି

ରକ୍ତ ଝରା ମୋର ସେଇ ଅବସ ପାଦ ଦୁଇ

ଚାଲୁଥିବ ସବୁଦିନ ପାଇଁ କ୍ଲାନ୍ତ,ଶ୍ରାନ୍ତ ହୋଇ ll0ll

ମୃଦୁ, ମଳୟରେ ଶିହରୀତ ହୁଏ ତନୁ ମନ

ଆତ୍ମା ଫୁଲ ମଉଳି ନି ଏ ଯାଏଁ

ଶରୀର ତଟିନୀ ବହୁଛି ନିର୍ବିକାର ହୋଇ

ଅଟକିବାର ନାଁ ବି ନେଉନି

ସ୍ଥାଣୁ ହୋଇ ରହିବାକୁ ଚାହୁଁନି

ମାୟା ଦୁନିଆ ରେ ମାଟିହାଣ୍ଡି ସିନା କୁମ୍ଭାର ଗଢଇ

ଭାଙ୍ଗି ଗଲେ କିବା ଯୋଡି ସେ ପାରଇ ll0ll

ଏମିତି ଚାଲୁ ଚାଲୁ କେବେ ସପନ ଭଂଗି ଯାଏ

ତ ପୁଣି କେବେ କଳ୍ପନା ହଜିଯାଏ

ଘୋଟି ଆସେ ନିରାଶ ର ଅମା ଅନ୍ଧକାର

ମୂଲ୍ୟ ଆଉ ରହେନି କିଛି ଜୀବନ ର

ଲିଭିଯାଏ ଜୀବନ ର ଲେଲିହାନ ଶିଖା

ଲେଖିଯାଏ ଜୀବନ ର ଅଭୁଲା ସେ ଗାଥା ll0ll

ବଞ୍ଚି ଆଉ କି ଲାଭ ଏ ସ୍ୱାର୍ଥନେସି ଦୁନିଆ ରେ

ଯେଉଁଠି ସ୍ୱାର୍ଥ ପରତା ର ସୀମା ବି ନ ଥାଏ

ସ୍ୱାର୍ଥ ରେ ବହେ ସେ ଜୀବନ ର ନଈ

ସ୍ୱାର୍ଥ ବିନା ଏଠି ନାହିଁ ପୁଣି ଆପଣl ର କେହି

ସ୍ୱାର୍ଥ ହିଁ ଯେଉଁଠି ଏକାନ୍ତ ସାଧନ ଅଟଇ

ଜୀବନ ଜିଇଁବା ମlନେ କିଛି ନାଇଁ

ଜୀବନ ଜିଇଁବା ମାନେ କିଛି ନାଇଁ ll0ll



Rate this content
Log in

Similar oriya poem from Tragedy