Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Fantasy

5.0  

Dr. Shiba Prasad Tripathy

Fantasy

ଶେଷ ବସନ୍ତର ଚିଠି

ଶେଷ ବସନ୍ତର ଚିଠି

1 min
7.1K


କଥା ଦେଇ କଥା ରଖି ପାରିଲିନି ବୋଲି

ଲୁହ ପଖାଳୁଛି ମୁଁ' ରାତି ଅଧରେ

ବଢୁଅଛି ରାତି ତୁହାକୁ ତୁହାଯେ

ଛିଣ୍ଡି ପଡୁଅଛି ଦିନ ,

ମୁହଁସଂଜ ବେଳ ଗଡି ଗଲା ପରେ

କାଲିକି ପୁରିବ ଅଢେଇ ଦିନ ।।

କାହାକୁ କହିବି କିଏ ବା' ଶୁଣିବ

ଅଧରାତି ଯାଏ ମତେ ଚାହିଁ ,

ଜହ୍ନ ଉଠେ ଏଠି ମଲା ହସ ହସି

କଇଁ ଗଣୁ ଥାଏ ଦିନ ,

ଶ୍ରାବଣ ମାସର ଝଡି ବରଷାରେ

ଜଳୁ ଥାଏ ଦେହ- ମନ ।।

ଛାଇ ଆଲୁଅରେ ତୁମେ ଥାଅ ବୋଲି

ଜାଣି ନଥିଲି ମୁଁ ରାତି ଦିନ

ଘାଇତଳେ ଘର ମୋ' ନଷ୍ଟ ନୀଡର

ଫଗୁଣର ଠାରୁ ଦୂରେ ଦୂରେ,

ଆହା ! ହଜିଲା ବସନ୍ତ ଆସନ୍ତା କି ଥରେ

ଅଳସୀ କନ୍ୟାର ପଣତରେ ।।


ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)



Rate this content
Log in

Similar oriya poem from Fantasy