Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Romance Tragedy

5.0  

Dr.Sashi Bhushan Mohapatra

Romance Tragedy

ଲୁହଟିକେ ଲୋଡ଼ା

ଲୁହଟିକେ ଲୋଡ଼ା

1 min
127


ଆଖିରେ ପାଣି ନାହିଁ

ତଥାପି ତୁମେ ଆସିଲେ

ଦୁଇ ଆଖି ଚିପୁଡ଼ି ଚିପୁଡ଼ି

ଢାଳିଦିବି ଦୁଇ ଟୋପା ଲୁହ

ଓଦା କରିଦେବି

ତୁମ ପ୍ରାଣ ।

ଆଖିରେ ନିଦ ନାହିଁ

ତଥାପି ସ୍ବପ୍ନ ସବୁ

ବୁଢିଆଣୀ ଜାଲ ପରି

 ଛନ୍ଦା ଛନ୍ଦି ।

କେମିତି ଦେଖିବି ଅନିଦ୍ରାରେ?

ପରସ୍ପର ସହିତ ଯୋଡି ହୋଇଥିବା

ଏତେ ସ୍ବପ୍ନ ।

ଅନ୍ଧାରରେ ରୂପ କଳ୍ପଟିଏ

ମୋ ଆଖିରେ କରିଛି,

ମନରେ ଗଢିଛି

ଅପଲକେ ଅନାଇଛି

ତୁମ ପଥ,

ଚାଲିବାକୁ ତୁମ ସାଥେ

କିଛି ପାଦ ।

ତାପରେ ଆଖିରେ

ବାଦଲ ଫଟା ବର୍ଷା ପରି

ଲୁହର ଝରଣା ଝରିବ

ଅତଡ଼ା ଖାଇବ 

ଦୁଇପତା ଛୁଇଁ ।

ଧୋଇ ହୋଇଯିବ

ଆଖିରେ ଜମିଥିବା ଧୂଳି

କାଚ ପରି ଝଲସିବ ଆଖି

ଆଖି ମୋ ଆଇନା ହୋଇବ ।

ସ୍ବପ୍ନ ସବୁ ମେଳି ହୋଇ

ଆସିବେ ଅତି ସନ୍ତର୍ପଣେ

ପ୍ରଜାପତି ପିଠିରେ ଚଢି ।

ତୁମ ହାତକୁ ମୋ ହାତରେ ଥାପି

ସମ୍ପର୍କର ଚଉହଦିରେ

ପ୍ରେମ ଆଉ ବିଶ୍ୱାସର

ଦୋଳି ଖେଳି

ଆମେ ଦେଖିବା ସ୍ବପ୍ନ

ଆଖିକୁ ଆଖି ମିଳାଇ ।

ଦୁଃଖ,କ୍ଳେଶ,ଗ୍ଲାନି

ଉଭେଇ ଯିବ;

ଆଖିର ଜ୍ୟୋତି

ଅନ୍ଧାରର କାଳିମାକୁ ଚିରି

ସାରା ରାତି ସ୍ବପ୍ନ ଦେଖାଇବ ।


Rate this content
Log in

Similar oriya poem from Romance