ମୋତେ ମିଳିଛି ମିତଟିଏ
ମୋତେ ମିଳିଛି ମିତଟିଏ
ବର୍ଷା ଝରେ
ଆଗମନୀରେ କା'ର
କେ ଯାଉଥାଏ
ପ୍ରିୟତମର ଗାଁ ଛାଡି
ବିରହ ସ୍ୱରେ କେତେ ଗାଉଛି
ରହି ରହିକା
ନିଃସଙ୍ଗ ପକ୍ଷୀଟିଏ
ମୋତେ ମିଳିଛି ମିତଟିଏ ||
କୁଆଁ ତାରାକୁ
ଆଖି ପୁରାଇ
ଦେଖିବ ସେହି କଇଁ
ଉନ୍ମାଦ ମନ କ୍ଷଣିକ ପାଇଁ
କୋଳରେ ଯିବ ଶୋଇ
ପବନ ସେମିତି
ଗାଉଥିବ ଗୀତଟିଏ
ମୋତେ ମିଳିଛି ମିତଟିଏ ||
ନ ଥିବ ସେଠି
ବାଧା ବନ୍ଧନ
ମନ ପିକର
କାନ୍ଦ କରୁଣ
ଝଡ଼ିଲା ଫୁଲ
ଫିକାହସରେ
ଲେଖିଛି ପ୍ରତିଶ୍ରୁତିଟିଏ
ମୋତେ ମିଳିଛି ମିତଟିଏ ||
ହେବ ସେ ଛିଡା
ସେହି ଅୟନେ
ତୁଣ୍ଡ ଅତୁଣ୍ଡ
ଶୁଭେନି କାନେ
ମୃତ୍ୟୁର ସୀମାବନ୍ଧ ଡେଇଁଲେ
ବିସ୍ତୀର୍ଣ୍ଣ ଉପବନଟିଏ
ମୋତେ ମିଳିଛି ମିତଟିଏ ||