Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRASANTA KUMAR MAHAPATRA

Romance

4.0  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା ୩୯

ପଦଟିଏ ତୋ ନାଁରେ ପ୍ରିୟା ୩୯

1 min
221


ବିଶ୍ଵାସ ହେଉନି ତୁମରି ଆଖିରେ

ମୋ ପାଇଁ ପ୍ରତୀକ୍ଷା ଥିଲା

ବିଶ୍ଵାସ ହେଉନି ତୁମରି ଓଠରେ

ମୋ ନାମ କେବଳ ଥିଲା ।


ବିଶ୍ଵାସ ହେଉନି ତୁମରି ହୃଦୟେ

ମୋ ପାଇଁ ଘରଟେ ଥିଲା

ବିଶ୍ଵାସ ହେଉନି ତୁମ ଚପଳତା

ମୋ ପାଇଁ ଚମକୁ ଥିଲା ।


ବିଶ୍ଵାସ ହେଉନି ତୁମରି ପସନ୍ଦ

ମୋହରି କବିତା ଥିଲା

ବିଶ୍ଵାସ ହେଉନି ମୋହରି ପ୍ରଶଂସା

ତୁମ ଓଠ ଗାଉଥିଲା ।


ବିଶ୍ଵାସ ହେଉନି ମୋର ସରଳତା

ତୁମରି ବିଶ୍ଵାସ ଥିଲା

ବିଶ୍ଵାସ ହେଉନି ମୋର ମଉନତା

(ତୁମକୁ) କେତେ କଥା କହିଥିଲା ।

 

ବିଶ୍ଵାସ ହେଉନି ତୁମରି ଓଢଣା

ମୋ ଘରେ ଶୋଭା ପାଇଲା

ବିଶ୍ଵାସ ହେଉନି ତୁମରି ପାଉଁଜି

ମୋ ପାଇଁ ସଙ୍ଗୀତ ହେଲା ।

 


Rate this content
Log in

Similar oriya poem from Romance