Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Abstract Others

2  

gouranga charan beura

Abstract Others

ପାହାଡର ଡାକ..??

ପାହାଡର ଡାକ..??

1 min
6.4K


କାନ୍ଦୁଛି ଲଣ୍ତା ପାହାଡ ଝରାଇ ଲୁୁହ..

ନିର୍ଦ୍ଦୟ ମାନବ ହସୁଛି,

ବୁଝେନା ପ୍ରକୃତିର ଅନ୍ତର ବେଦନା

ଲୁଟେରା ସାଜିଛି ସ୍ୱାର୍ଥରେ

ବୁଝୁନି ଲୁଟୁଛି ବଂଶଧରଙ୍କୁ...

ମାଡି ଆସୁଛି କାଳ ରାକ୍ଷସ,

କବଳିତ କରି,

ପୋଛି ନେବ ଅଲକ୍ଷରେ

ଧ୍ୱଂସର ଯାତ୍ରୀ ସାଜିଛି ବସୁନ୍ଧରା

ଭଗ୍ନ ଚକରେ ସମୟ ଧାଉଁଛି

ମାଡି ଆସୁଛି ଭୂକମ୍ପ ସୁନାନୀ

କଳା ଘୋଡା ସଜ ହେଲାଣି

ବାର ହାତ ଖଣ୍ତାଧରି ଛତିଆ ବଟରେ,

ବିଜେ କରିବେ ଜଗତର ନାଥ

ପ୍ରଳୟର ବିଭୀଷିକା ଅବଶ୍ୟମ୍ଭାବୀ

କାନ୍ଦୁଛି ପରଜା....ହସୁଛି ରାଜା....

ଗରୀବ ରକ୍ତରେ ଧନୀର ବଣଭୋଜୀ

ନାରୀ ଏଠି ବୋତଲର ଦାରୁ,

ପୋଡିମରେ ଫ୍ରାଇଂ ପ୍ୟାନ୍ ରେ...

ମୃତ୍ୟୁର ଦଦରା ନାବରେ ଆଜିର ସମାଜ...

ଅନୁଚିନ୍ତା ହଜିଯାଇଛି ଦୁଶ୍ଚିନ୍ତାରେ

ଆସିଛି ମହାମିଳନର ସମୟ

ଭାତୃତ୍ୱର ଆମନ୍ତ୍ରଣରେ ରକ୍ଷାବନ୍ଧନ କରି,

ବଂଚାଇବାକୁ ମୃତ୍ୟୁଗାମୀ ସମାଜକୁ.....

-------------------------------

ଗୈାରାଂଗ ଚରଣ ବେଉରା.


Rate this content
Log in

Similar oriya poem from Abstract