Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance

4.9  

ବି. ନିରୁପମା

Romance

ଝଡ ଦିଅ ରଚେଇ

ଝଡ ଦିଅ ରଚେଇ

1 min
7.3K



ଚୁପିଚୁପି କଥାକୁହ

ଯେବେ ଆଖି ନଚେଇ ,

ରାଣ ଅଛି,ଛାତି ତଳେ

ଝଡ଼ ଦିଅ ରଚେଇ ।


ଛୋଟ ପିଲା ଭଳି ଯେବେ

ହୁଅ ତୁମେ ଫୁଲେଇ ,

କେତେ ବାଗେ ଛଇଳା ଗୋ

ମନ ନିଅ ଭୁଲେଇ ।


ଲୋଟଣୀ ପାରାଟି ଭଳି

ଘୁରିଯାଅ ଯେବେ ଗୋ,

ଲାସ୍ୟମୟୀ କେତେ ଛନ୍ଦ

ତୋଳିଯାଅ ତେବେ ଗୋ ।


କଟି ଦୋହଲାଇ ଯେବେ

ଛାଟି ଦିଅ କବରୀ ,

ଜୁଡାର ରଜନୀଗନ୍ଧା

ବାସ ଯାଏ ବିତରି ।


କେଡ଼େ ବାଗେ ବିହି ସତେ

ଗଢ଼ିଅଛି ତୁମକୁ ,

କଥା କହିଦେଲେ ମୋତି

ଝରିପଡ଼େ ମନକୁ ।


ମଧୁଛନ୍ଦା,ମାନିନୀ ଗୋ

ମୋ କଥା କି ରଖିବ ,

ହଅଁ କଲେ ,ଲେଖନୀ ମୋ

ତୁମ କଥା ଲେଖିବ ।


ବି ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Romance