Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children Drama

5.0  

ବି. ନିରୁପମା

Children Drama

ସଅଳ ସଅଳ ଚାଲ

ସଅଳ ସଅଳ ଚାଲ

1 min
515



ଡେରି କରନାହିଁ ମୋ ସାଥିରେ ପିଲେ

ସଅଳ ସଅଳ ଚାଲ ,

ହାଟକୁ ଯାଇ ମୁଁ ପରିବା ବିକିବି

କରି ସେଠି ମୂଲ-ଚାଲ ।


ଗରାଖ ମାନଙ୍କୁ ମନାଇ ପାରିଲେ

କିଣି ନେବେ ଫଳ-ମୂଳ,

ପଇସା ଗଣ୍ଡାକ ହାତକୁ ଆସିଲେ

ପାଇବି ଶ୍ରମର ଫଳ ।


କେତେ ଜାତି ପନିପରିବା ଲଗାଇ

ଯତନ ନେଉଛି ତା'ର ,

ହାଟରେ ତାହାକୁ ବିକିରି କରିଲେ

ଚାଲିବ ଆମରି ଘର ।


ତୁମଲାଗି ପୁଣି ଖେଳଣା,ପୋଷାକ

ଆଣିଦେବି ମୁହିଁ କିଣି ,

ଖାଇପିଇ ତୁମେ ଇସ୍କୁଲକୁ ଯିବ

ଏଣେତେଣେ ବୁଲିବନି ।


ଆସ ଏବେ ତୁମେ ମାମୁନି,ବାବୁନୁ

ପାଠ ପଢ଼ିବାକୁ ଯିବ ,

ହାଟ ସାରି ମୁହିଁ ସଅଳ ଫେରିବି

ଆସିଲେ ରୋଷେଇ ହେବ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Children