ବେସୁରା ଗୀତି-୭୩୦
ବେସୁରା ଗୀତି-୭୩୦
ବର୍ଷା ଗୋ ତୁମ ନହୁଲି ପାଦର
ଶବ୍ଦ ଶୁଭିବା ପାଇଁ
କେତେ ଦିନ ଆଉ ନିଦ୍ରାହୀନ ଆଖି
ରହିବ ଆକାଶେ ଚାହିଁ ?
ଆସିବ ଆସିବ ହେଉଛ ଗୋ ତୁମେ
କାହିଁକି ଆସୁନ କୁହ
ତୁମରି ପ୍ରତିକ୍ଷା କରି କରି କେତେ
ବୋହି ଯାଏ ଆଖି ଲୁହ ॥
ନିଶ୍ଵାସରୁ ବହେ ଘୂର୍ଣ୍ଣି ପବନ
ଝଡର ବିଗୁଲ ବାଢେ
ତୁମ ପ୍ରତିକ୍ଷା ରେ ଜୀବନର ସବୁ
ସୁଖ କେଉଁ ଆଡେ ହଜେ ॥
ସାରା ଆକାଶ ରେ ବାଦଲ ଖେଳୁଛି
ପବନ ଖେଳୁଛି ଦୋଳି
ତୁମ ଆଗମନ ବାରତା ଦିଅନ୍ତି
ତୁମେ ଖେଳ ଲୁଚକାଳି ॥
ଅଭିମାନ ତେଜି ବରଷା ରାଣୀ ଗୋ
ମରତ୍ତେ ଓହ୍ଲାଇ ଆସ
ଶୀତଳେଇ ଦିଅ ବିରହୀ ପ୍ରାଣକୁ
ଫୁଟାଅ ତା ମୁହେଁ ହସ ॥