ଦୂବ'ଘାସ
ଦୂବ'ଘାସ
ମୋ ମାପ-କାଠି'ରେ 'ମୁଁ'
ଦେବ'ରାଜ ଇଂଦ୍ର
ମୋ ମନ'ର ଆବିଳତା ଓ
ଦୂଷ୍କର୍ମ ସବୁ'ର
ତୁଳା-ଦଂଡ ଭାର-ସାମ୍ୟ'କୁ
ମୋ ଧନ'ର ଅହମିକା'ରେ
ହେୟ'ଞାନ ଓ ଅବଞା କରେ
ମୁଁ ଅନନ୍ୟ
ମୁଁ ସ୍ୱତଂତ୍ର
ମୁଁ ସ୍ୱୟଂ-ପ୍ରଭୁ
ମୋ ମନ ଇଲାକା'ରେ
ଚାଲେ ଯହିଁ ଫୁଟେ ତହିଁ
ସହସ୍ର ଗୋଲାପ
ବସେ ଯହିଁ ଗୀତ-ଗାଂତି
ସହସ୍ର ମଧୂପ
ମୋ ଇଚ୍ଛା ଓ ଅନିଚ୍ଛା'ର ପରିଧି'ରେ
ପୁତି-ଗଂଧମୟ ନର୍କ'ଟିଏ
ଓ ମୁଁ ପାରିଜାତ
ଘାସ-ଫୂଲ'ଟିଏ
ଫୁଟେ ଯେବେ
ଉଂକି'ମାରେ ଛିଂଡା-କତରା ଲୁଗା'ତଳେ
ଖଟି'ଖିଆ ଯୁବତୀ'ର
ମ଼ଇଳା ଯୌବନ
ମୁଁ ଇଂଦ୍ର'ଟିଏ ଫେରି ଚାହେଁ
ସହସ୍ର ଯନି'ର ଲାଳସା'ରେ
ଅଭିଶପ୍ତ ଅହଲ୍ୟା ପାଷାଣୀ
ମହା-ମହା ଦ୍ରୁମ
ଟଳି'ପଡେ ଝୋଡ-ତୋଫାନ'ରେ
ତୁଚ୍ଛ-ତୃଣ ଦୂବ'ଟିଏ
ଦାବାନଳେ ପୋଡି ଅବା
ପଶୁ-ଖୁର ଘାତେ ଦୋଳିତା-ଧର୍ଷିତା
ପୁଣି ନୂଆ ସକାଳ'ର ଆଶେ
କଁଅଳି ଉଠ଼ଇ
ପ୍ରଳୟ'ର ବାରିଧି ତଳରୁ
ନୂଆ ସ୍ୱପ୍ନ ନେଇ
ମୌସୁମୀ ଛୁଆଁ'ରେ