Lipsa Acharya

Classics

4.0  

Lipsa Acharya

Classics

ୟୁ ଟର୍ଣ

ୟୁ ଟର୍ଣ

3 mins
163


ଝିପ୍ ଝିପ୍ ବର୍ଷା ହେଉଥାଏ। ରାସ୍ତାଘାଟରେ କାଁ ଭାଁ ଲୋକ ଯିବା ଆସିବା କରୁଥିଲେ। ମେଘା ଛତା ଥରି ବାହାରି ବଡିଲା ଔଷଧ ଦୋକାନ ଅଭିମୁଖେ। କଣ କରିବ! ଜୀବନରେ ଏମିତିବି ଦିନ ଆସିବ ସେ ଭାବି ପାରୁ ନ ଥିଲା। ବର୍ଷାରେ ଟିକିଏ ଓଦା ଦେଇଗଲେ ଥଣ୍ଡା ଧରିଯିବ କହି ବାପା, ମା ଙ୍କ କେତେ ତାଗିତ୍ ଥିଲା। ଖାଁ ଖାଁ ଖରାରେ ବି ସ୍କୁଲ୍ କଲେଜ ଯିବା ସମୟରେ ତା' ବ୍ଯାଗ୍ ରେ ଚ୍ଥତା ଥାଏ। ନିଜେ ମା' ହେଇଗଲା ପରେ ନିଜର ଯତ୍ନ କହି କିଚ୍ଥି ନ ଥାଏ। ଆଜି ବୋଧହୁଏ ତାକୁ ଏବର୍ଷାରେ ଓଦାହେଇ ପୁଅ ପାଇଁ ଔଷଧ ଟିକିଏ ଆଣିବାକୁ ଯିବାକୁ ପଡି ନ ଥାନ୍ତା। ଯଦି ସେ ଦିନ ବାପାଙ୍କ କଥା ମାନିଥାନ୍ତା।

ମେଘା ଫେରିଯାଏ ୫ବର୍ଷ ତଳକୁ। ମେଘା ଜଣେ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଝିଅ। ଦୁଇପୁଅରେ ଗୋଟିଏ ଝିଅ ହେଇଥିବାରୁ ଘରେ ବହୁତ ରାଜୁତୁ । ଯାହା ଆବଶ୍ଯକ ତା' କହିବା ପୂର୍ବରୁ ମିଳିଯାଉଥିଲା। ବିନା କୌଣସି ଆପତ୍ତିରେ। ନୂଆଁ ନୂଆଁ ଡ୍ରେସ୍ ପିନ୍ଧି ନିଜକୁ ସଜେଇ କରି ଫଟୋ ଉଠାଇ ସାମାଜିକ ଗଣମାଧ୍ଯମରେ ପୋଷ୍ଟ କରିବା ତା'ର ସବୁଠାରୁ ଅଧିକ ପସନ୍ଦ। ପାଠ ବି ବହୁତ ଭଲ ପଢେ। ସେଥିପାଇଁ ଘରେ ବି କିଚ୍ଥି କହୁ ନ ଥିଲେ । ଆଜିକାଲି ସମାଜିକ ଗଣମାଧ୍ଯମ ବ୍ଯବହାର କରିବା ସାଧାରଣ କଥା। ଭାଇମାନେ କେବେ କେବେ ମେଘାକୁ ଗାଳିକଲେ ବାପା ସେମାନଙ୍କ ଉପରେ ଗରଗର ହୁଅନ୍ତି।

ମେଘାର ସାମାଜିକ ଗଣମାଧ୍ଯମ ପ୍ରୋଫାଇଲ୍ ରେ ସୁରେଶ ନାମରେ ଜଣେ ପିଲା ସବୁ ବେଳେ ସୁନ୍ଦର ସୁନ୍ଦର ମନ୍ତବ୍ଯ ସବୁ ଦିଏ। ଝିଅକୁ ତ ତାଙ୍କ ସୁନ୍ଦରତାର ଟିକିଏ ପ୍ରଂସଶା କଲେ ସେ ସବୁକିଚ୍ଥି ଭୁଲିଯିବେ। ସୁରେଶର ମନ୍ତବ୍ଯ ପଢି ପଢି ଧିରେ ଧିରେ ମେଘା ତା' ଆଡକୁ ଆକୃଷ୍ଟ ହେଇଯାଏ। ଦିନେ କଥା ଦେଉ ଦେଉ ଫୋନ ନମ୍ବର ଦେବାନେବା ହେଇଗଲା ମେଘା ଆଉ ସୁରେଶର ।

ବନ୍ଧୁତ୍ବା ଧିରେ ଧିରେ ପ୍ରେମର ରୂପ ନେଲା। ମେଘା ପାଇଁ ସୁରେଶ ହିଁ ସବୁକିଚ୍ଥି ଥିଲା। ମେଘା ଆସ୍ତେ ଆସ୍ତେ ଘରଲୋକଙ୍କ ଠାରୁ ଦୂରେଇଗଲା। ଦିନରାତି ମୋବାଇଲ୍ ଧରି ସୁରେଶ ସହିତ ଫୋନରେ ଗପିଲା। ସୁରେଶ ପେଶାରେ ଜଣେ ଇଞ୍ଜିନିୟର ବୋଲି ମେଘାକୁ କହିଥାଏ। ମେଘା ଗପିବା ସମୟରେ କହୁଥାଏ , " ଦେଖିକି କେବେ ତୁମେ ମୋ ସହିତ ଗପିବା ଯୋଗୁଁ ତୁମ ଚାକିରୀ ଚାଲିଯିବ। " ମେଘାର କଥାରେ ସୁରେଶ ବହୁତ ହସେ। ସେମିତି କିଚ୍ଥି ହବ ନାହିଁ। " ଏମିତି ଚାଲେ କଥାବାର୍ତ୍ତା । ଶେଷରେ ସେମାନେ ମିଳାମିଶା କଲେ। ସୁରେଶ ମେଘାକୁ ମିଶିବା ପାଇଁ ବାରିପଦା ଆସେ। ମେଘା ବି ଘରେ କେତେବେଳେ ସାଙ୍ଗ ପାଖକୁ ଯାଉଚ୍ଥି କହି ଭୂବନେଶ୍ବର ଯାଏ ଦେଖା କରିବାକୁ।

ସବୁଦିନ ସମାନ ନ ଥାଏ। କେବେ ନା କେବେ ଚୋରା ପିରତି ଧରା ପଡିବ ନା। ଭୂବନେଶ୍ବରରେ ଜୟଦେବ ବିହାର ଚ୍ଥକରେ ଦୁହେଁ ଏକାଠି ହାତରେ ହାତ ଯୋଡି ଠିଆ ହେଇଥିବା ମେଘାର ବଡଭାଇ ଦେଖିଲେ। ଆରମ୍ଭ ହେଲାର ମେଘାର ପ୍ରେମକୁ ସାର୍ଥକ କରିବାର ଯୁଦ୍ଧ। ଘରଲୋକଙ୍କ କଥାକୁ ଅମାନିଆ କରି ମେଘା ଘରୁ ଗୋଡ ବାହାର କଲା ସୁରେଶର ହାତ ଧରି।

ସୁରେଶ ମେଘାକୁ ନେଇ ଭୂବନେଶ୍ବର ଆସିଗଲା। ମେଘା ସୁରେଶଙ୍କ ବାପା, ମା ଙ୍କୁ ଦେଖା କରିବାକୁ ଚାହୁଁଥିଲା। ସୁରେଶ ବାପା ମା' ଗାଁରେ ଅଚ୍ଥନ୍ତି କେବେ ଯିବା କହି କଥାକୁ ଏଡାଇ ଦେ। ମେଘା ପ୍ରେମର ରଙ୍ଗରେ ମତୁଆଲ ହେଉଥିଲା।

କିଚ୍ଥିଦିନ ପରେ ମେଘାର ପ୍ରେମ ରଙ୍ଗ ସବୁ ଫିକା ପଡିଗଲା। ଧିରେ ଧିରେ ସୁରେଶର ସବୁ କଥା ମେଘା ଆଗରେ ଧରା ପଡିଲା। ସୁରେଶ ଇଞ୍ଜିନିୟର ନୁହେଁ ଖାଲି ସ୍ନାତକ ପାସ୍ କରି ଗୋଟିଏ ଘରୋଇ କମ୍ପାନୀରେ ଚାକିରୀ କରୁଚ୍ଥି। କଥା କେବଳ ସେତିକି ନୁହେଁ ମଦ ମଧ୍ଯ ପିଏ। ମେଘା ବହୁତ ଚେଷ୍ଟା କଲା ସୁରେଶକୁ ଭଲବାଟକୁ ଫେରାଇ ଆଣିବାକୁ ହେଲେ ହେଲା ନାହିଁ। ଘର ବାହାର ସବୁକାମ ବର୍ତ୍ତମାନ ତାକୁ ନିଜେ କରିବାକୁ ହେଉଚ୍ଥି।

ମେଘା ବେଳେବେଳେ ବିଳାପ କରେ। ଘରଲୋକଙ୍କ କଥା ଶୁଣି ସେମାନଙ୍କ ପସନ୍ଦରେ ବାହା ହେଲା ନାହିଁ କାହିଁକି? ଆଜି ଏ ସବୁ ଦେଖିବାକୁ ପଡି ନ ଥାନ୍ତା। ସେ କେଉଁ ମୁହଁ ନେଇ ଘରଲୋକଙ୍କ ଆଶ୍ରୟ ନେବାକୁ ନିବ। ପ୍ରେମ କରିବା ଭୁଲ୍ ନୁହେଁ ; ଭୁଲ୍ ମଣିଷକୁ ପ୍ରେମ କରିବା ଭୁଲ୍। ଜୀବନ ରାସ୍ତାରେ ଥରେ ଭୁଲ୍ ହେଇଗଲେ ତା' ଆଉ ଠିକ୍ ହୁଏ ନାହିଁ। ଜୀବନରେ ୟୁଟର୍ଣ କହି କିଚ୍ଥି ନ ଥାଏ। ପଚ୍ଥକୁ ଟର୍ଣ ନେଇ କିଚ୍ଥି ସୁଧାରା ଯାଇ ପାରିବ ନାହିଁ।

ନିଜ ଭାବନାରେ ବୋହି ଯାଇ ମେଘା କେତେବେଳେ ମେଡିସିନ୍ ଦୋକାନରେ ପହଞ୍ଚଗଲା ଜାଣି ପାରିଲା ନାହିଁ।



Rate this content
Log in

Similar oriya story from Classics