STORYMIRROR

Ashok Moharana

Comedy

3  

Ashok Moharana

Comedy

ଯାହାକୁ ଯିଏ

ଯାହାକୁ ଯିଏ

4 mins
148

    ପୁନିଆକୁ ଯେତେବେଳେ ଦଶ ବର୍ଷ ସେତେବେଳେ ଘଟିଥିବା ଘଟଣା କଥା ମନେ ପଡିଲେ ପୁନିଆ ଛାତି ଗର୍ବରେ ଫାଟିପଡ଼େ। କାରଣଟା ବି ସେମିତି....

   ଶୀତ ରାତି।ଚାରିଆଡ଼ ଶୂନ ଶାନ।ଗାଁରେ ପୁନିଆ ବାପା ସନିଆର ଧନ ସମ୍ପତ୍ତି ଅଧିକ । ସନିଆ ମାଆ ଜିନିଆ ବି ଭାରି ଲକ୍ଷ୍ମୀ ବତୀ।ସେମିତି ଏକ ଶୀତ ରାତିରେ ଦଳେ ଚୋର ଚାଳ କଣା କରି ସନିଆ ଘରେ ପଶିଲେ।

   ସନିଆ ସବୁବେଳେ ଅଣ୍ଟାରେ ସିନ୍ଧୁକ ଚାବିକ ଖୋସି ଶୋଇ ଥାଏ।ଚୋର ସର୍ଦ୍ଦାର କହିଲା ଯେମିତି ହେଲେ ସନିଆ ଆଣ୍ଟାରୁ ଚାବି ଆଣିବାକୁ ପଡିବ।

ଯେମିତି ସେ ଘର ଖୋଲି ଦେଇଛନ୍ତି ସେମିତି ଚୋର ଦଳ ଦେଖିଲେ ଅନ୍ଧାରରେ କିଏ ଗୋଟେ ଦାନ୍ତ ଦେଖାଇ ହସୁଛି। ମଝିରେ ମଝିରେ ପିଇଁ ପିଇଁ ଶବ୍ଦ କରୁଛି। ଚୋର ଜଣେ ଚୁପଚାପ କହିଲା "ଆରେ ପଳାରେ ପଳେଇଚାଲ... ଏଗୁଡା ଚେଇଁ ଛନ୍ତିରେ...ଦେଖୁନ କେମିତି ଗୋଟେ ହସୁଛି ଆଉ ପିଇଁ ପିଇଁ କରି ହୁଇସିଲ ବଜାଉଛି।ଚୋର ଦଳ ଧଡ଼ଧଡ କରି କବାଟ ଖୋଲି ପାର।

କଣ ହେଲା କଣ ହେଲା କହି ଜିନିଆ କହିବା ବେଳକୁ ଚୋର ଦଳ ଫେରାର। ଜିନିଆ ବହୁତ ଭାବିଲା...ଧନ ସମ୍ପତ୍ତି ନ ନେଇ ଚୋର ପଳେଇଲା କାହିଁକି ?

ଏତେ ପାଟି ତୁଣ୍ଡରେ ବି ପୁନିଆର ନିଦ ଭାଙ୍ଗୁନି।ଜିନିଆ ଦେଖିଲା ପୂନିଆ ଦାନ୍ତ ଖୋଲି ଉପରକୁ ପିଇଁ ପିଇଁ କରି ନିଶ୍ୱାସ ନେଉଛି।ୟାକୁ ଚେଇଁଛି ଭାବି ଚୋର ଭୟରେ ପଳେଇଲେ। ପୁନିଆର ଆଗ ଦାନ୍ତ ପୁରା ବହାରକୁ ବାହାରି ଆସିଛି ସେ ହସୁଛି କି କାନ୍ଦୁଛି ଜଣା ପଡେନା।ସେ ତ କୁମ୍ଭକର୍ଣ୍ଣ ନିଦରେ ଶୋଇଛି।

"ମୋ ପୁଅ ଲଷ୍ମୀ ବନ୍ତ କହି ଜିନିଆ ପୁଅଙ୍କୁ କୁଣ୍ଢେଇ ପକେଇଲା । ଏଇ ଗୋପନୀୟ କଥା ସେଇ ତିନିଜଣଙ୍କ ଛଡା କେହି ଜାଣିଲେ ନାହିଁ।ସମସ୍ତେ କହିଲେ ଚୋର ପଶିଥିଲା।

ୟା ପରେ ପୁନିଆର ଗର୍ଵ କହିଲେ ନସରେ । ତା ଦାନ୍ତ ଯୋଗୁ ସମ୍ପତ୍ତି ରକ୍ଷା ହୋଇଗଲା।ସେଇ ଦାନ୍ତ ହେଉଛି ତାର ବଂଶର ଗର୍ଵ,ସ୍ୱାଭିମାନ।ସେ ବଞ୍ଚିଥିବା ଯାଏ ଏ ଦାନ୍ତ ହିଁ ତାର ସମ୍ମାନ।

ବୟସ ବଢି ଚାଲିଲା।ପୁନିଆକୁ ଚବିଶି ପୁରି ପଚିଶ ଚଳିଲାଣି।ମାଆ ବୁଢ଼ୀ ହୋଇଗଲାଣି।ହେଲେ ଦାନ୍ତ ଦେଖି ଝିଅ ମାନେ ନାକ ଟେକୁଛନ୍ତି।ଯିଏ ଦେଖୁଛି ସେ କହୁଛି ଦାନ୍ତୁରାକୁ କିଏ ବା ହେବ।

ପୁନିଆ କିନ୍ତୁ ଦାନ୍ତକୁ ନେଇ ଗର୍ଵ କରୁଛି ।ଆଜିକାଲି କେତେ କଣ ଆଧୁନିକ ଚିକିତ୍ସା ପଦ୍ଧତି ବାହାରିଲାଣି ।ଦାନ୍ତ ଠିକ କରିବାକୁ ଟଙ୍କାର ଅଭାବ ନାହିଁ କିନ୍ତୁ ବଂଶର ମର୍ଯ୍ୟାଦା ରକ୍ଷା କରିଥିବା ଦାନ୍ତକୁ ସେ କଦାପି ସଜାଡ଼ିବା ନାହିଁ।ଓଥରା ରହିଲେ ରହିବ ପଛେ।

 ସନିଆ ଆଉ ଜିନିଆ ପୁଅ ପୁନିଆ ପାଇଁ ଯେତେ ଝିଅ ଖୋଜିଲେ କଣ ହେବ ସମସ୍ତେ ସାନିଆର ଫୋଟୋ ଦେଖିବା ମାତ୍ରେ ନାକ ଟେକିଲେ....ଯିଏ ଦେଖିଲା ସେ କହିଲା ଏଇ ଦାନ୍ତୁରାକୁ କିଏ ବାହା ହେବ।

ଶେଷରେ ପୁନିଆକୁ ମାଆ ଗାଳି ଦେଲେ ହଇରେ ଆମ୍ଭର ଟଙ୍କା ପଇସାର ଅଭାବ ଅଛି ନା କଣ,ଦାନ୍ତ ଠିକ କରିଦେଲେ କେତେ ଝିଅ ମିଳିବେ।କିନ୍ତୁ ପୁନିଆର ସେଇ ଜିଦ....ତା ଦାନ୍ତ ହେଉଛି ଏ ଵଂଶର ଗୌରବ।ସେ ଏହାକୁ ଭୂପତିତ ହେବାକୁ ଦେଵ ନାହିଁ।

ମାଆକୁ କୌଣସି ଉପାୟ ଦିଶିଲା ନାହିଁ।କଣ କରିବେ ପୁନିଆ ତା ବାପ ଭଳି ଏକଜିଦିଆ,ଯାହା ବୁଝି ଥିବ ସେୟା।

ଦିନେ ମାଆ କହିଲେ....ଦେଖ ପୁନିଆ ତୁ ଯଦି ଶୀଘ୍ର ବା ହୋଇ ବୋହୁ ନ ଆଣିବୁ ତେବେ ମୋ ମଲା ମୁହଁ ଦେଖିବୁ।

ପୁନିଆ ମାଆ କଥାରେ କାନ୍ଦ କାନ୍ଦ ହୋଇଗଲା।ମାଆ ଛଡା ଆଉ କିଏ ତାର ଅଛି।ଦିନେ ସକାଳୁ ସକାଳୁ ପୁନିଆ ଘରୁ ବାହାରି ଗଲା।

ଏମିତି ମାସ ମାସ ଧରି ପୁନିଆ କନିଆ ଖୋଜିବାରେ ଲାଗିଲା ହେଲେ ମାନଲାଖି କନିଆ ଟିଏ ପାଇଲା ନାହିଁ।ଏ ଗାଁ ସେ ଗାଁ ବୁଲିଲା ହେଲେ ତା ମନ ଲାଖି ଝିଅଟିଏ ମିଳିଲା ନାହିଁ।ମନ ଦୁଃଖରେ ପୁନିଆ ଗୋଟେ ଗଛ ମୂଳରେ ବସିଥାଏ। ଭାବିଲା ନା ସେ ଦାନ୍ତ ଗୁଡାକ ଭାଙ୍ଗି ଦେଵ.....ଯାଉ ଏ ବଂଶର ଗୌରବ।

ସେହିପରି କୀର୍ତ୍ତନ ପୁର ବୋଲି ଗୋଟିଏ ଗାଁରେ ସୁନ୍ଦରୀ ବୋଲି ଝିଅଟିଏ ଥାଏ। ନାଁ ଟା ସିନା ସୁନ୍ଦରୀ ହେଲେ ଦେଖୁବାକୁ ତ୍ରିପଣ୍ଡ କାଳୀ, ଦାନ୍ତଗୁଡା ବଡ଼ ବଡ଼ ଆଗକୁ ବାହାରିଛି।ଯେତେ ଶାଶୁଘର ଆସୁଛି ଏଇ ଦାନ୍ତ ଦେଖିବା ମାତ୍ରେ ଆଉ କଳା ବୋଲି କେହି ପସନ୍ଦ କରୁ ନାହାନ୍ତି।ବାରମ୍ବାର ବାହାଘର ଭାଙ୍ଗି ଯାଇଥିବାରୁ ସୁନ୍ଦରୀ ମନଦୁଃଖରେ ନଦୀରେ ଡେଇଁ ମରିବ ବୋକି ସ୍ଥିର କରିଛି। ଆଉ କେତେ ଲୋକଙ୍କ ଟାହି ଟାପରା ସହିବ।ମରିବ ତ ମରିବ ନିଶ୍ଚିତ ମରିବ।ଏମିତି ଭାବି ଭାବି ଘରୁ ବାହାରି ଆସିଲା।

ସେଦିନ ଥାଏ ଦୋଳପୂର୍ଣ୍ଣିମା। ସୁନ୍ଦରୀ ଭାବିଲା ମରିବି ତ ମରିବି ଯାଉଛି ଯାତ୍ରା ବୁଲିବି ଆଉ ଗୁପଚୁପ ପେଟେ ଖାଇ ନଦୀକୁ ଡେ଼ଇଁବି। ଯଦି ଉପାସରେ ମରିବି ଯଦି ଭୋକ ହେବ।ଏମିତି ଭାବି ଗୋଟେ ଗୁପଚୁପ ଦୋକାନିକୁ ଶହେ ଟଙ୍କା ଦେଇ କହିଲା ଦେ ଗୁପଚୁପ।

ସୁନ୍ଦରୀ ଗୋଟେ ପରେ ଗୋଟେ ଗିଳି ଚାଲିଛି।ସତ ତ ଦାନ୍ତ ଗୁଡା ପଦାକୁ ବାହାରି ଆସିଛି। କିଛି ଟୋକା ସୁନ୍ଦରୀକୁ ଦେଖି ହସୁଛନ୍ତି। ହଁ ମଁ ହସନ୍ତୁ ଏବେ ତ ନଇକି ଡେଇଁ ମରିବି।

ଗଛ ମୂଳରେ ପୁନିଆ ବସିଥିଲା। ତାକୁ ବି ପ୍ରବଳ ଭୋକ ହେଲା। ସେ ବି ସେଇ ଗୁପ ଚୁପ ଦୋକାନୀ ନିକଟକୁ ଆସିଲା। ପୁନିଆର ଆଖି ଯେମିତି ସୁନ୍ଦରୀ ଉପରେ ପଡିଛି ସେମିତି ସେ ସେ ତଳେ ଗଡି ଯାଇ ଦୁଇ ହାତ ଉପରକୁ ଟେକି ଚିତ୍କାର କଲା ମିଳିଗଲା ମିଳିଗଲା.... କେହି କିଛି ବୁଝି ପାରିଲେ ନାହିଁ ଟୋକାଟା ଏମିତି କଣ ହେଉଛି । ଏଟା କଣ ପାଗଳ ଟାକି ?

ଚିତ୍କାର ଶୁଣି ସୁନ୍ଦରୀ ଟିକେ ପୁନିଆ ଆଡ଼େ ଚାହିଁ ଦେଲା ତ ସେ ବି ତାଟକା ହୋଇଗଲା। ଆରେ ଏ ଟୋକା ଟାର ତ ତା ଭଳିଆ ଦାନ୍ତ।

ସେ ବି ଖୁସିରେ ପାଗଳ ହୋଇଗଲା। କିଛି ନ ଭାବି ସିଧାସଳଖ ସେ ପୁନିଆ ପାଖକୁ ଦୌଡି ଆସି ତଳୁ ଉଠେଇଲା ଆଉ କହିଲା ତୁମର କଣ ହୋଇଛି ,କଣ ମିଳିଗଲା।

ପୁନିଆ କହିଲା, ମୁଁ ପରା ତୁମକୁ ଖୋଜୁଥିଲି । ତୁମେ ହିଁ ଆମ ବଂଶର ଗୌରବ, ଆଇ ଲଭ ୟୁ କହି ସୁନ୍ଦରୀକୁ କହିଲା ମୋତେ ବା ହେବ କି ?

ମଳୁ ଖୋଜୁଥିଲା କାକର ପାଣି ଦଇବ ଦେଲା ତା ମନ ଜାଣି ସୁନ୍ଦରୀ କହିଲା ଆଜିଠୁଁ ତୁମେ ମୋର ଆଉ ମୁଁ ତୁମର।

ଦି ଜଣକ ପ୍ରେମ କାହାଣୀ ଦେଖୁ ଲୋକେ ତାଳି ମାରିବାକୁ ଲାଗିଲେ।କିଏ ଜଣେ ଥିଲା ଦିଟା ଜରି ଫୁଲମାଳ ଆଣି ଦେଲା। ସେଇ ଯାତ୍ରାରେ ଦୁଇ ଜଣଙ୍କ ଯଥା ରାବଣସ୍ୟ ମନ୍ଦୋଦରୀ କରି ଘରକୁ ଫେରିଲେ।

ଦୁଆର ମୁହଁରେ ଥାଇ ପୁନିଆ ଡ଼ାକ ଦେଲା ମାଆ ବୋହୁ ଆଣିଛି ଦୌଡିଆ ପୁଅ କଥା ଶୁଣି ମାଆ ଧୂପ ଦୀପ ଆଣି ବୋହୁକୁ ବନ୍ଦାପନା କରି ଘର ଭିତରକୁ ନେଇଗଲେ।

ସୁନ୍ଦରୀ ତ ହାତେ ଓଢଣୀ ଟାଣିଛି । ମୁହଁ ବା ଦେଖିବ କିଏ ଶେଷରେ ଜିନିଆ ବୋହୁର ମୁହଁ ଦେଖିବାକୁ ଯେମିତି ଓଢଣା ଟାଣି ଦେଇଛନ୍ତି । ସୁନ୍ଦରୀ ଦାନ୍ତ ଦେଖି ଚେତା ଘୁମ।

ବୋହୁ ଦେଖିବାକୁ ଆସି ଲୋକ କହିଲେ, ପୁନିଆ ଏକା ବୋହୁ ଆଣିଛି ଯାହାକୁ ଯିଏ ନା ବିରିକୁ ଚାଉଳ ତିନ୍ତେଇ ଦିଏ ।

କିନ୍ତୁ ପୁନିଆ ଭାରି ଖୁସି ସୁନ୍ଦରୀ ଏ ଘରର ସ୍ୱାଭିମାନ।

ମାଆକୁ କହିଲା.... ଦେଖିଲୁ ମାଆ କହୁଥିଲୁ ପରା ମୋତେ ବୋହୁ ମିଳିବନି.... ଦେଖିଲୁ ତ... ଭଗବାନ କେବେ ନିଷ୍ଠୁର ନୁହଁନ୍ତି । ସେ ଜନ୍ମ ଦେଇଛନ୍ତି ମାନେ ସେ ହିଁ ସବୁ ଠିକ କରିବେ।

ମାଆ ଖୁସିରେ କାନ୍ଦି ପକାଇଲେ।


Rate this content
Log in

Similar oriya story from Comedy