ମରିଚ ପାଣି
ମରିଚ ପାଣି
ଗାଂଡୁ ନିଜ ନାଁ ଆଗରେ ଗୋଟେ ଡାକ୍ତର ଶବ୍ଦ ଯୋଡି ଘର ଆଗରେ ମାରିଦେଲା ବଡ଼ ବଡ଼ ଅକ୍ଷର ରେ ଲେଖିଦେଲା ଡାକ୍ତର ଗାଂଡୁ ମହାପାତ୍ର....ଡାକ୍ତର ଇନ ସ୍କିନ ସ୍ପେସିଅଲିଷ୍ଟ। କଥା କଣ କଥା କଣ କୋଉଦିନ ଗାଂଡୁ ଗୋଟେ ଡାକ୍ତର ହୋଇଗଲା। କଲିକତା ଯାଇଥିଲା ସେଠାରେ କଣ କଲା ଯେ ଗୋଟେ ଡାକ୍ତର ହୋଇଗଲା।ପାଠ ଘର ତ ଭଲ ନୁହେଁ... ପୁଣି ଡାକ୍ତରୀ ପାଠ...ବୁଝୁ ବୁଝୁ ସେ ହେଉଛି ଚେର ମୁଳି ଡାକ୍ତର ମାନେ ଆୟୁର୍ବେଦିକ ଡାକ୍ତର.... କଲିକତା ରୁ ଶିକ୍ଷା ଲାଭ କରି ଆସିଛି।ଗାଂଡୁ କିନ୍ତୁ ନିଜ ଗୁମର କଥା ନିଜେ ଜାଣେ....ସେଇଟିକୁ ଗୋପନ ରଖିଛି।
ଦିନେ ସକାଳୁ ସକାଳୁ ସୁନ୍ଦରୀ ତରୁଣୀ ଟିଏ ଆସି ପହଁଚିଲା ତାର ଦେହ ସାରା ଯାଦୁ....ତାକୁ ଦେଖି ଔଷଧ ଦେବାକୁ କହିଲା।ଗାଂଡୁ ତାର ନାଡୀ ଚିପି ଦେହ ପରୀକ୍ଷା କରି ଔଷଧ ଦେବାକୁ କହିଲା। ଯାଦୁ ପାଇଁ ମରିଚ ରସ ଦେହ ସାରା ବୋଳିବାକୁ ପଡିବ....ଗାଂଡୁ କହିଲା ଆଡ଼ଭାନ୍ସ ଦେଇ ଯାଅ ଚାରିଦିନ ଛାଡି ଆସିକେ ଔଷଧ ନେଇ ଯିବ। ଝିଅଟି ଏକ ହଜାର ଦେଇ ଚାଲିଗଲା।ଏବେ ଗାଂଡୁ କରିବ କଣ ? ସେ ସିନା ଘର ଆଗରେ ଲେଖିକି ମାରିଦେଲା ହେଲେ ସେ ତ ଅକାଳ କୁଷ୍ମାଣ୍ଡ। କେମିତି ଯାଦୁ ମେଡ଼ିସିନେ ଦେଵ। ବଜାରରୁ ଯେଉଁ ସବୁ କବିରାଜି ଔଷଧ ବହି ସବୁ କିଣିଥିଲା ସେଇ ବହି ଖୋଜିବାରେ ଲାଗିଲା। ଗୋଟେ ବହିରେ ଲେଖାଥିଲା "ଯାଦୁ ଭଲ କରିବାକୁ ହେଲେ ମରିଚ ପାଣି ଦିନକୁ ଦୁଇ ଥର ପିଇବ ଓ ଦେହରେ ଭାଲିଆ ତେଲ ଲଗାଇଲେ ଯାଦୁ ଆଠ ଦିନରେ ଉଭାନ ହୋଇଯିବ। ମରିଚ କଥା ଗାଂଡୁ ଜାଣେ.....ସେ ବଜାରରୁ ଯାଇ ଭଲ ଧାନେଇ ଲଙ୍କା ଦୁଇ କେଜି ଆଣିଲା ଓ ଜଙ୍ଗଲ ରୁ ଭାଲିଆ ମଞ୍ଜି ଆଣି ତାକୁ ରଖିଲା। ଲଙ୍କାକୁ ଭଲ ଭାବରେ ବାଟି ସେଥିରେ ରଜନୀ ଗନ୍ଧା ସେଣ୍ଟ ପକେଇଲା ଆଉ ଭାଲିଆ ମଞ୍ଜିକୁ କୁଟି ତେଲ ବାହାର କରି ସେଇଥିରେ ନଡ଼ିଆ ତେଲ ପକେଇ ଦେଲା। ବାସ ହୋଇଗଲା ଔଷଧ....ଚାରି ଦିନ ଛାଡି ଝିଅଟା ଆସିଲା ତ ତାକୁ ଔଷଧ ଦେଇ ଆଉ ହଜାର ଟଙ୍କା ଅଣ୍ଟାରେ ଖୋସି ଦେଲା।
ଝିଅକୁ କହିଲା ରାତିରେ ଖାଇ ସାରିବା ପରେ ଯୁଆଡେ ଯୁଆଡେ ଯାଦୁ ସବୁ ହୋଇଛି ତେଲକୁ ସେଇଠି ଲାଗେଇବ ଆଉ ମରିଚ ପାଣି ପିଇବ। ଝିଅଟି ରାତିରେ ଖାଇ ତେଲ ଲଗେଇ ଦେଲା ଆଉ ମରିଚ ପାଣି ଦୁଇ ଚାମଚ ପିଇଦେଲା। ଏଥର ଝିଅ ମାନେ ଆମ ଧୁକୁଟି ଖାଲି ଡେଇଁବାକୁ ଲାଗିଲା....ମରିଚ ପାଣି ପିଇ ତଣ୍ଟି ପାଟି ପ୍ରବଳ ଯନ୍ତ୍ରଣା।ଯେନ ତେନ ଚିନି ଗୁଡ଼ ଖାଇ ଧୁକୁଟି ସମ୍ଭାଳି ନେଲା....ତାର ମାଆ କେରେକେଟି ବୁଝେଇ ଦେଲା ଔଷଧ କଣ ମିଠା ଲାଗନ୍ତା। ଯେମିତି ରାତି ବଢିଛି ଧୁକୁଟି ର ଦେହ କୁଣ୍ଡେଇ ହେବା ଆରମ୍ଭ କଲା....ଏମିତି କୁଣ୍ଡେଇ ହେଲା ଯେ ଧୁକୁଟି ତଳେ ଗଡ଼ିଲା....କାଂଥ ବାଡ଼ ଯୋଉଠି ପାରିଲା ଦେହକୁ ଘଷିଲା।କୁଣ୍ଡେଇ କୁଣ୍ଡେଇ ରକ୍ତବହାରୀ ଗଲା..... ସକାଳ ପାହିବା ବେଳକୁ ଧୁକୁଟି ଦେହ ଫୁଲି ଯାଇ କଖାରୁ ଭଳି ହୋଇଗଲା।
ସକାଳ ପାହିବା ମାତ୍ରେ ଧୁକୁଟି କୁ ଚିକିତ୍ସାଳୟରେ ଭର୍ତ୍ତି କରାଗଲା.... ଏମିତି ଭିତରେ ଧୁକୁଟି ବାପା ଧଣ୍ଡଗୋଟେ ଠେଙ୍ଗା ଧରି ଚାଲିଲା ଡାକ୍ତର ଗାଂଡୁ ଡାକ୍ତର ନିକଟକୁ । ଠେଙ୍ଗାରେ ମନ ଇଚ୍ଛା ପିଟିବାରେ ଲାଗିଲା...ଗାଂଡୁ ମାଡ଼ ଖାଇ ପୁରା ଝାଡ଼ା ହୋଇଗଲା.... ଚିକିତ୍ସାଳୟ ଡାକ୍ତର ଙ୍କ ଅଭିଯୋଗ ରେ ପୋଲିସ ଆସି ଗାଂଡୁ ଟେକି ନେଲା । ଥାନାରେ ଲାଠି ମାଡ଼ ଖାଇବା ପରେ.... ଗାଂଡୁ ସତ ଓଗାଳିଲା ସେ କିଛି ଜାଣିନୀ ମରିଚ ପାଣି ଭାବି ସେ ଲଙ୍କା ପାଣିରେ ସେଣ୍ଟ ଆଉ ଜଙ୍ଗଲ ରୁ ଭାଲିଆ ଫଳ ଆଣି ତାକୁ ତେଲ କରି ଦେଇଛି ଫଳରେ ଏମିତି ହେଲା। ଆଉ ସତ କହିଲା ସେ ଡାକ୍ତର ଫାକ୍ତର ନୁହେଁ.... ବଜାରରେ ମିଳୁଥିବା ବହି ପଢି ଏମିତି କରିଛି। ଏ କଥା ଶୁଣି ପୋଲିସ ଆଉ ଦି ପାହାର ଦେଲେ.... ଗାଂଡୁ ସେଇଠି ଏକ ଦୁଇ କରିଦେଲା।