Ashok Moharana

Comedy

3  

Ashok Moharana

Comedy

କିସ୍ମତ ଲାଣ୍ଡୁ

କିସ୍ମତ ଲାଣ୍ଡୁ

2 mins
368


 ବୟସ ଯେତେବେଳେ ବାର ସେତେବେଳୁ କିସ୍ମତ ଲାଣ୍ଡୁର ଆବିର୍ଭାବ।କିସ୍ମତ ଲାଣ୍ଡୁ ସେ ନିଜେ ନିଜେ ଦେଇଛି ଆଉ ଦେବାର କାରଣ ବି ରହିଛି। କିସ୍ମତ ଲାଣ୍ଡୁର ଭଲ ନାଆଁ ହେଉ ଅଭିନ୍ନ ସାହୁ କିନ୍ତୁ ତା ନାଆଁକୁ ସେ ବଦଳେଇ ଦେଇଛି ....ଏବେ ସେ କିସ୍ମତ ଲାଣ୍ଡୁ ନାମରେ ପରିଚିତ।

ଲାଣ୍ଡୁକୁ ଯେତେବେଳେ ବାର ବର୍ଷ ସେତେବେଳେ ସେ ଆମିତାଭ ବଚ୍ଚନ ଫିଲ୍ମ ଶାନ ଦେଖିବାକୁ ଯାଇଥିଲା ଆଉ ସେଇ ଶାନ ଫିଲ୍ମର କାମାଲ ତା ଉପରେ ପଡ଼ିଲା।

ସେଥିରେ ଥିବା ଭିଲେନ ସମ୍ପୂର୍ଣ୍ଣ ଲାଣ୍ଡୁ... ତାକୁ ଦେଖି ସେଇ ଦିନଠାରୁ ଅଭିନ୍ନ ଓରଫ କିସ୍ମତ ଲାଣ୍ଡୁର ଆବିର୍ଭାବ ଘଟିଲା।

ସେବେଠାରୁ ଆଉ ଦିନେ କେହି ତା ମୁଣ୍ଡରେ ଚୁଟି ଥିବାର ଦେଖି ନାହିଁ।ଘର ଲୋକଙ୍କ ଗାଳିଗୁଲଜ ତା ନିକଟରେ ହାର ହୋଇଛି।

ଯେତେବେଳେ କିସ୍ମତବାହା ହେଲା ତାର ସୁଗୃହିଣୀ ରମା ବି ତାର କାରଣ ଖୋଜିଲା।

କିସ୍ମତ ତାର ପତ୍ନୀକୁ ଭାରି ଭଲପାଏ କାରଣ ସେ ଭଲ ପାଇ ବାହା ହୋଇଛି।

ଦିନେ ରମା ଲଣ୍ଡା ମୁଣ୍ଡରେ ଦିଟା ଚୁମା ଦେଇ କହିଲା.....ଏଇ ଶୁଣୁଛ.....କହିଲ ତୁମେ ମୋତେ କେତେ ଭଲ ପାଉଛ....

କିସ୍ମତ କହିଲା ମାପି ହେବନି କି ସେମିତିଆ ଫିତା ତିଆରି ହୋଇନି ମୋ ପ୍ରେମର ଗଭୀରତା ମାପିବାକୁ...

ମାଇଁ ଡାର୍ଲିଂଗ କୁହ ନା...ତୁମ ମୁଣ୍ଡରେ ଚୁଟି କାହିଁକି ନାହିଁ....

କିସ୍ମତ କହିଲା ଡାର୍ଲିଂଗ ଶୂଣ.... ମୋତେ ହେଲାଣି ଷାଠିଏ....ଷାଠିଏରୁ ବାର ଗଲେ ଅଠଚାଳିଶି ...ଅଠଚାଳିଶି ବର୍ଷରେ.... ମୋର ବର୍ଷକୁ ନଡ଼ିଆ ତେଲ ଚାରିଟା ହିସାବରେ ଗୋଟିକୁ ପଚିଶ ଟଙ୍କା ହେଲେ ଚାରି ହଜାର ଆଠ ଶହ, ବାରିକ ବର୍ଷକୁ ଆଠ ଥର ଚୁଟି କାଟି ନିଆନ୍ତା ସାତ ହଜାର ଆଠ ଶହ, ସାବୁନ ଖର୍ଚ୍ଚ ଦୁଇ ହଜାର ଆଠ ଶହ ଅଶୀ, ପାନିଆ ଖର୍ଚ୍ଚ ପାଞ୍ଚ ଶହ ଏମିତି ପନ୍ଦର ହଜାର ନଅ ଶହ ଷାଠିଏ ରହିଲା ନା ନାହିଁ।

ଆରେ ମୋ ମୁଣ୍ଡରେ ଏତେ ବୁଦ୍ଧି କାହିଁ....

ପୁଣି ବାରିକ ଦୁଆରେ କି ସେଲୁନରେ ଯାଇଛିଡା ହେବାକୁ ପଡ଼ିଥାନ୍ତା....ଦେଖିଲ ମୋ ବୁଦ୍ଧି..... ଟଙ୍କା ରହିଲା କି ନାହିଁ...

ରମା କହିଲା ତୁମ ବୁଦ୍ଧିକୁ ତାରିଫ କରିବା ଦରକାର.... ସମସ୍ତେ ଲଣ୍ଡା ହୋଇଗଲେ ଏ ଭଣ୍ଡାରୀଗୁଡାକ ବି ସାବାଡ଼ ହୋଇ ହୁଅନ୍ତେ...ଆଉ ନଡ଼ିଆ ତେଲ ବି ଦରକାର ହୁଅନ୍ତା ନାହିଁ।

ମୋତେ ସମସ୍ତେ କିସ୍ମତ ଲାଣ୍ଡୁ ଭାବରେ ଜାଣନ୍ତି..... ଭିଡ଼ ଭିତରେ ଲକ୍ଷ୍ମୀ ପୂଜା ହେଉ କି ମେଳା ମୁଁ ଆଉ ହଜିବାର ଅଛି....ଦୂରରୁ ଦେଖି ତୁମେ ଚିହ୍ନି ପାରିବ....ଆଉ କହିବ....ହେଇଟି ପରା ମୋ କିସ୍ମତ ଲାଣ୍ଡୁ।

ରମା ହୋ ହୋ ହୋଇ ହସି ଉଠିଲା... ପାରା ଭାଡ଼ିରୁ ପାରାଗୁଡ଼ାକ ଉଡି ଗଲେ....କିସ୍ମତ ଲାଣ୍ଡୁ ବି ହସି ଉଠିଲା।

ରମା ଲାଣ୍ଡୁ ମୁଣ୍ଡରେ ଚୁମା ଗୁଡ଼ାକ ବର୍ଷା କରିଦେଲା।



Rate this content
Log in

Similar oriya story from Comedy