ହ୍ୟାଣ୍ଡେଲ ଉଇଥ କେୟାର
ହ୍ୟାଣ୍ଡେଲ ଉଇଥ କେୟାର
ସୂର୍ଯ୍ୟ ସେଇଦିନ ଉଇଁଥିଲା ଯେଉଦିନ ସୁକୁଟି ଗୁରୁମନ୍ତ୍ର ପାଇଥିଲା। ସୁକୁଟି,ଚେପେଟି, ନେକେଟି,ଭେକେଟି ଭଳି ସାଙ୍ଗ ମାନେ ଶପଥ କରିଥିଲେ..... ପୁରୁଷ ଆଉ ନାରୀ ଉଭୟ ସମାନ।ପୁରୁଷ କାହିଁକି ନାରୀ ଉପରେ ଅତ୍ୟାଚାର କରିବ...ଏ କଥା ହୋଇପାରିବ ନାହିଁ। କଲେଜ ପଢୁଆ ଝିଅ, ଏମାନଙ୍କର ପୁଅ ପିଲାଙ୍କୁ ଆଦୌ ଖାତିର ନଥିଲା।ଖାତିର ନୁହେଁ ଏମାନଙ୍କ କଳିହୁଡ଼ି ଗୁଣ ଜାଣି ପୁଅ କଣ ଝିଅ ମାନେ ବି ବାଟ ଭାଙ୍ଗି ଚାଲି ଯାଉଥିଲେ।
କଲେଜ ତ କଲେଜ ଗାଆଁରେ ବି ସାମାନ ଅବସ୍ଥା। ଜିନ୍ସ ଆଉ ଟପସ ପିନ୍ଧି ଘୋଡ଼ିଙ୍କ ଭଳି ଚଳୁଥିବେ...କେହି ପଦେ କହିଲେ ଦଶ ପଦ ଶୁଣିବା ସାର। ଏ ସବୁ ଗୁଣ କଲେଜ ଅପେକ୍ଷା କଲେଜରୁ ନଲେଜ ଶିକ୍ଷାରେ ଆହରଣ କରି ତାକୁ ପ୍ରୟୋଗ କରିବାକୁ ତତ୍ପର।
ସୁକୁଟି, ଚେପେଟି, ନେକେଟି ଆଉ ଭେକେଟି କଲେଜ ପାଠ ସାରି ବହେ ବହେ ନଲେଜ ଉଦରସ୍ଥ କରି ଆଇଏ ଫେଲ ହୋଇଗଲେ।ଯିଏ ପଚାରିଲେ କୁହନ୍ତି ତୁମ ଯୋଗ୍ୟତା କେତେ....ବଡ଼ ଗର୍ବରେ କୁହନ୍ତି ଆଇଏ ବିଏଫ.... ଏ ଗୁରୁ ମନ୍ତ୍ର କିନ୍ତୁ ତାଙ୍କୁ ଜଣା...
ଏଭଳି ଯୋଗ୍ୟତା ନେଇ ଯେନ ତେନ ବିବାହ ହୋଇଗଲା। ସେ ବର୍ଷ ଦଶହରା ବେଳକୁ ସ୍କୁଲରେ ପୁରାତନ ଛାତ୍ର ମାନଙ୍କର ବନ୍ଧ ମିଳନ ପାଇଁ ଚାରି ସାଙ୍ଗ ଗାଆଁକୁ ଆସିଥିଲେ।ସ୍କୁଲରେ ମଉଜ ମସ୍ତି କରି...ଚାରି ସାଙ୍ଗ ବସି ଏକାନ୍ତରେ ଦୁଃଖ ସୁଖ କଥା ହେଲେ।
ପ୍ରଥମେ ଭେକେଟି ଆରମ୍ଭ କଲା....ଏଇ ସାଙ୍ଗମାନେ....ବୁଝିଲ ମୁଁ ଶାଶୁଘରେ ଏକଦମ ବିନ୍ଦାସରେ ଅଛି....ହେଇ ଦେଖୁନ ମୋ ହାତ ନଖ ଟିକେ ବି ଘୋରି ହୋଇନାହିଁ।
ସୁକୁଟି କହିଲା....ଆଲୋ କହ କହ ତୋ ହାତରେ ନଖ ଘୋରି ନ ହେବାର ଗୁପ୍ତ ରହସ୍ୟ।
ଠୋ ଠୋ କରି ହସିଲା ଭେକେଟି....କହିଲା ବୁଝିଲ ସାଙ୍ଗ ମାନେ....ମୋ ଶାଶୁ ରୋଷେଇ କରନ୍ତି ଆଉ ସେ ମ!ହେଇଟି କାହାକୁ କହିବନି ତୁମକୁ ମିଛ ମୋତେ ସତ... ସେ ରାତିରେ ଦୁଇଥର ଗୋଡ଼ ଘଷି ଦେବେ...ଶୋଇବା ବେଳକୁ ଥରେ ଆଉ ସକାଳୁ ଉଠିବା ବେଳକୁ ଥରେ.... ଓଃ ଭାରି ବଢିଆ ଭାବରେ ଘସନ୍ତି.... ସେ ଘଷି ନଦେଲେ ମୋତେ ନିଦ ଲାଗେନା...ଭାବେ ସେମୋତେ ରାତି ସାରାଏମିତି ଘଷୁ ଥାନ୍ତେ....ହେଲେ ଛାଡ଼....ରାତି ପାହି ଯାଏ....ସମସ୍ତଙ୍କୁ ଡରେଇ ରଖିଛି ମୋତେ ଯିଏ କିଛି କହିବ ତାକୁ ଯୌତୁକ ନିର୍ଯ୍ୟାତନା କେସରେ ଦେବି ଢୁକେଇ...ଏକଥା କହିଲା ବେଳକୁ ମୋତେ ହସ ମାଡୁଚି....ଆଲୋ ସେ ଭାରି ଭଲ ଯେ....ମୁଁ ଯଦି ଟିକେ ଆଖୁ ଦେଖେଇ ଦେବି ନା...ସେ ଠିଆ ଠିଆ ସୁସୁ କରି ଦିଅନ୍ତି।
ଏକା ବେଳେକେ ସମସ୍ତେ ହୋ ହୋ ହୋଇ ହସି ଉଠିଲେ....ପଡ଼ିଆରେ ବସିଥିବା କପୋ ଗୁଡ଼ାକ ଫରର କିନା ଉଡ଼ିଗଲେ।
ଆଲୋ ତୁମେ ଗୁଡା ସ୍ୱାର୍ଥପର... ମୋ କଥା ଶୁଣିଲ ଆଉ ନିଜ କଥା... କହିବା ବେଳକୁ ତଣ୍ଟିରେ କଣ କଣ୍ଟା ଲାଗୁଛି।
ହଁ ହଁ ଏଥର ତୋ ପାଳି କୋ ଚେପେଟି...
ଚେପେଟି କହିଲା....ମୋ କଥା କଣ କହିବି ଲୋ ସାଙ୍ଗ....ତୁମେ ତ ଜାଣିଛ...ମୁଁ ଟିକେ ଆମିଷ ରଙ୍କୁଣୀ....ଦିନେ କଣ ହେଇଛି....ଘରକୁ ଗୋଟେ ବଡ଼ ପୋଖରୀ ମାଛ ଇଏ ଆଣିଥିଲେ।ମୋ ନଣନ୍ଦ ଭଲ କରି ମାଛ ଛାଣି ରଖିଲେ.... ସମସ୍ତେ ଗାଧୋଇବାକୁ ଗଲେ....ଖାଉ ଖାଉ ସବୁ ମାଛ ଖାଇଦେଲି...କଣ କରିବି....ଆଉ ଖଣ୍ଡେ ମାଛ ଥିଲା ତାକୁ ତଳେ ଭାଙ୍ଗି ପକେଇ ଦେଇଲି।
ଯେତେବେଳେ ମାଛ ଖୋଜାହେଲା ଆଉ ରୋଷେଇ ଘରେ ତଳେ ଥାଳି ପଡ଼ିଛ....ମାଛ ଖଣ୍ଡେ ବି ତଳେ ପଡିଛି....ମୋ ଶାଶୁ କହିଲେ ରାଣ୍ଡି ବିଲେଇଟା ସବୁ ଖାଇଦେଲା...ମୋତେ ଖାଲି ହସ ଲାଗୁଥିଲା। ସେମିତି ମୁଁ ରୋଷେଇ ଘରେ ଲୁଚେଇ ଲୁଚେଇ ଆଗ ଖାଇଦିଏ... ଏମିତି ଥରେ ଧରା ପଡ଼ିଗଲି....ମୁଁ ଅନ୍ଧାର ଘରେ ଲାଇଟ ଲିଭେଇ ମାଛ ଭଜା ଖାଉଛି...ମୋ ଅଣ୍ଡିରା ମ.... ଆସିକି ଲାଇଟ ଜଳେଇ ଦେବା ବେଳକୁ ମୋ ହାତରେ ମାଛ...କହିଲେ ତା ହେଲେ ଏଇ ବିଲେଇ ଖାଉଛି....ରହ ଶାଳୀ ତୋତେ ଦେଉଛି ପାନେ କହି....ମାଆକୁ ଡାକିଲେ.... ମୁଁ ଆଉ ଯାଏ କୁଆଡେ....ସାଙ୍ଗେ ସାଙ୍ଗେ ଚୁଟିକୁ ଫିଟେଇ ଦେଇ ବ୍ଲାଉଜକୁ ଚିରି ଦେଲି ଆଉ ନିଜେ ନିଜେ ହାତକୁ କାମୁଡି ଦେଇ କହିଲି.... କିଏ କୁଆଡେ ଅଛ ଧାଇଁ ଆସ...ମୋ ଶାଶୁ ସ୍ୱାମୀ ମୋ ନଣନ୍ଦ ମୋତେ ମାରି ପକେଇଲେ...ଗାଆଁ ସାରା ଲୋକ ଘରେ ଛିଡ଼ା... ମୋ ବାପା ଭାଇ ଆସିଲେ... ପୋଲିସ ଆସିଲା... ଆଉ ତା ପରେ ପୋଲିସ ସେଇ ଦିନୁ ମୋ କଥାରେ କେହି ମୁଣ୍ଡ ଖେଳାନ୍ତି ନାହିଁ... ଇଚ୍ଛା ହେଲେ କାମ କରେ ନ ହେଲେ ନାହିଁ।ସେଠି ଖାଲି ଆରାମ ଆଉ ଆରାମ... ଶାଶୁ ଘରେ ଗୋଟି ଚଳେଇ ଜାଣିଲେ ସବୁ ଠିକ ଠାକ.... ଉଠୁ କହିଲେ ଉଠୁ ଥିବେ ଆଉ ବସୁଥିବେ....
ଆଲୋ ଆଲୋ ଏଟା ଛୁପା ରୁସ୍ତମଟାଏ ମ.... ଆମେ କହିଥିଲେ ଏଇ ଝିଅଟି ସୁନା ମୁଣ୍ଡା କହିଲା ସୁକୁଟି।
ଅନା ସେମିତି କହିଲେ ତୁମଁ ସହ କଟି ଯାଉଛି ମୁଁ....
ଆରେ ନାଇଁ ମ... ସାଙ୍ଗ ସାଥି କହିବେନି ତ କିଏ କହିବେ ....ଶୁଣୁ ମୋ କଥା କହୁଛି।
ମୋ ଗେରସ୍ତ ବା କଣ କୁହନ୍ତି ମ ଇଙ୍ଗିଲିସିରେ ହଜବେଣ୍ଟ...ଆଲୋ ଆମ ମୁହଁ ଦେଖା ଦିନ ଆମ ବେଣ୍ଟ କହିଲେ.... ମାଈଁ ସୁକୁ ଡାରର୍ଲିଙ୍ଗ....ମୋ ଗାଲରେ ଗୋଟାଏ କିସ ଦେଲ...ମୁଁ କୋଉ ଇଙ୍ଗିଲିସି ନା ଫିଙ୍ଗିଲିସୀ ଜାଣେ...ସେଗୁଡା ଦେଖିଲେ ତୁମେ ତ ଜାଣିଛ ମୋତେ ଝାଡା ଲାଗେ....ମୋତେ ଲାଗିଲା କଷି ଦେଲ....ଆମର ପ୍ରଥମ ଦେଖା ପୁଣି କେତେ ଗେହ୍ଲେଇ ହୋଇ ମାଗିଲେ...କଣ କରିବି ଦି ଗାଲରେ ଦିଟା କଷି ଦେଲି।
ତା ପରେ ତା ପରେ କଣ ହେଲା.... କହ କହ ବେଗି କହ.... କହିଲା ଭେକେଟି।
ଆଲୋ ହେବ କଣ.... ଏକା ଥରକେ ସେ ମୁହଁ ବୁଲେଇ ଶୋଇଲେ....ତାଙ୍କୁ କହିଲି.... ହେଇହେ ଆମର ପରା ଆଜି ପହିଲି ରାତି...ଏମିତି ମୁହଁ ବୁଲେଇ ଶୋଇବ କଣ ପାଇଁ...
ସେ ରାଗିକି କହିଲେ.... ତୁମ୍ଭର ଟିକେ ବି ସାଧାରଣ ଜ୍ଞାନ ନାହିଁ ଆଇଏବିଏଫ ପାସ କରିଛ....କିସ ଅର୍ଥ ବୁଝି ପାରୁନ....ଚୂଲିକି ଯାଉ ତୁମ ପାଠ ପଢା।
କିଲୋ ସେ କଣ ଜାଣିଛନ୍ତି.... ଆଇଏବିଏଫ କଣ.... ଆଇଏ ଆପିଅର ବାଇଚାନ୍ସ ଫେଲ ବୋଲି....ମନ କଥା ମନରେ ରଖି ତାଙ୍କୁ ମନାଇଲି।
ହେଲେ ଧରା ପଡ଼ିଗଲି.....ସେ ଜାଣିଦେଲେ ମୁଁ ଆଇଏ ଫେଲ ବୋଲି..... କହିଲେ ଛାଡପତ୍ର ଦେବେ....ଆଗୁଆ ଗୋଟେ ଉପାୟ କଲି ଯେମିତି ସିଏ ଅଫିସରୁ ଘରକୁ ଫେରନ୍ତି.... ତାଙ୍କୁ କଅଁଳ କଥା କହି ଗେଲ କରେ.... ଆମେ ଉପର ଘରେ ଆଉ ସମସ୍ତେ ତଳ ଘରେ ଶୋଉଥିଲୁ।ଯେମିତି ରାତି ହୁଏ ତାଙ୍କୁ ନିର୍ଧୁମ ପିଟେ.... କୁହେ ଯୋଗନୀଖିଆ ଛାଡପତ୍ର ଦେବୁ....ରହ ଶଳା ତୋ ବୋପାକୁ ନାଲି କୋଠା ଯଦି ନ ଦେଖେଇଛି ତା ହେଲେ ମୁଁ ସୁକୁଟି ନୁହେଁ।
ପୁଣି ଜାଣିଛ ମୁଁ ଏମିତି ବାଡେଇ ଥାଏ ଯେ ଦେଖି ହେବନି କି ଦେଖେଇ ହେବନି....ତାଙ୍କ ପଛକୁ ଗୋଟେ ବେଲେଣା କାଠିରେ ପିଟେ... ସେଇ ଦିନୁ ଆଉ ଛାଡପତ୍ର କଥା ମୁହଁରେ ଧରନ୍ତି ନାହିଁ।
ତୁ ପୁରା ଓସ୍ତାଦ ଅଛୁ ଲୋ।
ଆଲୋ ନହେଲେ ଏ ପୁରୁଷ ଜାତିକୁ କଣ ସମ୍ଭାଳି ହେବ।ତାଙ୍କୁ ଯଦି ଠିକରେ ହ୍ୟାଣ୍ଡେଲ ନ କରିବ ସେମାନେ ତୁମକୁ ହ୍ୟାଣ୍ଡେଲ କରିବେ।
ହଁ ଲୋ ଠିକ କଥା..... କହିଲା ଚେପେଟି.... ଆଉ ଆପଣଙ୍କ କଥା କୁହନ୍ତୁ ନେକେଟି ମାଡାମ।
ଆଲୋ ମୁଁ ତୁମ ଭଳି ନୁହେଁ ଯେ କହିବି...
ହଁ ତୁ ପରା ସାଧୁ ଟା....ସେଇଥିପାଇଁ ବାପ ଘରେ ଅଧାଦିନ ଶାଶୁ ଘରେ ଅଧା... କେତେ ଫୁଲେଇ ହେଉଛୁ କହ।
ଦେଖ ସାଙ୍ଗ ବୋଲି କହୁଛି କାହାରୀକୁ କହିବ ନାହିଁ।ତୁମେ ତ ଜାଣିଛ ମୁଁ ରମ୍ପାକୁ ଭଲ ପାଉଥିଲି....କିନ୍ତୁ ଖୁମ୍ପାକୁ କଣ ପାଈଁ ବହାହେଲି ଜାଣିଛ।
ମୋ ଗେରସ୍ତ ଗୋଟେ ବାଘ।ଅଫିସରେ ତାଙ୍କୁ ସମସ୍ତେ ଡରନ୍ତି।ହେଲେ ମୁଁ କିନ୍ତୁ ଡରେନି।
ତାଙ୍କର ଦୁର୍ବଳତା ଦେଖି ଏମିତି ଚୋଟ ମାରେ ଯେ ମୋ ବିଷରେ ପୁରା ବେହୋସ।
କହ କହ କେମିତି ପଚାରିଲା ଭେକେଟି।
ଆଲୋ ତୁ ଗୀତ ଶୁଣିନୁ କି....ମାଇଚିଆ ଗୋଖେଇ ସାହୁମାଇପ ହାତରୁ କହୁଣି ଖାଉ...ଅଣ୍ଡିରାପଣ ତୋ ଚୂଲିକି ଯାଉ ମାଇପ ପାଖରେ କୁଁ କୁଁ....
ସମସ୍ତେ ଖୁବ ଜୋରରେ ହସିଲେ....
ଅଣ୍ଡିରା ଗୁଡା ଦିନରେ ବାଘ ହେଲେ ରାତିରେ ଯୋଉ ଝିଅ ତାଙ୍କୁ ମେଣ୍ଢା ନ କରିପାରିଲା ସେ କି ଝିଅ କହିଲୁ....ଜାଣିଛୁ ଏମିତି ଥରେ ତାଙ୍କୁ ପାନେ ଦେଲିଯେ ସେ ସିଧା ହୋଇଗଲେ।
ସେ ତ ଅଫିସ କାମରେ ବ୍ୟସ୍ତ.... ଯିବେ ନଅ ଟାରେ ଆଉ ଆସିବେ ରାତି ଦଶଟା ରେ...ଏଇ ସମୟରେ ମୁଁ କଣ କରେ କହିଲ...
କଣ କଣ କହିଲୁ....ପଚାରିଲା ଚେପେଟି।
ଆଲୋ ଆଜିକାଲି କଣ ଆଉ ସେ ଯୁଗ ଅଛି ମୋବାଇଲ ଫୋନ ସବୁଠାରୁ ବଡ଼ ପ୍ରେମିକ... ମୁଁ ରମ୍ପାକୁ ଡାକି ଦିଏ...ସେ ଆସିଲେ ମୋର ଆଉ କଣ ଦୁଃଖ....ଆଲୋ ଜମି ପଟା ଜଣକ ନାମରେ ଫସଲ ଖାଉଛି ଆଉ ଜଣେ।
ଦେଖଲୋ ଟୁନି ମୁହିଁ ଙ୍କର ଅସଲ ଗୁଣ ତତଲା ଭାତରେ ଖାଆନ୍ତି ଲୁଣ। ଆମେ କହୁଛେ ଏଟାକିଛି ଜାଣି ନଥିବ।
ଦେଖ ସେମିତି କହିଲେ... ଆଉ କିଛି କହିବିନି।
ଆଲୋ ସାଙ୍ଗମାନେ କହିବୁନି ଆଉ କିଏ କହିବ।
ଦିନେ ଆମେ ଘରେ ତାଲା ଠୁକି ଯାଉଛୁ ନୂନ ସୋ ସିନେମା... ଏଇ ସମୟରେ ଘରେ ଆସି ବାବୁ ହାଜର... ଫୋନ କଲେ କୁଆଡେ ଯାଇଛ...ଆଲୋ ଆଉ କି ସେନେମାଦେଖିବି ଅଧାରୁ ଉଠି ରମ୍ପା ସହିତ ଫେରିଲି।
ସେ ପଚାରିଲେ ଏ ଟୋକା କିଏ...ତାଙ୍କୁ କହିଲି ସେ ପରା ମୋ ଗାଆଁରୁ ଆସିଛି ମୋ ଭାଇ...ଏମିତି ଅଭିନୟ କଲି ଯେ ସେ ପୁରା ଚୁପ ହୋଇ ଅଫିସ ଚାଲିଗଲେ।
ହେଲେ କଥା କଣ ସେତିକିରେ ରହିଲା...ରାତିରେ ଆସୁ ଆସୁ କହିଲେ କୁହ ସେ ଟୋକା କିଏ...ମୁଁ ଘରେ ନଥିଲେ ତୁମର ଏଇଆ ଧନ୍ଦା ଚାଲିଛି।
ଗେହ୍ଲେଇ ହୋଇ କହିଲି....ହେଇହେ...ମୋତେ ତମେ ସନ୍ଦେହ କରୁଛ....କହି ସୁଂ ସୁଂ ହୋଇ କାନ୍ଦିଲି...ସେ କି ବୁଝିବା ଲୋକ...ମୋତେ ଧମକେଇଲେ।।
ଆଲୋ ତା ପରେ କଣ ହେଲା ପଚାରିଲା ସୁକୁଟି।
ଆଲୋ ଶୁଣ.... ଟିକେ ସବୁର କର....ଲୁଗାଟାକୁ ଟିକେ ଅଣ୍ଟାରେ ଭିଡି ଛିଡା ହୋଇପଡିଲା ନେକେଟି।ତୁମର ସ୍କୁଲ କଥା ମନେ ଅଛିଟି।
କୋଉ କଥା ବା....
ସେଇ ଲୁଗାପଟା ଫୋପାଡ଼ି ଦୌଡ଼ିବା କଥା ବା....
ଆଲୋ ହଁ ଲୋ...ସେଇଟା କଣ ଗୋଟେ ରୋଗ ହୋଇଥିଲା ବୋଲି ତୋ ମାଆ କହୁଥିଲା..
ସେଗୁଡା ମିଛ...ସବୁ ସେଇ ରମ୍ପା କଥା।
ସେ ଯେମିତି ମୋ କଥା ମାନିଲେ ନାହିଁ... ଏମିତି ଲୁଗାକୁ ଫୋପାଡ଼ି ଦେଲି... ଆଉ କହିଲି ହଇରେ ଶଳା....ତୋ ଅଫିସରେ ତୁ ଟେମ୍ପର ଦେଖଉଛୁ ବୋଲି ମୋ ଆଗରେ ଟେମ୍ପର କାଢ଼ୁଛୁ.... ରହିଲା ତୋ ଲୁଗା ଆଉ ଗହଣା...ମୁଁ ଚାଲିଲି ମୋ ବୋପା ଘର... ମାନେ ଥାନାକୁ....ତୋ ଚାକିରୀ ଯଦି ନ ଖାଇଛି ମୁଁ ଧକୋଟି ଝିଅ ନେକେଟି ନୁହଁ।ଏତିକି କହି ମୁଣ୍ଡ ଟାକୁ ଢୋ କିନା କାନ୍ଥରେ ପିଟି ଦେଲି....ରକ୍ତ ବହିଲା।
ଏତିକିରେ ତ ତାଙ୍କ ପିଳେହି ପାଣି।
ରୁହ ରୁହ ଶ୍ରୀମତୀ କହି କୁଣ୍ଢେଇ ପକେଇଲେ... ମୋର ସବୁ ଭୁଲ...କହି କାକୁତି ମିନତୀ ହେଲେ.... ଆଉ କଣ କରିବି ଚାକିରିଆ ଗେରସ୍ତଟା କ୍ଷମା କରିଦେଲି।
ସେଇ ଦିନୁ ରମ୍ପା ତାଙ୍କର ଶଳା ଆଉ ସେ ମୋର !!!!!
ସମସ୍ତେ କହିଲେ.... ତୁ ହିଁ ଏକା ମରଦ ଛୁଆ...ତୁ ଏଥର ଗୋଟେ ବହି ଲେଖ..."ହ୍ୟାଣ୍ଡେଲ ଉଇଥ କେୟାର"ସ୍ଵାମୀ ହୋଇବେ ଫିଆର୍।
ସମସ୍ତେ ପୁଣି ହସିଲେ....
(ଦେହକୁ ନେବେନି...ହସ କଥା ମାତ୍ର)