Ashok Moharana

Comedy

3  

Ashok Moharana

Comedy

ସ୍ୱର୍ଗଦ୍ୱାର

ସ୍ୱର୍ଗଦ୍ୱାର

2 mins
335


 ସୁକୁଟାର ଏକା ଜିଦ ସେ ସ୍ୱର୍ଗଦ୍ୱାର ଯିବ ଆଉ ସେଇଟା କେମିତିକା ଦେଖିବ। ଏ କଥାକୁ ନେଇ ମାଆ କୁଟାଖାଇ ଭାରି ବ୍ୟସ୍ତ। ସୁକୁଟା ଟା ଏମିତି ବେଳରେ ଜନ୍ମ ହେଲା ଯେ ବୁଝିଥିବ ସେୟା। କୁଟାଖାଇ କହିଲା....ଆରେ ସ୍ୱର୍ଗଦ୍ୱାର ତ ପୁରୁଷୋତ୍ତମ କ୍ଷେତ୍ରରେ... ଆଉ କୁଆଡ଼େ ସ୍ୱର୍ଗଦ୍ୱାର ଅଛି ଯେ ଏତେ କଥା। ସୁକୁଟା କହିଲା, ଆଲୋ ମାଆ ଭଗିଆ ନନା କହିଲେ ତୋତେ ଘୋର ପାପ ଲାଗିଛି । ତୁ ଅହି ନର୍କରେ ପଡ଼ିବୁ....ତୋ ବଉଁଶ ବୁଡିବରେ ତୋ ମାଆ ମରିବରେ ସୁକୁଟା। ଆରେ ହେ ସୁକୁଟା ଗୋସେଇଁ ଏମିତି କିଆଁ କହିଲେ । କଣ କରିଛୁ କିରେ....ଆଲୋ ମାଆ କଣ କହିବି ? ବ୍ରାହ୍ମଣ ଶାସନ ରାସ୍ତା ଦେଇ ଯିବାବେଳେ ତାଙ୍କ କାଳିଆ କୁକୁର ଟା ମୋତେ ଦେଖିବା ମାତ୍ରେ ଭୁକୁଚି କଣ ଆଉ କରିଥାନ୍ତି ତାକୁ ଦେଲି ଯେ ଦି ପାହାରେ ଶଳା ମୁଣ୍ଡ ଏକା ଥରକେ ଛତୁ...! ହଇରେ ଅଳପ ଆଇସିୟା କଣ କଲୁରେ କୁକୁର ଟାକୁ ମାରିଦେଲୁ । କଣ କରିବି ଲୋ ମାଆ କିଏ ମୋ ଧନକୁ ଟିକେ ବୁଝା...ହାଉଳି ଖାଇଲେ କୁଟାଖାଇ ।


ଆଲୋ ମାଆ ସମସ୍ତେ କହୁଛନ୍ତି ଯେତେ ପାପ କଲେ କିଛି ଅସୁବିଧା ନାହିଁ ସ୍ୱର୍ଗଦ୍ୱାର ରେ ସବୁ ପାତକ ଛାଡିଯାଏ । ହେଲେ କାହିଁ ସ୍ୱର୍ଗଦ୍ୱାର, କାହିଁ ଆମେ ହେଲେ ପାପ ଯିବ କେମିତି କହିଲା କୁଟାଖାଇ ?

ସୁକୁଟା କହିଲା.... ତୁ ଚିନ୍ତା କରନା ମାଆ । ସ୍ୱର୍ଗଦ୍ୱାର ପାଇଁ ଆଉ ପୁରୁଷୋତ୍ତମ କ୍ଷେତ୍ର ଟଙ୍କା ସାରି ଯିବାକୁ ପଡ଼ିବ ନାହିଁ ସେ ବ୍ୟବସ୍ଥା କରିଛି ତୁ ଚୁପ ହୋଇ ରହ।

କୁଟାଖାଇ ଆଉ କରିବ କଣ ? ଚୁପ ହୋଇ ରହିଲା....ପୁଅଟା ତ ଏକ ଜିଦିଆଟା ବାପା ଭଳି । ହେଲେ କୁକୁର ମାରି ନର୍କ ଦେଖିବା ସାର ହେବ। ଏମିତି କିଛି ଦିନ ପରେ ଗାଁର ମାଧିଆ ଚିତ୍କାର କରି ଡ଼ାକ ପକେଇଲା ଆଲୋ ହେ କୁଟାଖାଇ.... ଧାଇଁ ଆସ ଲୋ....ତୋ ପୁଅଟା ପାଗଳ ହୋଇ ଯାଇଛି। ସେଇଟା ଆମ ଗାଆଁ ମଶାଣୀରେ ଗଡୁଛି।


କୁଟାଖାଇ ହାଉଳି ଛାଡି ଦୌଡ଼ିଲା ମଶାଣୀକୁ । ଆରେ ଏ କଣ ଏ କଣ ସୁକୁଟା.... ଏ ମଶାଣୀରେ ଗଡୁଛୁ କଣ ପାଇଁ । ୟାଡେ ଲୋକ ବି ରୁଣ୍ଡ ହୋଇଗଲେଣି। ଆରେ ମୋ ଧନ ମୋ ବାପା ଉଠୁରେ ଘରକୁ ଚାଲ। ଆଲୋ ମାଆ ମୋ ପାପ ଚଢ଼ାଉ ଚୁ ଯେ । ଆରେ ସ୍ୱର୍ଗଦ୍ୱାର ରେ ସିନା ପାପ ଛଡେଇ ବ ଏଠି କଣ...ଗାଁ ମଶାଣୀରେ ।

ଆଲୋ ମାଆ.... ଦେଖିଲୁ ସେ ଉପରେ କଣ ଲେଖା ହୋଇଛି କହିଲା ସୁକୁଟା । କୁଟାଖାଇ ଚାହିଁଲା, ବଡ଼ ବଡ଼ ଅକ୍ଷର ରେ ଲେଖା ହୋଇଛି "ସ୍ୱର୍ଗଦ୍ୱାର"।

ଏବେ କୁହ ସମସ୍ତେ.... ମୋ ପାପ ଚପିଲା କି ନାହିଁ । ସ୍ୱର୍ଗଦ୍ୱାର ପା ପୁରୀରୁ ସବୁ ଗାଁକୁ ଉଠି ଆସିଛି। ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ।


Rate this content
Log in

Similar oriya story from Comedy