Ashok Moharana

Comedy

3  

Ashok Moharana

Comedy

ନିଇତି ମୁଣ୍ଡିଆ

ନିଇତି ମୁଣ୍ଡିଆ

2 mins
398


ଯେଉଁ ଦିନଠାରୁ ଏଇ କାନ ଫୁସୁଫୁସୁ ଯନ୍ତ୍ରଟି ଆସିଲାଣି ସେଇ ଦିନଠାରୁ ନିଧିଆର ଚାଲି ଚଳଣି ଆଚାର ବ୍ୟବହାର ସବୁ କିଛି ବଦଳି ଗଲାଣି।

ଯେତେବେଳେ ଦେଖିବ ମୁଣ୍ଡକୁ ଝୁଙ୍କେଇ ଯନ୍ତ୍ରଟାକୁ ଦୁଇ ହାତରେ ଖେଞ୍ଚି ଖେଞ୍ଚି ନୟାନ୍ତ କରି ଦେଲାଣି।

ଏମିତି ଖେଞ୍ଚି ଖେଞ୍ଚି ଦିନେ ଗୋଟେ ଝିଅ ନିକକୁ ଖେଞ୍ଚି ହୋଇଗଲା। ଯୋଉଦିନ ସେଇ ଝିଅ ଗୋଟେ ମୁଣ୍ଡିଆ ଏମୋଜି ପଠେଇ ଦେଲା ସେଦିନ ନିଧିଆର ମୋବାଇଲ ଟଙ୍କା ଉଠିଗଲା।

ଖଟିଆରେ ପଡି ପଡି ଦିନ ଦଶରେ ଉଠୁଥିବା ନିଧିଆର ଜୀବନ ଚର୍ଯ୍ୟା ବଦଳି ଗଲା।ଭୋର ଚାରିରୁ ଆରମ୍ଭ ହୋଇଯାଏ ମୋବାଇଲ ଦେଖା.... ଯେମିତି ଝୁଅଟା ଗୋଟେ ମୁଣ୍ଡିଆ ପଠେଇ ଦିଏ.....ସେମିତି ନିଧିଆ ସ୍ଵପ୍ନରେ ଭାସି ଉଠେ।

ପ୍ରତିଦିନ ସକାଳେ ମୁଣ୍ଡିଆ ପାଠୋଉ ପଠାଉ ଉଭୟ ଙ୍କ ଭିତରେ ସମ୍ପର୍କ ପୁଣି ପରିଚୟ।ପରିଚୟରୁ ପ୍ରେମ।

ନିଧିଆକୁ ଝିଅଟା ସୁନ୍ଦର ସୁନ୍ଦର ସେଲ୍ଫି ଉଠାଇ ପଠାଉ ଥାଉ....ନିଧିଆ ବି ଖୁସି ଜା ହେଉ ଗୋଟେ ଭଲ ଝୁଅ ହୋଇଛି।ସୁନ୍ଦରୀ ବୁଦ୍ଧିମତୀ.....ହେଲେ ଟିକେ ଦୁର।କଟକରେ ନିଧିଆତ କୋରାପୁଟରେ ନିଲମ।

ଏଇ ସେଇ ନୀତି ମୁଣ୍ଡିଆ ପାଠୋଉ ଥିବା ଝିଅ...ଦିନେ ନିଲମ ଗୋଟେ ସୁନ୍ଦର ଫୋଟୋ ପଠେଇ କହିଲା...ଡାର୍ଲିଂଗ କେମିତି ଲାଗୁଛି।ନିଧିଆ ସଂଗେ ସଂଗେ ମେସେଜ ଦେଇ ଦେଲା ବୁଟିଫୁଲ।

ନିଲମ ସହିତ ରାତିରେ ଏକାନ୍ତରେ କଥା ହେବା ଏବେ ନିଧିଆର ଗୋଟେ ଅଭ୍ୟାସ ହୋଇ ଗଲାଣି।କଥା ନ ହେଲେ ଜମାରୁ ନିଦ ହୁଏନି।

ରାତି ଦଶଟାରେ ଆରମ୍ଭ ହୁଏ କଥା।ନିଲମ ଗୋଟେ ନାଇଟ ଡ୍ରେସ ପିନ୍ଧି ପୁରା ସେକ୍ସି ଦେଖାଯାଏ....ଖଟ ଉପରେ ଶୋଇ ମେସେଜ ଦିଏ....ଭିଡ଼ିଓ କଲିଂ ରେ ଉଭୟ କଥା ହୁଅନ୍ତି।

ନିଲମର ଫୋଟୋ ଦେଖି ପାଗଳ ହୋଇ ଯାଏ ନିଧିଆ..... ବହୁତ ଅନୁରୋଧ କରେ ସୁନ୍ଦରତାକୁ ଦେଖିବା ପାଇଁ ।ବହୁ କାକୁତି ମିନତୀ ହୁଏ। ନିଲମ ବୁଝେଇ ଦିଏ, ବାହାଘର ହେଇ ଯାଉ ମୁଁ ତ ସମ୍ପୂର୍ଣ୍ଣ ତୁମର ହୋଇଯିବି।

ଏମିତି ଭିତରେ ନିଲମର ଜନ୍ମଦିନ ଆସିଲା । ନିଲମ ଗେହ୍ଲେଇ ହୋଇ ପଚାରିଲା,ଡାର୍ଲିଂଗ ମୋ ଜନ୍ମଦିନରେ କଣ ଉପହାର ଦେଵ !

ନିଧିଆ କହିଲା....ଯାହା ମାଗିବ ଦେବି....

ନା....ତୁମ ଖୁସିରେ ଯାହା ଦେଵ ନେବି, କହିଲା ନିଲମ ।

ନିଧିଆ କଣ ଦେଵ....କଣ ଦେଵ ଭାବୁ ଭାବୁ କହିଲା ତୁମକୁ ଗୋଟେ ନୂଆ ମୋବାଇଲ ଦେବି ହେଲେ କେମିତି... ଦେଵ।

ନିଲମ କହିଲା....ମୋ ଆକାଉଣ୍ଟକୁ ପଠେଇ ଦିଅ କହି ଗୋଟେ ଚୁମା ଫିଙ୍ଗି ଦେଲା । ନିଧିଆର ଦେହ ପୁରା ଶୀତେଇ ଉଠିଲା।

ନିଧିଆ କହିଲା, ମାଇଁ ସୁଇଟ ଡାର୍ଲିଂଗ ନିଶ୍ଚିତ ଦେବି ତୁମର ତ ସବୁ । ତୁମ ଟଂକା ତୁମେ ନେବ ହେଲେ ରାତିରେ ମୋତେ।

ହଉ ଡାର୍ଲିଂଗ ସବୁ ଦେଖିବ, ହେଲେ ଭଲ ମୋବାଇଲଟେ ଦେଵ...

ନିଶ୍ଚିତ କହିଲା ନିଧିଆ ।

ସେଦିନ ସନ୍ଧ୍ୟାରୁ ନିଧିଆର ମୁଣ୍ଡ କାମ କରୁ ନଥାଏ।

ରାତି ଦଶ ଯେମିତି ହେଲା....ଭିଡ଼ିଓ କଲିଂ ଆସିଗଲା।

ନିଲମ ବେଡ଼ ରୁମରେ ଶୋଇଛି ଆଉ ହଟ ଡ୍ରେସ ପିନ୍ଧିଛି।ପ୍ରଥମେ କଥା, ପୁଣି ଚୁମା ଫିଙ୍ଗା ଫୁଙ୍ଗି ପୁଣି ଆଖି ମରାମରି।

ନିଧିଆ କହିଲା...ଏବେ ଟିକେ ଦର୍ଶନ କରା।

ମୋ ଗିଫ୍ଟ କାହିଁ....ଏତିକି କହି ନିଲମ ଛାତି ଉପରୁ ଡ୍ରେସଟା ଟିକେ ଭିଡି ଦେଲା ।

ଏତିକିରେ ନିଧିଆ ତାର ବ୍ୟାଙ୍କ ଏଟିଏମ ନୁମ୍ବର ପାସ ୱାର୍ଡ,ଆକାଉଣ୍ଟ ନୁମ୍ବର ଦେଲା ।

ନମ୍ବର ପାଇବା ମାତ୍ରେ ନିଲମ ଛାତି ଉପରୁ ଆଉ ଟିକେ ଡ୍ରେସଟା ଖସେଇ ଦେଲା।ନିଧିଆର ଆଖି ବୁଜି ହୋଇଗଲା।

ଏତିକିବେଳେ ମୋବାଇଲ ଟା ଟୁଉଁ ଟୁଉଁ ହେଲା....କଣ ଗୋଟେ ମେସେଜ ଆସିଲା ଭାବି ନିଧିଆ ମେସେଜ ଦେଖେ ତ ତିନି ଲକ୍ଷ ଗାଏବ।

ଆରେ ଆରେ ନିଲମ ଏତେ ଟଙ୍କା କଣ ଉଠେଇଲ.... ।କହୁ କହୁ ଗୋଟେ ମୁଣ୍ଡିଆ ଫୋଟୋ ଆସିଯାଇଥିଲା।

ଦୁମ କିନା ନିଧିଆ ଖଟ ଉପରୁ ତଳକୁ ଖସି ପଡିଲା।



Rate this content
Log in

Similar oriya story from Comedy