Ashok Moharana

Comedy Inspirational

3  

Ashok Moharana

Comedy Inspirational

ଯେସାକୁ ତେସା

ଯେସାକୁ ତେସା

2 mins
339


ଗୁଲଗୁଲା ସବୁବେଳେ କିଛି ନା କିଛି ଗୋଟେ କାଣ୍ଡ କରିବଏ କଥା ସମସ୍ତଙ୍କୁ ଜଣା ଏମିତି କାଣ୍ଡ ଯେମିତି ଅଖା ଧୋଉଥିବ ଆଉ ଗୁଣ ଗାଉଥିବ।ଏହାକୁ ନେଇ ଗୁଲୁଗୁଲା ର ମାଆ ଇଟିଲି ଭାରି ଖାପ୍ପା।

ରହିମ ମିଆଁକୁ ପାନେ କେମିତି ଦେଵ ସେଇ କଥା ନେଇ ସେ ମଉକା ଖୋଜୁଥିଲା ଗୁଲୁଗୁଲା ଚିନ୍ତା କଲା କଣ କରିବ।

ସତକୁ ସତ ତାର ହାଇ ବ୍ରିଡ଼ ମସ୍ତିଷ୍କ ରେ ଗୋଟେ ବୁଦ୍ଧି ଆସିଲା ରହିମ ସବୁବେଳେ ବୁଢ଼ୀ ଛେଳି ମାଂସ ଦେଇ କହୁଛି ଖାସି ମାଂସ ଟଙ୍କା ନେଉଛି।

ଦିନେ ରହିମ ମିଆଁ ନିକଟକୁ ଯାଇ କହିଲା ଭାଈ ଖାସି ମାଂସ କେଜି କେତେ ?

ସାତ ଶହ

ମେଣ୍ଢା ମାଂସ କେତେ ଦର

ଭାଈ ଚାରିଶ

ତେବେ ବୁଢ଼ୀ ଛେଳି କେତେ !

ଆରେ ବେଟା ତୁ କିତନା ମଟନ ନେବୁ ଯେ ଏତେ ଦର କଥା ପଚାରୁଛୁ।

ବୁଝିଲ ରହିମ ଚାଚା ମୁଁ ମୋ ବିଭାଘର କୁ ସବୁ ପ୍ରକାର ମାଂସ କରିବି ତ ସେଇଥିପାଇଁ ଦାମ ପଚାରୁ ଥିଲି।

ହାଁ ବେଟା ଠିକ ଅଛି କହିବୁ ମୁଁ ସବୁ ଯୋଗାଇ ଦେବୀ।


ଗୁଲୁଗୁଲା ଗୋଟେ କାରସାଦି କଲା ରହିମ ଦୋକାନ ଆଗରେ ଗୋଟେ ବଡ଼ ଫ୍ଲେକ୍ସ କରି ଲାଗେଇଦେଲା।କେଉଁ ମାଂସର କେତେ ଦାମ ଆଉ ସୁଯୋଗ ଅପେକ୍ଷା ରେ ରହିଲା କେମିତି ପାନେ ଦେଵ ଦିନେ ରବିବାର ଦେଖି ରହିମ ଚାଚା ଯେଉଁଠି ଛେଳି ଗୁଡ଼ାକ ହଲାର କରେ ଲୁଚି ଲୁଚି ଦିନେ ସେଠାରେ ପହଁଚିଲା।ମୋବାଇଲ ରେ ଫୋଟୋ ଉଠେଇଲା ଆଉ ଚୁପକିନା ସେଠି ପହଞ୍ଚିଲା।

ରହିମ ମିଆଁ ଖାସି ମାଂସ କହି ମେଣ୍ଢା ମାଂସ କୁ ସାତ ଶହ ଟଙ୍କାରେ ବିକି ବାକୁ ଲାଗିଲା ବଡ଼ ଖାସି ଭଲ ମାଲ ଅଛି କହି ବିକିବାରେ ଲାଗିଲା ।

ସୁଯୋଗ ଦେଖି ଗୁଲୁଗୁଲା କହିଲା ରହିମ ଚାଚା ମୋତେ କେଜିଟେ ଦିଅ ରହିମ ଚାଚା କେଜିଏ ମଟନ ପୁରେଇ ଜରି ବଢ଼େଇ ଦେଲେ

ଗୁଲୁଗୁଲା ଚାରି ଶହ ଟଙ୍କା ବଢ଼େଇ ଦେଲା

ଆରେ ବେଟା କଣ ଚାରି ଶହ ଦେଇଚୁ ଆଉ ତିନି ଶହ ଦେ କହିଲା ରହିମ ଚାଚା

ନା ଆଉ ଦେବୀ ନାହିଁ ମାଂସ ର ଦାମ ସେତିକି

କେଡେ ବାଜେ ପିଲାଟା ଯଦି ଟଙ୍କା ନାହିଁ ମଟନ ଖାଇବା ଛାଡି ଦେ ଟଂକା ଦେ ନହେଲେ ମାଂସ ଥୋଇ ଦେଇ ଯାଅ କହିଲା ରହିମ ଚାଚା

ଟଙ୍କା ଦେବିନି କି ମାଂସ ଫେରେଇ ବି ନାହିଁ କଣ କରିବ କର ।

ସେମାନଙ୍କ ଝଗଡା ଦେଖି।ଲୋକ ରୂଣ୍ଡ ହୋଇଗଲେ ଗୁଲୁଗୁଲା ଟା ଗାଲୁଆଙ୍କ ପରମ ଗୁରୁ ଯିଏ ଯେତେ କହିଲା ଶୁଣିଲା ନାହିଁ ଟଙ୍କା ଦେବନି ମାନେ ଦେବନି

ଝଗଡା ବଢ଼ି ବାରେ ଲାଗିଲା କେହି ଜଣେ ପୋଲିସ କୁ ଖବର ଦେଇଦେଲା ପୋଲିସ ପିସିଆର ଭ୍ୟାନ ଆସି ହାଜର କଥା କଣ ଟଙ୍କା କାହିଁକି ଦେଉନି

ପୋଲିସ କହିଲା ଏ ଟୋକା ବେଶୀ ଚର୍ବି ହୋଇଗଲାଣି ତୋର ନୁହେଁ ଥାନାକୁ ନେଇ ଥୁଙ୍କି ଦେଲେ ହେବ।

ଲୋକ ଜମା ହୋଇ ଥାନ୍ତି ଗୁଲୁଗୁଲା କହିଲା ସାର ମେଣ୍ଢା ମାଂସ ଚାରି ଶହ ଲେଖା ହୋଇଛି ମୁଁ ଚାରିଶ ଦେଇଛି।

ନାହିଁ ହଜୁର ଏଟା ପୁରା ଦକ୍ଷିଣୀ ଖାସି ଦେଖନ୍ତୁ ୟାର ନାଡ଼ା ଏ ଟୋକା ମୋତେ ବଦନାମ କରୁଛି।

ନାହିଁ ସାର ଦେଖନ୍ତୁ ସତ କଣ ମିଛ କଣ ଏତିକି କହି ମୋବାଇଲ ରେ ରେକର୍ଡ କରିଥିବା ଦୃଶ୍ୟକୁ ଦେଖେଇଲା ଗୁଲୁଗୁଲା।

ପୋଲିସ କହିଲା ଆରେ ଏ ଲୋକଟା ମେଣ୍ଢା ମାଂସ ଦେଇ ଲୋକଙ୍କ ଠାରୁ ଖାସି ମାଂସ ଦର ନେଉଛି ଏଟା ବଡ଼ ଧପାଵାଜ ଅଛି।

ପୁରା ତାକୁ ଥାନାରେ ଦୁଇଟା ପୋଲିସ ରହିମକୁ ଗାଡ଼ିରେ ବସେଇ ନେଇଗଲେ।


Rate this content
Log in

Similar oriya story from Comedy