Suchismita Sahoo

Drama Romance

4.0  

Suchismita Sahoo

Drama Romance

ତୁମକୁ ପାରୁନି ତ ଭୁଲି (ଭାଗ-୧୮)

ତୁମକୁ ପାରୁନି ତ ଭୁଲି (ଭାଗ-୧୮)

3 mins
224



ତା ପରଦିନ ଅମନ ଆଉ ସମୀର ଭୁବନେଶ୍ୱର ଗଲେ ପ୍ରମାଣ କିଛି ପାଇବା ଆଶାରେ। କାହ୍ନାଙ୍କ କୃପାରୁ ସତକୁ ସତ ସିସିଟିଭି କ୍ୟାମେରାରୁ ପ୍ରମାଣ ମିଳିଗଲା। ଏ ଭିତରେ ବିନୋଦ ମଉସା ବି ସବୁ ସତ ମାନି ଯାଇଥିଲେ। ତାଙ୍କ ମତରେ, ଶାନ୍ତି ମାଉସୀ ସବୁବେଳେ ନିଜ ଚାକିରୀ, ସାଙ୍ଗସାଥି ମସ୍ତିକୁ ନେଇ ବ୍ୟସ୍ତ ରହୁଥିଲେ, ନିଜ ଦୁନିଆରେ ରହୁଥିଲେ। ବିନୋଦ ମଉସାଙ୍କୁ ସ୍ୱାମୀ ହିସାବରେ ସ୍ନେହ ପ୍ରେମ ଓ ସମ୍ମାନ କିଛି ବି ମିଳୁ ନଥିଲା, ସେ ବହୁତ ଏକାକୀ ଅନୁଭବ କରୁଥିଲେ, ଲୋକ ଲଜ୍ୟା ଡ଼ରରେ ସେ ଚୁପ ରହୁଥିଲେ। ଏମିତିକି ଗୋଟିଏ ପିଲା କରିବାକୁ ଵି ଶାନ୍ତି ମାଉସୀ ରାଜି ନଥିଲେ। ସେ କହୁଥିଲେ, ପିଲାଟେ ହେଲେ ତାର ଯତ୍ନ କିଏ ନେବ? ଆମ ପାଖେ ତ ସମୀର ଅଛି, ସେ ଆମ ପୁଅ। ତାର ଯତ୍ନ ଭଲସେ ନେବା।


ନିଜର ପିଲାଟିଏ ହେଲେ, ଶାନ୍ତି ମାଉସୀ ବଦଳିଯିବେ ଆଉ ପରିବାରକୁ ଓ ବିନୋଦ ମଉସାଙ୍କୁ ସମୟ ଦେବେ ବୋଲି, ବିନୋଦ ମଉସା ଆଶାବାଦୀ ଥିଲେ ବୋଲି କହୁଥିଲେ। ହେଲେ ଅମନଙ୍କର ଜନ୍ମପରେ ଶାନ୍ତି ମାଉସୀ ଅସୁସ୍ଥ ହେଇ ପଡିଲେ, ତାଙ୍କ ଦେହ ସବୁଦିନ ପ୍ରାୟ ଖରାପ ରହୁଥିଲା। ବିବାହ ପରଠୁ ସ୍ତ୍ରୀ ପାଖରୁ ଶାରୀରିକ କି ମାନସିକ ପ୍ରେମ କେବେ ନ ପାଇ, ସେ ବହୁତ ଏକା ଅନୁଭବ କରୁଥିଲେ। ଆଉ ସେଥିପାଇଁ...। ନିଜର ଭୁଲ ପାଇଁ ସେ ବହୁତ ଅନୁତାପ କରୁଥିଲେ। କାନ୍ଦି କାନ୍ଦି କହୁଥିଲେ ମତେ ଫାଶୀ ଦେଇଦିଅ। ମାରିଦିଅ ମତେ। ଆ ଭିତରେ ସେ କାର ଡ୍ରାଇଭର (ଯିଏ ସେଦିନ ରାତିରେ ଆକାଶଙ୍କ ପିଠିରେ ଛୁରି ଭୁସିଥିଲା) ବି ଧରା ପଡିଯାଇଥିଲା। ବିନୋଦ ମଉସାଙ୍କ ଆତ୍ମ ସମର୍ପଣ, ସିସିଟିଭିର ରେକର୍ଡ, ପ୍ରିୟାର ବୟାନ ସହ କାର ଡ୍ରାଇଭରର ବୟାନକୁ ଭିତ୍ତି କରି କାର ଡ୍ରାଇଭରକୁ ୧୨ ବର୍ଷ ଆଉ ବିନୋଦ ମଉସାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା। ଶାନ୍ତି ମାଉସୀଙ୍କ ମାନସିକ ଅବସ୍ଥା ଦେଖି, ପ୍ରିୟାର ଅନୁରୋଧ କ୍ରମେ ବିନୋଦ ମଉସାଙ୍କ ଦଣ୍ଡ କୋହଳ କରାଯାଇ ଆଜୀବନ କାରାଦଣ୍ଡ ଦିଆ ହେଇଥିଲା ଆଉ ତା ସହ ଅମନଙ୍କ ବାହାଘରରେ ଉପସ୍ଥିତ ରହିବାର ଅନୁମତି।


ଏପଟେ, ଡିସେମ୍ବର ୨୨ ତାରିଖକୁ, ବିବାହ ଦିନ ଭାବେ ଧାର୍ଯ୍ୟ କରାହେଇଥିଲା। ସମସ୍ତେ ବିବାହର ଯୋଗାଡ଼ରେ ମାତିଥାନ୍ତି। କାହାର କୋଉ ଚିନ୍ତା, ହେଲେ ମୋ ଶଶୁରଙ୍କର ଖାଲି ଆମିଷ ବ୍ୟଞ୍ଜନ ଚିନ୍ତାଥିଲା। ବିବାହ ଦିନ ସେ ଛେଳି, କୁକୁଡ଼ା, ଚିଙ୍ଗୁଡ଼ି, ମାଛ ସମସ୍ତଙ୍କୁ ବଳି ଚଢ଼େଇବାର ମାଷ୍ଟର ଯୋଜନା କରିଥିଲେ। ମୁଁ ପ୍ରିୟାର ଶାଢ଼ୀ ଆଉ ଗହଣା କଥା ବୁଝାବୁଝି କରୁଥାଏ। ହେଲେ ଗହଣା କଥା ଶୁଣି, ପ୍ରିୟା ଜମା ବି ରାଜି ହେଲାନି। କହିଲା, ମତେ ଗହଣା ପସନ୍ଦ ନାହିଁ ଆଉ ତାପରେ କରଜ ଧାର କରି ଗହଣା ପିନ୍ଧିବାରେ କି ଲାଭ। ମୁଁ ମୋ ବାପା ଆଉ ଭାଇଙ୍କୁ ହଇରାଣ କରି ସୁନା ଗହଣା ପିନ୍ଧିବାକୁ ଜମା ବି ଚାହୁଁନି। ତୁ ଜମା ବି ସେସବୁ ମୋ ପାଇଁ କିଣେନି। ହେଲେ ମତେ ଲାଗେ, ଚାକିରୀ କରୁନଥିବା ଝିଅର ନିଜସ୍ୱ ଧନ ହେଉଛି ତା ସୁନା ଗହଣା। ଆବଶ୍ୟକ ସମୟରେ ବିକି/ବନ୍ଧକ ରଖି ସେ ନିଜ ପରିବାରକୁ ଚଳେଇ ନେଇପାରିବ, ନିଜ ଭବିଷ୍ୟତ ଗଢିପାରିବ। ହେଲେ ଏହା ସତ ଯେ, ଲୋକ ଦେଖାଣିଆ ପାଇଁ କେବେ ନୁହେଁ କିମ୍ବା ନିଜ ବାପା ଭାଇଙ୍କ ତଣ୍ଟି ଚିପି କେବେବି ନୁହେଁ। ନିଜ ସାମର୍ଥ୍ୟ ମୁତାବକ, ବାପାଙ୍କଠୁ ମିଳିଥିବା ଗହଣା ନେବାରେ କୌଣସି ଆବଶ୍ୟକ ନାହିଁ। ଏମିତି କହି ପ୍ରିୟାକୁ ଶେଷରେ ବୁଝେଇଦେଲି। ବାହାଘର ପାଇଁ ସବୁ ଯୋଗାଡ ଶୁରୁଖୁରେ ହେଇଚାଲିଲା।


ମଙ୍ଗଳପାଗ ଦିନ, ଅମନଙ୍କୁ ମଙ୍ଗୁଳେଇ ସାରିବା ପରେ, ପ୍ରିୟାକୁ ମଙ୍ଗୁଳେଇବା ପାଇଁ ଆଣିବାକୁ ପଡୋଶୀ ଘର ଜଣେ ଭାଉଜ ତା ରୁମକୁ ଯାଇଥିଲେ। ଆସି କହିଲେ, ପ୍ରିୟା ତା ରୁମରେ ବସି କାନ୍ଦୁଛି, ଯେତେ ଡାକିଲେ ବି ଶୁଣୁନି ମୋ କଥା। ମୁଁ ତାଙ୍କୁ କହିଲି, ହଉ ଠିକ ଅଛି, ତମେ ଟିକେ ଦେଖିନିଅ, ଝିଅ ମଙ୍ଗୁଳା ପାଇଁ ସବୁ ଜିନିଷ ଯୋଗାଡ଼ ହେଇଛି କି ନାହିଁ, ମୁଁ ଯାଇ ପ୍ରିୟାକୁ ଡାକି ଆଣୁଛି। ମୁଁ ଯାଇ ଦେଖେ ତ, ପ୍ରିୟା ଝରକାରେ ମୁଣ୍ଡ ଦେଇ କଣ ଭାବୁଛି, ଆଖିରୁ ତାର ଧାର ଧାର ଲୁହ ବହି ଯାଉଛି। ମୁଁ ସଙ୍ଗେ ସଙ୍ଗେ ତା ପାଖକୁ ଦୌଡ଼ି ଯାଇ, ତା ମୁଣ୍ଡ ଟିକେ ଆଉଁସି ଦେଇ ପଚାରିଲି, କଣ ହେଲା? ତୁ କାନ୍ଦୁଛୁ କଣ ପାଇଁ ? ଘର ଛାଡ଼ି ଶାଶୁ ଘର ଚାଲିଯିବୁ, ସେଥିପାଇଁ? ନା ଆଉ କଣ ହେଇଛି? ମତେ କହଲୋ ପାଗିଳି। ତୁ ଆଗ ଏ ଲୁହ ପୋଛିଲୁ, କହି ମୋ ପଣତ କାନିରେ ତା ଲୁହ ପୋଛିଦେଲି। ସେ ମତେ ବଲବଲ ହେଇ କିଛି ସମୟ ଚାହିଁଲା, ଯେମିତି ଅନେକ କିଛି ମତେ ପଚାରିବାକୁ ଚାହେଁ ହେଲେ ପଚାରି ପାରୁନି। ମୁଁ କହିଲି, କିଛି କହିବୁ ମତେ? ହୋଉ, ଆଗେ ତୋ ମଙ୍ଗୁଳା ସରିଯାଉ, ତା ପରେ ତୋର ମୋର ବସି ଦୁଃଖ ସୁଖ ହେବା। ସମସ୍ତେ ସିଆଡେ ତତେ ଅପେକ୍ଷା କରିଛନ୍ତି ଲୋ। ତୁ ଖାଲି ମତେ ଏତିକି କହ, ତୁ ଭାଉଜଙ୍କ (ପଡୋଶୀ) ସହ ତଳକୁ ନଯାଇ ଏଠି ବସି କାନ୍ଦୁଛୁ କଣ ପାଇଁ? ଉତ୍ତରରେ ପ୍ରିୟା ମତେ ପଚାରିଲା, ତୁ କଣ ପାଇଁ ତୋ ମଙ୍ଗଳ ପାଗ ଦିନ କାନ୍ଦୁଥିଲୁ? ପ୍ରିୟାର ଏ ପ୍ରଶ୍ନ ମତେ ଯେମିତି ଝଟକା ପରି ଲାଗିଲା। ମୁଁ ଛେପ ଢ଼ୋକି ପଚାରିଲି, କଣ କହିବାକୁ ଚାହୁଁ ପ୍ରିୟା? ପ୍ରିୟା କହିଲା, ସେଦିନ ତୋ ଆଖିର ଲୁହ ଆଉ ଆଜି ମୋ ଆଖିର ଲୁହର କାରଣ ସମାନ, ଖାଲି କାରଣ ନୁହେଁରେ, କାରଣ ପଛର ନାୟକ ବି ସମାନ। ତୁ ବିବାହ ପୂର୍ବରୁ ଆକାଶଙ୍କୁ ଝୁରି ହେଇ କାନ୍ଦୁଥିଲୁ ଆଉ ଆଜି ମୁଁ ବି। ସମୀର ଭାଇଙ୍କୁ ବାହା ହେବା ପରେ ବି ତୁ ଆକାଶଙ୍କୁ ଭୁଲି ପାରୁନୁ ଆଉ ଅମନଙ୍କୁ ବିବାହ ପରେ ବି ମୁଁ ଆକାଶଙ୍କୁ ଭୁଲି ପାରିବିନି। ସେ ସବୁ ଛାଡେ, ମଙ୍ଗୁଳି କରିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି ପରା, ଚାଲ ଯିବା କହି ପ୍ରିୟା ରୁମରୁ ବାହାରିଗଲା। ହେଲେ ପ୍ରିୟା ର କଥା ଶୁଣି, ମୁଁ ଅବାକ ହେଇ ଖୁଣ୍ଟ ପରି ସେମିତି ଛିଡା ହୋଇଥାଏ। 


କ୍ରମଶଃ



Rate this content
Log in

Similar oriya story from Drama