STORYMIRROR

Suchismita Sahoo

Abstract

4.3  

Suchismita Sahoo

Abstract

ବେଶ୍ୟା

ବେଶ୍ୟା

6 mins
303


ମୀନା ! ମୀନା! ଏ ସୁରଭିର କଣ ହେଇଛି? କଷ୍ଟମର୍ ଆସିବା କଥା ଶୁଣିଲେ ଯାହାକୁ ଡର ଆଉ ରାଗ ଲାଗୁଥିଲା, ଜବରଦସ୍ତି ଯାହାକୁ ସଜେଇ କଷ୍ଟମରଙ୍କ ପାଖକୁ ପଠା ହେଉଥିଲା, ଆଜି ସେ ନିଜ ଇଚ୍ଛାରେ ନିଜକୁ ଏତେ ସଜେଇ କଷ୍ଟମରଙ୍କ ପାଖକୁ। ବିଶ୍ୱାସ ହେଉନିରେ ମୀନା, ତାକୁ ଆଉ ସିଲା ଅପା ବେଶ୍ୟାଳୟର ମୁଖ୍ୟ ଡରେଇ ଧମକେଇ ଏମିତି କରାଉନି ତ? କଣ ହେଇଛି ସୁରଭିର? ମତେ ଜମା ଭଲ ଲାଗୁନି। ଏମିତି କେତେକଥା ମୁଁ ଗାର୍ଗୀ, ବେଶ୍ୟାଳୟର ଜଣେ ପୁରୁଖା ବେଶ୍ୟା, ବୟସର ଅପରାହ୍ନରେ କହିଲେ ଚଳିବ ପଚାରି ଚାଲିଥିଲି ମିନାକୁ। ଆଲୋ ଖୁଣ୍ଟଟା ଭଳିଆ ଛିଡା ହେଇଛୁ କଣ ଲୋ, ତତେ ପା କିଛି ପଚାରୁଛି। ଆଚ୍ଛା, ସେ ପିଲାଟା ଆଉ କାହିଁକି ଦେଖା ଯାଉନି ତ? ସବୁ ରବିବାର ଯିଏ ଆସେ,  କେବଳ ସୁରଭି ସହ ମିଶେ, ପ୍ରଥମ ଗରାଖ ଯିଏ ବେଶ୍ୟାକୁ ବିନା ମେକଅପ୍ ରେ ଆସିବାକୁ କୁହେ, ଭାରି ଭଲ ପିଲାଟିଏ ଥିଲାରେ। ଲାଗୁଥିଲା ଯେମିତି ସେ ଆମ ସୁରଭିକୁ ଭଲ ପାଉଥିଲା, ସବୁ ଗରାଖ ପରି ତା ସୁନ୍ଦର୍ ମୁହଁ, ସଜ ସଜ କୋମଳ ଦେହକୁ ନୁହେଁ ବରଂ ଶାନ୍ତ, ଶୀତଳ ମନଟାକୁ। ବୋଧେ ପ୍ରଥମ ଗ୍ରାହକ ଥିଲା, ଯିଏ ବେଶ୍ୟାଙ୍କୁ ମଣିଷ ଭଳି ଭାବୁଥିଲା। ନହେଲେ ଆଉ ଯେତକ ଆସନ୍ତି, ପଶୁ ଗୁଡ଼ାକରେ, ଦିନରେ ଭଦ୍ର ମଣିଷ ଭଳି ଦେଖେଇ ହେଉଥବା ଅମଣିଷ ପଶୁ ଗୁଡ଼ା। ଭାରି ଭଲଲାଗେ ମତେ ସେ ପିଲାଟି, କେଡେ ସ୍ନେହୀ, ଶିକ୍ଷିତ, ସବୁ ଗୁଣର ସେ। ମତେ ଲାଗୁଛି ସେ ନିଶ୍ଚୟ ଆମ ସୁରଭିକୁ ବିବାହ କରିବ ଆଉ ତାକୁ ଏଇ ନର୍କରୁ ଉଦ୍ଧାର କରିବ। ହେଲେ ସେ ଆଉ ଆସୁନି କାହିଁକି, ତାର କିଛି ଆଉ ଅସୁବିଧା ହେଇନି ତ ଏତକ ସରୁଣୁ କିଏ ଜଣେ କହି ଉଠିଲା, "ନା" ତାର କିଛି ଅସୁବିଧା ହେଇନି ! ବେଶ୍ୟାଳୟ ବାହାରେ ଥିବା ପୁରୁଷ ଗୁଡ଼ାଙ୍କର କେବେ କିଛି ଅସୁବିଧା ହୁଏନି। ମୁଁ ଆଉ ମୀନା ମୁହଁ ବୁଲେଇ ଦେଖିବାରୁ, ସୁରଭି ଛିଡା ହେଇଛି। ଆଖିରେ ରାଗ ମିଶା ଲୁହ, ଓଠରେ ହସ ଏମିତି ଲାଗୁଥିଲା ସେ ନିଜେ ବୋଧେ ଜାଣିପାରୁନି ସେ ରାଗିବ, କାନ୍ଦିବ ନା ହସିବ। ଦୌଡ଼ି ଗଲି ସୁରଭି ପାଖକୁ, ତା ମୁଣ୍ଡ ଆଉଁସି ପଚାରିବା ପୂର୍ବରୁ ସେ କହିଲା, ଜାଣେ ତୁମେ କଣ ପଚାରିବ ଆଲୋକ ଆଉ କେବେ ବି ଆସିବନି ଏ ବେଶ୍ୟାଳୟକୁ। ମୁଁ ପଚାରିଲି ମାନେ! ତୁ କଣ କହୁଛୁ? ସୁରଭି କହିଲା, ହଁ ଗାର୍ଗୀ ଅପା,ମୁଁ ସତ କହୁଛି, ବେଶ୍ୟଳୟ ବାହାରେ ସବୁ ପୁରୁଷ ଗୁଡ଼ା ସମାନ, ଆଉ ସବୁ ପୁରୁଷଙ୍କ ପାଇଁ ଆମେ ଗୋଟେ entertainment ର ଉତ୍ସ, ତାଙ୍କ ମନକୁ ସନ୍ତୁଳନ କରିବାର ଏକ ମାଧ୍ୟମ। ସେମାନେ ନା କେବେ ଆମ ଦେହକୁ ଭଲ ପାଆନ୍ତି ନା କେବେ ଆମ ମନକୁ, ସେମାନେ କେବଳ ନିଜ ସ୍ବାର୍ଥକୁ ଭଲ ପାଆନ୍ତି। ମୁଁ ବୁଝାଇବାକୁ ଯାଇ କହିଲି, ସମ୍ଭାଳେ ଟିକେ ନିଜକୁ ସୁରଭି, କଣ ହେଇଛି ଖୋଲିକି କହ ମତେ, ସେ ପିଲା ମାନେ ଆଲୋକ କଣ। 

ସୁରଭି:- ହଁ ଅପା! ସେ ମୋ ପାଖକୁ ଆସିଥିଲା କେବଳ ନିଜ ପୁରୁଣା ପ୍ରେମିକାକୁ ଭୁଲିବାକୁ ଯାହାକୁ ସେ ବହୁତ୍ ଭଲ ପାଉଥିଲା। ତା ଯୁକ୍ତ ଦୁଇ ପଢ଼ିବା ସମୟରୁ ସେ ଜଣେ ଝିଅକୁ ଭଲ ପାଉଥିଲା, ଆଉ ସେ ଝିଅ ବି ବହୁତ୍ ଫାଇଦା ନେଉଥିଲା ଆଲୋକର ଭଲ ପାଇବାର। କିଛି ବର୍ଷ ଧରି ଏମିତି ଭଲ ପାଇବାର ନାଟକ ଚାଲିଥିଲା ସେ ଦୁହିଙ୍କ ଭିତରେ। ହେଲେ ଆଲୋକ ଅନୁଭବ କଲା, ଝିଅ ହେଉଛି ମର୍ଡନ ସମାଜର ଅତି ମର୍ଡନ ଝିଅ, ତାକୁ ଦରକାର୍ ଭୁବନେଶ୍ୱରରେ ନିଜ ବଙ୍ଗଳା, କାର, ପଇସା ଆଉ ମସ୍ତି। ତାକୁ ବିବାହ ପରେ ଆଲୋକର ପରିବାର ସହ ରହିବାକୁ ଇଚ୍ଛା ନଥିଲା। ହେଲେ ଆଲୋକ ଉପରେ ଘରର ସବୁ ଦାୟିତ୍ଵ, ତା ବାପା, ମାଆ, ବିବାହିତ ଭଉଣୀ, ଭାଇ। ସଭିଙ୍କ ଦାୟିତ୍ଵ ନେଇ, ସ୍ୱଳ୍ପ ଦରମାରେ ଝିଅର ସବୁ ଇଚ୍ଛା ପୂର୍ଣ୍ଣ କରିବା ସମ୍ଭବ ନଥିଲା। ତେଣୁ ଝିଅ ତା ଉପରେ ଅଶାନ୍ତି ଥିଲା। ଝିଅର ଆବଶ୍ୟକତା ପୁରଣ ନହେଲେ ଆଲୋକକୁ ବିବାହ କରିବନି ବୋଲି ରୋକ୍ ଠୋକ୍ ମନା କରିଦେଇଥିଲା। ଆଉ ସେ ଝିଅ ଆଲୋକ ସହ ସମ୍ପର୍କ କାଟିଦେଇଥିଲା। ନା ଆଲୋକ ସେ ଝିଅକୁ ଖୁସି କରିପାରୁଥିଲା ନା ଝିଅକୁ ଛାଡ଼ି ରହିପାରୁଥିଲା। ପରିବାର, ଝିଅ କାହାକୁ ଆପଣେଇବ, ସେଇ ଚିନ୍ତାରେ ସେ ଥରେ ଆତ୍ମହତ୍ୟା କରିବା କଥା ଭାବିଥିଲା, ହେଲେ ସେ ଗଲା ପରେ ତା ପରିବାରର କଣ ହେବ ଭାବି ନିଜକୁ ରୋକି ଦେଲା। ଜାଣେନି କାହିଁକି ସେ ବେଶ୍ୟଗାରକୁ ଆସିଲା, ହେଲେ ସତ କହୁଛି ଅପା, ସେ ଥରୁଟିଏ ବି ମତେ ଛୁଇଁ ବାକୁ ଚେଷ୍ଟା କରିନି, ମୋ ସହ ଜବରଦସ୍ତି କରିନି ବରଂ ମତେ ନିଜର ଜଣେ ଆପଣାର ଭାବି ମୋ ସହ ତା ସୁଖ ଦୁଃଖ ବାଣ୍ଟି ଆସୁଥିଲା। ଏମିତି ଭିତରେ ଆଲୋକ ଯେମିତି ମୋର ଅଭ୍ୟାସରେ ପରିଣତ ହେଇଯାଇଥିଲା। ମୁଁ ସବୁ ରବିବାର ରାତିକୁ ଚାତକ ପରି ଅପେକ୍ଷା କରି ରହୁଥିଲି। ଆଲୋକ ଆସୁଥିଲେ ମୋ ଜୀବନରେ ଆଲୋକ ନେଇ। ଖୁସି ଲାଗୁଥିଲା ଜଣେ ମଣିଷ ଯିଏ ମୋ ଶରୀର ନୁହେଁ ମୋ ସହ ସମୟ କାଟିବାକୁ ଆସୁଥିଲା। ଖୁସି ଲାଗୁଥିଲା ସେଇ ଗୋଟିଏ ରାତି, କାହିଁକିନା ସେରାତି ମତେ ମେଞ୍ଚାଏ ପାଉଡର, କଜଳ, କୁକୁମ୍, ଗଜରାରେ ସଜ ହେବାକୁ ପଡୁ ନଥିଲା। ଲାଗୁଥିଲା ଯେମିତି ମୁଁ ତାଙ୍କ ପ୍ରେମରେ ପଡ଼ି ସାରିଲିଣି, ମୁଁ ତାଙ୍କ ଧର୍ମପତ୍ନୀ, ସେଥିପାଇଁ ଅନ୍ୟ ଦିନ ମାନଙ୍କରେ ଆଉ କୋଉ ଗରାଖକୁ ଜବରଦସ୍ତି ଖୁସି ଯେବେ କରେ ମତେ ଲାଗେ ମୁଁ ଆଲୋକଙ୍କୁ ଠକ

ୁଛି। ଧିରେ ଧିରେ ଆଲୋକ ବି ମତେ ପସନ୍ଦ କରିବାକୁ ଲାଗିଲେ, ସେଦିନ ମତେ ନିଜ ବାହୁରେ ଭିଡ଼ି ନେଇ ମୋ କପାଳରେ ଆଙ୍କି ଦେଲେ ଗୋଟେ ମିଠା ଚୁମା। ଓଃ, କି ସ୍ୱର୍ଗୀୟ ଅନୁଭବ ଥିଲା। ଏତେ ପୁରୁଷ ଜବରଦସ୍ତି ଝୁଣି ସାରିଛନ୍ତି ମୋ ଦେହକୁ, ସେଥିପାଇଁ ପୁରୁଷ ଗୁଡାଙ୍କୁ ଦେଖିଲେ ମତେ ଘୃଣା ଆସେ, ଶାରୀରିକ ସମ୍ପର୍କ, ଚୁମା କଥା ଉଠିଲେ ମୋ ରକ୍ତ ଗରମ ହେଇଯାଏ। ସେଦିନ ପ୍ରଥମ ଥର କୋଉ ପୁରୁଷର ଛୁଆଁ ମିଠା ଲାଗୁଥିଲା ମତେ, ଅନୁଭବ କଲି ଯେ, ଶାରୀରିକ ସମ୍ପର୍କ, ପୁରୁଷର ଛୁଆଁ କେତେ ପବିତ୍ର। ଏମିତି ଭାବନାରେ ଥିଲା ବେଳେ, ସେ ମତେ ଆଉଟିକେ ପାଖକୁ ଭିଡି ନେଇ ମୋ ଓଠକୁ ଲୁଚେଇଦେଲେ ତାଙ୍କ ଦୁଇ ଓଠ ଭିତରେ, ପ୍ରଥମ ଥର ମୁଁ ନିଜକୁ ମୁକୁଳେଇବାକୁ ଚେଷ୍ଟା କରିନି। ଗୋଟେ ଅଜଣା ବିଦ୍ୟୁତ୍ ପ୍ରବାହ ହେଉଥିଲେ ମୋ ପୁରା ଶରୀରରେ। ମୋ କେଶକୁ ଟିକେ ସାଉଁଳେଇ ଦେଇ ଆଲୋକ ମତେ ପଚାରିଲେ, ବିବାହ କରିବ ମତେ? ସ୍ଵାମୀ ରୂପେ ଗ୍ରହଣ କରି ପାରିବ ମତେ? ଦରମା କିନ୍ତୁ ସ୍ୱଳ୍ପ ଆଉ ଘରର ଗୋଟିଏ ପୁଅ ହିସାବରେ ପରିବାରର ଦାୟିତ୍ଵ ମୋର, ନା ନା ମତେ ଯଦି ବିବାହ କରିବାକୁ ହଁ କହିବ, ତେବେ ସେ ଦାୟିତ୍ଵ ତୁମର। ନେଇ ପାରିବ ସେ ଦାୟିତ୍ଵକୁ? ମୁଁ ବିଶ୍ୱାସ କରି ପାରୁ ନଥିଲି ସେସବୁ ମୁହୂର୍ତ୍ତକୁ, ମୋର ବିବାହ ହେବ, ମୋତେ ଗୋଟେ ପରିବାର ମିଳିବ, ମତେ ସମ୍ମାନ, ସ୍ନେହ ଓ ପ୍ରେମ ଦେଉଥିବା ଭଳି ସ୍ଵାମୀ ଟିଏ ମିଳିବ, ଏ ନର୍କରୁ ମତେ ଉଦ୍ଧାର ମିଳିବ, ସବୁ କିଛି ମତେ ସ୍ବପ୍ନ ଭଳି ଲାଗୁଥିଲା, ଖୁସିର ସେଇ ମୁହୂର୍ତ୍ତ ଲୁହ ହେଇ ବହିଯାଉଥିଲା ମୋ ଗାଲ ଦେଇ। ସେ ମତେ ଟିକେ ଭିଡ଼ି ନେଇ କହିଲେ, ଘରେ ଖାଲି ତୁମ ଏଇ ବେଶ୍ୟାଲୟ ବିଷୟରେ କିଛି କହିବନି, ପୁରୁଣା ଗାଉଁଲି ଲୋକ ନା, ବୋଧେ ବୁଝିପାରିବେନି। ଅବୋଧ ଶିଶୁ ପରି ମୁଣ୍ଡ ଟୁଙ୍ଗାରି ହଜେଇ ଦେଲି ନିଜକୁ ଆଲୋକଙ୍କ ବାହୁ ବନ୍ଧନରେ। 

ଏତକ କହୁ କହୁ ଜୋରରେ କାନ୍ଦି ଉଠିଲା ସୁରଭି। ତାକୁ ଟିକେ କୋଳକୁ ଭିଡ଼ି ନେଇ ପଚାରିଲି, ତୁ କାନ୍ଦୁଛୁ କଣ ପାଇଁ, ଏ ସବୁ ତ ବହୁତ୍ ଭଲ କଥା, ସବୁ ଝିଅ ଯେମିତି ସ୍ଵପ୍ନ ଦେଖି ଥାଆନ୍ତି, ସେମିତି ସୁଖ ତୋ ଜୀବନରେ ଅଛି ଯାହା ନା ମତେ ମିଳିଛି ନା ମୀନାକୁ ନା ଏଠି ଆଉ କାହାକୁ। ତୁ ଭାଗ୍ୟବତୀ ଲୋ, ତଥାପି ତୁ କାନ୍ଦୁଛୁ କାହିଁକି, ଆଲୋକ ଆଉ ଆସୁ ନାହାଁନ୍ତି କାହିଁକି? କଣ ହେଲା, ତୁ ସେକଥା ନକହି ମତେ ଅନ୍ୟକଥା ସବୁ କହି ଚାଲୁଛୁ। ଆଲୋକ ଙ୍କର୍ କିଛି ଆଉ ଅସୁବିଧା ।

ସୁରଭି:- କିଛି ହେଇନି ତାଙ୍କର। ସେ ତାଙ୍କ ପ୍ରେମିକାକୁ ଭୁଲି ପାରୁନାହାନ୍ତି, କାଳେ ପ୍ରଥମ ପ୍ରେମ ଯେତେ ଖଟା ହେଲେବି ତାକୁ ଭୁଲିବା ଏତେ ସହଜ ନୁହେଁ। ତାଙ୍କ ପ୍ରେମିକା କାଳେ ନିଜ ଭୁଲ୍ ବୁଝିପାରି ପୁଣିଥରେ ତାଙ୍କ ଜୀବନକୁ ଆସିବାକୁ ଚେଷ୍ଟା କରୁଥିଲା। ଆଲୋକଠୁ ଦୂରେଇ କାଳେ ସେ ବହୁତ୍ ମନସ୍ତାପରେ ଥିଲା। ଏବେ କାଳେ ତାକୁ ଘର, ବଙ୍ଗଳା, ଗାଡ଼ି କିଛି ଦରକାର ନାହିଁ, ସେ ଆଲୋକର ସ୍ୱଳ୍ପ ଦରମାରେ ନିଜକୁ ଚଳେଇ ନେବ। ଏସବୁ ଶୁଣିବା ପରେ, ଆଲୋକଙ୍କ ମନରେ ଥିବା ପୁରୁଣା ପ୍ରେମ ଜାଗି ଉଠିଲା, ତାଙ୍କୁ ଲାଗିଲା ଯେ, ସେ ଠକୁଛନ୍ତି ତାଙ୍କ ପ୍ରେମିକାକୁ, ତେଣୁ ସେ ଫେରିବାକୁ ଚାହୁଥିଲେ। ମତେ ମୋର ମତ ପଚାରିଲେ, ମୁଁ କଣ ବା କହିବି, ଯାହାର ମନ ମୋ ଠାରୁ ମାତ୍ର କେଇଟା ଦିନ ଭିତରେ ଉଠିଗଲା, ତାକୁ ସାରା ଜୀବନ କେମିତି ବାନ୍ଧି ରଖି ପାରିବି? ତା ସହ ସେ ପୁଣି କହିଲେ ଘରେ ଯଦି ଜାଣିବେ ମୁଁ ବେଶ୍ୟା ଥିଲି ବହୁତ୍ ଅସୁବିଧା ହେବ କାଳେ, ମନ ଦୁଃଖ କରିବେ ସମସ୍ତେ। ଭାବୁଥିଲି, ଆଗରୁ ଏ ସବୁ ଜଣା ପଡୁ ନଥିଲା ନା ଏ ସବୁ ମୋ ଠୁ ଦୁରେଇବାର୍ ବାହାନା? କିଛି ନ କହି ନିଜକୁ ଦୃଢ଼ କରି ତାଙ୍କୁ ବିଦାୟ ଦେଲି ନିଜ ଜୀବନରୁ ଆଉ ଏ ବେଶ୍ୟାଶାଳରୁ। ବୋଧେ ତାଙ୍କ ବିବାହ ସରି ସାରିବଣି। 

ଏତକ କହି ସୁରଭି ଆଖିରୁ ଲୁହ ପୋଛି ଦମ୍ଭର ସହ ଛିଡା ହେଲା, ଯେମିତି କିଛି ହେଇନି। କହିଲା ଆମ ଜନ୍ମ ଏଇଠି ଆଉ କର୍ମ ଏଇଠି, ନିଜ କର୍ମକୁ ଭଲ ଭାବେ କରିନେବାରେ ହିଁ ଆମର ମଙ୍ଗଳ ଅଛି ଲୋ ଗାର୍ଗୀ ଅପା, ନା କଣ ମୀନା!! ମୁଁ ଠିକ୍ କହୁଛି ନା। ଏଇଟା ତୁମେ ମାନେ ବହୁତ୍ ଆଗରୁ ବୁଝି ଯାଇଥିଲ, ମୁଁ ଯାହା ମୂର୍ଖ ଥିଲି। ଏମିତିରେ ସଭିଏ କୁହନ୍ତି ମୁଁ କାଳେ ଭାରି ସୁନ୍ଦରୀ, ସବୁ ଗରାଖଙ୍କର ମୁଁ ପ୍ରଥମ ପସନ୍ଦ। ଭାବ ଥରେ ଗାର୍ଗୀ ଅପା, କିଛି ନ ମିଳିଲା ନାହିଁ, ଗରାଖ ଗୁଡ଼ାଙ୍କୁ ପଟେଇ ଏବେ କେତେ ପଇସା ରୋଜଗାର କରିବି ମୁଁ। ମୋର ବି ଗୋଟେ ଘର ହେବ, ଗାଡ଼ି ହେବ। ଏଇ ସମୟରେ ସୀଲା ଅପା ବେଶ୍ୟାଳୟର ମୁଖ୍ୟ ଆସି ମୀନାକୁ ଡାକି କହିଲା, ମୀନା!! ଜଲଦି ଯାଆ ରେଡ୍ଡୀ ହେଇଯିବୁ ଆଉ କିଛି ସମୟରେ ଗୋଟେ ଗରାଖ ଆସି ପହଞ୍ଚିବ, ମୀନା କିଛି କହିବା ପୂର୍ବରୁ ସୁରଭି କହିଲା, ସିଲା ଅପା, ମୀନା ଆଜି ଗୋଟେ ଆଟେଣ୍ଡ କରି ସାରିଛି, ସେ ରେଷ୍ଟ୍ ନେଉ, ମୁଁ ତା ବଦଳି ସଜ ହେଇ ଯାଉଛି।ଦେଖିବ ସିଲା ଅପା ଏମିତି ଗରାଖକୁ ଖୁସ୍ କରିବି ଯେ, ସେ ତୁମକୁ ପଇସାରେ ପୋତି ପକେଇବ ମ ଏତକ କହି ସୁରଭି ଚାଲିଲା ସଜ ହେବାକୁ ଆଉ ମୁଁ , ମୀନା ଓ ସିଲା ଅପା ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଁଥିଲୁ ତାକୁ ମୁଁ ପଢ଼ିବାକୁ ଚେଷ୍ଟା କରୁଥିଲି ତା ମନର କଷ୍ଟକୁ ।


Rate this content
Log in

Similar oriya story from Abstract