STORYMIRROR

Suchismita Sahoo

Drama

3  

Suchismita Sahoo

Drama

ସେଇ ପାଞ୍ଚଦିନ -୧

ସେଇ ପାଞ୍ଚଦିନ -୧

3 mins
201



"ଦିନ ସିନା ଚାଲି ଯାଏ

ସ୍ମୃତି ରହେ ଛାତି ତଳେ,

ସେଇ ସ୍ମୃତି ସାରାରାତି

କାନ୍ଦୁଥାଏ ନିରଳାରେ"। 

ଓଃ, କି ଧାଡ଼ି ! ସତେ ଯେମିତି କେହି ମତେ ଦେଖି୍, ମୋ ଭାବନାକୁ ପଢ଼ି ଲେଖିଦେଇଛି। ସଭିଙ୍କ ଜୀବନରେ କିଛି ମିଠା ସ୍ମୃତି ଥାଏ ଯାହାକୁ ସେ କେବେ ଭୁଲି ପାରେନା, ନା ନା, ଭୁଲିବାକୁ କେବେ ଚେଷ୍ଟା କରେନା। ମୋ ଜୀବନରେ ବି ଆସିଥିଲା ଏମିତି କିଛି ମୁହୁର୍ତ୍ତ, ଯଦିଓ କ୍ଷଣିକ ପାଇଁ, ତଥାପି ତାକୁ ସେବେଠୁ ଜାବୁଡ଼ି ରଖିଛି ମୋ ଆଖି ପଲକରେ। 

ମୁଁ, ଶ୍ରୀମତୀ ରାଧା ରାଣୀ ବେହେରା, ଏବେ ବୟସର ଅପରାହ୍ନରେ ବୋଲି କହିପାରିବେ, ଦୁଇଟି ପୁଅ, ଉଭୟ ବିବାହିତ, ବିବାହ ପରେ ନିଜ ସଂସାର ଓ ଚାକିରି ନେଇ ସେମାନେ ସର୍ବଦା ବ୍ୟସ୍ତ। ସ୍ଵାମୀ ମତେ ବହୁତ୍ ଭଲ ପାଆନ୍ତି ଯେ, ହେଲେ ସମୟ ସହିପାରିନି ଆମ ସୁଖକୁ, ମାନେ ସ୍ଵାମୀ ଗୋଟେ ଦୁର୍ଘଟଣାରେ ନିଜର ଦୁଇଗୋଡ ହରେଇ ଏବେ ପଙ୍ଗୁ ଆଉ ମୁଁ ହେଉଛି ତାଙ୍କ ଆଶାବାଡି। ସେଥିପାଇଁ ଇଚ୍ଛା ନଥାଇ ବି ନିଜ ଚାକିରି ଛାଡ଼ି, ମୁଁ ସର୍ବଦା ତାଙ୍କ ସେବାରେ ବ୍ୟସ୍ତ। ନା ନା, ମୁଁ ନିଜକୁ ମହାନ୍ କହୁନି, ଏମିତି କହୁନି କି ସ୍ଵାମୀ ମୋ ପାଖେ ଋଣୀ, ବରଂ ମୁଁ ତାଙ୍କ ପାଖେ ଋଣୀ । କାହିଁକି ନା, ସେ ମୋର ଦୁଇଟି ଯାକ ଇଚ୍ଛା ପୂରଣ କରିଛନ୍ତି। ପ୍ରଥମଟି ମୋର ଇଚ୍ଛାଥିଲା ଯେ, ମୋ ପାଖେ ଗୋଟିଏ ବହୁତ୍ ବଡ telescope 🔭 ରହିବ, ଯେଉଁଥିରେ ମୁଁ ନିରଳାରେ ବସି ତାରା ମାନଙ୍କୁ ଦେଖିବି,ତାଙ୍କ ସହ କଥାହେବି। ଏମିତି ପାଗଳ ଭଳି ଇଚ୍ଛା ହେବନି କେମିତି ଯେ, ଜ୍ୟୋର୍ତି ର୍ବିଜ୍ଞାନର ଗବେଷକ ଥିଲି ଦିନେ ମୁଁ, ଏମାନଙ୍କ ବିଷୟରେ ଅଧିକ ଜାଣିବା, ଏମାନଙ୍କ ସହ ମିଶିବା, କଥା ହେବା ଥିଲା ମୋର ଗବେଷଣା। ଛାଡ଼ନ୍ତୁ, ସେ କଥା, କାହିଁକି ନା, ସେ ହେଉଛି ମୋର ଅତୀତ, ମୋ ଠୁ ବହୁତ୍ ଦୂରକୁ ଯାଇ ସାରିଲାଣି। ଖାଲି ଯାହା ତାରା ମାନଙ୍କ ସହ କଥା ହେବା ଅଭ୍ୟାସଟା ଯାଇନି, ଯିବ ବା କେମିତି ସେମାନେ ପରା ମତେ ଭାବନାକୁ ପ୍ରକାଶ କରିବାର ଉତ୍ସାହ ଦିଅନ୍ତି, ଆଉ ତାଙ୍କ କଥା ମାନି ମୁଁ ଗାରେଇ ଚାଲେ ଏଣୁତେଣୁ କିଛି। ଦ୍ଵିତୀୟ ଇଛାଟି ଥିଲା, ମୋ ଘରେ ଗୋଟେ ଛୋଟ ପାଠାଗାର ରହିବ, ଯେଉଁଥିରେ ନୂଆ ପୁରୁଣା ଅନେକ ଓଡ଼ିଆ ଗଳ୍ପ କବିତା ଉପନ୍ୟାସ ସହ କିଛି ଇଂରାଜୀ ହିନ୍ଦୀର ବି ଥିବ। ସ୍କୁଲ କଲେଜ ପି

ଲା ଓ ଅବସର ପ୍ରାପ୍ତ ମାନେ ଆସି ତାଙ୍କ ସନ୍ଧ୍ୟା ଫାଙ୍କା ସମୟ ଏଇଠି କାଟିବେ। ସରିଲା ପରେ ମତେ ତା କାହାଣି ଶୁଣେଇବେ। ମୁଁ ସମସ୍ତଙ୍କ ପାଇଁ କିଛି ଚା ଜଳଖିଆ ବ୍ୟବସ୍ଥା କରିଦେବି। ହଁ, ଗୋଟିଏ ଗୋଟିଏ କରି ସାଉଁଟି ଥିବା ପୁସ୍ତକ ମାନ ମିଶି ଏବେ ଗୋଟେ ପାଠାଗାରର ରୂପ ନେଇଛନ୍ତି, ଠିକ୍ ମୋ ଭାଵନା ପରି। ସେଇ ପାଠାଗାରରେ ଆମ ବୁଢ଼ା ବୁଢ଼ୀ ଦୁହିଁଙ୍କର ଅପରାହ୍ନ ଓ ସନ୍ଧ୍ୟା କଟିଯାଏ। ଯଦିଓ ତାଙ୍କୁ କେବେବି ପସନ୍ଦ ନୁହେଁ କବିତା /ଗଳ୍ପ ବହି ପଢ଼ିବା, ସେ ସବୁବେଳେ ତାଙ୍କ ଚାକିରି, ସାଙ୍ଗସାଥୀରେ ବ୍ୟସ୍ତଥାନ୍ତି, ସେଥିପାଇଁ ବହୁତ୍ ଝଗଡା ହୁଏ ଦୁହିଙ୍କ ଭିତରେ, ହେଲେ ଯେବେଠୁ ସିଏ ଛାଡ଼ନ୍ତୁ।

  ସେଦିନ ବହୁତ୍ ବର୍ଷା ହେଉଥାଏ, ତେଣୁ ସିମି (ପାଠାଗାରକୁ ଆସିଥିବା ଜଣେ କଲେଜ ଛାତ୍ରୀ) ଘରକୁ ଯାଇ ନପାରି, ବସି ବସି ଗୋଟିଏ ରୋମାଣ୍ଟିକ କାହାଣୀ ପଢ଼ି ସାରିଦେଲା। ମୁଁ ତା ପାଇଁ ରାତ୍ର ଭୋଜନର ବ୍ୟବସ୍ଥା କରିଦେଲି। ତାଙ୍କ ଘରକୁ ଫୋନ୍ କରି ବ୍ୟସ୍ତ ନ ହେବାକୁ କହିଲି ଓ ଆଜି ରାତିଟା ମୋ ପାଖେ ରହିବାକୁ ଦେବାକୁ ଅନୁମତି ନେଲି। ଆମେ ତିନିଜଣ ମିଶି ରାତ୍ର ଭୋଜନ କଲୁ, ରୁଟି, ଡାଲମା ଓ ପନିର ଭୂର୍ଜି। ତାପରେ, ସ୍ବାମୀଙ୍କୁ ଔଷଧ ଖୁଆଇ ଦେଇ ଶୁଆଇଦେଲି। ସେ ଶୋଇବା ପରେ ଧାଇଁଲି ସିମୀ ପାଖକୁ କାହାଣୀ ଶୁଣିବା ଆଶାରେ। ମୋ ଅନୁରୋଧ କ୍ରମେ ମୋ ଆଗରେ କାହାଣୀ ତ ସେ କହିଚାଲିଲା, ହେଲେ ଗୋଟିଏ ସର୍ତ୍ତରେ, କାହାଣୀ ସରିବା ପରେ ମତେ ତାକୁ ମୋ ପ୍ରେମ କାହାଣୀ କହିବାକୁ ହେବ। ଉପାୟ ଶୂନ୍ୟ ହୋଇ ହଁ ଭରିଲି, ହେଲେ କହିବି କଣ ଯେ, ମୋ ପ୍ରେମ କାହାଣୀ ତ ମାତ୍ର ପାଞ୍ଚଦିନର ! ଆରମ୍ଭ ହେଉ ହେଉ ଶେଷ। ସୀମି ମତେ ଟିକେ ହଲେଇ ଦେଇ କହିଲା, ମାଉସୀ, ଭାବୁଛନ୍ତି କଣ, ମୋ କାହାଣୀ ଏବେ ସରିଲା, ଏବେ ତୁମ ପାଳି, କୁହନ୍ତୁ ନା ତୁମ ପ୍ରେମ କାହାଣୀ। ମୁଁ ଭାବନାରୁ ଫେରି ହଁ ଭରିଲି, ଆଉ କହିଲି, ପାଗିଳିରେ ଏବେ ବହୁତ୍ ରାତି ହେଲାଣି, ତୁ ଶୋଇପଡେ, କାଲି ସକାଳୁ ପୁଣି ତୋର କଲେଜ୍ ଯିବାର ଅଛି। ସେ କିନ୍ତୁ ଥିଲା ନଛୋଡ଼ବନ୍ଧା, ମୋ କାହାଣୀ ନ ଶୁଣିବା ଯାଏ ଶୋଇବନି ବୋଲି କହିଲା। ମୁଁ କିଛି ସମୟ ନୀରବ ରହିଲି, ଏକ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲି, ତେବେ ଶୁଣ, ସେଇ ପାଞ୍ଚଦିନର ଅଭୁଲା କାହାଣୀ।


କ୍ରମଶଃ


Rate this content
Log in

Similar oriya story from Drama