ମୁଁ ଶିକ୍ଷକ /ଶିକ୍ଷୟତ୍ରୀ କହୁଛି
ମୁଁ ଶିକ୍ଷକ /ଶିକ୍ଷୟତ୍ରୀ କହୁଛି
ନମସ୍କାର ଆଜ୍ଞା। ଦେଖିବାକୁ ମିଳେ ଯେ, ଝିଅକୁ ସବୁବେଳେ ଗୋଟେ ଶିକ୍ଷୟତ୍ରୀ ହେବାକୁ ପରାମର୍ଶ ଦିଆଯାଏ। ଏହାର କାରଣ ଆପଣ କେବେ ଭାବିଛନ୍ତି? ମୁଁ କିଛି କାରଣ ଖୋଜି କିଛି ପାଇଲି: ଯଥା ୧) ସମସ୍ତଙ୍କୁ ଲାଗେ ଯେ ଏହା ଏକ ସୁସ୍ଥିଆ ଚାକିରି, ଏଥିରେ ଅଳ୍ପ ପରିଶ୍ରମ କରିବାକୁ ପଡେ। ହେଲେ ମୁଁ ଏଥିରେ ସହମତ ନୁହେଁ। ମାନୁଛି ଶାରୀରିକ ପରିଶ୍ରମ ଅଳ୍ପ ହେଲେ ମାନସିକ ପରିଶ୍ରମ କଥା?? କେହି ଭାବି ନାହାଁନ୍ତି ନା ଭାବିବା ଉଚିତ୍ ମଣି ନାହାଁନ୍ତି? ୨) ଶିକ୍ଷୟତା ସହ ବିବାହ ପରେ ପରିବାର ସମ୍ଭାଳିବା ଓ ପରିବାରକୁ ସମୟ ଦେବା ସମ୍ଭବ ହେଇପାରେ। ଏଇଟା କଣ ସତ?? ଯଦି ସତ, ତେବେ କେମିତି? ଶିକ୍ଷୟତା କଣ ଏତେ ସହଜ? ମୋ ଜାଣିବାରେ ଗୋଟିଏ ଶିକ୍ଷକ ଚିରଦିନ ପାଇଁ ଛାତ୍ର ହେଇଥାଏ, ବହି ସହ ତାର ସମ୍ପର୍କ ତୁଟେନି, ପ୍ରତି ମୁହୂର୍ତ୍ତରେ କିଛି ଶିଖିବାର ପ୍ରୟାସ ଜାରି ଥାଏ। ଗୋଟିଏ ଶିକ୍ଷକ ହିଁ ଏକା ସାଙ୍ଗେ ଗଢ଼ିପାରେ ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ଲେଖକ, ଅଭିନେତା, ବୈଜ୍ଞାନିକ, କଲେକ୍ଟର ଆହୁରି ଅନେକ କିଛି। କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ ଆଉ ଏହି ଶିଶୁ ମାନଙ୍କ ଦାୟିତ୍ଵ ଜଣେ ଶିକ୍ଷକ ହାତରେ। ଶିକ୍ଷକଙ୍କ ହସ୍ତରେ ଦେଶର ଭବିଷ୍ୟତ ଗଢ଼ିବା ପରି ଗୁରୁ ଦାୟିତ୍ଵ ନ୍ୟସ୍ତ କରି ଆମେ କେମିତି ଭାବି ପାରିବା ଯେ, ଏହା ଏକ ସହଜିଆ ଚାକିରି? ଥରେ ଭାବି ଦେଖନ୍ତୁନା? ୩) ଏହା ଝିଅ ମାନଙ୍କ ପାଇଁ ଏକ ସୁରକ୍ଷିତ ଚାକିରୀ, ହେଲେ କେମିତି। ବୋଧ ହୁଏ, ଆଗେ ଏପରି ଥିଲା। ହେଲେ ଆଜିକାଲି ତ ଯୋଉଠି ୭-୮ ବର୍ଷର ଛାତ୍ରୀକୁ ଛଡା ହେଉନି, ସେଠୀ ଯୌବନର ଢେଉ ଖେଳୁଥିବା ଶିକ୍ଷୟତ୍ରୀର ଦେହ ସୁରକ୍ଷିତ?? ମୁଁ ସନ୍ଦିହାନ। ୪) ବହୁତ୍ ସମ୍ମାନ ମିଳେ। ହେଲେ ସମ୍ମାନ ତ ସବୁ ଚାକିରୀକୁ ମିଳିବା ଦରକାର। ଯେମିତି ଆମର ସବୁ ଅଙ୍ଗ ଆମ ପାଇଁ ନିହାତି ଜରୁରୀ, ସେହିପରି ସବୁ ବିଭାଗର କର୍ମଚାରୀ ନିହାତି ଜରୁରୀ ଏକ ସନ୍ତୁଳିତ ସମାଜ ପାଇଁ। ତେବେ କେବଳ ଏହି ଚାକିରୀରେ ସମ୍ମାନ ମିଳିବ ବୋଲି ଭାବି ଧାଇଁବା କାହିଁକି? ଏହିପରି ଅନେକ କାରଣ ଅଛି ଯାହା ଆପଣଙ୍କୁ ଜଣାଥିବ,ମୋ ମନକୁ ଏବେ ଆସୁନି। ଯଦିଓ ମୁଁ ଏତେ ବିରୋଧୀ ପରି କଥା ଲେଖୁଛି, ହେଲେ କିଛି କଥାରେ ମୁଁ ସହମତ। ଏଇ ଯେମିତି ୫) ନାରୀ ମାନେ ହେଲେ ସହିଷ୍ଣୁ, ସେମାନଙ୍କର ଧୈର୍ଯ୍ୟ ଅନେକ। ତେଣୁ ପିଲାମାନେ ଭୁଲ କଲେ ବି ସେମାନେ ତାଙ୍କ ଉପରେ ନ ରାଗି ପ୍ରେମରେ ବୁଝେଇ ଦେଇପାରନ୍ତି ୬) ନାରୀ ମାନେ ଗୋଟିଏ ମାଆ, ଯଶୋଦା ହେଉ କି ଦେବକୀ ରୂପରେ, ସେ କିନ୍ତୁ ଗୋଟିଏ ମାଆ। ତେଣୁ ସେମାନେ ଥାଆନ୍ତି ସ୍ନେହୀ ଓ ଦୟାଳୁ। ପ୍ରତିଟି ଛାତ୍ର/ଛାତ୍ରୀକୁ ସେ ନିଜ ପିଲା ପରି କୋଳେଇ ନେଇ ଶିକ୍ଷା ଦେଇପାରେ। ମୋ ମତରେ, ପ୍ରତିଟି ମଣିଷର ପ୍ରଥମ ଗୁରୁ ହେଉଛନ୍ତି ମାଆ। ଥରେ ଭାବନ୍ତୁ, ଯଦି ସ୍କୁଲର ଶିକ୍ଷକ ତୁମକୁ ତୁମ ମାଆ ଭଳି ନିଜର ଭାବି ପଢେଇଲେ, ତେବେ ଆପଣଙ୍କ ଶିକ୍ଷା କେତେ ସୁନ୍ଦର୍ ହେବ। ବାକି କାରଣ ସବୁ ଆପଣଙ୍କ ଉପରେ ଛାଡ଼ିଦେଲି। ୭)ଶୃଙ୍ଖଳିତ ଜୀବନ, ତେଣୁ ସେଇ ଶୃଙ୍ଖଳା ବି ନିଜ ପରିବାର ବାତାବରଣ ରେ ଖେଲିଯାଏ ୮)........... ୯). ୧୦)......ଇଏତ ଗଲା ଜଣେ ଝିଅକୁ ଶିକ୍ଷୟତ୍ରୀ କାହିଁକି ହେବାକୁ ପରାମର୍ଶ ଦିଆଯାଏ।
ଏବେ କହୁଛି, ଶିକ୍ଷୟତ୍ରୀ ଜୀବନର କିଛି ବ୍ୟଥା। ୧) ଶିକ୍ଷୟତ୍ରୀ ନାମକୁ ମାତ୍ର ଗୁରୁ ସାଜେ କିଛି ଜାଗାରେ। ଅନେକ ଜାଗାରେ ସରକାରଙ୍କର ମଧ୍ୟାହ୍ନ ଭୋଜନ ବୁଝିବାରେ, କେବେ କେବେ ରୋଷେୟା ନ ଆସିପାରିଲେ, ରୋଷ
େଇ କରିବାରେ। ଇଲେକ୍ସନଠୁ ନେଇ ଜନ ଗଣତି ଆହୁରି କେତେ କଣ ସେଥିରେ ଅଧିକ ସମୟ ଯାଏ। କରୋନା ସମୟରେ ପ୍ରଧାନଶିକ୍ଷକ ଯାଇ ତଦାରଖ କଲେ କେତେ ପ୍ରବାସୀ ଓଡ଼ିଆ ଫେରିଛନ୍ତି ନିଜ ମାଟିକୁ । ସତରେ, ଏହି ସବୁ କାମ କରିବାକୁ ଜଣେ ଶିକ୍ଷୟତ୍ରୀ ସାଜିଥିଲା? ମାନୁଛି, ଶିକ୍ଷକ ଠୁ loyal ଆଉ କେହି ନାହାଁନ୍ତି, ହେଲେ ଏ ସବୁ ତ ତାଙ୍କ କାମ ନୁହେଁ ନା? ସେ ଜଣେ ଭଲ monitor/guide ଭାବେ କାମ ପାରିବେ, ହେଲେ କାମ କରିବାକୁ ଭିନ୍ନ ଲୋକ ରଖିବା ଉଚିତ୍ ନୁହେଁ କି? ୨) ଦରମା: ଏ କଥା ନ କହିଲେ ଭଲ। ନ୍ୟୁଜ୍ ରେ ଶିକ୍ଷକ ମାନଙ୍କର strike ଦେଖି ଭଲଭାବେ ବୁଝି ପାରୁଥିବେ। ବେଶି କିଛି ଲେଖୁନି। ୩) ପୋଷାକ ଉପରେ ଲଗାମ: ମାନୁଛି, ପିଲାମାନେ ଗୁରୁ ମାନଙ୍କ ଠାରୁ ଶିଖନ୍ତି, ତେଣୁ ଖରାପ ପୋଷାକର ପ୍ରଭାବ ତାଙ୍କ ଉପରେ ପଡିପାରେ। ଆଉ କିଛି ପିଲା ପଢା ସମୟରେ diss track ହେଇପାରନ୍ତି। ହେଲେ ୨୦-୨୫ ବୟସର ଝିଅକୁ ବୁଢ଼ୀ ସଜେଇ ଦେବାର ଯଥାର୍ଥତା କଣ? ଶିକ୍ଷୟତ୍ରୀର ଇମେଜ ହେଉଛି ଖଣ୍ଡେ cotton/ ସମ୍ବଲପୁରୀ ଶାଢ଼ୀ ସାଙ୍ଗକୁ ଲମ୍ବା ବେଣୀ କି ଖୋଷା, ଯଦି ସମ୍ଭବ ଗୋଟିଏ ମୋଟା ଚଷମା। ହେଲେ କାହିଁକି? ଅନେକ ଗୁରୁ ଅସୁବିଧା ଗୁଡ଼ା ମୁଁ ନ ଲେଖି ଆପଣଙ୍କ ଉପରେ ଛାଡ଼ିଲି, ଆପଣଙ୍କ ଠୁ ଶୁଣିବା ଅପେକ୍ଷାରେ....୪)......୫).....୬).....୭)....।
ଖାଲି ଅସୁବିଧା ବିଷୟରେ କଥା ହେଲେ କଣ ଚଳିବ? ସମାଧାନର ବାଟ ବି ଆମକୁ କହିବାକୁ ପଡ଼ିବ ନା। ସମାଧାନର ବାଟ ପୂର୍ବରୁ ଆପଣ ସଭିଙ୍କୁ ଗୋଟିଏ ପ୍ରଶ୍ନ। ସରକାର କିମ୍ବା ସମାଜ ଉପରେ ଦୋଷ ଲଦିବା ପୂର୍ବରୁ, ଥରୁଟିଏ ନିଜକୁ ପଚାରନ୍ତୁ, ଆପଣ କଣ ଗୋଟିଏ ଶିକ୍ଷକ? ନା ଦରମା ନେଇ କାମ କରୁଥିବା ଏକ କର୍ମଚାରୀ? ଆପଣ କଣ ଆପଣଙ୍କ ଦାୟିତ୍ଵ ଠିକ୍ ସେ ତୁଲୋଉଛନ୍ତି, ଆପଣ ନିଜ କାମରେ ଆତ୍ମ ସନ୍ତୋଷ ଅନୁଭବ କରୁଛନ୍ତି? କାହିଁକି ନା କଥାରେ ଅଛି, ଅନ୍ୟକୁ ମିଛ କହି ହୁଏ ହେଲେ ନିଜକୁ ନୁହେଁ। ତେଣୁ ପ୍ରଥମେ ନିଜକୁ ପରଖନ୍ତୁ, ଯଦି କମି ଅଛି ତେବେ ଜଲଦି ସଜାଡି ନିଅନ୍ତୁ ନିଜକୁ। କାରଣ ପୁଣ୍ୟ କରିଥିଲେ ଏକ ଶିକ୍ଷକ/ଶିକ୍ଷୟତ୍ରୀ ହେବାର ସୌଭାଗ୍ୟ ମିଳେ। ଯିଏ ପ୍ରତି ମୁହୂର୍ତ୍ତରେ କିଛି ନୂଆ ଶିଖୁଥାଏ ଓ ଅନ୍ୟକୁ ଶିଖାଉଥାଏ। ଯିଏ ଜୀବନର ସାଉଁଟେ ଅନେକ ଭଲପାଇବା, ଆଶିର୍ବାଦ ଓ ସମାନ ମଧ୍ୟ ବାଣ୍ଟି ଥାଏ ଅନେକଙ୍କ ଭିତରେ। ଯିଏ କେବଳ ନିଜ ଓ ନିଜ ପରିବାରକୁ ଖାଲି ଗଢେନି, ସାଥିରେ ଗଢେ ଅନେକଙ୍କ ଜୀବନ ଓ ତାଙ୍କ ପରିବାର। ସଂକ୍ଷେପରେ କହିଲେ,ଏକ ମହତ୍ତ୍ଵ କାମ ପାଇଁ ଶିକ୍ଷକଙ୍କର ଜନ୍ମ। ଏମିତି ଏକ ବରପ୍ରାପ୍ତ ଚାକିରୀକୁ ଏମିତି ନଷ୍ଟ ହେବାକୁ ଦେବା କେମିତି? ଶିକ୍ଷକର ଚାକିରୀ କେବେ ବି ସକାଳ ୧୦- ସନ୍ଧ୍ୟା ୫ ଟା ଯାଏ ନୁହେଁ। ଏହା କେବେ ବି ଶିକ୍ଷକର ଅବସର ପର୍ଯ୍ୟନ୍ତ ନୁହେଁ। ଜଣେ ଶିକ୍ଷକ ତା ମଲା ଯାଏଁ ଶିକ୍ଷକ ରହିବ। ତେବେ ଏହି ଚାକିରୀକୁ ଆମେ ଏତେ ସହଜରେ କେମିତି ନେଇ ପାରିବା।
ଲେଖୁ ଲେଖୁ ବହୁତ୍ ଲେଖି ଦେଲିଣୀ। ଆପଣ ମାନେ ବୋର୍ ହେଇସାରିବେଣି ପଢ଼ିକି। ତେଣୁ ମୁଁ ସମାଧାନ ବିଷୟରେ ଲେଖୁନି। ତାହା ଆପଣଙ୍କ ଉପରେ ଛାଡ଼ି ଦେଉଛି। ଜଣେ ଭଲ ଶିକ୍ଷକ ହେବାକୁ ଆପଣଙ୍କୁ କଣ ଆବଶ୍ୟକ? ଆପଣ ସରକାର ଓ ସମାଜ ଠାରୁ କଣ ଆଶା କରୁଛନ୍ତି? ଉପରେ ଲିଖିତ ସମାଧାନର ବାଟ କଣ?
ବି. ଦ୍ର: ଏଠାରେ କାହାକୁ କିଛି ଇଙ୍ଗିତ କରା ହେଇନି। ଯଦି କାହାକୁ ଖରାପ ଲାଗିଥାଏ ତେବେ ମୁଁ ଦୁଃଖିତ।