STORYMIRROR

Suchismita Sahoo

Abstract

4  

Suchismita Sahoo

Abstract

କିଛି ବ୍ୟଥା

କିଛି ବ୍ୟଥା

3 mins
342



ଆଜି କିଛି ଅନୁଭୂତି କହୁଛି, ଯାହା ବୋଧେ ଆପଣ ସଭିଙ୍କ ସାଙ୍ଗେ ଘଟିଥିବ। ସମସ୍ତେ କିଏ ଠିକ୍ ଓ କିଏ ଭୁଲ୍ ବୋଲି ନିଶ୍ଚିୟ ଭାବିଥିବେ। ମୁଁ କହୁଛି, ଷ୍ଟେସନ କି ବସ୍ ଷ୍ଟାଣ୍ଡ ପାଖେ କିମ୍ବା ରାସ୍ତା କଡ଼ ଠେଲା ଦୋକାନ ପାଖରେ ପଇସା ମାଗୁଥିବା କିଛି ଲୋକଙ୍କ କଥା। ଅନେକ ସମୟରେ ମୁଁ ଦ୍ଵନ୍ଦରେ ପଡ଼ିଯାଏ, ଏ ଲୋକର ସତରେ ଅସୁବିଧା ଅଛି ନା ଏଇଟା କେବଳ ତାର ଅଳସୁଆମି। ଏଇ ଭାଵନାରେ ବେଳେବେଳେ କିଛି ଲୋକଙ୍କୁ ଦିଏନି, ଯଦିଓ ସତରେ ସେ ଲୋକକୁ ଆବଶ୍ୟକ ଥାଏ। ଆଉ ବେଳେବେଳେ କିଛି ଲୋକକୁ ଦେଇ ମୁଁ ଠକାମିର ଶିକାର ହେଇଛି। ଏଇ ଠକାମି ଅନୁଭୂତିରୁ କିଛି ଆପଣଙ୍କ ସହ ବାଣ୍ଟିବାକୁ ଯାଉଛି। ଏଥର ଯେବେ ଭୁବନେଶ୍ୱରରୁ ହାଇଦ୍ରାବାଦ ଆସୁଥିଲି, ଦେଖିଲି ଜଣେ ଅନ୍ଧ ଲୋକକୁ ଧରି ଜଣେ ସ୍ତ୍ରୀ ଲୋକ ପଇସା ମାଗୁଥିଲେ। ଅନ୍ଧ ଲୋକଟି ଟିକେ ବୟସ୍କ ଥିଲେ, ପାଖାପାଖି ୭୦-୭୨ ବର୍ଷର ହେବେ ବୋଧେ। ବୃଦ୍ଧ ଅନ୍ଧ ଟିକୁ ଦେଖି ଦୟା ହେଲା, ମୁଁ ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଲି। ଆଗାମୀ ଷ୍ଟେସନ ରେ ଯେବେ ଟ୍ରେନ ରହିଲା, ଦେଖିଲି ଅନ୍ଧ ଲୋକଟି ବାଡି ଛାଡ଼ି ଆରାମସେ ଚାଲି ଚାଲି ଯାଉଛି। ତା ପରେ ନିକଟସ୍ଥ ଦୋକାନରୁ ସିଗାରେଟଟେ କିଣି ଟାଣିବାକୁ ଲାଗିଲା। ସିଗାରେଟ୍ ନୁହେଁ ତ ଲାଗିଲା ଯେମିତି ମୋ ପଇସାରେ ନିଆଁ ଲଗେଇ ,ଧୁଆଁ ଛାଡୁଛି। ଆଉ ଗୋଟିଏ ଘଟଣା, କଟକ ଲିଙ୍କରୋଡ ପାଖର, ବସ୍ ପାଇଁ ଅପେକ୍ଷା କରିଥାଏ। ଜଣେ ଭଦ୍ର ଲୋକ ଆସି କହିଲେ ଯେ, interview ପାଇଁ କଟକ ଆସିଥିଲା ହେଲେ ପର୍ସ ଓ ଫୋନ୍ ଚୋରି ହେଇଗଲା। ସକାଳୁ କିଛି ଖାଇନି। ଖାଇବା ତ ଛାଡ଼ନ୍ତୁ, ଘରକୁ ଯିବାକୁ ବସ୍ ଭଡା ବି ନାହିଁ। ଘରେ ଡେରିରେ ପହଞ୍ଚିଲେ, ଘର ଲୋକ ବହୁତ୍ ବ୍ୟସ୍ତ ହେବେ। ତେଣୁ କେବଳ ବସ୍ ଭଡା ପାଇଁ ୧୦୦ ଟଙ୍କା ଦେଲେ ସେ ଘରକୁ ଯାଇ ପାରନ୍ତେ। ସେ ଘରେ ପହଞ୍ଚି ମତେ ମୋ ପଇସା ପଠେଇଦେବେ ବୋଲି କହିଲେ, ଯଦିଓ ମୁଁ ମୋ ବ୍ୟାଙ୍କ୍ acnt ନମ୍ୱର୍ କି ଫୋନ୍ ନମ୍ୱର୍ କିଛି ତାଙ୍କୁ ଦେଲିନି। ତାଙ୍କ ଅନୁରୋଧ କ୍ରମେ ତାଙ୍କୁ ୧୫୦ ଟଙ୍କା ତାଙ୍କ ଖାଇବା ଓ ବସ୍ ଭଡା ପାଇଁ ଦେଲି। ହେଲେ ମୁଁ ଲକ୍ଷ୍ୟ କଲି, ପଇସା ପାଇବା ମାତ୍ରେ, ସେ swigyର de

livery boy କୁ ଦେଇ ଗୋଟେ ପାର୍ସଲ ତା ଠୁ ନେଉଛନ୍ତି। ସେବେ ନିଜକୁ ନିଜେ ଗାଳି ଦେବା ଛଡା ଆଉ କିଛି ଉପାୟ ନ ଥିଲା ମୋ ପାଖେ। କାନ ମୁଣ୍ଡ ଆଉଁସି ରହିବା କଥା ଯାହା। ୧୫୦ ଟଙ୍କା କ୍ଷତି ହେଇଗଲା କଥା ନୁହେଁ, କଥା ହେଉଛି ଏମିତି ଏକ ଅପାତ୍ରରେ ୧୫୦ ଟଙ୍କା ଦେଇଦେଲି। ସାହାଯ୍ୟ କରିବା ଭଲ, ହେଲେ କୋଢିଆ, ଅଳସୁଆ ଙ୍କୁ ସାହାଯ୍ୟ କରିବା ଠିକ୍ ନୁହେଁ, ଏହା ଦ୍ବାରା ତୁମେ ତାଙ୍କୁ ଅଧିକା ଭୁଲ୍ ରାସ୍ତାକୁ ନେଉଛ। ଏପରି ଠକିବା ଦ୍ଵାରା ମୋର ଏବେ ଅନେକଙ୍କ ଉପରୁ ଭରସା ଉଠିଗଲା। କିଛି ଲୋକଙ୍କୁ ଦେବା ବନ୍ଦ କରିଦେଲି। ହେଲେ ଏଇଟା ବି ଭୁଲ୍, ଏହା ଦ୍ବାରା ସତରେ ଆବଶ୍ୟକ କରୁଥିବା ମଣିଷଟିକୁ ମୁଁ ସାହାଯ୍ୟ କରି ପାରିଲିନି। ଆଜିକାଲି ଏମିତି ସୁଟ ବୁଟ ପିନ୍ଧା ମାଗିଖିଆ ବହୁତ୍ ବୁଲୁଛନ୍ତି। ଏମାନେ ପ୍ରକୃତରେ କର୍ମ କୋଢ଼ିଆ, କିଛି କାମ ଦାମ କରିବାକୁ ଚାହଁନ୍ତିନି। ହେଲେ ଆଶା ଉଚ୍ଚ, ଏଇ ଯେମିତି ମାଗିକି swigyରୁ ଖାଇବା ଇଚ୍ଛା, ସିଗାରେଟ୍ ଟାଣିବାର ଇଚ୍ଛା। ଏମିତି ରାସ୍ତାରେ ଘାଟରେ ମାଗିଦେଲେ ଇଜ୍ଜତ କୋଉଠୁ ଯାଉଛି ଯେ। ମୁଁ କଣ ତାର ଚିହ୍ନା ନା ସମ୍ପର୍କୀୟ ନା ମୁଁ ତା ଘର ଲୋକ ଆଗେ କହି ପାରିବି। ମୋ ଆଗରେ ତାର ଇଜ୍ଜତ ପଳେଇଲେ କଣ ଯାଉଛି ତାର। ଆଜି ମତେ ମାଗିଛି, କାଲି ଆଉ ଗୋଟେ କାହାକୁ, ଏମିତିରେ ଯଦି କିଛି ଭଲ ଖାଇବା ମାଗଣାରେ ମିଳିଯାଉଛି, ତେବେ କାମ କରିବାର ଆବଶ୍ୟକତା କଣ? ହେଲେ ଏମାନଙ୍କୁ ମୋର ପ୍ରଶ୍ନ, ଏମିତି କେତେଦିନ? ଆଉ କେତେଦିନ କେତେଟା ନୂଆ ନୂଆ ବାହାନା କରି ମାଗିପରିବ? ଯଦି ଏତେ ନୂଆ ନୂଆ ବାହାନା ମୁଣ୍ଡକୁ ଆସିପାରୁଛି, ଯଦି ଏତେ ସୁନ୍ଦର ଅଭିନୟ କରି ମାଗିପାରୁଛ ତେବେ ଏହି ଗୁଣକୁ କିଛି ଭଲ କାମରେ କିମ୍ବା ଭଲ ଜାଗାରେ ବ୍ୟବହାର କରି ପଇସା କାହିଁକି କମାଉ ନାହଁନ୍ତି। ଯଦିଓ ଏଥିରେ ପଇସା କମ୍ ହେଇପାରେ, ହେଲେ ଏଥିରେ ଆତ୍ମସନ୍ତୋଷ ଅଛି, ଇଜ୍ଜତ ଅଛି ଆଉ ବାପାଙ୍କ ଆଖିରେ ଆଖି ମିଳେଇ ଛିଡା ହେବାର ସାହସ। ଛାଡ଼ନ୍ତୁ ଲେଖୁଲେଖୁ ବହୁ ବଡ ଲେଖିଲିଣି, ତେଣୁ ଏଇଠି ରହୁଛି। ହେଲେ ଗୋଟିଏ ପ୍ରଶ୍ନ, କିଏ ଭଲ ଓ କିଏ ଖରାପ ଜାଣିବା କେମିତି? କାହାକୁ ସତରେ ଆବଶ୍ୟକ ଓ କିଏ ଠକ ପରଖିବା କେମିତି ।


Rate this content
Log in

Similar oriya story from Abstract