Suchismita Sahoo

Drama Romance

3  

Suchismita Sahoo

Drama Romance

ତୁମକୁ ପାରୁନି ତ ଭୁଲି (ଭାଗ-୧୭)

ତୁମକୁ ପାରୁନି ତ ଭୁଲି (ଭାଗ-୧୭)

5 mins
174



ପଛକୁ ବୁଲି ଦେଖିଲି ଅମନ ଛିଡା ହେଇଛନ୍ତି। ଅମନ ପ୍ରିୟା ପାଖକୁ ଆସି କହିଲେ, ତୁମେ ବ୍ୟସ୍ତ ହୁଅନି ପ୍ରିୟା ତୁମକୁ ନିଶ୍ଚୟ ନ୍ୟାୟ ମିଳିବ। ତୁମକୁ ନ୍ୟାୟ ଦେବାକୁ ମୁଁ ମୋ ଡାଡିଙ୍କୁ ଜେଲର ଅନ୍ଧାର କୋଠରୀ ଭିତରକୁ ଠେଲିଦେବାକୁ ପ୍ରସ୍ତୁତ। ସେଦିନ ଖାଇବା ନେଇ ଆସିବା ପରେ ଦେଖିଲି ତୁମେ ନାହଁ କି ଡାଡି ବି ସେଠି ନାହାନ୍ତି। ପାଖକୁ କୋଉଠିକି ଯାଇଥିବେ ଭାବି ମୁଁ ବହୁତ ଅପେକ୍ଷା କଲି। କିଛି ସମୟ ପରେ ଡାଡି ଆସିଲେ, ହେଲେ ସେ ରକ୍ତାକ୍ତ ଥିଲେ। ମୁଁ ତାଙ୍କୁ ପଚାରିବାରୁ କହିଲେ, ତୁମେ (ପ୍ରିୟା) ଜିଦି କରିବାରୁ ତୁମକୁ ହଷ୍ଟେଲ ଛାଡିବାକୁ ଯାଇଥିଲେ। ବାଟରେ କିଛି ଚୋରଙ୍କ ହାବୁଡ଼ରେ ପଡ଼ିଗଲେ ସେଥିପାଇଁ ତାଙ୍କର ଏମିତି ଅବସ୍ଥା ହେଲେ ତୁମେ ଭଲରେ ହଷ୍ଟେଲରେ ପହଞ୍ଚିଗଲ। ମତେ ନ ଜଣେଇ ଫେରିଯାଇଥିଲ ବୋଲି ସେଦିନ ମତେ ଭାରି କଷ୍ଟ ହେଇଥିଲା। ସକାଳୁ ସକାଳୁ ତୁମକୁ ଦେଖା କରିବାକୁ ତୁମ କଲେଜ ଯାଇଥିଲି ହେଲେ ତୁମର ଦେଖା ମିଳିଲାନି। ଛାତ୍ରୀନିବାସ ପାଖକୁ ଯାଇ ଜଣଙ୍କୁ କହିଲି, ପ୍ରିୟାକୁ ଟିକେ ଡାକିଦିଅ। ସେ କହିଲେ, ଏଠି ତ ୩-୪ ଜଣ ପ୍ରିୟା ଅଛନ୍ତି। ତୁମେ କାହାକୁ ଖୋଜୁଛ? ରୁମ ନମ୍ବର କେତେ? ମତେ କିଛି ଜଣା ନଥିଲା ବହୁତ ସମୟ ଅପେକ୍ଷା କରି ଶେଷରେ ନିରାଶ ହେଇ ରେଳ ଷ୍ଟେସନକୁ ଫେରିଲି ବମ୍ବେ ଟ୍ରେନ ଧରିବାକୁ। କିଛିଦିନ ପରେ ଶୁଣିବାକୁ ପାଇଲି ତୁମେ ତୁମର ବନ୍ଧୁ ଆକାଶଙ୍କୁ ଭଲ ପାଉଥିଲ ଆଉ ତାଙ୍କ ଦେହାନ୍ତ ଖବର ଶୁଣି ତୁମେ ମାନସିକ ଭାରସ୍ୟମ ହରେଇ ବସିଛ। ଭାରି କଷ୍ଟ ଲାଗିଲା ତୁମ ଅବସ୍ଥା କଥା ଶୁଣି। ନିଜ ପ୍ରେମକୁ ହରେଇବାର କଷ୍ଟ ମୋଠୁ ଅଧିକା କିଏ ବୁଝିପାରିବ? ପିଲାଟି ଦିନରୁ ତୁମ ସହ ସାଙ୍ଗ ହେଇ ଖେଳିବା, ବୁଲିବା, ପାଠ ପଢିବା ସବୁ କିଛି କରିବାକୁ ମତେ ଭଲ ଲାଗୁଥିଲା। ମମି ଯେବେ ରମା (ଶାଶୁ) ମାଉସୀଙ୍କୁ କହୁଥିଲେ ଏମାନେ ବଡ଼ ହେଇଗଲେ ଏମାନଙ୍କର ବାହାଘର କରିଦେଵା, ପ୍ରିୟାକୁ ବୋହୁ କରିନେବାକୁ ମୋର ଭାରି ଇଚ୍ଛା ସେବେ ମତେ ଭାରି ଖୁସିଲାଗେ। ରାତିସାରା ଚେଇଁ ଚେଇଁ ଅନେକ ତୁମର ସ୍ବପ୍ନ ଦେଖେ। ପିଲାଟି ଦିନୁ ମୁଁ କେବଳ ତୁମକୁ ହିଁ ଭଲପାଇଛି, ପ୍ରିୟା। ମୁଁ ସିନା ବମ୍ବେରେ ରହେ ହେଲେ ମୋ ମନ ଓଡ଼ିଶାରେ ତୁମ ପାଖରେ।

ସେଦିନ ତୁମ ସହ ମନଭରି କଥାହେବାକୁ ତୁମକୁ ହୋଟେଲ ନେଇଯାଇଥିଲି। ଡାଡିଙ୍କର ସେଦିନ ଫେରିବାର ନଥିଲା। ସେ ଫେରିଛନ୍ତି ବୋଲି ବି ମତେ ଜଣା ନ ଥିଲା। ବିଶ୍ୱାସ କର, ନହେଲେ ମୁଁ କେବେ ବି ତୁମକୁ ମୋ ସହ ହୋଟେଲ ଯିବାକୁ ବାଧ୍ୟ କରିନଥାନ୍ତି। ଅତି ଛୋଟବେଳୁ ଡାଡି ତୁମ ସହ ଏମିତି କରୁଛନ୍ତି! ସେକଥା ମତେ ପୁରା ଅଛପା ଥିଲା। ଏମିତି କିଛି ଶୁଣିବି ବୋଲି, ମୁଁ ମୋ କଳ୍ପନାରେ ବି କେବେ ଭାବି ନଥିଲି। ନ ହେଲେ ତୁମକୁ ଏକା ଛାଡି ମୁଁ କେବେବି ଖାଇବାକୁ ଆଣିବାକୁ ବାହାରକୁ ଯାଇ ନଥାନ୍ତି। ଖାଲି ଡାଡି ନୁହେଁ ମୁଁ ବି ପରୋକ୍ଷରେ ଦାୟୀ। ମତେ କ୍ଷମା କରିଦିଅ ପ୍ରିୟା, ମତେ କ୍ଷମା...। ଅମନଙ୍କର କଥା ନ ସରୁଣୁ, ସମୀର ଆସି ପଛପଟୁ ଅମନର ଡ୍ରେସ କଲର ଧରି କଣ ଏଠି ପାଲା ଚଲେଇଛ? କଣ ଭାବୁଛ? ଏମିତି କାନ୍ଦିଦେଲେ କିଛି ଗୋଟେ କାହାଣୀ କହିଦେଲେ, ମୁଁ ଛାଡି ଦେବି ତୁମକୁ? ତୁମ ବାପା ପୁଅ ଦୁଇ ଜଣଙ୍କୁ ମୁଁ ଜେଲରେ ପୁରେଇବି। ଛିଃ, ଖରାପ ଲାଗୁନି ତୁମକୁ। ଭୁଲ କରି ଆହୁରି..., ଏତକ କହି ଅମନଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଲେ ସମୀର। ବାପା ଆଉ ମୁଁ ଯାଇ ବହୁ କଷ୍ଟରେ ସମୀରଙ୍କୁ ରୋକିଲୁ। ଅମନ ଚୁପଚାପ ସେମିତି ଛିଡା ହୋଇଥାନ୍ତି। ବାପା କହିଲେ, ଏଇଟା ମାଡ଼ପିଟି କରିବାର ବେଳ ନୁହେଁ ଆମ ହାତରେ ସମୟ କମ ବିନୋଦ ଜାପାନ ଫେରିଯିବା ପୂର୍ବରୁ ଆମକୁ ତାଙ୍କୁ ଆରେଷ୍ଟ କରିବାକୁ ହେବ। ମୁଁ କହିଲି, ହେଲେ ଖାଲି ପ୍ରିୟାର ବୟାନରେ ଆମେ କଣ ସଫଳ ହେଇପାରିବା? କିଛି ପ୍ରମାଣ ତ ଯୋଗାଡ଼ କରିବାକୁ ହେବ। ଅମନ କହିଲେ, ସେ ହୋଟେଲ ବାହାରେ ସିସିଟିଭି କ୍ୟାମେରା ଥିଲା। ବାପା ପ୍ରିୟାକୁ ନେଇ ବାହାରକୁ ଯିବା ସମୟର କିଛି ଦୃଶ୍ୟ ନିଶ୍ଚୟ ସେ କ୍ୟାମେରାରେ ରେକର୍ଡ ହେଇଥିବ। ତମେ ମାନେ ସମସ୍ତେ ପୋଲିସଙ୍କୁ ନେଇ ଡାଡିଙ୍କୁ ଆରେଷ୍ଟ କର। ମୁଁ ଏବେ ଭୁବନେଶ୍ୱର ବାହାରିଯାଉଛି। ଆଶା ହୋଟେଲର ସିସିଟିଭିରୁ କିଛି ପ୍ରମାଣ ମିଳିଯିବ। ସତ୍ୟ ଉପରେ ଆଲୋକପାତ କରିବାକୁ ଅମନଙ୍କ ପ୍ରୟାସ ଦେଖି ସତରେ ଭାରି ଖୁସି ଲାଗିଲା, ସମ୍ମାନରେ ଅମନଙ୍କ ଆଗେ ମୁଣ୍ଡ ନଇଁ ଯାଉଥିଲା। ଏମିତି ବି ଯୁବକ ଆହୁରି ଅଛନ୍ତି ସମାଜରେ! ସତ୍ୟ ପାଇଁ ନିଜ ବାପାଙ୍କୁ ଜେଲରେ ପୁରେଇବାକୁ ବି ଆଗଭର। ଧନ୍ୟ ତୁମେ ଅମନ, ତୁମେ ଏ ସମାଜ ପାଇଁ ଆଦର୍ଶ। ନହେଲେ ଆଜିର ଯୁବ ସମାଜ ତ କେବଳ ବଳତ୍କାର କରିବା କଥା ଭାବି ପାରେ, ବଳାତ୍କାରୀଙ୍କୁ ନ୍ୟାୟ ଦେବା କଥା ନୁହେଁ। ସମୀର ଅମନଙ୍କୁ ରୋକିଦେଇ କହିଲେ, ତୁମର ଆଜି ଏକା ଯିବା ଦରକାର ନାହିଁ, କାଲି ସାଙ୍ଗ ହେଇ ଦୁହେଁ ଯିବା ସେ ହୋଟେଲକୁ। ଏତକ କହି କୋଳେଇ ନେଲେ ଅମନଙ୍କୁ। ସମୀରଙ୍କ ମନରୁ ଅମନଙ୍କ ପ୍ରତି ଥିବା ଭୁଲ ଧାରଣା ଦୂର ହେଇଯିବା ଦେଖି ଖୁସି ଲାଗିଲା। ଆମେ ସମସ୍ତେ ପୋଲିସ ସହ ଘରେ ପହଞ୍ଚିଲୁ। ହଲ୍ ରେ ସମସ୍ତେ ଚା ପିଉ ଥାନ୍ତି। କିଛି ନ କହି, ଇନ୍ସପେକ୍ଟର ସିଧା ଯାଇ ବିନୋଦ ମଉସାଙ୍କ ହାତରେ ହାତକଡି ପକେଇ ଦେଲେ। ଏ ଦେଖି ବାପା ବୋଉ, ଶାଶୁ ଓ ଶଶୁର ଆଉ ଶାନ୍ତି ମାଉସୀ ପୁରା କାବା। ଶାନ୍ତି ମାଉସୀ ରୋକିବାକୁ ଚେଷ୍ଟା କରୁଥିଲେ ହେଲେ ଅମନ ଶାନ୍ତି ମାଉସୀଙ୍କୁ ନିଜ ପାଖକୁ ଟାଣି ଆଣି କହିଲେ, ଇନ୍ସପେକ୍ଟର ସାରଙ୍କୁ ରୋକନି ମମି, ତାଙ୍କୁ ତାଙ୍କ କର୍ତ୍ତବ୍ୟ କରିବାକୁ ଦିଅ। ତୁମେ ଜାଣିନ ମମି, ଡାଡି କେତେ ବଡ଼ ଅପରାଧ କରିଛନ୍ତି। ବହୁତ ବର୍ଷ ହେଲା ସେ ତୁମ ସହ ଛଳନା କରି ଆସୁଛନ୍ତି ସେ ଜଣେ ବିଶ୍ୱାସଘାତକ। ସେ ଜଣେ ବଳତ୍କାରି, ଜଣେ ନିରୀହ ଝିଅର ଜୀବନ ସେ ନଷ୍ଟ କରିଛନ୍ତି। ତାଙ୍କୁ କଠୋର ରୁ କଠୋର ଦଣ୍ଡ ମିଳିବା ଦରକାର। ତାଙ୍କୁ ଫାଶୀ ହେଇଯିବା ଦରକାର। ଏତକ କହି ଶାନ୍ତି ମାଉସୀଙ୍କୁ କୁଣ୍ଡାଇ ଜୋରରେ କାନ୍ଦିବାକୁ ଲାଗିଲେ। ଶାନ୍ତି ମାଉସୀ କିନ୍ତୁ ଆଶ୍ଚର୍ଯ୍ୟ ହେଇ ବଲବଲ କରି ସଭିଙ୍କୁ ଚାହୁଁଥିଲେ। ମତେ ଡର ଲାଗୁଥିଲା, କହୁ କହୁ ପ୍ରିୟା କଥା ଯଦି ଅମନ କହିଦେବେ ତେବେ ମୋ ଶାଶୁ ଶଶୁରଙ୍କ ଉପରେ କଣ ବିତିବ? ଏମିତିରେ ବି ଶଶୁର ହୃଦଘାତି ରୋଗୀ। ଅମନ କିନ୍ତୁ ସେଠି ପ୍ରିୟାର ନାମ ନେଲେନି। ପୋଲିସ ବିନୋଦ ମଉସାଙ୍କୁ ନେଇ ଯିବାର ଦେଖି ଶାନ୍ତି ମାଉସୀ ଚେତା ହରେଇ ପଡିଗଲେ। ପାଣି ଛାଟି ବିଶ୍ରାମ ନେବାକୁ ତାଙ୍କୁ ତାଙ୍କ ରୁମକୁ ନେଇଗଲୁ। ଚେତା ଆସିବା ପରେ, ଶାନ୍ତି ମାଉସୀଙ୍କୁ ସମ୍ଭାଳିବା ଅସମ୍ଭବ ହେବାରୁ ଡାକ୍ତର ଆସି ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଶୁଆଇଦେଲେ। ଶାଶୁ ଆଉ ଶଶୁରଙ୍କୁ ବି ବିନୋଦ ମଉସାଙ୍କର ଜେଲ ଯିବା ନେଇ ଏପଟ ସେପଟ ମିଛ କାହାଣୀ କହି ବୁଝେଇଦେଲୁ। ଶାଶୁ ବହୁତ ଦୁଃଖିତ ଆଉ ଚିନ୍ତିତ ଲାଗୁଥିଲେ ହେଲେ ବିନୋଦ ମଉସା ଜଣେ ନିରୀହ ଝିଅର (ସେ ଝିଅ ପ୍ରିୟ ବୋଲି ତାଙ୍କୁ କୁହ ହେଇନଥିଲା) ଜୀବନ ନଷ୍ଟ କରିଛନ୍ତି ଶୁଣି ବହୁତ ରାଗିଯାଇଥିଲେ ଶାନ୍ତି ମାଉସୀ ଶୋଇଗଲା ପରେ ଆମେ ସମସ୍ତେ ନିଜ ନିଜ ରୁମକୁ ଫେରିବା ସମୟରେ ଅମନ ପ୍ରିୟାକୁ କହିଲେ, ପ୍ରିୟା! ଏତେ ସବୁ ଘଟଣା ପରେ ବି ତୁମେ କଣ ମତେ ଆପଣେଇ ପାରିବ? ବିବାହ କରିବ ମତେ? ପ୍ରିୟା ମନା କରିଦେବ ଭାବି ମୁଁ ପୁରା ଡରି ଯାଇଥିଲି। ହେଲେ, ପ୍ରିୟା ଟିକେ ଲାଜ ମିଶା ସ୍ମିତ ହସ ଦେଇ ତା ରୁମକୁ ପଳେଇଲା। ମୁଁ ସଙ୍ଗେ ସଙ୍ଗେ ଶ୍ୱଶୁରଙ୍କୁ କହିଲି, ବାପା ତୁମେ ଜଲଦି ପୁରୋହିତଙ୍କ ପାଖକୁ ଯାଇ ବାହାଘର ପାଇଁ ଗୋଟେ ଭଲ ଦିନ ଠିକ କରିଆସ। ଶ୍ୱଶୁର କହିଲେ, ମୁଁ ସେ କାମ କେବେଠୁ କରିଦେଇଛି। ଆସନ୍ତା ଜୁନ ୧୦ ତାରିଖରେ ଗୋଟିଏ ଶୁଭତିଥି ଅଛି ସେଇଦିନକୁ ବାହାଘର ଦିନଭାବେ ଧାର୍ଯ୍ୟ କରାଯାଉ। ମୁଁ ଖୁସିରେ କହି ଉଠିଲି ତାହେଲେ ମୁଁ ସବୁ ଯୋଗାଡ କରିବା ଆରମ୍ଭ କରିଦେଉଛି। ହେଲେ ଅମନ କହିଲେ, ନା ଏତେ ଶୀଘ୍ର ନୁହେଁ। ଡାଡି ବହୁତ ବଡ଼ ଭୁଲ କରିଛନ୍ତି ଯଦି ସତରେ ସେ ଏମିତି ଭୁଲ କରିଛନ୍ତି, ତେବେ ତାଙ୍କୁ ଆଗେ ଦଣ୍ଡ ମିଳିବ ଆଉ ତା ପରେ ଯାଇ ମୁଁ ବିବାହ କରିବି। ମୁଁ କାଲି ସକାଳେ ଭୁବନେଶ୍ୱର ଯିବି ପ୍ରମାଣ ଯୋଗାଡ଼ କରିବାକୁ। ଆପଣ ମାନେ ଏବେ ନିଜ ରୁମକୁ ଯାଆନ୍ତୁ। ମୁଁ ଆଜି ମମିଙ୍କ ପାଖେ ଶୋଇବି। ସେବେ ବୁଝୁଥିଲି, ଅମନ ସିନା ରାଗରେ ବିନୋଦ ମଉସାଙ୍କୁ ଜେଲକୁ ପଠେଇଦେଲେ ହେଲେ ତାଙ୍କୁ ବହୁତ କଷ୍ଟ ହୋଉଛି। ଅମନଙ୍କ କଷ୍ଟ ଦେଖି କଷ୍ଟ ଲାଗୁଥିଲା। ଦୋଷ ଜଣେ କଲା ଆଉ ଦଣ୍ଡ ଆଉ ଜଣେ ଭୋଗୁଛି। ହେଲେ ମୁଁ ନିରୁପାୟ, ଅମନ। କିଛି ଭୁଲର କ୍ଷମା ନ ଥାଏ। ଛାଡ଼..।ଆମେ ସମସ୍ତେ ନିଜ ନିଜ ରୁମକୁ ଫେରି ଆସିଲୁ ଆଉ ଅମନ ଶାନ୍ତି ମାଉସୀଙ୍କ ପାଖେ ରହିଲେ।


କ୍ରମଶଃ...


Rate this content
Log in

Similar oriya story from Drama