puja pradhan

Romance Tragedy Inspirational

3  

puja pradhan

Romance Tragedy Inspirational

ତୁମେ ହି ଆରମ୍ବ ତୁମେ ହି ଶେଷ

ତୁମେ ହି ଆରମ୍ବ ତୁମେ ହି ଶେଷ

15 mins
223


ବେଳେ ବେଳେ କାହିଁକି ନିଜକୁ ବହୁତ ଅସହାୟ ଲାଗେ । ଆଉ ଥରେ ଥରେ ମନ ଯେମିତି କାହାକୁ ଖୋଜୁ ଥାଏ । ଠିକ ସେହି ସମୟରେ ମନକୁ ଆସେ ଅନେକ ଗୁଡ଼ାଏ ପ୍ରଶ୍ନ କାହାକୁପଚାରିବି ବୋଲି ଭାବୁଥାଏ । ସତରେ କଣ ପ୍ରେମ କରିବାଏମିତି ଗୋଟିଏ ଭୁଲ ଯାହାର କି କୌଣସି ପ୍ରକାର କ୍ଷମା ମିଳିନଥାଏ, ସତରେ ଯଦି ଏତେ ବଡ଼ ପାପ ତେବେ ସୃଷ୍ଟି ବନେଇବା ସେ ବିଧାତା କଣ ଜାଣିନଥିଲା ???? କାହିଁକି ପ୍ରେମ ନାମକ ଜିନିଷ କୁ ତିଆରି କରିଥିଲା ?? ଯାହାର ଜୀବନ୍ତ ପ୍ରତି ଛବି ପାଲଟି ଯାଇଛି ରୁପା ଖୁବ ସୁନ୍ଦର ନା ଟିଏ ଦେଖିବାକୁ ଖୁବ ସୁନ୍ଦର ଗୋରା ରଙ୍ଗ ର ଦେହକୁ ଦୁଇ ହାତରେ ପିନ୍ଧିବାକୁ ଭଲ ପାଏ ଲାଲ ରଙ୍ଗର ପ୍ଲେନ ଚୁଡ଼ି । କାନରେ ଖୁବ ବେଶୀ

ବଡ଼ ନ ହେଲେବି ଅଳ୍ପ । ଲମ୍ବା ର ସୁନା ଝରା କାନ ଫୁଲ

ବେକରେ ସୁନାର ଚେନ ଟିଏ ଆଖି ଦୁଇ ଟି କୁ ଦେଖିଲେ ???


ସାମନରେ ଥିବା ଲୋକର ଆଖି ଫେରିବନି ଓଠ ରେ ଖୁବ ହାଲକା ରଙ୍ଗର ଲାଲ ଲିପସ୍ଟିକ ପାଦରେ ରୁପା ପାଉଁଜି ରୁଣୁ ଝୁଣୁ ହୋଇ ବାଜୁଥାଏ, ସୁନ୍ଦର ଲମ୍ବା କଳା ମିଚିମିଚି କେଶ ରେ ଢିଲା ଢିଲା ବେଣୀ ଟି ପକାଇ ଥାଏ । ଦୁଇ ଆଇବ୍ରୋ ମଝିରେ ମେରୁନ ରଙ୍ଗର ବିନ୍ଦି ଖୁବ ସୁନ୍ଦର ମାନେ ତାରି ମୁହଁ କୁ । ଯେତେବେଳେ ଲାଲ ରଙ୍ଗର ପ୍ଲେନ ଶାଢ଼ୀ ପିନ୍ଧି ସେ ଚାଲି ଯାଉଥାଏ ଖୁବ ସୁନ୍ଦର ଲାଗେ । ଯେମିତି ଲାଗେ ସମୟ ଟିକେ

ରହିଯାନ୍ତା କି ପ୍ରକୃତି ର ଅପରୂପ ସୋନ୍ଦର୍ଯ୍ୟ କୁ ମନଭରୀ

ଦେଖିବାକୁ କାହିଁକି କେଜାଣି ମନ ହୁଏ । ରୂପା ସେହି ପାଖ ଗାଁ ରେ ରହୁଥିବା ମନୋଜ କୁ ଭଲପାଏ । ମନୋଜ ମଧ୍ୟ୍ୟ ରୂପାକୁ ଭଲ ପାଏ , ରୂପା ଘରେ ପ୍ରାଏ ସମସ୍ତେ ରାଜି ନହେଲେବି ଝିଅ ଖୁସି ପାଇଁ ରାଜି , କିନ୍ତୁ ମନୋଜ ଘରେ ଥାଏ ସେ କଥାର

ବିପରୀତ ସେମାନେ ରୂପାକୁ ପସନ୍ଦ କରନ୍ତିନି । କାହିଁକି ନା ସହରରେ ପୁଅକୁ ବାହା ଦେଲେ ଅନେକ ପ୍ରକାର ର ଯୌତୁକ ଆଣିବ କିନ୍ତୁ ଗାଁ ରେ ରହୁଥିବା ରୂପାର ପରିବାର କଣ ଏତେ ସବୁ ଦବାନବା କରି ପାରିବେ ? ଏମିତି କେତେ ସବୁ କଥା ମନୋଜ ଘର ଲୋକ ଙ୍କ ମନରେ ଥାଏ । କିନ୍ତୁ ମନୋଜ ର ରୂପାକୁ ପାଗଳ ଙ୍କ ପରୀ ଭଲ ପାଇବା ସେମାନଙ୍କୁ ଭଲ ଲାଗୁ ନଥିଲା । ସବୁଦିନ ଚାହାନ୍ତି ମନୋଜ କୁ କେବେ କେବେକହିବାକୁ ବି ପଛାନ୍ତିନି ହେଲେ ମନୋଜ ରୋକ ଠୋକ ମନା କରିଦିଏ , ମନୋଜ ଠାରୁ ରୂପା ଏସବୁ ଶୁଣେ ମନ ଖରାପ

କରିଥାଏ । ହେଲେ ମନୋଜ ରୂପାକୁ ବୁଝାଇ ଥାଏ କି 

ମୋ ଠାରୁ ତମକୁ କେହିବି ଅଲଗା କରି ପାରିବେନି , ରୂପା

ହଁ ବୋଲି କହିଥାଏ କିନ୍ତୁ ମନରେ ବୋହୁତ କିଛି ଭାବୁଥାଏ ??


  ସତରେ କଣ ସେମାନେ ରୂପା କୁ ତାଙ୍କ ଘର ର ବୋହୁ କରିବେ ଏ ଗରୀବ ରୂପା କଣ ଏତେ ବଡ଼ ଘରେ ବୋହୁ ହେବ ?


ସବୁଦିନ ମନକୁ ହଜାରେ ପ୍ରଶ୍ନ କରୁଥାଏ । ହେଲେ ମନୋଜ ଯେବେ କୁହେ କଣ ସବୁ ଭାବୁଛ ନା କିଛି ନୁହେଁ ।    ପ୍ରତି ଥର ଏମିତି ସବୁକହି ମନୋଜ କୁ ଭୁଲାଇବାକୁ ଚେଷ୍ଟା କରେ । ହେଲେ ରୂପାର ମନ ଭିତରେ ଯାହାକିଛିବି ପ୍ରଶ୍ନ  ରହିଛି ସେ ସବୁ କିଛି ମନୋଜ ଜାଣିପାରେ , କିନ୍ତୁ କୌଣସି  କାରଣ ପାଇଁ ସେ ରୂପା କୁ ନିଜ ଠାରୁ ଦୁରେଇ ବାକୁ ଚାହେଁନି । ରୂପା ପାଇଁ ସେ ପୁଣି ଥରେ ନୁଆଁ କରି ବଞ୍ଚିବା ଶିଖିଛି 


ବୋହୁତ ଭଲ ପାଏ ତାକୁ ମନୋଜକୁ ତା ବାପା ବୋହୁତ

 ଭଲପାନ୍ତି , ଯଦି ସେ ବାପା ଙ୍କୁ କହିବ ତେବେ ହୁଏତ ସେ

 ସମସ୍ତ ଙ୍କୁ ବୁଝାଇ ପାରିବେ ଯଦି କିଛି ବି କୁହନ୍ତି ।   


ତେବେ ରୂପାକୁ ନେଇ ସବୁଦିନ ପାଇଁ ଏ ଘର ଓ ପରିବାରକୁ ଛାଡି ଦୁରକୁ ବୋହୁତ ଦୁରକୁ ଚାଲି ଯିବ ? ଯେଉଁଠି ରୂପା କୁ କେହିବି ତା ଠାରୁ ଦୁରେଇ ପାରିବେନି ଦୁହେଁ ସବୁଦିନ ପାଇଁ ନିଜ ପ୍ରେମ ଦୁନିଆରେ ହଜିଯିବେ ଏମିତି କେତେ କଣ ମନକୁ ମନ ଭାବୁଥାଏ ।    


ଦିନେ ଖୁବ ସାହସ କରି ବାପା ଙ୍କୁ କହିଲା । ବାପା କିନ୍ତୁ

ପୁଅକୁ କଥା ଦେଲେକି ସେଯେମିତି ହେଲେବି ଦୁହିଁଙ୍କ 

 ବାହାଘରକରିବେ , ମନୋଜ ବୋହୁତ ଖୁସି ଏହି କଥା

ପଦକ ରୂପାକୁ କହିବାକୁ ସେ ମନରେ ଭାବୁଥିଲା , ଯେଉଁଠି ସେ ମାନଙ୍କର ଦେଖା ହୁଏ ସେହି ସମୟରେ ମନୋଜ, ରୂପା କୁ ଅପେକ୍ଷା କରିଥିଲା । ରୂପା ମଧ୍ୟ୍ୟ ଆସିଛି କାହିଁକି ଡେରି ବୋଲି କହିବାରୁ ରୂପା କହିଲା । ତୁମେ ହେଲ ଏତେ ବଡ଼ ଘର ପୁଅ ତମେ ଗାଡ଼ିରେ ଯେକୌଣସି ଜାଗାରେ ପହଁଚି ପାରିବ


  ହେଲେ, ମୁଁ କଣ ଏତେ ଶୀଘ୍ର ଯାଇପାରିବି ମୋତେ ତ

 ଚାଲି ଚାଲି ଯିବାକୁ ପଡିବ । ରୂପାର ଏହି କଥା ପଦକରେ  ଯେମିତି ଅଭିମାନ ଲୁଚି ରହିଲା ଭଳି ଲାଗୁଥିଲା ? ବୁଝିଲ ତୁମ ମୁହଁରେ ଏମିତି କଥା ଜମାରୁ ସୁନ୍ଦର ଲାଗୁନି , କାହିଁକି  କେମିତି ଲାଗୁଛି କି ମୁଁ କଣ ତୁମକୁ ଭଲ ଲାଗୁନି ।   


ହଁ ,, ମୁଁ ହେଲି ଗୋଟିଏ ଗରୀବ ଘର ଝିଅ , ତୁମପାଇଁ

କେତେ କେତେ ସବୁ ପ୍ରସ୍ତାବ ଆସୁଛି ମୁଁ ତୁମକୁ କେମିତି

ଭଲ ଲାଗିବି । କଣ ତମର ସବୁ ଅଭିଯୋଗ ସାରିଛି  

ନା, କିଛି ବାକି ରହିଛି । ଯଦି ସରିନି ତେବେ କୁହ

ନା ବାବା, କିଛିବି ନାହିଁ ତମେ କୁହ । ରୂପା ନିଜେ

କାନ ଧରି କହିଲା ମୋ ହୃଦୟର ଦେବତା ମୋତେ କ୍ଷମା କର ।  


ଏଥର କୁହନ୍ତୁ କଣ କହିବେ । ମନୋଜ ରୂପାକୁ ଟିକେ ରାଗ ଭରା ଚାହାଁଣୀରେ ଚାହିଁଲା । ଆରେ ଏମିତି କାହିଁକି ଚାହିଁଛ ହସିବାକୁ କଣ ମୁଁ ମନା କରିଛି । ହେଉ ତେବେ କିଛିବି କହିବିନି କ,ଣ ଟିକେ କହିଦେଲି ବୋଲି କେମିତି ଚାହିଁଛ ।  


ନା ରାଗିବି କେମିତି କୁହ, ମୁଁ ବୋହୁତ ଖୁସି । ଯାହା କିଛିବିମନକୁ ଆସିଲା କହି ଯାଉଛ ଜାଣି ପାରୁନ ମୋତେ କ,ଣ ଲାଗୁଛି । ହେଉ ତେବେ ଭୁଲ ହୋଇଛି ରୂପା ମୁହଁରୁ ଏତିକି ଶୁଣି ମନୋଜ କହିଲା । ଜାଣିଛ ମୁଁ କେତେ କଣ ଭାବିକି ଆସିଥିଲି ବାପାଙ୍କୁ ବାହାଘର କଥା କହିବାରୁ   ସେ ରାଜି ବୋଲି କହିଲେ ଭାବିଲି ତମକୁ କହିଲେ ତୁମେ ନିଶ୍ଚୟ ଖୁସି ହେବ ହେଲେ ତୁମେ ସବୁ ବିଗାଡି ଦେଲ ।   


ମୁଁ କେମିତି ଜାଣିବି କହିଲ ସବୁଦିନ ତମେ ମୋତେ ଦେଖା କରିବାକୁ ଆସୁଛ, ହେଲେ ଆଜି ଏମିତି କିଛି କହିବ ମୋର

ବିଶ୍ୱାସ ହିଁ ନଥିଲା ?? କୁଆଡୁ ଲାଗିବ କହିଲ ତମେତ

ମୋତେ କେତେ କଣ କହିବାରେ ବ୍ୟସ୍ତ । ତମ ଅଭିଯୋଗ

  ସରିଲେ ସିନା କିଛି ଶୁଣିବ କି କିଛି କହିବ । ତମେତ ମୋରି

ଉପରେ କେତେ ରାଗି କି କେତେ ସବୁ କହିବାରେ ବ୍ୟସ୍ତ ।  

  କିଛି ପଚାରିବି ରୂପା ମୋର ବିଶ୍ୱାସ ଅଛି ତମେ ମୋତେ ଠିକ ଉତ୍ତର ଦେବ । ଯଦି ମୋର କିଛି ହୋଇଯାଏ ତେବେ ତମେ କଣ କରିବ । ସେମିତି କିଛି କୁହନି କିଛିବି ହେବନି ।   ମନେ ରଖିବ ତମର କିଛିବି ହେବା ପୂର୍ବରୁ ପ୍ରଥମେ ମୋ କୋକେଇ ବନ୍ଧା ହେବ ତମ ବିନା ମୋର ଅସ୍ତିତ୍ୱ କିଛିବି ନୁହେଁ ମନୋଜ ବିନା ରୂପା ର କାହାଣୀ ଅଧା । ଆଜି କାହିଁକି ଏମିତି କଥା କହୁଛ ନିଜେ ମାରିପାରେ ହେଲେ ତୁମକୁ କେବେବି କିଛି

 ହେବାକୁ ଦେବିନି ତୁମକୁ କହିବି ପାରିବିନି ତୁମ ଠାରୁ ବେଶୀ ଦାମିକା ଦୁନିଆରେ ମୋପାଇଁ କିଛିବି ନୁହେଁ କେବେବି ମୋତେଏ ବିଷୟରେ କହିବନି ସବୁଦିନ ତମେ ଖୁସିରେ ରୁହ ମୁଁ ସେତିକି ଚାହେଁ ? ହେଲେ ମୋ ଖୁସି ସବୁଦିନ ପାଇଁ ତୁମ ସହିତ ବନ୍ଧା ହୋଇଛି । ସେ କଥା ବୋଧେ ତମେ ଭୁଲି ଯାଇଛ ନା କେମିତି କହି ପାରୁଛ କି ତମ କୋକେଇ ପ୍ରଥମେ ବନ୍ଧା ହେବ , ଯଦି ତମେ ଚାଲିଯିବ ମୁଁ କାହାପାଇଁ ବଞ୍ଚିବି ମୋ ରହିବା ନ ରହିବା ସବୁ ସମାନ ହୋଇଯିବ । ସେମିତି କୁହନି ଆଉ କଣ କହିବି କୁହ । ରୂପା ଉପରେ ରାଗିକି ମନୋଜ

କହିଲା । ଆମର ଏ ପ୍ରେମ ଏ ବର ନୁହେଁ । କାହିଁ କେତେ ଜନ୍ମ ର ବଞ୍ଚିବା ଯଦି ଏକାଠି ମରିବା ଯଦି ଏକାଠି ।   


  ମୁଁ ଯାହା କିଛିବି କହୁଛି କଣ ସେସବୁ ମୋ ମନ ଗଢା କାହାଣୀ ବୋଲି ଭାବନି । ମୁଁ ଜାଣେ ରୂପା ତୁମେ ଯାହା କହୁଛ   ସେକଥା ରେ ମୁଁ ଏକ ମତ ଭାବୁଥିଲି ଆମ ବାହାଘର କଥା କାହାକୁ କହିବି ସମସ୍ତେ ପ୍ରାଏ ରାଜି ନୁହଁନ୍ତି ।    ଶେଷରେ ବାପା ଙ୍କୁ କହିଲି ସେ କିନ୍ତୁ ରାଜି ହୋଇଗଲେ ।    ସତରେ ମୋତେ ବିଶ୍ୱାସ ହେଉନି କାହିଁକି ବୋଲି ମନୋଜ କହିଲା କାରଣ ତମ ଘରେ ମୋତେ କେହିବି ପସନ୍ଦ କରନ୍ତିନି କେବଳ ତୁମପାଇଁ କିଛିବି କହିପାରନ୍ତିନି । ସେଥିପାଇଁ ମୋତେ

ବିଶ୍ୱାସ ହେଲାନି । ଜାଣିଛ ରୂପା ମୁଁ ଭାବିଲି ଯଦି ଘରେ ରାଜି ନ ହେବେ ତେବେ ଆମେ ଘର ଛାଡି ଚାଲି ଯିବା । ହଁ କହି ରୂପା ଟିକେ ହସି ବାରୁ । ମନୋଜ କହିଲା ହଁ ମାନେ ତମେ କଣ ମୋ ସହିତ ଯିବନି କି ହସୁଛ କଣ । ଶୁଣ ଯଦି ଯିବନି ମୁଁ ମରିଯିବି । ରୂପା, ମନୋଜ ପାଖକୁ ଦୌଡ଼ି ଆସି ନିଜ ଡାହାଣ ହାତରେ ମନୋଜ ର ପାଟିକୁ ଧରି ନେଲା


କିଛିବି କୁହନି କହିଲି ପରା , ସେ ସମୟ ଆସିବା ପୂର୍ବରୁ

ମୁଁ ଏଠି ନଥିବି ତୁମ ବିନା ମୋ କାହାଣୀ କିଛିବି ନୁହେଁ ।  

ତୁମେ ଯେଉଁଠି କୁ ଡ଼ାକିବ , ଯେତେବେଳେ ଡ଼ାକିବ ମୁଁ ଯିବିକାହା ପାଇଁ ଏଠି ରହିବି । ହେଲେ ନିଜ ପାଇଁ ଏମିତି କିଛିବି କୁହନି ଯାହାକି ମୋତେ ଏବେ ଠାରୁ ମାରି ଦେବ । ତେବେଠିକ ଅଛି ରହିବା ଏକାଠି ମାରିବା ବି ଏକାଠି ।    

ଯଦି ସାରା ଜୀବନ ଗୋଟିଏ ହୋଇ ନ ରହିଲେ ବି ଏକାଠି

ମରିତ ପରିବା । ଯଦି ବେଦିରେ ଆମେ ଦଶ ଦିଗପାଳ ଙ୍କୁ ସାକ୍ଷୀ ରଖି ସାରା ଜୀବନ ଦୁହେଁ ଦୁହିଁଙ୍କର ନ ହୋଇ ପାରିଲେ ତେବେ ଗୋଟିଏ ଜୁଇରେ ଏକାଠି ଜଳି ଏହି ସ୍ୱାର୍ଥ ପର ଦୁନିଆକୁସବୁଦିନପାଇଁ ବିଦାୟ ଦେଇ ଫେରିଯିବା ଆଉ ଗୋଟିଏ ଦୁନିଆକୁ ଯେଉଁଠି ନା ଥିବ । ସମାଜ ର ଭୟ ନା ଥିବ


ଧନୀ ଗରୀବର ଉଚ ନିଚର ବିଶାଳ ପାଚେରୀ । ସେଠି କେବଳ ତମେ, ଆଉ ମୁଁ ଓ ଆମରି ପ୍ରେମ ସବୁଦିନ ପାଇଁ ଦୁହେଁ ଦୁହିଁଙ୍କ ଭିତରେ ହଜିଯିବା ଓ ଆମକୁ କେବେବି କେହି ଦୁରେଇ ପାରିବେନି ?? ରୂପା, ମନୋଜ କୁ ଜାବୁଡି ଧରି ଜୋରରେକାନ୍ଦିବାକୁ ଲାଗିଲା । ମନୋଜ ରୂପା ଆଖିର ଲୁହକୁ ପୋଛି କହିଲା ଆରେ ଏବେ ଠାରୁ କାହିଁକି କାନ୍ଦୁଛ ମୁଁ ତୁମ ପାଖରେ ଅଛି । ଜମାରୁ କିଛିବି ଭାବନି ଦେଖିବା ଭଗବାନ ଆମ ପ୍ରେମର ପରିଣତି କଣ ରଖିଛନ୍ତି । ରୂପା କହିଲା ମନୋଜ ତମେ ଠିକ କହିଛ ଏକାଠି ବଞ୍ଚି ନ ପାରିଲେ ସବୁଦିନ ଲାଗି ଏକାଠି ମାରିବା । ଏତିକି ସମୟରେ ସନ୍ଧ୍ୟା ହୋଇ ଆସୁଥାଏ ଦୁହେଁ ଦୁହିଁଙ୍କ ଘରକୁ ଫେରିଲେ ।   


ମନୋଜର ମା ବୋହୁତ ବ୍ୟସ୍ତରେ କହିଲେ କିରେ ସନ୍ଧ୍ୟା ରେ କୁଆଡ଼କୁ ଯାଇଥିଲୁ । ନା ଲୋ ବୋଉ କୁଆଡେ ଯାଇନି ନଦୀ କୂଳ ଆଡ଼କୁ ଟିକେ ବୁଲି ବାକୁ ଯାଇଥିଲି । ଭାବୁଛୁ ମୁଁ ଜାଣିନି ତୁ କୋଉଠିକି ଯାଇଛୁ । ହେଲେ ମୋତେ କାହିଁକି ଲୁଚୋଉଛୁ ଆରେ , ପାଗଳ ତୁ କଣ ବାପା ଙ୍କ କଥା ଜାଣିନୁ ସେ କଣ ରାଜି ହେବେ ? ମା ଜମାରୁ ବ୍ୟସ୍ତ ହୁଅନି ସବୁ ଠିକ

ହୋଇଯାଇଛି ବାପା ଙ୍କୁ ରୂପା କୁ ବାହାହେବା କଥା କହିଛି ।  ସେ ହଁ କରିଛନ୍ତି " କଣ କହିଲୁ ମା " ଆଶ୍ଚର୍ଯ୍ୟ ହୋଇ

ମନୋଜ କୁ ଚାହିଁଛନ୍ତି । ତାଙ୍କୁ ବିଶ୍ୱାସ ହେଉନି କାରଣ  

 ତାଙ୍କ ସ୍ୱାମୀ ଜଣେ ନିଷ୍ଠୁର ବ୍ୟକ୍ତି ହୁଏତ ମନୋଜ ର ମନ

 ରଖିବାକୁ କହିଥିବେ । ସେତ ନିଜେ ଧନୀ ଗରୀବ ର କଥା ସବୁଦିନ କହୁଛନ୍ତି ଅଥଜ ମନୋଜ କୁ କାହିଁକି ଏମିତି ମିଛ ପ୍ରତିସ୍ମୃତି ଦେଇଛନ୍ତି ଜାଣି ହେଉନି ହେଲେ ଯଦି କିଛିବି କହିବେ ହୁଏତ ପୁଅର ମନ ଭାଙ୍ଗି ଯିବ ହେଲେ ଯେତେବେଳେ ନିଜ ବାପାର ସବୁ କଥା ସେ ଜାଣିପାରିବ ମନକୁ ବୋହୁତ ବଡ଼ କଷ୍ଟ ସହିବାକୁ ହେବ କଣ କରିବେ କି କିଛି କହିବେ ଜାଣି ପାରୁ ନାହାନ୍ତି । ପୁଅ ଆଖିରେ ରୂପା ପ୍ରତି କେତେ ଭଲ ପାଇବା ସେ ଦେଖୁଛନ୍ତି " ହେଲେ କାହିଁକି ଏମିତି ଗୋଟିଏ ମିଛ କଥା

ମନୋଜକୁ କହିଲେ ଭାବୁ ଥାନ୍ତି । ନିରୀହ ମନ ଦୁଇଟି କେତେ କଷ୍ଟ ସହିବ ସେକଥା ବାରମ୍ବାର ତାଙ୍କ ମନକୁ ଆସୁଛି ।  ହେଲେ ପୁଅର ନିରୀହ ମନ ଆଗରେ ସେ ଚୁପ ହୋଇ ରହିଲେ ।  



ଅପେକ୍ଷା କରିଥାନ୍ତି ସ୍ୱାମୀ ଙ୍କ ଫେରି ବା ବାଟକୁ ଓ ମନେ ମନେ ଭାଗବାନ ଙ୍କୁ କହୁଥାନ୍ତି । ହେ ପ୍ରଭୁ ସବୁକିଛି ଠିକ କରିଦିଅ ଯେମିତି ମୋ ପୁଅର ମନକୁ ଭାଙ୍ଗି ବାକୁ ଦିଅନି । ସେ ଯାହା ଚାହୁଁଛି ତାକୁ ମିଳି ଯାଉ ବାସ ଏତିକି କର । ବାପା ଟିକେତା ମନକୁ ବୁଝନ୍ତୁ । ରାତି ପ୍ରାୟ ଅନେକ ହେବ  ମନୋଜ ର ବାପା ଘର କୁ ଫେରିଲେ ମା ସେମିତି ଅପେକ୍ଷା କରିଥାନ୍ତି । ତାଙ୍କ ଗାଡିର ଶବ୍ଦ ଶୁଣି ସେ ତଳକୁ ଆସିଲେ ତାଙ୍କୁ ଦେଖି ସେ ପଚାରି ଲେ ଶୋଇନଜେ ରାତି କେତେ ହେଲାଣି ଜାଣି ପାରୁନକି । ଜାଣିଛି ହେଲେ ତୁମକୁ କିଛି ପଚାରିବି ସେଥିପାଇଁ ଶୋଇନି । ଯାହା କିଛିବି କହିବ ସକାଳ

 ହେଲେ କହିଥାନ୍ତ । ନା ସମସ୍ତ ଙ୍କ ଆଗରେ କହିପାରିବିନି କାହିଁକି ବୋଲି ମନୋଜ ର ବାପା କହିଲେ । ମୁଁ ଚାହେଁନି ତୁମ ପ୍ରକୃତ ରୂପ ସମସ୍ତେ ଦେଖନ୍ତୁ ବୋଲି " କାହିଁକି ମୋ ପୁଅ ମନ ସହିତ ମିଛ ଆଶ୍ୱାସନା ଦେଇଛ । ତମେ ଜାଣିଛ ରୂପା କୁ ସେ କେତେ ଭଲ ପାଏ । ସମସ୍ତ ଙ୍କ କଥା କହି ତମେ ନିଜେହିଁ ଚାହଁନି ସେ ମାନେ ବାହା ହୁଅନ୍ତୁ ବୋଲି ଧନୀ ଗରୀବ ବଡ଼, ସାନ ଏହିସବୁ ତମେ ତିଆରିଛ । କାହିଁକି ମୋପୁଅକୁ ରୂପାକୁ ଘରକୁ ବୋହୂ କରି ଆଣିବବୋଲି କହିଛ ।

ଦୁଇ ଟି ମନକୁ କଷ୍ଟ ଦେଇ କୋଉ ମହାନ କାମ କରିବ ବୋଲି ଭାବୁଛ ତମେ ନିଜେ ଚାହଁନି ସେ ଦୁହିଁଙ୍କ ଭଲପାଇବା କୁ ତୁମେହିଁ ଘୃଣା କରୁଛ କିନ୍ତୁ ମନୋଜକୁ କହିଛ ତମେ ସେ ଦୁହିଁଙ୍କର ବାହାଘର କରିବ ବୋଲି । ମୁଁ ଜାଣିଛି ତମେ କିଛି

ଗୋଟାଏ ବଡ଼ ଯୋଜନା କରୁଛ । ମନୋଜ ଙ୍କ ମା ଠାରୁ

ସବୁ ଶୁଣିବାପରେ ଖୁବ ଜୋରରେ ହସି , ଗମଭୀର ଗଳାରେ

କହିଲେ । ଯାହା ହେଉ ତୁମେ ମୋତେ ଠିକ ବୁଝି ପାରିଛ ।  


ତମ ପୁଅ ଆଖିରେ ପ୍ରେମର ପରଦା ପଡିଛି ତାକୁ କିଛିବି ଦିଶୁନି । ତାକୁ ବୁଝେଇ ହେବନି ସେଥିପାଇଁ ସେଦିନ ମୁଁ

କହିଥିଲି ମୁଁ ନିଜେ ସେ ଦୁହିଁକୁ ବାହା କରେଇଦେବୀ ।     

ହେଲେ ମୋର ସେକଥାକୁ ସେ ସତବୋଲି ଧରିନେଲା । କିନ୍ତୁ ତମେ ଜାଣିଛ । ମୁଁ କେବେବି ସେ ସବୁ ହେଵାକୁହିଁ

ଦେବି ନାହିଁ । ଗୋଟାଏ ଗରୀବ ଚାଷୀ ର ଝିଅକୁ ମୁଁ

କେବେବି ବୋହୂ କରିପାରିବିନି । କେବଳ ପୁଅର ମନ ରଖିବା ପାଇଁ କହିଲି ହେଲେ ସେକଥା ସତନୁହେଁ । ମୁଁ କଣ

ଚାହେଁ ଓ କରିପାରିବି ତମେ ଭଲ ଭାବରେ ଜାଣିଛ । ବୋହୁତ ଭଲ ହେବ ପୁଅ ବିଷୟରେ କିଛିବି ନଭାବି । ଶୋଇପଡ ଓ ମୋତେ ଏକା ରହିବାକୁ ଦିଅ । ତେବେ ତମେ

କଣ କରିବ ଯଦି ସେଦୁହେଁ ଘର ଛାଡି ଚାଲିଯିବେ ? ମନୋଜ

ମା ଙ୍କ ଠାରୁ ଏ କଥା ଶୁଣି । ମନୋଜ ବାପା କହିଲେ

ଘର ଛାଡି ଗଲେ । ଦୁହେଁ ପ୍ରେମର ଯେଉଁ ମହଲ ତିଆରିବେ

କଣ ଜଣେ ରହିବା ପାଇଁ । ଆଶ୍ଚର୍ଯ୍ୟ ହୋଇ ମନୋଜ ଙ୍କ

ମା ଶୁଣୁଛନ୍ତି । କଣ କରିବ ବୋଲି ସେ ଦୁହିଁକୁ ପଚାରିଲେ ।   

 ଖୁବ ଜୋରରେ ରାଗି ମନୋଜଙ୍କ ବାପା ରୂପା କୁ ମାରି ଦେବା କଥା କହିଲେ । ମନୋଜଙ୍କ ମା ଜାଣିଥିଲେ ସେ

 ଏମିତି କିଛିହିଁ କରିବେ , କଣବା କହିବେ । ପୁଅ ଜୀବନରେ ଆସୁଥିବା ପ୍ରଳୟ କାରୀ ଝଡ଼କୁ ସେ ଯେମିତି

  ଦୂରରୁ ଅନୁଭଵ କରି ସାରିଥିଲେ । ହେଲେ ସେ କିଛିବି

କରିପାରିବେ ନାହିଁ । ସେ ଜାଣି ପାରିଲେନି ରାତି କେତେବେଳେ ପାହି ସାରିଛି । ସର୍ଯ୍ୟ ଙ୍କ କିରଣ ଧରା

ପୃଷ୍ଠ କୁ ଆଲୋକିତ କରିସାରିଛି । ହେଲେ ନିଜ ପୁଅର

ଜୀବନରେ ଯେମିତି ଅନ୍ଧକାର ପାଖେଇ ଆସୁଛି ।  



ଭାଗବାନ ଙ୍କୁ ନିଜ ପୁଅ ପାଇଁ ଓ ତା ପ୍ରେମପାଇଁ ଅନେକ ଗୁଡିଏ ଶୁଭ ମନାସି ପ୍ରାର୍ଥନା କରୁଥାନ୍ତି ।   

ପୁଣି ଥରେ ନିଜ ଘର କାମରେ ବ୍ୟସ୍ତ ରହି ଯାନ୍ତି ।    


ସକାଳ ଶେଜରୁ ଉଠିବା ପରେ ମନୋଜ ମନରେ ନିଜ ସ୍ବପ୍ନ ର

ନାଇକା କୁ ନେଇ ମନ ଭିତରେ କେତେ କଣ ସବୁ ଭଵନା ଉଙ୍କି

ମରୁଥାଏ । କାହାକୁ କିଛି ନକହି ହସିବାରେ ଲାଗିଥାଏ ।   

ହଠାତ ବାପା ଙ୍କ ପାଟି ଶୁଣି ସେ ଯେମିତି ନିଜ ସ୍ବପ୍ନ ରାଇଜରୁ

ଫେରିଲା କବାଟ ପାଖକୁ ଆସି ଦେଖିଲା ବାପା କଣ ସବୁ ଲୋକ ମାନଙ୍କୁ କହୁଛନ୍ତି । ନିଜେବି ବ୍ୟସ୍ତ ହେଉଛନ୍ତି ।  

ମନୋଜ କୁ ଦେଖି କହିଲେ " ଆରେ ତୁ ଉଠି ଗଲୁଣୁ କି

ମୁଁ ତୋତେ କିଛିବି କହିବାକୁ ସମୟ ପାଇନାହିଁ ।   


କୋଉ କଥା ବାପା , ମନୋଜ ଆଶ୍ଚର୍ଯ୍ୟ ହୋଇ ପଚାରିଲା ? 

ଆରେ ବୋକା ତୋରି ବାହାଘର କଥା । ହଠାତ ବାହାଘର

କଥା ଶୁଣି ମନୋଜ ଯେମିତି ଚମକି ପଡିଲା । ଓ ଅଳ୍ପ

ଅଭିମାନ ସ୍ୱରରେ କହିଲା ମୁଁ ଆପଣକୁ ସବୁକିଛି କହି ସାରିଛି

ଯଦି ମୁଁ ରୂପାକୁ ନ ବାହାହେବି ହୁଏତ ବଞ୍ଚି ହିଁ ପାରିବିନି ।   


ବାପା ଯଦି ମୁଁ ମରିଯାଏ ତେବେ ରୂପା ବି ଏକା ରହିପାରିବନି ସେଥିପାଇଁ ଗୋଟିଏ ଜୁଇରେ ଆମ ଦୁହିଁକୁ

ଜାଳି ଦେବେ ? ପୁଅର ଏସବୁ କଥା ଶୁଣି , ବାପା କହିଲେ

ଆରେ କଣ ସବୁ କହିଯାଉଛୁ । ମୁଁ ରୂପା ଘରକୁ ଯିବା

କଥା କହୁଛି ହେଲେ ତୁ କେତେକଣ କହିବାରେ ଲାଗିଛୁ ।   

ପାଗଳ ନା କଣ ମୁଁ ରୂପାକୁ ଏହି ଘରକୁ ବୋହୂ କରି

ଆଣିବି ଜମା ମନ ଖରାପ ନା । ଏତେ ସବୁ ଲୁଗା, ଗହଣା

ମିଠା ମୁଁ ରୂପା ପାଇଁ ହିଁ କିଣିଛି ତୋତେ ନକହି କିଣିଛି

ବୋଲି ତୋତେ ପଚାରିଥିଲି । ହେଲେ ତୁ ମୋତେ ହିଁ ଭୁଲ

ବୁଝି ସାରିଲୁଣି ଯଦି ପୁଅର ଏକଥା ମୁଁ ରଖିପାରିବିନି ତେବେ

 ମୁଁ କି ବାପା ତୋ ବାହାଘର ସେଇଠି ହେବ ।   



ଖୁସି ରେ ରହ ମୁଁ ରୂପା ଘରକୁ ବାହାରୁଛି । ଫେରିଲେ କଥା

ହେବା ଆସୁଛି । ଦୂରରେ ଥାଇ ମନୋଜ ଙ୍କ ମା ଏସବୁ

ଦେଖୁଥାନ୍ତି । କି ସୁନ୍ଦର ଅଭିନୟ କରୁଛନ୍ତି ବୋଲି ନିଜ

ସ୍ୱାମୀ କଥା ଭାବୁଥାନ୍ତି । ପୁଅର ମୁହଁ କୁ ଦେଖି କାନ୍ଦ ଲାଗୁଥାଏ । ମନୋଜ କହିଲା ମା ଶୁଣିଲ ବାପା ରୂପା ଘରକୁ

ଯାଉଛନ୍ତି ମୋତେ ବୋହୁତ ଖୁସି ଲାଗୁଛି ।   

ପୁଅର ମୁହଁ କୁ ଚାହିଁ ମା "" ଇଶ୍ୱର ଙ୍କୁ ପ୍ରାର୍ଥନା କରୁଥାନ୍ତି

ଯେମିତି ଦୁଇଟି ମନକୁ ଭାଙ୍ଗି ବାକୁ ଦିଅ ନାହିଁ ।   




ମନୋଜ , ରୂପା କୁ ଫୋନ କରି ସବୁକିଛି କହୁଥିଲା ।   

ଜାଣିଛ ବାପା ତୁମ ଘରକୁ ଯାଇଛନ୍ତି । ହଁ ସତକହୁଛ ରୂପା

ବୋହୁତ ଖୁସିରେ ପଚାରୁ ଥିଲା । ଜାଣିଛ ରୂପା ତୁମପାଇଁ

ସାଥୀ ରେ କେତେ କଣ ନେଇଛନ୍ତି । ସବୁ ମୋପାଇଁ ତେଵେତ ଭଲ । ଆଉ ତମେ କଣ ଦେବ ମୋତେ ରୂପା ହସି ହସି ପଚାରୁ ଥିଲା । ତୁମ ହାତରେ ନାଲି ଶଙ୍ଖା, ଓ ମଥାରେ ନାଲି ସିନ୍ଦୁର, ଦେଇ ସବୁଦିନ ପାଇଁ ତୁମକୁ ନିଜର

କରି ନେବି । ବୋହୁତ ଶୀଘ୍ର ଆମ ସ୍ବପ୍ନ ସତ ହେବ ।   

ମନୋଜ ଠାରୁ ଏମିତି ଶୁଣି ରୂପା ଲାଜରେ ଭିଜି ଯାଉଥିଲା ।  

ଯେମିତି ଏହିଦିନକୁ କେବେ ଠାରୁ ସେ ଅପେକ୍ଷା କରିଥିଲା । ମନୋଜ କହିଲା କିଛି କହିବି । ହଁ କହିପାର ରୂପା

କହିଲା । ମୁଁ ଶୁଣୁଛି ତୁମକୁ ଆଜି ଦେଖିବାକୁ ଆସୁଛନ୍ତି ।   

କେତେକଣ ମିଠା ଆଣିଥିବେ ମୋପାଇଁ କିଛି ରଖିବ ସବୁ  

ଏକା ଖାଇବନି । ସତରେ ତମେ ଜାଣିନ ମୋତେ କିଏ

ଦେଖିବାକୁ ଆସୁଛନ୍ତି । ଓ କୋଉଠି ମୋ ବାହାଘର ହେବ ।   

କେମିତି ଜାଣିବି କହିଲେତ । ମନୋଜ ନ ଜାଣିବା ପରି

ହସୁଥିଲା । ରୂପା କହିଲା ଠିକ ଅଛି ମୋ ବାହାଘର

ଠିକ ହେଇଜିବା ମିଠା ମୁଁ ପ୍ରଥମେ ତୁମ ହାତରୁ ଖାଇବି ଯଦି କହିବ ତୁମକୁ ବି ଖୁଆଇଦେବି । ସତରେ ତେଵେତ

ବୋହୁତ ଭଲ । ମନୋଜ କଥା ଶୁଣି ରୂପା କହିଲା ତମେ

ଶୀଘ୍ର ଆସିବ । ହେଉତେବେ ମୁଁ ବାହାରୁଛି " ଯେଉଁଠି

ପ୍ରତିଦିନ ଦେଖା ହୁଏ ସେହି ନଦୀ କୂଳକୁ ଆସିବ ।  

ହଁ ହଁ ଆସିବି । ଯଦି ଡେରି ହୁଏ ଟିକେ ରହିବ ରାଗିବନି ।   

  ସେମାନଙ୍କ ଆଖିରେ କେତେ ମିଳନର ଅସୁମାରୀ ସ୍ବପ୍ନ ବସା  ବାନ୍ଧି ବସିଥାଏ । ହେଲେ ମନୋଜ ବାପା ତାଙ୍କ କାମରେ ଲାଗିଥାନ୍ତି । ରୂପା ଘର ଆଗରେ ଗୋଟିଏ ବଡ଼ ଗାଡି ଦେଖି ଗାଁର ସବୁ ଲୋକଆଶ୍ଚର୍ଯ୍ୟ ହୋଇ ଚାହିଁ ଥାନ୍ତି କେତେ ଭଳି ଭଳି ଜିନିଷ ରୂପା ଘରକୁ ଯାଉଛି ସମସ୍ତେ କଥା ହେଉଥାନ୍ତି ।   ରୂପାର କେତେ ଭାଗ୍ୟ କେତେ ବଡ଼ ଘରକୁ ଯାଉଛି ।  କେତେ ଭାଗ୍ୟ କରିଛି ବୋଲି ଏମିତି ବର କୁ ଦେବତା ଭଳି ଶାଶୁ, ଶଶୁର ପାଇବ ବିଚାରୀର ଭାଗ୍ୟ ବଦଳିଯିବ ।   

ମନୋଜ ବାପା ରୂପାକୁ ଦେଖି ପସନ୍ଦ କରି କହିଲେ ଖୁବ

ସୁନ୍ଦର ହୋଇଛି । ଭଗବାନ ତୋତେ ଭଲ ରଖନ୍ତୁ ।   

ବାକି ସବୁ କଥା ରୂପା ବାପା ଙ୍କ ସହିତ ହେଲେ ରୂପାକୁ କହିଲେ ଆରେ ମା ମୁଁ ଆସିବା ସମୟରେ ମୋର ଜଣେ ଅତି

ଘନିଷ୍ଠ ବନ୍ଧୁ ଏହି ଛୋଟ ପ୍ୟାକେଟରେ କିଛି ମିଠା ଦେଇଛନ୍ତି ।

କହିଲେକି ବୁଝିଲୁ ବନ୍ଧୁ ମୁଁ ତୋ ସହିତ ଯାଇପାରିବିନି ହେଲେ

ମୋ ତରଫରୁ ଏହି ମିଠା ଟି ବୋହୂକୁ ଖୁଆଇଦେବୁ ।  

ଏ ଥିରେ ଆମ ସ୍ୱାମୀ, ସ୍ତ୍ରୀ, ଦୁହିଁଙ୍କ ଆଶ୍ରିବାଦ ରହିଛି ।  

ତେଣୁ କରି ଏହି ମିଠାକୁ ତୁ ଖାଇବୁ ମୁଁ ଆସୁଛି ଅନେକ କାମ ବାକି ରହିଯାଇଛି । ଏସବୁ ଶୁଣି ଯେମିତି ରୂପା ବୋହୁତ ଖୁସି ହୋଇଉଥାଏ । ହଠାତ ମନେ ପଡିଲା ମନୋଜ ପହଁଚି ସାରିବେଣୀ କହିଥିଲେ ପ୍ରଥମେ ମିଠା ଖୁଆଇବେ ।   



ରୂପା କିନ୍ତୁ ଜାଣେନାହିଁ ଶିକାରୀ ଜାଲ ପକାଇବା ଭଳି କେହିଜଣେ ସେମାନଙ୍କୁ ଚାହିଁ ବସିଛି ।   

ରୂପା ସେହି ନଦୀ କୂଳରେ ପହଁଚିଲା ବୋହୁତ ଆଗରୁ ମନୋଜ

ଅପେକ୍ଷା କରିଛି । ସବୁଦିନ ଡେରିହେଲେ ରାଗି ଯିବା ଲୋକକାହିଁକି କିଛି ନ କହି ବସିଛନ୍ତି । ରୂପା କଥା ଶୁଣି ମନୋଜ କହିଲା ମୋ ବାପା ଯାଇଥିଲେ ତୁମକୁ ଦେଖିବାକୁ କଣ କହିଲେ ବୋହୂ ତାଙ୍କର ପସନ୍ଦ ହୋଇଛି ନା ହୋଇନି ?? ରୂପା କହିଲା ତମେ ପଚାରିବ ସେ କହିବେ । ଖାଲି କହିଲେ ବୋହୁତ କାମ ବାକିରହିଛି । ରୂପା ର କହିବା

ଶୁଣି , ମନୋଜ କହିଲା ବାପା ଙ୍କୁ ସବୁକିଛି କହିଦେଇଛି

ତମେ ରାଗିବ ବୋଲି କହୁଛି ସେ ମୋ ଖୁସିରେ ରାଜି ନଥିଲେ

କଣ ତୁମ ଘରକୁ ଯାଇଥାନ୍ତେକି । ହେଲେ କିଛି ଭୁଲି ଯାଇଛକି

  ନା ଭୁଲିନି ତୁମପାଇଁ ମିଠା ଆଣିଛି । ଏତେ ସୁନ୍ଦର

ପ୍ୟାକେଟ ଭଲ ହୋଇଛି ? ତୁମ ବାପା ଙ୍କର କେହି ଜଣେ ବନ୍ଧୁ ଦେଇଛନ୍ତି ବୋଲି କହୁଥିଲେ ମୁଁ କେମିତି ଏକା

ଖାଇବି ତାଙ୍କ ଆଶ୍ରିବାଦ ଆମ ଦୁହିଁଙ୍କୁ ମିଳିବା ଦରକାର

ସେଥିପାଇଁ ମୁଁ ଆଣିଛି ଦୁହେଁ ମିଶିକି ଖାଇବା । ଠିକ

ସମୟରେ ମନୋଜ ର ଫୋନ ଟି ବାଜି ଉଠିଲା ଦେଖିଲା

ବାପା ହି କରିଛନ୍ତି । ରୂପା କହୁଥାଏ ପ୍ରଥମେ କଥା ହୁଅ ।

କିଛି କହିବାକୁ ଚାହୁଁଥିବେ ହେଲେ ମନୋଜ କହିଲା ବ୍ୟସ୍ତ

ହୁଅନି କଥା ହେବି ହେଲେ ମିଠା ଖାଇବା ପରେ ମୁଁ ଜାଣେ

ତମେ ଖାଇନଥିବ ଫୋନ ଟି ବାରମ୍ବାର ବାଜି ବାକୁ ଲାଗିଲା

ମନୋଜ ଫୋନ କୁ ସୁଇଜ ଅଫ କରିରଖି ଦେଲା ।   

ଦୁହେଁ ପରସ୍ପର କୁ ମିଠା ଖୁଆଇଥିଲେ ନଦୀ ର ପାଣି

ଆଣି ପି ଥିଲେ । ପ୍ରଥମେ ରୂପା ର ମୁଣ୍ଡ କିଛି ହେବାକୁ

ଲାଗିଲା ମନୋଜ କହୁଥାଏ ତମେ ସକାଳ ରୁ କିଛିବି ଖାଇନ

ସେଥିପାଇଁ ଏମିତି ଲାଗୁଛି ରୂପା କହୁଥାଏ ହଁ ହେଲେ କିଛି

ସମୟ ପରେ ମନୋଜ ର ମଧ୍ୟ୍ୟ ସେମିତି ମୁଣ୍ଡ କଣ ହେବାକୁ ଲାଗିଲା । ବାପା ଙ୍କ ବନ୍ଧୁ ଉପରେ ଟିକେ ବିରକ୍ତ

ହୋଇ କେମିତି ମିଠା ଦେଇଛନ୍ତି ବୋଲି କହୁଥାଏ ।   

ଏବେ ଫୋନ କୁ ସୁଇଜ ଅନ କରି ବାପା ଙ୍କୁ ଫୋନ କରିବାରୁ

ବାପା କହିଲେ ତୁ କୋଉଠି ଅଛୁ ଘରକୁ ଆସ । ମୁଁ ସବୁ

ଠିକ କରିଆସିଛି ତୁ ବ୍ୟସ୍ତ ହେନା । ହେଲେ ବାପା ତମେ

କି ମିଠା ଦେଇଛଯେ ରୂପା ର ମୁଣ୍ଡ ଅଳ୍ପ ଅଳ୍ପ ବୁଲାଉଛି ।

 ବାପା ବିରକ୍ତି ହୋଇ କହିଲେ ତୁ ଘରୁ ଚାଲିଆସ । ହେଲେ କାହିଁକି ବାପା କଣ ହୋଇଛି କି ଏମିତି କାହିଁକି କହୁଛ

 ମୋ ରୂପା ର କଣ ହେଉଛି । ବାପା ବୋହୁତ ରାଗରେ

 କହିଲେ ଜାଣିବାକୁ ଯଦି ଚାହୁଁଛୁ ତେବେ ଶୁଣ । କେମିତି

ଭାବିଲୁ ଗୋଟାଏ ଗରୀବ ଘର ଝିଅକୁ ମୁଁ ଏଘର ର ବୋହୂ କରି ଆଣିବି ତୋ କଥା ରଖିବା ପାଇଁ ମୁଁ ରାଜି ହୋଇ ଯାଇଥିଲି । ସେ ମିଠାରେ ମୁଁ ବିଷ ମିଶେଇ ଦେଇଥିଲି ।  

ହେଲେ ତୁ କଣ କରୁଛୁ ଘରକୁ ଆସ ତୋ ସହିତ କଥା ହେବାର ଅଛି । ବୋହୁତ ଭଲ କହିଛ ବାପା ମୁଁ ଜାଣିନଥିଲି

ତମେ ମୋ ରୂପା ପାଇଁ ଏତେ ଖରାପ ଚିନ୍ତା ଧାରା ରଖିଛ ।   ମୋତେ ତମକୁ ମୋ ବାପା କହିବାକୁବି ଖରାପ ଲାଗୁଛି ।  ଯାହା ହେଉ ଆମକୁ ଏକାଠି ବଞ୍ଚି ବାକୁ ଦେଲନି କିନ୍ତୁ ଏକାଠି ଦୁନିଆ କୁ ଛାଡି ଯିବାପାଇଁ ଭଲ ବାଟ କାଢି ଦେଇଛ ଶେଷ ସମୟରେ ତୁମକୁ ଧନ୍ୟବାଦ ଦେଉଛି ବାପା । ବୋହୁତ ଖୁସି ଆମେ ଦୁହେଁ ଏକାଠି ଅଛୁ ଭାଗବାନ ଙ୍କୁ ପ୍ରାର୍ଥନା କରିବି ।  

ତୁମକୁ କ୍ଷମା କରିଦିଅନ୍ତୁ ବାପା ତମେ ଜାଣିନ ମୁଁ ବି ସେ ମିଠାଖାଇଛି ରୂପା ଦୁନିଆ ଛାଡି ଚାଲି ଯାଇଥିଲେ ମୁଁ କେମିତି ଏକା ରହିଥାନ୍ତି ହେଲେ ଏବେ କିଛି ଅସୁବିଧା ହେବନି ।  


ଆମେ ଏମିତି ଜାଗାକୁ ଯାଉଛୁ ଯେଉଁଠି ଧନୀ, ଗରୀବର ମାପକାଠି ନଥିବ କେବଳ ରୂପା, ଓ ମନୋଜ ସବୁଦିନପାଇଁ ଦୁଇଟିଆତ୍ମା ଏକାଠି ହୋଇ ରହିବୁ ହୂମନିଆଁ ଙ୍କୁ ସାକ୍ଷୀ ରଖି ସଂସାରନକରିପାରିଲେ କଣ ହେଲା । ଜୁଇ ନିଆଁରେ ଏକାଠି ହୋଇଏଦୁନିଆକୁ ଛାଡି ଆମ ଭଲପାଇବା ଦୁନିଆରେ ସବୁଦିନପାଇଁ

ହଜିଯିବୁ ଯାହା ସହିତ ଦୁନିଆ ଗଢିବାକୁ କହିଥିଲି ସେତିକିତହେଲାନି ହେଲେ ଗୋଟିଏ ଜୁଇରେ ଆମକୁ ଶେଷ ବିଦାୟ ଦେବ ସେତିକି ଚାହୁଁଛି । ଏତିକି କହି ମନୋଜ ରୂପାକୁ କହିଲା ମୋତେ କ୍ଷମା କରିଦେବ ମୁଁ ମୋ କଥା ରଖି ପାରିଲିନି ।   


ରୂପା କହିଲା କିଛି ନୁହେଁ ଆମେ ଏକାଠି ଶେଷ ସମୟରେ ବି ପରସ୍ପର ପାଖରେ ଅଛୁ ଏମିତି ମରଣ କେବଳ ଭାଗ୍ୟ ବାନ ଲୋକଙ୍କୁ ମିଳିଥାଏ । ଦୁଇ ଜଣ ପରସ୍ପର ହାତରେ ହାତଛନ୍ଦି ଏକାଠି ବସିଛନ୍ତି ଆଖିରୁ ଲୁହ ଧାର ବୋହି ଚାଲିଥାଏ ।   ଧୀରେ ଧୀରେ ପାଟିରୁ ରକ୍ତ ବୋହୁଥାଏ ହେଲେ ସେମାନେ ଖୁସି ଯେ ଆମେ ଶେଷ ସମୟରେ ବି ଏକାଠି ଅଛୁ ବୋଲି ।  



ମନୋଜ କହୁଥାଏ ରୂପା ତମେ ରାଗିବନି ମୁଁ ତୁମକୁ ବୋହୂ

କରି ଆମଘରକୁ ନେଇ ପାରିଲିନି । ରୂପା ହସି କହୁଥାଏ

ଠିକ ଅଛି ତମେ ଏଇଠି ମୁଁ ବି ଏଇଠି ଅପେକ୍ଷା କାହାକୁ

କରିଛ । ଆରେ ସତେତ ମୋ କନିଆଁ ତ ମୋପାଖରେ ମୁଁ କେମିତି ଜାଣି ପାରୁନି କେଜାଣି ରୂପା ସତରେ ମୁଁ ଗୋଟାଏ ବୋକା ମନୋଜ ନିଜ ରକ୍ତ କୁ ରୂପା ସିନ୍ଥି ରେ ଲଗେଇ ଦେଇ କହିଲା କଣ ଏଥର ଖୁସି ତ ମନୋଜ ର କଥା ଶୁଣି ରୂପା କହିଲା ଦୁନିଆର ସବୁ ଖୁସି ମୋତେ ଦେଇଛ ଆଉ କିଛି ଅଧିକ ମୁଁ ଚାହେଁନି । ପ୍ରେମ ନାମକ ଦୁଇଟି ପକ୍ଷୀ ଯେମିତି ସବୁଦିନ ପାଇଁ ଦୁରକୁ ଅନେକ ଦୁରକୁ ଉଡି ଚାଲିଗଲେ ।   ନଦୀ କୂଳରେ ଦୁହିଁଙ୍କ ଶରୀର ପଡିଥାଏ । କେତେ ସମୟ ପରେ ମନୋଜ ବାପା ପରିବାର ଲୋକେ ପହଁଚିଲେ ରୂପା ଘର ସମସ୍ତ ଲୋକ ମାନେ ବି ଆସିଲେ ଦୁଇଟି ଶବ ସେମିତି ନଦୀ କୂଳରେ ପଡି ରହିଥାଏ । ଯେମିତି ଲାଗୁଥାଏ ସେ ଦୁହେଁ ଦୁନିଆ କୁ ବିଦାୟ ଦେଇଯାଇଛନ୍ତି କିନ୍ତୁ ।   


ଭାଙ୍ଗି ଦେଇଛନ୍ତି ସମାଜର ବାଧା ବିଘ୍ନକୁ ଏ ଦୁନିଆ ସେମାନଙ୍କ

ପ୍ରେମକୁ ବୁଝି ପାରିଲାନି ଶାନ୍ତିରେ ସେମାନଙ୍କୁ ଏକାଠି ରହିବାକୁ

ଦେଇନାହିଁ । ହେଲେ ସେମାନେ ଏଇ ସ୍ୱାର୍ଥପର ଦୁନିଆକୁ

ପଛରେ ଛାଡି ଦେଇ ଦୁରକୁ ବୋହୁତ ଦୁରକୁ ଚାଲି ଯାଇଛନ୍ତି ।   

ଏମିତି ଗୋଟିଏ ଜାଗାକୁ ଯେଉଁଠି ସେମାନଙ୍କ ପ୍ରେମକୁ

ବୁଝିବା ପାଇଁ ନିଷ୍ଠୁର ମଣିଷର ଚିନ୍ତା ଧାରା ନଥିବ ।  

ଥିବ କେବଳ ହୃଦୟର ଭଲ ପାଇବା ଯେଉଁଠି ଦୁଇଟି ହୃଦୟ କୁ

କିଏ କେବେବି ଦୁରେଇ ପାରିବେନି ।   



ମନୋଜ , ରୂପା ସବୁଦିନ ପାଇଁ ଚାଲି ଗଲେ । ଦୁଇ

ପରିବାର କେବଳ ସବୁଦିନ ପାଇଁ ଯାହା ହରେଇ ଛନ୍ତି ।   

ସେହି ବିଷୟରେ କହୁଥାନ୍ତି । ମନୋଜର ମା କହିଲେ ସବୁତ ନିଜ ଇଚ୍ଛାରେ କଲ ଏତିକି କଥା ତାର ପୂରଣ କର । ଦୁହିଁଙ୍କୁ ଗୋଟିଏ ଜୁଇରେ ଶେଷ ବିଦାୟ ଦିଅ । ପୁଅକୁ ସବୁଦିନ ହଜାଇ ଦେଇଥିବା ଦୁଃଖ ରେ ମନୋଜ ବାପା ଭାଙ୍ଗି ପଡିଛନ୍ତି ସେ ଜାଣି ନଥିଲେ ତାଙ୍କରୀ ଜାଲରେ ସେ ସବୁଦିନ ପାଇଁ ଛନ୍ଦି ହୋଇ ଯାଇଛନ୍ତି ? ପୁଅର ଶେଷ କହିବା କଥା ଅନୁଯାଇ ଗୋଟିଏ ଜୁଇରେ ଦୁହିଁଙ୍କ ଶବ କୁ ରଖି ମୁଖାଗ୍ନି ଦେଇଥିଲେ । ଯେମିତି ଲାଗିଲା ପ୍ରେମ ଆଗରେ ଏ ନିଷ୍ଠୁର ମଣିଷ ଜଣକ ହାରି ଯାଇଛି । କେତେ ଚକ୍ରାନ୍ତ କରି ମଧ୍ୟ୍ୟ ସେମାନଙ୍କୁ ଦୁରେଇ ପାରି ନାହିଁ । ସେସବୁଦିନ ପାଇଁ ହାରି ଯାଇଛି ଦୁଇଟି ହୃଦୟ ନିଜ ଜୀବନ ଦେଇ ପ୍ରେମର ବାଜି ଜିତି

ଯାଇଛନ୍ତି ।



ସତରେ ପ୍ରେମ ଖୁବ ସୁନ୍ଦର

   ଖୁବ ନିଆରା ତା ପରିଚୟ

 ଦୁଇ ହୃଦୟର ଗୋଟିଏ ସ୍ପନ୍ଦନ

   ଗୋଟିଏ କଥା କହୁଥାଏ ବାରମ୍ବାର

  ତୁମଠୁ ଆରମ୍ବ ତୁମଠି ହି ଶେଷ

ତୁମେ ଜାଣ ନାହିଁ "" ମୋ ଦୁନିଆ ତୁମେ ମୋର



  




Rate this content
Log in

Similar oriya story from Romance