ତମେ ଆଉ ମୁଁ
ତମେ ଆଉ ମୁଁ
ଲେଖିବାକୁ ବାକୁ ଭଲ ଲାଗେ l ହେଲେ ପ୍ରେମ ରେ ପଡିଲେ ଜଣେ ଏପରି ଭାବରେ ବଦଳି ଯାଏ l ଯାହା ସବୁ କଥା ଥାଏ ତା ମନର ମଣିଷ କୁ କହି ନପାରିଲେ ବି କାହା ଆଗରେ କହିବାକୁ ଭାବୁଥାଏ l ଯେତବେଳେ କେହିବି ନଥାନ୍ତି l ଶେଷରେ ଖାତା କଲମକୁ ନିଜ ସାଥୀ ରୂପେ ବାଛିନିଏ l ମନ ର ଭଲପାଇବା ଆଖି ର ପ୍ରତେକ ଲୁହ ଧାର ଯେକେବଳ ସେହି ଲୋକ କୁ ଖୋଜୁଥାଏ l ଯାହାକୁ ସେ ନିଜ ଅଜାଣତରେ ନିଜ ମନର ଚାବି କାଠି ଦେଇସାରିଛି l ଯେତେବେଳେ ସେ ପାଖରେ ନଥାନ୍ତି କେତେ କଣ କହିବାକୁ ବାକି ରହିଯାଏ l କିନ୍ତୁ ଯେବେ କେବେବି ସୁଯୋଗ ମିଳୁଥିଲା
ତାଙ୍କୁ ଦେଖିଲେ ସବୁକିଛି ଭୁଲି ଯାଉଥିଲି l କାହିଁକି କେଜାଣି ଏତେ ଭଲ ପାଉଥିଲି ଜାଣିନି l ତାଙ୍କ ମନରେ ମୋ ପାଇଁ କଣ ଅଛି ଜାଣେନି ହେଲେ ତାଙ୍କୁ l ପାଗଳଙ୍କ ପରୀ ଭଲ ପାଏ ଓ ଦେହରେ ଶେଷ ନିଶ୍ୱାସ ଥିବା ଯାଏ ଭଲ ପାଉଥିବି l ଆମ ଭଲ ପାଇବାରେ ବହୁତ ଗୁଡ଼ାଏ ବାଧା କେବେବି ମନଭରୀ ପଦେ କଥା ହୋଇନଥିବୁ l କାହିଁକି
ଏ ମଣିଷମାନେ ଆମକୁ ଏହିପରି କରନ୍ତି? କି ଖୁସି ଅନୁଭବ
କରନ୍ତି ସେ ମାନେ ହିଁ ଜାଣି ପାରୁଥିବେ l ମୋତେ ଭାରି ରାଗ ଲାଗେ ହେଲେ କଣ ବା କରିପାରିବି l ମୋ ପ୍ରେମିକ ଭାରି ଶାନ୍ତ, ହେଲେ ମୁଁ ହେଲି ତାର ବିପରୀତ ମାନେ ବୋହୁତ ରାଗି ମୁଁ ସବୁବେଳେ ରାଗେନି ମୋର ଯାହା ପସନ୍ଦ ନୁହେଁ l ମୁଁ କହେ ଯଦି ମୋର ଏ କଥା ଯଦି କାହାକୁ ଖରାପ ଲାଗେ ତେବେ ମୁଁ କଣ କରିବି l ମୋ ବୋଉ କହେ ଏମିତି ଜମାରୁ ଭଲ ନୁହେଁ? ହେଲେ ମୁଁ କଣ କରିପାରିବି ଅନ୍ୟ କୁ ଖୁସି କରିବାକୁ ଜାଇ ନିଜ ଆତ୍ମା ଆଗରେ ମିଛ କହିବାକୁ ମୋତେ ଭଲ ଲାଗେନି କଣ ବା କରିବି l ସେଥିପାଇଁ ମୁଁ ସବୁଦିନ ଗାଳି ଶୁଣେ ଚଳିବ ହେଲେ ତାକୁ କିଏ କହିବ?? କାହାକୁ କହିଲେ ସେ ମ କଣ ଜାଣି ପାରୁନାହାନ୍ତି l ମୋରି ପ୍ରେମିକ ଯାହା ପ୍ରେମରେ ମୁଁ ପାଗଳ ହେଲେ ବାବୁଙ୍କୁ କିଏ କହିବ l ଖାଲି କିଏ ଦେଖୁଛି, କିଏ କଣ ଭାବିବ ସବୁଦିନ ଏ କଥା ଶୁଣି ଶୁଣି ଭାରି ରାଗ ଲାଗେ ମନେ ମନେ ଭାବେ ଯଦି ଠାକୁରେ ମୋତେ ପୁଅ କରିଥାନ୍ତେ l ସତ କହୁଛି ମୁଁ କଣ କରିଥାନ୍ତି ଜାଣିଛନ୍ତି l କେବେ ଠାରୁ ତାଙ୍କୁ ଉଠେଇ ଆଣନ୍ତି l ହେଲେ ମୋ କାହାଣୀ ରେ ସବୁ ଓଲଟା କଣ କରିବି ମନତ ଦେଇଛି l ବୋହୁତ ହସୁଥିଲି, ସମସ୍ତେ କୁହନ୍ତି l ମୋ ପାଖରେ ସବୁ ପ୍ରଶ୍ନର ଉତ୍ତର ଅଛି ହେଲେ ମୁଁ ଭାବୁଛି ମୋ ନିଜ ଜୀବନ ମୋ ପାଇଁ ଗୋଟେ ଏମିତି ବୁଢ଼ୀଆଣି ଜାଲରେ ଛନ୍ଦୀ ହୋଇଯାଇଛି ? ଯୋଉଥିରୁ
ମୁଁ ବାହାରିପାରୁନି କେତେ ଖୁସିରେ ରହୁଥିଲି ହେଲେ କି ଭଲ ପାଇଲି ଯେ ଖାଲି କାନ୍ଦିବା ଛଡା କିଛିବି ପାଇଲିନି l ତମେ ଜାଣିନ ଯେଉଁ ଦିନ ତମେ ମୋତେ ଦେଖିକି କିଛିବି କହିଲନି ଚୁପ ରହିଲ? ମୋତେ ଲାଗିଲା ତମେ ବୋଧେ ରାଗିଛ ପୁଣି ଭାବିଲି ମୁଁ କଣ କରିଛିଯେ ତମେ ରାଗିବ l ଯେଉଁଠି କଥା ପଦେ ହୋଇ ପାରୁନେ l ରାଗିବା କଥା ଉଠୁଛି କୋଉଠୁ କେବଳ ମନକୁ ମନ ଚୁପ ରୁହେ ତମକୁ ସେଦିନ ଡାକିବାରୁ ମୋତେ ଚାହିଁଲନି ମୋର ଭୁଲ କଣ କିଛିବି କହିଲନି l ମୁଁ ଜାଣିନି ତମେ କେତେ ବେଳେ ଗାଁ କୁ ଚାଲିବି ଗଲ ଭାରି ଦୁଃଖ ଲାଗିଲା l ଅଦିନିଆ ଝଡ଼ରେ ଭାଙ୍ଗି ଯାଇଥିବା ପକ୍ଷୀ ର ବସାଟିପରି ମନଟା ମୋର ଗୁମୁରି ଗୁମୁରି କାନ୍ଦୁଥାଏ l ଉପରକୁ ଶାନ୍ତ ଦିଶୁଥାଏ ହେଲେ ମନ ଭିତରେ ଯେପରି ଅଶାନ୍ତ ଜୁଆର ଗୁଡିକ ସମୁଦ୍ରବେଳା ଭୁମିକୁ ଛୁଇଁ ବିଶାଳ ସମୁଦ୍ର ଗର୍ଭକୁ ଫେରୁଥାଏ ଠିକସେହିପରି ମୋ ମନର ଅବୁଝା
ପ୍ରଶ୍ନ ମୋତେ ବ୍ୟସ୍ତ କରୁଥାଏ?? କାହାକୁ କହିବି କିଏ ମୋ ପ୍ରଶ୍ନ ର ଉତ୍ତର ମୋତେ ଦେବ ଜାଣି ପାରୁ ନଥାଏ l ହେଲେ ତୁମକୁ ଭଲପାଇବା କଥା ମୋ ବୋଉହି ଜାଣିଥଲା l ବୋଉକୁ
ଧରି ବୋହୁତ କାନ୍ଦିଛି କେତେ ଯେ ଲୁହ ଝରେଇଛି ଜାଣେନି l
ମୋକାନ୍ଦିବା ଦେଖି ବୋଉ ବି କାନ୍ଦେ l ମୁଁ ସାନ ଝିଅ ବୋଲି ବୋଉର ଭାରି ଗେହ୍ଲା ବାପାବିସ୍ନେହ କରନ୍ତି l ହେଲେ ଜାଣିପାରିଲିନି ତମ ଘର ଲୋକେ କାହିଁକି ଆମ ଭଲପାଇ ବାରେ ବାଧା ଦିଅନ୍ତି l ଘରେ ଫୋନ ଥାବି କେବେ କହିବନି ଗୋଟେ call, କରିଦିଦେବୀ ତମକୁ କଣ ଇଛା ହୁଏନି ମୋ ସହିତ କଥା ହେବାକୁ କେମିତିକା ମଣିଷ କେଜାଣି l ଜାଣିଛ ମୋଠାରୁ ନମ୍ବର ମାଗିକି ନେଲ ମୁଁ ଭାରି ଖୁସି ସବୁଦିନ ଅପେକ୍ଷା କରେ ତମ ଫୋନ କୁ ?? ହେଲେ ତମର call ଆସେନି ଭାରି କାନ୍ଦ ଲାଗେ କେତେ ବଡ଼ ହୃଦୟ ହିନକୁ ମୋ ମନ ଦେଇଛି l କଥା ହେବିନି ଭାବେ ତମ ବିଷୟ ରେ କେବେବି ଭାବିବିନୀ ମନକୁ ମନ କହେ ନିଜେବି ଜାଣେନି ପୁଣି ଥରେ ତମ କଥା ମନକୁ ଆସେ l ନିଜ ଅଜାଣତରେ ଆଖିରୁ ଲୁହ ବୋହିଚାଲେ କଣ ଠିକନା l ଏ ହେଉଛି ପ୍ରେମର ନିଆରା ଅନୁଭୁତି ଶରୀର ଗୋଟିଏ ଜାଗାରେ ଥିବ ହେଲେ ମନ ତାମନର ମଣିଷ ପାଖରେ ଥିବ l ଭାବୁଥିବେ କଣ କଣ ଗପିଯାଉଛି କଣ ବା କରିବି ମୋମନର l ଏତେ ସବୁକଥା କଥାକାହାକୁ ବା କହିବି ସବୁକିଛି ମୋ ଡ଼ାଇରୀରେ ଲେଖେ l ହସ, ଲୁହ ସବୁ ତମେ ମୋଠାରୁ ମୁହଁ ବୁଲେଇ ବା ପରଠାରୁ ବଞ୍ଚିବା ଭାରି କଷ୍ଟ ହୋଇ ଯାଇଥିଲା ତମ ସହ ଦେଖା ପର ଠାରୁ ସବୁକିଛି ଲେଖିଛି l କାହିଁକି କେଜାଣି ତାକୁ ନିଜଠାରୁ ଅଲଗା କରି ପାରେନି l ସୁଖ ଦୁଃଖ ର ସାଥି ଟେ ମୋର ମୋ ମନର ପ୍ରତେକ କଥାକୁ ସେ ନିଜ ଭିତରେ ସାଇତି ରଖିଛି l କାହିଁକି ଏମିତି ଭାବରେ ବ୍ୟବହାର କରିଥିଲ ଭାବେ ଜାଣିବାକୁ ପାଇଲି କି ତମ ଘର ଲୋକମାନେ ତୁମକୁ କିଛି କରିଥିଲେ l ମାନେ ଯେଉଁ କହନ୍ତି, ଗୁଣି ତାକୁହିଁ କରିଥିଲେ l ମୋତେ ପ୍ରଥମରେ ବିଶ୍ୱାସ ହେଲାନି କିନ୍ତୁ ତା ପରେ ମାନିବାକୁ ବାଧ୍ୟ୍ୟ ହେଲି l
ବୋଉ କହିଲା ତମେ ଯାହାବି ବ୍ୟବହାର କରିଛ l ସେସବୁ ତୁମେ ନିଜ ଇଛା ରେ କରିନାହଁ l ମୋ ମନ କୋଉଠି ବୁଝୁଛି କେମିତି ତମେ ଭଲ ହେବ ଭାଗବାନଙ୍କୁ ପ୍ରାଥନା କରୁଥାଏ l
ଦେଖୁ, ଦେଖୁ ୭ ମାସ ବିତିଗଲା ତମେ ଫେରିଲ l ମୁଁ ଆମଘର ଗ୍ରିଲ ଗେଟ ଫାଙ୍କ ରେ ତମକୁ ଲୁଚି ଦେଖୁଥାଏ l କାହିଁକି କେଜାଣି ତୁମ ସାମ୍ନା କୁ ଯିବାକୁ ଗୋଟାଏ ଅଜଣା ଡର ଲାଗୁଥାଏ l ମନ କହୁଥାଏ ଦୌଡ଼ି ଯିବାକୁ ହେଲେ କାହିଁକି କେଜାଣି ପୁଣି ପାଦ ଦୁଇଟି ପଛକୁ ଫେରି ଆସେ l
ମୁଁ କେବେବି ଚାହିଁବିନି ତମେ କଷ୍ଟ ପାଅ ବୋଲି l ସେଥି ଲାଗି ତୁମଠାରୁ ଦୁରେଇ ରହିବାକୁ ଭାବିଲି l ଏମିତିରେ କେତେ ଦିନ ଚାଲିଗଲା l ମୁଜାଣିପାରେ ତମେ ମୋତେ ଦେଖିବାକୁ ଚାହଁ କିନ୍ତୁ ମୋ ଲାଗି ତମେ କଷ୍ଟ ପାଅ ସେ କଥା କେବେବି ଚାହେଁନି l ମୁଁ ବାହାରେ ବସିଥାଏ ତମେ ଆସିବା ଜାଣି ମୁଁ ଚାଲିଯାଏ ଲୁଚି, ଲୁଚି ତୁମକୁ ଚାହେଁ ତମେ ଆସି ମୋତେ ଖୋଜ ଆମଘର କୁ ଚାହଁ ଛାତ କୁ ଦେଖ ହେଲେ ମୋତେ ନଦେଖିଲେ ତମ ଘରକୁ ଚାଲିଯାଅ l ମୋତେବି ଦୁଃଖ ଲାଗେ ହେଲେ ପୂର୍ବରୁ ଯାହାବି ସବୁ କିଛି ଘଟି ଯାଇଛି l ସେସବୁ ମୁଁ ଚାହେଁନି ଯଦି ମୋ ଲାଗି ତମେ କଷ୍ଟ ପାଇବ ମୁଁ କଣ ଶାନ୍ତି ରେ ରହିବି l କେବେ କେବେ ବାଟରେ ଦେଖା ହେଲେବି ମୁହଁ ଟେକି ତୁମକୁ ଚାହିଁ ପାରେନି ଡରଲାଗେ ତମେ ହସ ମୁଁ କିଛି
କହେନି ଚୁପଚାପ ଚାଲିଯାଏ l ତମକୁ ଏମିତି ବ୍ୟବହାର କରିଥିବାରୁ ଖରାପ ଲାଗୁଥାଏ ହେଲେ କହିଲେ ଦେଖି କଣବା
କରନ୍ତି l ତମେ ମୋ ପାଇଁ କଷ୍ଟ ପାଇବା ଆଗରୁ ସେ କଷ୍ଟରେ ମୁଁ ଜଳିଯିବି ହେଲେ ତୁମେ ଖୁସିରେ ରୁହ ସବୁଦିନ ଚାହିଁବି l ଜାଣି ଜାଣି ତୁମ ଠାରୁ ନିଜକୁ ଦୁରେଇ ରଖୁଥାଏ l ୨ ମାସ ବିତିଗଲା ଦିନେ ମୋ ମାମୁଁ ଙ୍କ ପୁଅ ଆମ ଘରକୁ ଆସିଥାଏ l
ତୁମକୁ ବାଟରେ ଦେଖିଛି ବୋଲି କହିଲା ହେଲେ ମୋ ଠାରୁ
କିଛିବି ନ ଶୁଣି କହିଲା l ତୁକଣ ଚୁପଚାପ କିଛିବି କହୁନୁ ଯେ
ମୁଁ କହିଲି କଣ କହିବି ପଚାରେ ?? କଣ ଝଗଡା ହୋଇଛି କିରେ ତୋମନରେ ଖୁସି ନାହିଁ l ମାମୁଙ୍କ ପୁଅ ପଚାରିଲା l
କଣ ଝଗଡା ହେବ ଯେତେବେଳେ କୌଣସି କଥାହିଁ ନାହିଁ l
କାହିଁକି କଣ ହେଲା ବୋଲି କହିଲା ଯାହାକିଛି ହୋଇଥିଲା ସବୁ କହିଲି l ଓ ଏବେ ତୁମ ସାମ୍ନା କୁ ଆସୁନି କି କୌଣସି କଥା ହେଉନି ବୋଲି କହିଲି l ସେ କହିଲା ତୁ ଯାହା ଭାବୁଛୁ ଠିକ ହେଲେ ସେ ତ କୌଣସି କଥା ଜାଣିନି ତାକୁ ପ୍ରଥମେ ଜଣେଇବା ଦରକାର l ସେବି ଜାଣୁ ତାଙ୍କ ଘର ଲୋକଙ୍କୁ ଯଦି ସବୁ ଜାଣିବା ପରେ ତା ମନ କଣ କହୁଛି ଦେଖ l
ସେ କାହିଁକି ତୋତେ ଦୋଷୀ ଭାବୁଥିବ l ସେମାନେ ତାକୁ କିଛିବି କହିବେନି, ତାର ଦୋଷ ବାକଣ ତାର ସେତିକି ମନେ ଅଛି ଯେମିତି ତୋ ସହ କଥା, ଦେଖା ଯାହାବି କିଛି l ତା ପର ଠାରୁ କୌଣସି କଥା ତାର ମନେ ନାହିଁ l ତୁ ଖୁସି ହେବା କଥା କି ଏତେ ସବୁ ପରେବି ତୋତେ ସେ ଭୁଲି ନାହାନ୍ତି l ଭଗବାନ ଙ୍କୁ ଧନ୍ୟବାଦ ଦେ ସେ ତାମନରୁ ତୋତେ ବାହାର କରିବାକୁ
ଦେଇନାହାନ୍ତି l ମୋ ମତରେ ତାକୁ ସବୁକିଛି କହ ତାର କିଛିବି ଦୋଷ ନାହିଁ ll ତାକୁ ନକହିଲେ ସେ ଭାବୁଥିବ କାହିଁକି
ମୋତେ କିଛିବି କହୁନାହାନ୍ତି l ଅନ୍ୟ ମାନଙ୍କ ପାଇଁ କାହିଁକି ତମେ ଦୀଜଣ ପରସ୍ପର କୁ କଷ୍ଟ ଦେଉଛ l ନା, ଭାଇ ତୁ ଜାଣିନୁ ସେମାନେ ଜାଣିଲେ ପୁଣି କଣ କରିବେ l ହୋଉ ହେଲା ଯଦି ତୋର କଥା ହେବାକୁ ଇଛା ନାହିଁ ତେବେବି ଥରେ କହିଦେ ତାପରେ ସବୁ ଜାଣିଲା ପରେ l ତୁମଦୀ ଜଣଙ୍କ ର ଇଛା କେମିତି କହିବି l ମୁଁ ତାଙ୍କ ଆଗକୁବି ଯାଉନି l କିନ୍ତୁ କାହିଁକି ତୁ ଜାଣିନୁ ତା ମାନ ବୋହୁତ କଷ୍ଟ ହେଉଥିବ l ପାଗେଳୀ କୋଉଠିକାର କଥା ହବୁ ମୁଁ କହି ଦେବିକି ll
ନା, ମୁଁ କହିବି ଗୋଟେ ଅଲଗା ପ୍ରକାର ଲାଗୁଥାଏ l କଣ କହିବି କେମିତି ତାଙ୍କୁ ଚାହିଁବି ଏମିତି କେତେ କଣ ଭାବିବାକୁ ଲାଗୁଥାଏ l ଭାବି ଭାବି ସନ୍ଧ୍ୟା ହୋଇଗଲାଣି l ମୁଁ ବାହାରକୁ ବାହାରୁଥିଲି ତମେ ଡାକିଲ ପଛକୁ ଚାହିଁଲି ପୁଣି ଥରେ ଫେରିଲି ଜାଣିପାରିବନି ତମକୁ ଦେଖିବାକୁ ମୋତେ ଖରାପ ଲାଗୁଥିଲା ଧୀରେ ଧୀରେ ତମ ମୁଁହ କୁ ଚାହିଁଲି l ତମେ କାଲି ଫୋନ କରିବ ବୋଲି କହିଲ l ଓଠ ଚୁପ ଥାଏ, ହେଲେ ଆଖିରୁ ଅମାନିଆ ଲୁହ ବୋହିଚାଲିଥାଏ l ଦୂରରୁ ହଁ ବୋଲି କହିଦେଲି ମନେ ମନେ ଭାଇ କହିଥିବା କଥା କୁ ଭାବୁଥିଲି କି
ସତରେ ସେମାନେ ମୋତେ ତାଙ୍କ ମନରୁ କାଢିପରିନାହାନ୍ତି l
ମୋତେ ଥାଏ କେବଳ ସକାଳ ର ଅପେକ୍ଷା ଧୀରେ ଧୀରେ ସକାଳ ରୁ ସନ୍ଧ୍ୟା ତମେ ଫୋନ କଲ l ତମେ ଜାଣିପାରିବନି ମୁଁ କେତେ ଖୁସି ତମେ ହାଲୋ କହିଲ l ତମର ସେହି ପଦକ କଥାରେ ମୁଁ କେତେ ଖୁସି ତମେ ଜାଣିବିପାରିବିନି ଲାଗିଲା ଯେମିତି ତମେ ମୋ ପାଇଁ ସବୁ ଖୁସି ନେଇ ଆସିଛ l ମୋତେ ପଚାରିଲକି କାହିଁକି ମୁଁ ତୁମଠାରୁ ଦୁରକୁ ଦୁରକୁ ରହୁଥିଲି l
କାହିଁକି ତମକୁ ଦେଖିଲେ ମୁଁ ଚାଲିଯାଉଥିଲି l କଣ ମୋର କିଛି ଭୁଲ ରହିଗଲାକି ମୋତେ ପ୍ରଥମେ କୁହ ମୋର କୋଉ କଥା ତୁମକୁ ଦୁଃଖ ଦେଇଛିକି ତମର ଏପରି ଭାବରେ କଥା ନ ହେବା ମୋତେ ବୋହୁତ କଷ୍ଟ ଦେଇଛି କିଛିବିତ କୁହ l
ତମେ ଏମିତି ଭାବରେ ଚୁପ ରୁହନି l ତମର ଏ କଥା ଶୁଣି ମୁଁ କଣ କହିବି ଜାଣିପାରୁନଥାଏ ଖାଲି କାନ୍ଦୁଥାଏ କେତେ କଣ କଥା ବାକି ଅଛି l କୋଉଠାରୁ କହିବି ଜାଣିନି ତମେ ମୋତେ
ପଚାରୁଥିଲ ହେଲେ କାହିଁକି କାନ୍ଦୁଛି ବୋଲି କଣ କରିବି କୁହ
ପ୍ରଥମେ ଲୁହ ପୋଛି ହସି ବାକୁ କହିଲ l ତାପରେ ସବୁକଥା କହିବାରୁ କହିଲ ମୋର କିଛିବି ମନେ ନାହିଁ l କେବଳ ଏହି କଥା ମନେ ଅଛି ତମେ ଦେଖା କରିବାକୁ କହିଥିଲ ମୁଁ ହଁ ବୋଲି କହି ଥିଲି ତାପରଠାରୁ କିଛିବି ମନେ ନାହିଁ l ଯଦିକିଛି କହିଛି ରାଗିବନି ମୋର ମନେ ନାହିଁ l ତମ କଥା ଶୁଣି ମୋତେ ନିଦରୁ ଉଠିଲା ପରୀ ଲାଗୁଛି l ମୁଁ ତୁମପ୍ରତି
ଏତେ ଖରାପ ବ୍ୟବହାର କଣ କରିପାରିବି ମୁଁ ଜାଣି ଜାଣି କିଛିବି କରିନି ହଁ ଗୋଟାଏ କଥା କରିଛି ତୁମକୁ ବୋହୁତ ବୋହୁତ ଭଲ ପାଇଛି l ଯାହାକି ତମେ ମୋ ପାଇଁ ଏତେ କଷ୍ଟ ସହିଛ ମୁଁ ଭାବୁଛି ମୋର କୋଉ କଥା ରେ ହୁଏତ ରାଗିକି କିଛିବି କହୁନ l ଏମିତି ରାଗିଛକି ମୋତେ ଚାହୁଁନବି ଆମ ଘର ଲୋକଙ୍କ ଲାଗି ମୁଁ ତୁମଠୁ କ୍ଷମା ମାଗୁଛି l ତମେ କହିଦେଲ ଥରେ ମୋ କଥା ଭାବିଲ ମୁଁ କେମିତି ଥିବି
ମୋତେ ଲାଗିଲା କାହିଁକି ତମେ ମୋତେ ଏ ବ୍ୟବହାର କରିଲ
କଣ ମୋର ଭୁଲ l ଜାଣିଛ ମୁଁ ତମସହିତ କଥା ବି ହେଇନଥାନ୍ତି l ମୋ ମାମୁଁ ଙ୍କ ପୁଅ କହିବାରୁ କଥା ହେଲି
:ସତରେ ତାଙ୍କୁ ମୋ ତରଫରୁ ଧନ୍ୟବାଦ ତମକୁ କହିଥିବାରୁ l
ସତରେ କଥା ହେଇନଥାନ୍ତ l ରହିପାରିଥାନ୍ତ l ନାଁ କଷ୍ଟ ତ ବୋହୁତ ହୋଇଛି ହେଲେ ତମେ ମୋ ଲାଗି କଷ୍ଟ ପାଇବ
ମୁଁ ଚାହେଁନି l ସବୁଦିନ ତୁମଠାରୁ ଦୂରେଇଯିବି ହେଲେ ମୋ ଲାଗି ତମେ କଷ୍ଟ ସହିବି କେବେବି ଚାହିଁବିନି l ତମେ ଭାବୁଛ ତମଠାରୁ ଦୁରେଇ ମୁଁ ଖୁସି ହେବି , ଜାଣିଛ ପ୍ରେମ ଠାରୁ ସୁନ୍ଦର ଦୁନିଆରେ କିଛିବି ନାହିଁ l ଘର ଲୋକେ ଯାହାବି କରିବା କଥା କଲେ ହେଲେ ଆମ ମନକୁ ଅଲଗା
କରିପାରିନାହାନ୍ତି ll ମାନେ ମୁଁ କହିଲି l ଆରେ ଜାଣିପାରିଲାନିକି ତମକୁ ମୋ ମନରୁ ବାହାର କରିପାରିଲେନି, କିମ୍ବା ମୋ ଭଲ ପାଇବା ତୁମ ମନରୁ ପୋଛି ପାରିଲେନି l ଆମେ ଖରାପ କଣ କରିଲେ କାହାର କିଛିବି କ୍ଷ୍ୟତି କରିନେ ତେଣୁ ଭାଗବାନ ଆମସହିତ କିଛି ଖରାପ ହେବାକୁ ଦେବେନି l ଆମ ପ୍ରେମର ସାକ୍ଷୀ କେବଳ ଭାଗବାନ ସିଏ ହିଁ ଜାଣନ୍ତି ତେଣୁ କରି ତମେ କିଛିବି ଭାବନାହିଁ l ଖୁସିରେ ରହୁ ତମେ କାନ୍ଦିଲେ ମୋତେ କଷ୍ଟ ହେବ l ସତରେ କାହିଁକି ଜାଣିନକି ତମେ କହିଲ ଜାଣିଛି l ମୁଁ ତୁମକୁ ବୋହୁତ ଭଲ ପାଏ??? ମୁଁ ବୋଧେ ତମକୁ ଘୃଣା କରୁଛି ବୋଲି ମୁଁ କହିଥିଲି l ତେବେ କୁହ କାଲିଠାରୁ ମୋତେ ଦେଖିକି ଭିତରକୁ ଜୀବନୀତ ll ନାଁ ଯିବିନି ତେବେ କଣ କରିବ ବୋଲି କହିଲ l ଆଗଠାରୁ ବୋହୁତ ବୋହୁତ ଭଲ ପାଇବି ll l love you ସତରେ ମୁଁ ବି ତୁମକୁ ବୋହୁତ
ଭଲ ପାଏ, ପାଉଛି, ପାଉଥିବି l love you ♥️
କାହାଣୀଟି ସତ୍ୟ ଘଟଣା ଉପରେ ଆଧାରିତ କେତେ ଦୂର ଆପଣଙ୍କ ମନକୁ ଛୁଇଁ ପାରିଛି l ଜାଣିନି ଆପଣଙ୍କ ମତାମତ ମିଳିଲେ ଦୁଇ ପ୍ରେମିଙ୍କ କାହାଣୀ ଆଗକୁ ନିଶ୍ଚୟ ଲେଖିବି
ମତାମତ ଦେବେ l

