ରସିକିଆ ଗାଡ଼ି
ରସିକିଆ ଗାଡ଼ି
ଲେଖିବାକୁ ଭଲ ଲାଗେ ହେଲେ ବାହାଘର ପରେ ଆଉ ଆଗ ଭଳି ସମୟ ନଥାଏ ଲେଖିବାକୁ l ଇଚ୍ଛା ହେଲେ ପୁରୁଣା, ଲେଖା ଓ କବିତା ପଢିଦିଏ l ଲାଗେ ସତେ ଯେପରି କେତେ ଯନ୍ତ୍ରଣା ମନ ଭିତରେ ଚାପି ହୋଇ ରହିଛି l ସାଙ୍ଗମାନଙ୍କ ସହ ବିତିଥିବା ସମୟଗୁଡିକ ଭାରି ମନେ ପଡ଼େ l ସେ ଦିନର ପୂଜା ଓ ଆଜିର ପୂଜା ଭିତରେ l କେତେ ଯେ ଦୂରତା ମାପି ହେବ ନାହିଁ l କେଉଁ ସମ୍ପର୍କ ସବୁ ପଛରେ ରହିଛି l କେଉଁ ସମ୍ପର୍କ ସବୁ ନୂଆ ଅନୁଭୂତି ଆଣିଛି l ତାହା ଭାବିଲେ ଗପଟିଏ ପରି ଲାଗେ l ଜ୍ୟୋତିକୁ ସେତେ ବେଳେ ଦୁଇ ବର୍ଷ ହୋଇ ଥାଏ l ମୁଁ ମନା କରୁଥିଲି ଆମର ଏବେ ଗାଡି କିଣିବା ଦରକାର ନାହିଁ l ହେଲେ ତାଙ୍କର ଜିଦ ଯେ ଗାଡିଟିଏ କିଣା ହେବ l
ତାଙ୍କ ଇଚ୍ଛା ଆଗରେ ମୁଁ ବା କଣ କରିପାରିବି l କହିଲି ଠିକଅଛି ତମର ଯାହା ମନ କର l ସେହି ଦିନ ଆମେ ସାକ୍ଷୀଗୋପାଳ ବାହାରିଥାଉ l ଯାହାର ଗାଡି କିଣିବାକୁ କହୁଥିଲେ ସେହି ଲୋକଜଣକ ଆସିଲା l କହିଲା ତମେ ଗାଡି ନେବ ନା ମୁଁ ଅନ୍ୟ କାହାକୁ ବିକ୍ରି କରିଦେବି ବୋଲି କହିଲା ମୁଁ କହିଲି ହଁ l ହେଲେ ପ୍ରାଣନାଥ ରାଗିଲେ କାହିଁକି କିଛି କହିବି ବୋଲି ଭାବିଲି l ମୁଁ ତାକୁ ପ୍ରାଣନାଥ ବୋଲି ଡାକେ l ସେ ଲୋକକୁ କହିଲେ ମୋର କାମ ଅଛି l ମୁଁ ଟିକେ ସାକ୍ଷୀ ଗୋପାଳ ଯିବି ସେ କହିଲା l ଭଲତ ଗୋଟେ କାମ କର ତମେ ମୋ ଗାଡ଼ିରେ ଯାଅ l ଇଏ କହିଲେ ହେଉ, ମୁଁ ମନା କରିଲି l ମୋର ଗାଡ଼ିରେ ଯିବାର ନାହିଁ l କାହିଁକି ଯିବନି ବୋଲି କହିଲେ l ସେ ଗାଡ଼ିରେ ମୋର ଯିବାର ନାହିଁ l କେତେ ଧୂଳି ଦେଖିଲ ମୁଁ ଜମାରୁ ଯିବିନି ସେଥିରେ l ମୁଁ ତାକୁ ଭଲକି ଧୋଇବି ଛିଲୋ କଣ ହେଇଛି l
ତାକୁ ଭଲକରି ଧୋଇ ଦେବି ହେଲେ ଏ ଗାଡ଼ିରେ ତମକୁ ନେବି l କାହିଁକି ଆମେ ବାସରେ ଯିବା l ନା ଏହି ଗାଡ଼ିରେ ଯିବା କି ପ୍ରକାର ମଣିଷ କିଏ ବୁଝେଇବ ଭାଗବାନ ତୁମେ ହି କିଛି କର l ମୁଁ ଜ୍ୟୋତିକୁ ଗାଧୋଇ ନେଇ ଗଲି l ଏ ବାବୁ ଚାଲିଲେ ଗାଡ଼ି ଧୋଇବାକୁ l ମୁଁ ମନେ ମନେ ଭାଗବାନ ଙ୍କୁ କହୁଥାଏ l ମୋ ସ୍ୱାମୀକୁ ଟିକେ ବୁଦ୍ଧି ଦିଅ l ଗାଡ଼ି ଧୋଇ ବା ପରେ କହିଲେ ପୂଜା ଦେଖ କେମିତି ହେଇଛି କଣ ବା କରିବି l ହଁ ଭଲ ହୋଇଛି କହି ଘରକୁ ଆସିଲି l ନିଜେ ବି ରେଡି ହେଲି ମୋତେ କହିଲେ ପୂଜା ମୁଁ ଭାରି ଖୁସି l ମୁଁ କହିଲି ଚାଲ ଯିବା ନା ଘରେ ଠିଆ ହୋଇ ଖୁସି ହେଉଥିବ l ନାନା, ଜୀବା ନା ମୋତେ କହିଲେ l ତମେ ଝିଅକୁ ନେଇ ଆଗକୁ ଚାଲ l ମୁଁ ଗାଡ଼ିରେ ପେଟ୍ରୋଲ ପକେଇକି ଯାଉଛି l ସିଏ ପାଖରେ ଥିବା ଦୋକାନରୁ ଗୋଟେ ଲିଟର ପେଟ୍ରୋଲ କିଣିକି ଗାଡିରେ ପକେଇଲେ l ଓ ଗାଡିକୁ ଷ୍ଟାର୍ଟ କରିବାକୁ ଲାଗିଲେ l ହେଲେ ଗାଡିଟି ଷ୍ଟାର୍ଟ ହେଲାନି l ମୋତେ ପ୍ରାଣନାଥ ଙ୍କୁ ଦେଖିକି ଭରୀ ଦୁଃଖ ଲାଗିଲା, ହସବି ଲାଗିଲା ସେ ଜଣାନ୍ତୁ l ଗାଡିଟି କେମିତି ହୋଇଛି, ଏମିତିରେ ମୋ ଝିଅ ର ମୋର ଦୂରରେ ଛିଡା ହୋଇଥାଉ l ଖରାରେ ବୋହୁତ ଗରମ ଲାଗୁଥାଏ l ପାଖରେ ଗୋଟାଏ ସ୍କୁଲ ଥିଲା l ପିଲାମାନ ଙ୍କର ପ୍ରାର୍ଥନା ସରି ଯାଇଛି ସେମାନେ କ୍ଲାସ କରିବାକୁ ଗଲେଣି l ହେଲେ ମୋ ସ୍ୱାମୀଙ୍କ ଗାଡ଼ି ଜମାରୁ ଷ୍ଟାର୍ଟ ହି ହୋଇନି l ଖରାରେ ଆମେ ମାଆ, ଝିଅ ଠିଆ ହୋଇଥାଉ l ପ୍ରାଣନାଥ ଦୂରରେ ଗାଡ଼ିକୁ ଷ୍ଟାର୍ଟ କରୁଥାନ୍ତି l ତାଙ୍କୁ ଦେଖି ମୋତେ ରାଗ ଲାଗୁ ଥାଏ l ହସୁ ଥାଏ ବି, ଯାହାବି ମେକପ ହୋଇଥିଲୁ ସବୁ ଝାଳରେ ବୋହିଗଲାଣି ପ୍ରାଣନାଥ ଝାଳରେ, ଓଦା ହେଲେଣି l ମୁଁ ଭାବିଲି ଆଉ ଜୀଵାନୀ କାହିଁକିନା ଏ ଜାଗାରେ ହି ପ୍ରାଏ l ଗୋଟେ ଘଣ୍ଟା ହୋଇଗଲାଣି କଣବା ଯିବୁ, ପୁଣି ଭାବିଲି ବାହାଘର ପୂର୍ବରୁ ଯଦି ଏମିତି କିଏ ଗାଡ଼ି ଷ୍ଟାର୍ଟ କରୁଥିଲା l ତାକୁ ଦେଖି ମୁଁ ହସେ, କଲେଜରୁ ଫେରିବା, ବାଟରେ ଯଦି କାହାକୁ ଦେଖୁଥଲି ଏମିତି ଗାଡ଼ି ଷ୍ଟାର୍ଟ କରିବା l ତାହେଲେ ସାଙ୍ଗମାନଙ୍କ ସହ ବହୁତ ହସୁଥିଲି l କହୁଥିଲି ଗାଡ଼ିରେ ପେଟ୍ରୋଲ ନାହିଁ ଟୋକାର ଷ୍ଟାଇଲ ଯାଇନି କହି ସାଙ୍ଗମାନଙ୍କ ସହ ବୋହୁତ ହସୁଥିଲି l ସେହି ଦିନଗୁଡ଼ାକ ଯେମିତି ଆଖିରେ ନାଚି ଗଲା l ମୁଁ ସେଦିନ ହସୁ ଥିଲି ହେଲେ ଆଜି ମୋ ସ୍ୱାମୀକୁ ଦେଖି ଅନ୍ୟମାନେ ହସୁ ଥିବେ ଭାବିଲି l ପ୍ରାଣନାଥକୁ ଦେଖି ଦୁଃଖ ବିଲାଗିଲା ହେଲେ ତାଙ୍କୁ କିଏ କହିବ, ଏତେ ପରିଶ୍ରମ ପରେବି ଗାଡିଟି ଷ୍ଟାର୍ଟ ହେଲାନାହିଁ l ଗାଡ଼ିରେ ଯିବା ଭୁତ ସହଜରେ ଯାଉନାହିଁ l ଗାଡିକୁ ପେଲି, ପେଲି ମୋପାଖକୁ ଆଣିଲେ, କହିଲେ ପୂଜା ଷ୍ଟାର୍ଟ ହେଉନି ମୁଁ କହିଲି l ଆମେ ବସରେ ଯିବା କହିଲେ ନା, ଏହିଗାଡିରେ ଯିବା ଚାଲ ଆଗ ଗ୍ୟାରେଜ,ରେ ଦେଖେଇବା l ଜ୍ୟୋତିକୁ ଗାଡ଼ିରେ ବସେଇଲେ ଗାଡିଟିକୁ ଗଡେଇ, ଗଡେଇ ଗ୍ୟାରେଜରେ ପହଞ୍ଚିଲୁ l ସେ ଦେଖିକି କହିଲା କିଛି ହୋଇନି, ମୁଁ କରିଦେବି ଅଳ୍ପ ସମୟ ଲାଗିବକହି କଣ ଗୋଟାଏ ଖଞ୍ଜି ଦେଲା l ତାପରେ ଗାଡିଟି ଷ୍ଟାର୍ଟ ହୋଇଗଲା ପ୍ରାଣନାଥ ଭାରି ଖୁସି l ଗାଆଁକୁ ଯିବା ରେଡି ତ କହିଲେ କେମିତି ହୋଇଛି l କଣବା କହିବି ହଁଚାଲଯିବା ବୋଲି କହିଲି l ଗାଡିଟି ବଡ଼ଦାଣ୍ଡରେ ପହଞ୍ଚିଛି, ସେଠି ପୁଣି ବନ୍ଦ ପୁଣି ତାକୁ ଗଡେଇ, ଗଡେଇ ଅନ୍ୟ ଗ୍ୟାରେଜରେ ପହଞ୍ଚି ଲୁ l ସିଏ ବି କଣ ଗୋଟେ ଲଗେଇ ଦେଲା କହିଲା ରେଡି l ଆଉ କିଛି ନାହିଁ ଏଥର ଯାଅ, ଗାଡ଼ିଟି ଷ୍ଟାର୍ଟ ହେଲା ଭାରି ଖୁସିରେ ଚାଲିଲୁ l ମାଉସୀ ମା, ମନ୍ଦିର ପାଖରେ ପହଞ୍ଚି ଛୁ l ପୁଣି ବନ୍ଦ ମୁଁ କାଳେ ରାଗିବି ମୋତେ କହିଲେ l ପୂଜା ତମେ ମନ୍ଦିର ଯାଇନ, ଯାଅ ଟିକେ ମୁଣ୍ଡିଆ ମାରି ଆସିବ l ମୁଁ କିଛି କହିଲିନି ଝିଅ ଓ ମୁଁ ଗଲୁ ବାହାରକୁ ଆସିଲା ପର୍ଯ୍ୟନ୍ତ l ଗାଡ଼ି ଷ୍ଟାର୍ଟ ହେଉନି ମୁଁ କହିଲି l ମୁଁ ଜାଣିଛି ଗାଡିଟା ବନ୍ଦ ହୋଇଛି, ତମକୁ ଲାଜ ଲାଗୁନି କେମିତି କିଣି ବାକୁ ବାହାରିଛ l ନା, ହେଇଯିବ ଚାଲଯିବା ପୁଣି ଥରେ ଅନ୍ୟ ଗୋଟେ ଗ୍ୟାରେଜକୁ ଗଲୁ l ତାକୁ ପ୍ରାଣନାଥ କହିଲେ ଦେଖିଲେ କଣ ହୋଇଛି l ସେ କହିଲା କାମ ଅଛି, ତଥାପି ମୁଁ କରିଦେଇଛି ଯାଅ, ପ୍ରାଣନାଥ ଖୁସି ମୋତେ ଏମିତି ଲାଗିଲା l କୋଉ ପ୍ରକାର ମଣିଷ କେଜାଣି କଣ, ଜାଣିପାରୁନାହାନ୍ତି l ଯୋଉ ଗାଡ଼ି ଆମକୁ ଏତେ ସମୟ ହଇରାଣ କଲାଣି ତାକୁ ପୁଣି କିଣିବାକୁ ମନ କରିଛନ୍ତି l କିଏ କହିବ ତାଙ୍କ ମନ କଣ ବା କହିବି ଗାଡିଟି ଚାଲିଲା l ଠିକ ବାଟ ମଙ୍ଗଳା ମାଆଙ୍କ ମନ୍ଦିର ପାଖକୁ ବି ଯାଇନୁ ପୁଣି ଗାଡ଼ି ବନ୍ଦ l ମୁଁ କହିଲି ହେଇଟି ଆଉ ଯିବନି ଚାଲ ଘରକୁ ଯିବା l ପ୍ରାଣନାଥ କହିଲେନା ଏ ଗାଡ଼ିରେ ହି ଯିବା, ହେ ପ୍ରଭୁ କେମିତିକା ମଣିଷ କେଜାଣି, ଚାଲ ବସରେ ଯିବା କହିଲେନା l ଏ ଗାଡ଼ିରେ ହି ଯିବା, କିଏ ବୁଝେଇବ, ମୁଁ ଝିଅକୁ ନେଇ ବସରେ ଯାଉଛି ତମେ, ତମ ରସିକିଆ ଗାଡ଼ିରେ ଆସ l କହିଲେ ନା, ଏ ଗାଡ଼ିରେ ହି ଯିବା ମୋତେ ଲାଗିଲା କେମେତି ଲୋକ ମୋତେ ମିଳିଛି l ଗଲୁ ଆଉ ଗୋଟେ ଗ୍ୟାରେଜକୁ ସେ ଲୋକ ଜଣକ କହିଲା ଟିକେ ରୁହନ୍ତୁ l ମୁଁ ମୁଣ୍ଡିଆ ମରିସାରେ ମୁଁ କହିଲି, ଭାଇ ଭଲକି ମୁଣ୍ଡିଆ ମାର ଯେମିତି ଗୋଟାଏ ଥର ଷ୍ଟାର୍ଟ ହେବ l ବାଟ ସାରା ରହି, ରହି ଆସୁଛି,ଲୋକଜଣ କ, କହିଲା ନା, ଏବେ ଦେଖୁଛି ରୁହନ୍ତୁ l ଛୋଟିଆ ଜିନିଷ ଟେ ଲାଗିବ ଜମାରୁ ବ୍ୟସ୍ତ ହୁଅନି l ମୁଁ କହିଲି ତମ ଆଗରୁ ବି ତିନିଜଣ କହିଛନ୍ତି l ଦେଖ ଯେମିତି ଗାଡ଼ିଟି ଷ୍ଟାର୍ଟ ହେବ l ହଁ ଦେଖୁଛି, ଗାଡିଟି ଷ୍ଟାର୍ଟ ହୋଇଗଲା ପ୍ରାଣନାଥ ଭାରି ଖୁସି କଣ କହିବି ଜାଣିବି ପାରୁନଥିଲି l ଗାଡିଟି ଚାଲିଛି ପ୍ରାଣନାଥ କହିଲେ ପୂଜା ଦେଖିଲ ଗାଡ଼ିରୁ ଧୂଆଁ ବାହାରୁଛି l ମୁଁ ପଛକୁ ଅନେଇଲି l କହିଲେ କହୁନ ମୋତେ ହସ ଲାଗୁଥିଲା କଣ କହିବି ଜାଣିପାରିଲିନି ପୁଣି ପଚାରିଲେ l ମୁଁ କହିଲି ଗାଡିରୁ ଏମିତି ଧୂଆଁ ବାହାରୁଛି ଯେ ବସ, ଟ୍ରକ, ସାଇକେଲ, ମଣିଷ କିଛି ଦେଖାଯାଉନି ମୋତେ ଲାଗୁଛି ଯେମିତି ମଶା ମରା ଗାଡ଼ି ଧୂଆଁ ଛାଡୁଛି l ଗାଡିଟି ସାକ୍ଷୀଗୋପାଳରେ ପହଞ୍ଚିଲା l ବୋଉ କହିଲେ ବସ କଣ ଭିଡକି, ନା ଲୋ ବୋଉ ତୋ ସୁନ୍ଦର ଆ ଜ୍ୱାଇଁ ଗୋଟେ ରସିକିଆ ଗାଡ଼ି ଆଣିଛନ୍ତି l ସେଥି ପାଇଁ ଡେରି ଖାଇବା ପରେ ଶୀଘ୍ର ବାହାରିଲୁ ବାପା ମନା କଲେ ହେଲେ ମୁଁ କହିଲି ନା ଗଲେ ତାକୁ କହିବେ ଗାଡ଼ି କିଣିବେକି ନାହିଁ l ନରହି ଚାଲିଆସିଲୁ ଗାଡିଟି ଚନ୍ଦନପୁରରେ ରହିଗଲା ଦେଖିଲେ ଗାଡ଼ିରେ ପେଟ୍ରୋଲ ଆଉ ନାହିଁ l ସାଙ୍ଗେ ସାଙ୍ଗେ କିଣିଲେ ପୁଣି ଗାଡ଼ି ଷ୍ଟାର୍ଟ କରିଲେ l ପୁରୀରେ ପହଞ୍ଚିଛୁ ସିଂହଦ୍ୱାର ପାଖରେ ଗାଡ଼ି ବନ୍ଦ ହୋଇଗଲା l ଦେଖିଲେ ଗାଡ଼ିରେ ପେଟ୍ରୋଲ ଆଉ ନାହିଁ l ମୁଁ ପଚାରିଲି କଣ ତମେ ନିଜେ ଭାବ ଗାଡିଟି କଣ କିଣିବl କହିଲେ ନା, କିଣିବିନି ଖୁସି ଲାଗିଲା ନିଜେ ଜାଣି ପାରିଲେ l କହିଲେ ଯଦି ଆଜି ଏତେ ହଇରାଣ ହେଲେ ତେବେ ଆଗକୁ କେତେ ଅସୁବିଧାରେ ପଡିବା l ମୋତେ ଖୁସି ଲାଗିଲା ଡେରିରେ ହେଉ ବୁଝିତ ପାରିଲେ l
ଫେରିବା ସମୟରେ ସେ ଲୋକକୁ ଗାଡିର ଚାବି ଫେରେଇଲେ ଓ କହିଲେ ଆପଣ ଅନ୍ୟ କାହାକୁ ଗାଡ଼ିଟି ବିକ୍ରି କରି ଦିଅନ୍ତୁ l ଦିନଟି ସରି ଗଲା ହେଲେ ସେଦିନର ଗାଡ଼ିରେ ପୁରୀରୁ ସାକ୍ଷୀଗୋପାଳ ଯିବା ସବୁଦିନକୁ ମନେ ରହିଗଲା l
