ତୁମ ସହ ସେହି ରାତି
ତୁମ ସହ ସେହି ରାତି
କେତେ ଦିନପରେ ତମେ ଫେରିଛ ହେଲେ ମୋ ସହିତ ଟିକେ କଥା ହେବାକୁ ଯେମିତି ତମର ଇଛା ନାହିଁ l ଦୂରରୁ ହସୁଥିବ
ହେଲେ ପାଖକୁ ଆସିଲେ ଯେମିତି ମୋତେ ଚିହ୍ନିନ ଆଗ ଦେଖିବ କିଏ କୋଉଠି ଦେଖୁନିତ ତାପରେ ନୂଆଁ ବୋହୂଟି ନିଜ ଲାଜର ଓଢଣୀ ଟେକିଲା ପରୀ ମୋତେ ଚାହିଁବ i
ଏଇ ସତରେ ତମକୁ ଇଛା ହୁଏନି ମୋ ସହିତ କଥା ହେବାକୁ
ମୋତେତ ଲାଗେ ମୁଁ ଦୁନିଆର ସବୁଠାରୁ ଦୁଃଖୀ ପ୍ରେମିକା
ଏମିତି ଗୋଟେ ହୃଦୟ ହୀନ କୁ ଭଲ ପାଇଲି l ଯେ ମୋତେ
ଦେଖିବାକୁ ବି ତାଙ୍କୁ ଡର ଲାଗୁଛି ଏଇ ସତରେ କହିଲ ତମେ
କାହିଁକି ଏମିତି ବ୍ୟବହାରକର ତମକୁ ଭଲ ଲାଗେ ଭାବନି
ମୋତେ କଣ ଲାଗୁଥିବ ସମସ୍ତେ ନଥିଲେ ଯେମିତି ସଂସ୍କାରି
ପ୍ରେମିକ ହସିବ କଣ କରୁଛି କହିବ ହେଲେ କିଏ ଥିଲେ
ଯେମିତି ମୋତେ ଜାଣିନ ତମର ଏ କି ପ୍ରେମ ମୁଁ ଜାଣିନି
କୋଉଠି ତ ଦେଖା ହୋଇପାରୁନି l ଭାବିଲି ଏଥର କହିବି
ଯଦି ଭଲ ପାଉଛ ତେବେ ଦେଖା କରିବାକୁ ଆସିବ ଯଦି
ମନରେ କିଛି ନାହିଁ ଆସିବନି କହି ବି l ହେଲେ କହିବି କେମିତି ଚିଠି ଟିଏ ଲେଖିଲି ଯଦି ପ୍ରକୃତ ରେ ଭଲ ପାଉଥିବ ରାତି 1ରେ ଆମ ବାରି ପଟ କୁ ଆସିବ ।
କଣ କିଛି ମନେ ଅଛି ନା ନାହିଁ କେମିତି ଦେବୀ ବୋଲି ଭାବିଲି ତମେ ଠିଆ ହୋଇଥିଲ ସେଠି ଚିଠି ଟିକୁ ପକେଇ
ଦେଲି ତମେ ବି ନେଲ ପଢିକି ମୋତେ ଖରାପ ଭାବିଥିବ
ହେଲେ କଣ କରିବି କହୁନ କୋଉଠି କଥା ହେବାକୁ
ଜାଗା ବିନାହିଁ l ସେଥିପାଇଁ ଏମିତି କରିଲି ଏବେ ମୋ ମନରେ କେତେକଣ ପ୍ରଶ୍ନ ଚାଲି ଥାଏ ତମେ ଆସିବକିନାହିଁ
ମୋ ବିଷୟରେ କଣ ଭାବୁଥିବ ତା ପରେ ଭାବିଲି ତମେ
ଯାହା ବି ଭାବିବ ଚଳିବ i ଆକାଶରେ ବିଜୁଳି ସାଙ୍ଗ କୁ
ଘଡଘଡି ର ଶବ୍ଦ ମୋ ମନକୁ ଡରାଉ ଥାଏ କେମିତି ଆସିବ
ବୋଲି ଭାବୁଥାଏ l ଆମବାରୀ ପଟରେ ଗଛ ଲାଗିଥାଏ
ବର୍ଷାର ପାଣି ଗଛରେ ପଡି ତଳକୁ ଟପଟପ ଶବ୍ଦରେ ପଡୁଥିଲା ଲାଗୁଥାଏ ଯେମିତି ସେମାନେ ବି ଦୁଇ ପ୍ରେମୀ ଙ୍କ
ମିଳନ କୁ ଆପେକ୍ଷା କରିଥାନ୍ତି l ଖୁସି ଲାଗୁଥିଲା କେବଳ
ରାତି 1 କୁ ଅପେକ୍ଷା ଥିଲା ଧୀରେ ଧୀରେ ସମୟ ବି
ହୋଇଯାଇଥିଲା l ମୋ ମନରେ ଥିଲା ଅନେକ ଗୁଡ଼ାଏ
ପ୍ରଶ୍ନ ସବୁର ଉତ୍ତର ତୁମ ଠାରୁ ମାଗିବି ବୋଲି ଭାବିଥିଲି
ନ କହିଲେ କେବେବି ତମସହିତ କଥା ହେବିନି ବୋଲି
ଭାବିଥଲି ସମୟ କୁ ଅପେକ୍ଷା କରିଥାଏ ବାହାରେ ଯେପରୀ
ବର୍ଷାର ଗୋଟିଏ ଗୋଟିଏ ବିନ୍ଦୁ ଆମରି ମିଳନକୁ ଅପେକ୍ଷା
କରୀ ରହିଥାଆନ୍ତି l ଶୀତଳ ପବନ ଦେହକୁ ଥରାଇ ଦେଉଥାଏ ଚାରିଆଡ଼ କଳା କୀଟ ମିଟ ଅନ୍ଧାର ଲାଗୁଥିଲା ପ୍ରକୃତି ଯେମିତି ଲାଜେଇ ଯାଇଛି କଳା ରଙ୍ଗର ଓଢ଼ଣୀ ରେ
ସବୁ ନିନ୍ଦା ଅପବାଦକୁ ମଥା ପାତି ସହି ଯାଇଛି l
ଓ ପ୍ରକୃତି ଯେମିତି ଦୁଇ ମନକୁ ଏକାଠି କରିଦେଇଛି l
ଓସୁଯୋଗ ଦେଇଛି ରାଗ ଅଭିମାନ କୁ ଭୁଲି ପ୍ରକୃତିର ଏଇ
ପ୍ରୀତି ପୂର୍ଣ୍ଣ ରାତିରେ ହଜିଯିବାକୁ ଜାଣିଛ ମନକୁ ମୋର
କେତେ କଣ କଥା ଆସିଥିଲା ରାଗ ଅଭିମାନକୁ ନିଜ ମନରେ
ସାଇତି ରଖି କେବଳ ଅପେକ୍ଷା ତୁମପାଇଁ ଯେମିତି ରାତି 1ହୋଇ ଯାଇଛି ମୁଁ ବାରିପଟକୁ ଆସିଛି l
ତମେ ସେଠି ଠିଆ ହୋଇଥାଅ ହାତ ବଢ଼େଇ ଥିଲି ତମେ
ଆସିବବୋଲି ତମେ ଆସିଲ ବି ବର୍ଷା ରେ ତମେ ଭିଜି ଯାଇଥିଲ ମୁଁବି ଭିଜି ଯାଇଥିଲି ତମକୁ ଚାହିଁବାକୁ ମୋତେ ଲାଜ ଲାଗୁଥିଲା ତମେ ଏପଟେ ମୁଁ ସେ ପଟେ ଏମିତିରେ
କିଛି ସମୟ ହୋଇଗଲା ମୋତେତ କାହିଁକି କେଜାଣି ତମକୁ
ଚାହିଁବାକୁ ଲାଜ ଲାଗୁଥିଲା i ତମେହିଁ କହିଲ କୁହ କାହିଁକି
ଡାକିଲ ବୋଲି ମୁଁ କଣ କହିବି ଭାବି କହିଲି ତମକୁ ଗୋଟେ
ଫୋଟୋ ମାଗିଛି ହେଲେ ତମେ ଦେଲନି କହୁଛକି ଦେବୀ
ହେଲେ କେଵେଦେବ କହିନତ ବାସ ମାତ୍ର ଦୁଇ ପଦ କଥା
ସେତିକି ବେଳେ ଶୁଭିଲା ତମେ ଘରେନାହଁ ବୋଲି l
ତମକୁ ଖୋଜୁ ଥାନ୍ତି ମୁଁକହିଲି ତମେ ଗଲ କିଏ ଯଦି ଦେଖିବ
କେତେ କଣ ହୋଇଯିବ ତମେ ହଁ କହିଚାଲିଗଲ l
ବୋହୁତ ଦୁଃଖ ଲାଗୁଥିଲା ହେଲେ ତମେ ଅସୁବିଧାରେ ପଡିବ
କେବେବି ମୁଁ ଚାହିଁବିନି l ତମେ ଗଲ ହେଲେ ଆମରି ବାରିପଟରେ ପଡିଗଲ ତମ ଦେହରେ କାଦୁଅ ଲାଗିଥିଲା
ହେଲେବି ତମେ ଚାଲିଗଲ ଘରେ ପହଁଚିଲ l ପଛରେ ମୋତେ କହିଥିଲ ଜାଣିଛ ସେ କଥାକୁ ବୋହୁତ ବର୍ଷ ବିତିଯାଇଛି ହେଲେ ସେ ରାତି ସେ ବର୍ଷା ସବୁଦିନ ମନେ ରହିଛି ରହିବ ରହିଥିବ ଓ ବାର ବାର ବର୍ଷା ସହ କିଛି ସ୍ମୃତି ବାରମ୍ବାର ମନେ ପକାଉଥିବ ଜାଣିଛ ମୋତେ ସବୁବେଳେ
ଇଚ୍ଛା ତୁମ ସହିତ ବର୍ଷା ରେ ଭିଜିବାକୁ ତୁମକୁ କହିଦେଇଛି
ତମେ ହଁ ବିକରିଛ ଜାଣିନି କେବେ ପୁଣି ଥରେ ସେମିତି
ରାତିଟିଏ ଆସିବ ହେଲେ ସବୁଦିନ ମନେପଡ଼େସେହି ଭିଜା
ରାତି ତମେ ଆଉମୁ ଓ ଆମସହ ଭିଜା ଭିଜା ସେହି ସବୁ ସ୍ମୃତି ମୋତେ ଲାଗେ ଯେମିତି ସେ ରାତି ତା ର ସେହି କଳା ରଙ୍ଗର
ଓଢ଼ଣୀ ରେ ଆମ ପ୍ରେମକୁ ସବୁଦିନ ଘୋଡେଇ ରଖିଛି i

