STORYMIRROR

puja pradhan

Romance Fantasy Inspirational

3  

puja pradhan

Romance Fantasy Inspirational

ଅନଲାଇନ୍ ସକ୍ସେସଫୁଲ୍

ଅନଲାଇନ୍ ସକ୍ସେସଫୁଲ୍

11 mins
112

ବୋହୁତ ଦିନପରେ ମୁଁ ମୋ ସାଙ୍ଗ ସହ ଦେଖା ହୋଇଥିଲି l  

ସେପୁଣି ଅନଲାଇନ୍ ର ସାହାଯ୍ୟରେ ସେଥିପାଇଁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ମୋ ପିଲା ଦିନର ସାଙ୍ଗକୁ ପୁଣି ଥରେ ମୋ ପାଖକୁ ଫେରାଇ ଥିବାରୁ l ମୁଁ ମୋ ସାଙ୍ଗ ପାଖକୁ ଆସିଥିଲି, ତାକୁ ସେଦିନ ମୁଁ କାହିଁକି ପ୍ରତି ମଙ୍ଗଳବାର କରେ ମୋତେ ସେ ପଚାରିଥିଲା ବି ତାକୁ କିଛି ବି ଲୁଚାଇ ପାରିନଥିଲି l ଏତେ ବର୍ଷର ଅକୁହା କଥାକୁ ସେ ଦିନ ତାକୁ କହିଦେଇ ଥିଲି ତା ପୂର୍ବରୁ ମୁଁ କାହାକୁ ବି କହିନି ଭାବିଥିଲି କାହାକୁ କହିବିନି ବୋଲି ଏତେ ଦିନ କାହାରିକୁ କହିନଥିଲି ଏମିତିରେ ବି ମୋର କୌଣସି କଥା କାହାକୁ କହିବାକୁ ମୋତେ ଭଲ ଲାଗିନଥାଏ l ହେଲେ ଏକଥା ସବୁ କଥା ଠାରୁ ନିଆରା ସବୁ ସ୍ମୃତି ଠାରୁ ବି ଦାମିକା ତା ଆଗରେ ସବୁକିଛି ଫିକା ପଡ଼ିଯାଏ l ମୁଁ କଣ କହିବାକୁ ଯାଉଛି ଆପଣ ମାନେ ଜାଣିପାରୁଥିବେ ଏମିତି ଜଣେ ଯାହାକୁ ମୁଁ ବୋହୁତ ଭଲପାଏ ପାଉଛି ପାଉଥିବି ଯାହା ପାଇଁ ମୁଁ ଆଜି ଗୋଟିଏ ଲେଖିକା ହୋଇ ପାରିଛି କେହିବି ଯଦି ମୋତେ ଜାଣେ ତ ପ୍ରଥମ କାରଣ ହେଉଛନ୍ତି ସେ ଯଦି ମୋ ଜୀବନରେ ସେ ଆସି ନଥାନ୍ତେ l  

ତେବେ ମୁଁ କିଛିବି ନୁହେଁ ତାଙ୍କ ଭଲପାଇବା ହି ମୋ ହାତରେ କଲମ ଓ ମନର ସାଧା କାଗଜରେ ଲେଖିବା ଶିଖାଇ ଦେଇଥିଲା l ସେଥିପାଇଁ ତାଙ୍କୁ ବୋହୁତ ବୋହୁତ ହୃଦୟରୁ ଧନ୍ୟବାଦ ତୁମେ ଅଛ ତ ମୁଁ ଅଛି ଆମେ ଦୁହେଁ ଅଛୁ ବୋଲି ଏ ପ୍ରେମ ଅଛି l  

ତମର ସେହି ଭଲପାଇବା ମୋତେ ଏତେ ଦୁଃଖ କଷ୍ଟରେ ବଞ୍ଚିବା ଶିଖେଇ ଦେଇଛି ଜାଣିବି ହେଲାନି ଏ ଭିତରେ ତୁମ ସହିତ ମୋର ଦେଖା ନହେବା ପନ୍ଦର ବର୍ଷ ହୋଇଗଲାଣି l ତୁମେ ଜାଣିଛ ମୁଁ ଆଜିବି ତୁମକୁ ବୋହୁତ ଭଲପାଏ ଭୁଲିବାକୁ ବୋହୁତ ପ୍ରକାର ଚେଷ୍ଟା କରିଲି ତୁମକୁ ଭୁଲି ଯିବାକୁ ହେଲେ ପରି ଶେଷରେ ଭୁଲି ପାରିନଥିଲି ।ମୋ ମନପାଖରେ ମୁଁ ହାରି ଯାଇଥିଲି ତୁମ ଭଲପାଇବା ମୋ ମନରେ ରହିଯାଇଛି ll ହେଲେ ଏବେତୁମେ କେଉଁଠି ଅଛ ଜାଣିଛି କିନ୍ତୁ ମୁଁ ତୁମର ମନେ ଅଛିକି ନା ମୁଁ ଜାଣେନି ମୋ ପ୍ରେମ ମୋ ପାଇଁ କଣ ମୁଁ ଜାଣିଛି ତୁମକୁ କେବେବି

ବାଧ୍ୟ କରିନି କୌଣସି କଥା ପାଇଁ ମୁଁ କେବେ ତୁମଠାରୁ ଦୁରେଇ ବି l ମୁଁ ଭାବିବି ନଥିଲି ହେଲେ ଯେବେ ଜାଣିଲି ମୁଁ ତୁମଠାରୁ ସବୁଦିନ ପାଇଁ ଦୁରକୁ ବୋହୁତ ଦୁରକୁ ଚାଲିଗଲି ତୁମ ଖୁସି ପାଇଁ

ନା ଠିକଣା ବି ସବୁକିଛି ବଦଳାଇ ଦେଲି ମନର ଭଲପାଇବାକୁ ମନରେ ରଖି ତୁମ ଆଖିରୁ ସବୁଦିନପାଇଁ ନିଜକୁ ତୁମଠାରୁ ଦୁରେଇ ଦେଲି ହେଲେ ଯାହାକିଛିବି ତୁମପାଇଁ କରି ଥିଲି l 

ସେ ପୂଜା ହେଉକି ପ୍ରେମ ମନରୁ କାଢି ପାରି ନଥିଲି ଏତେ ଦିନପରେ ମୋ ସାଙ୍ଗ ପାଖରେ କହିବାକୁ ବାଧ୍ୟ ହେଲି ସବୁ ଶୁଣିଲା ପରେ ମୋ ସାଙ୍ଗର ଗୋଟାଏ ଜିଦକି ତୁ ତାଙ୍କୁ ଖୋଜିବୁ

ଓ ଯାହାକିଛିବି ଘଟି ଯାଇଛି ତାଙ୍କୁ ଜଣେଇବୁ ସେ ଜାଣିବା ଦରକାର ପ୍ରକୃତରେ କଣ ହେଲା ତୁ କାହିଁକି ନିଜ ରାସ୍ତା ବଦଳାଇଲୁ ଅନ୍ୟ ଜାଣେ ଦୋଷ କରିଛି ସେ କାହିଁକି ତୋତେ ଦୋଷୀ ମନେ କରୁଥିବେ ଓ ଆଜିବି ଯଦି ତୋତେ କିଏ ଜାଣେ

ତୋ ଲେଖାକୁ ଜାଣେ କେବଳ ତାଙ୍କପାଇଁ ଜମାରୁ ମନା କରନା ତାଙ୍କ ପାଖରେ ଏକଥା ସବୁ ପହଞ୍ଚିବା ଦରକାର ଯଦି ଖରାପ ଭାବନ୍ତି l ତେବେ ସବୁଶୁଣି ନିଜେ କୁହନ୍ତୁ ଭୁଲ ବୋଲି ମନଭିତରେ ମନ କଥା ନରଖି କହିଦେ l ସେ କାହିଁକି ତୋତେ

ଖରାପ ଭାବୁଥିବେ ସବୁ ଶୁଣିଲା ପରେ ଯଦି ଖରାପ ଭାବିବେ ବୋଲି ମୁଁ କହିଥିଲି l ସେ କହିଲା ଠିକ ଅଛି ଯଦି ଖରାପ ଭାବନ୍ତି ସବୁ କିଛି ଶୁଣିକି ଭାବନ୍ତୁ l ତୁ କହିବୁ ସେ ଆଜି ପର୍ଯ୍ୟନ୍ତ ଅନ୍ୟ ମାନଙ୍କର କଥାକୁ ଶୁଣି ତୋତେ ଦୋଷୀ କହୁଥିବେ l

ହଁ ତୁ ଦୋଷୀ ଏତେ ଭଲ ପାଇବା ପରେ ତୁ ତାଙ୍କୁ ଛାଡି ଦେଇଥିଲୁ ସେତିକି କଥାରେ କେମିତି ଜଣେ ଦୋଷୀହେବ କଣ ପରିସ୍ତିତି ହେଲା ତୁ କାହିଁକି ଅନ୍ୟ ବାଟ ବାଛିଲୁ ସେ ଜାଣିବା ଦରକାର ସବୁ ଜାଣିବା ପରେ ଯଦି ତାଙ୍କ ମନ କହିଲା ତୁ ଭୁଲ

କରିଛୁ ତେବେ ଭୁଲ ଯଦି ଠିକ କହିଲେ ତେବେ ଠିକ ଆମକୁ ଯଦି ଜଣେ ଘୃଣା କରୁଛି ସବୁ ଶୁଣିକି କରୁ l ଅନ୍ୟ ମୁହଁରୁ ଶୁଣିବା ଠାରୁ ତୁ ନିଜେ କହିଦେ ହେଲେ ମୋର ଗୋଟାଏ କଥା କିଛିବି ଦରକାର ନାହିଁ ଏତେ ଦିନପରେ ସେ ମୋତେ ମନେ ରଖିଛନ୍ତି ବୋଲି ମୁଁ ଜାଣିନି କାହିଁକି ସେ ବିଷୟରେ ଆଲୋଚନା କରିବା l ଠିକ ଅଛି ତୋ ମନ ବୋଲି ମୋ ସାଙ୍ଗ କହିଥିଲା ମୋ ଉପରେ ଅନେକ ରାଗିବି ଥିଲା l ସେ କଥା ର କିଛି ବର୍ଷ

ପରେ ମୁଁ ଘରକୁ ଯାଇଥାଏ l ମୋର ସବୁଠାରୁ ଖାସ ଜଣେ ବନ୍ଧୁ ମୋତେ ଦେଖା ହୋଇଥିଲେ ହେଲେ ସେଦିନ କିଛିବି କହିନଥିଲେ ମୁଁ ବି ସେମିତି କିଛି ପଚାରି ନଥିଲି l ମୁଁ ଚାଲି ଆସିବା ପରେ ସେ ଘରକୁ ଆସିଥିଲେ ସେଠି ମୋ ବୋଉକୁ ମୋ କଥା କହିବାରୁ ସେ କହିଲା ମୋତେ କହିଦିଅ ମୁଁ କହିଦେବି l  

ହେଲେ ସେ ବନ୍ଧୁ ଜଣକ ମନା କରିଥିଲେ ଓ ମୋର ଫୋନ ନମ୍ବରଟି ନେଇ ସେଠାରୁ ଚାଲି ଆସିଛନ୍ତି l ଦୁଇ ଦିନପରେ ମୋତେ ଫୋନ କରି କହିଲେ ତମକୁ କିଛି କହିବି ବୋହୁତ ଖୁସି ହେବ ଶୁଣିକି ମୋ ଜୀବନରେ କିଛି ଖୁସି ଅଛି ବୋଲି ମୁଁ ଭୁଲି ଯାଇଥିଲି l ହଁ କୁହ ବୋଲି କହିଥିଲି ସେ କହିଲେ ତୁମକୁ ଜଣେ ବୋହୁତ ଦିନ ହେବ ଦିନ ନୁହେଁ ବର୍ଷ ହେବ ଖୋଜୁଛନ୍ତି l  

ମୋତେ ତ ବିଶ୍ୱାସ ଲାଗିଲାନି ମୋତେ କାହିଁକିବା କିଏ ଖୋଜିବଲୋ ବୋଲି ପଚାରି ଥିଲି l ହେଲେ ବନ୍ଧୁ ଜଣକ କହିଲେ ସେ ବୋହୁତ ଦିନ ହେବ ମୋତେ ଦେଖା ହୋଇଥିଲେ ଓ ତୁମକଥା ମୋତେ ପଚାରିଥିଲେ ମୁଁ କହିଲି ସତରେ ମୋତେ ବିଶ୍ୱାସ ହିଁ ଲାଗୁନି l ସେ କହିଲେ ନା କଥାଟା ସତ ବିଶ୍ୱାସ କର ମୋତେ କହିଲେ କି କିପ୍ରକାର ବନ୍ଧୁ ତୁମେ ଏତେ ଭଲ ସାଙ୍ଗର ନମ୍ବରବି ରଖିନ କଣବା ମୁଁ କହିବି କହିଲି ସତରେ ତାଙ୍କର କୌଣସି ଖବର

ମୋ ପାଖରେ ନାହିଁ l ହେଲେ ଯେବେ କେବେବି ମୋର ତାଙ୍କ ସହିତ ଦେଖା ହେବ l ମୁଁ ତାଙ୍କର ନମ୍ବର ତୁମକୁ ଦେବୀ l  

ସତ କହିବାକୁ ଗଲେ ମୁଁ ବୋହୁତ ଖୁସି ହୋଇଯାଇଥିଲି ମୋତେ ଲାଗୁଥିଲା ସତରେ ମୋତେ ଏମିତି କିଛି ମିଳିଯାଇଛି ଯାହାର ତୁଳନା ମୁଁ କାହା ସହିତ କରିପାରିବିନି ହେଲେ ସେମିତି

କହିଦେଲି କାହିଁକି କିଛି କାମ ଥିଲାକି l ହେଲେ ବନ୍ଧୁ ଜଣକ କହିଲେ, ମୁଁ ଭାବୁଥିଲି ତମେ କେତେ ଖୁସି ହୋଇଯିବ ହେଲେ କିଛି ନୁହେଁ ତମେତ ରାଗୁଛ l ସତକହିବାକୁ ଗଲେ ମୁଁ ବୋହୁତ

ଖୁସି କାରଣ ଏବିଷୟରେ ପ୍ରଥମେ ବୋହୁତ ଆଗରୁ ମୋ ସାଙ୍ଗ କହିଥିଲା ମୁଁ ମନା କରି ଦେଇଥିଲି l ସେ ମୋ କଥା ମନେ ରଖିଛନ୍ତି କି ନାହିଁ l ମୁଁ କେମିତି ଜାଣିବି ବୋଲି କହିଥିଲି l  

ସତ କହିବାକୁ ଗଲେ ସେହିଦିନ ମୁଁ ହୃଦୟର ସହିତ ଖୁବ ଖୁସି ହୋଇଥିଲି l ଖୁବ ଜୋରରେ ନାଚି ବି ଥିଲି ହସି ହସି କାନ୍ଦିଲି l

ଲାଗିଲା ମୋ ପ୍ରେମ ମୋ ପାଇଁ ଅଛି ମୋତେ ମନେ ରଖିଛନ୍ତି l  

ଫୋନ କରିକି ମୋ ସାଙ୍ଗକୁ କହିଲି l ସେ ତ ପ୍ରଥମେ ଗାଳିକରିଲା କହିଲା, ଦେଖିଲୁ ସେ ବି ତାଙ୍କ ଚେଷ୍ଟା କରୁଛନ୍ତି l  

ଏଥର ଡେରି କରନା ତାଙ୍କ ନମ୍ବର ଆଣିବାକୁ ଚେଷ୍ଟା କର ବୋହୁତ ଡେରି ହୋଇଗଲାଣି l ଯଦି ସେହିଦିନ ଠାରୁ ଖୋଜିବା ଆରମ୍ଭ କରିଥାନ୍ତୁ l ହୁଏତ ଆଜି ଏତେ ଡେରି ହୋଇନଥାନ୍ତା l

ତେବେ କହିଲୁ ଆଉକିଛି ବାକି ରହିଲାକି l କଣ ବୋଲି ପଚାରିବାରୁ l ଅଭିମାନ ଭରା ସ୍ୱରରେ କହିଲା କିଛି ଜାଣିପାରିନୁକି ମୁଁ କଣ କହିବାକୁ ଚାହୁଁଛି l ଟିକେ ହସି ଦେଇ ଜାଣିଛି ବୋଲି କହିଲି l ତେବେ ଏତେ ଦିନ ଧରି କାହାକୁ ଅପେକ୍ଷା କରୁଥିଲୁ l ମୁଁ କହିଲି ସେ ମୋତେ ମନେ ରଖିଛନ୍ତି କି ନାହିଁ ମୁଁ ଜାଣିନଥିଲି l ସେଥିପାଇଁ ଅପେକ୍ଷାରେ ଥିଲି l ହେଲେ ଏବେ ଖୋଜିବା ଆରମ୍ଭ କରିଦେବା l ହେଲେ ଭାବୁଛି କଣ ଭାବୁଛୁ ବୋଲି ମୋ ସାଙ୍ଗ ପ୍ରଶ୍ନ କରିଲା l ମୁଁ କହିଲି, ସେ କଣ ପଚାରିବେ ମୁଁ କେମିତି ତାଙ୍କୁ ଚାହିଁବି କଣ କହିବି l  

କିଛିବି ଭାବିବା ଦରକାର ନାହିଁ ପ୍ରଥମେ ଖୋଜିବା ଆରମ୍ଭ କରିଦେ ତାପରେ ଦେଖିବାକୁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଢେର ସମୟ ମିଳିଯିବ କିଛିବି ନଭାବି କାହା ପାଖରେ ତାଙ୍କର ଫୋନନମ୍ବର ଅଛି ପଚାରିବୁ ତାପରେ ଫୋନ କରି କଥା ହେବୁ l  

ଏତେ ଭଲ ପାଉଥିବା ମଣିଷଟିକୁ କାହିଁକି ନିଜଠାରୁ ଅଲଗା କରିଥିଲୁ କହିବୁ ସେ ବି ଶୁଣିବେ ଯାହାକିଛି ବି ଅଛି l

ସେ କଣ ଖୁସି ହେବେ ମୋତେ କେମିତି କେମିତି ଲାଗୁଛି l  

ଜାଣିଛୁ ଟିକେ ଡର ବି ଲାଗୁଛି l ହେଲେ ତାଙ୍କୁ ଦେଖିବାକୁ ବହୁତ ଇଛା ହେଉଛି l ତେବେ ଡେରି କାହିଁକି ଖୋଜିବା ଆରମ୍ଭ କର l 

ସେହିଦିନ ଠାରୁ ମୁଁ ଓ ମୋ ସାଙ୍ଗ ପ୍ରତିଦିନ ତାଙ୍କୁ କିପରି ଦେଖା କରିବୁ କାହାଠାରୁ ନମ୍ବର ଆଣିବୁ ସେହି ବିଷୟରେ କଥା ହେଉ l

ଦିନ ଗୁଡିକ ମାସରେ ପରିଣତ ହୋଇଗଲା ହେଲେ କିଛିବି ଖବର ମିଳିଲାନି ଯେମିତି ଲାଗିଲା l ଆମେ ଯେଉଁଠି ଆରମ୍ଭ କରିଥିଲୁ ସେଇଠି ଅଛୁ l ଯାହାକୁ କହିଲେବି କହୁଛନ୍ତି l ନା, ନାହିଁ ତାଙ୍କୁ କେବେ ଠାରୁ ଦେଖିନୁ ଏହି ସବୁ ଶୁଣି ମନକୁ ବୋହୁତ କଷ୍ଟ ହେଉଥାଏ l ପ୍ରତେକ ଦିନର ଆଶା ଧୀରେ ଧୀରେ ନିରାଶାରେ ପରିଣତ ହୋଇଯାଏ l କଣବା କରିବୁ ଭାବୁଥାଏ ଏମିତି ଦିନେ ଦେଖିଲି ମୋ ଫୋନରେ ତାଙ୍କୁ ମୋ ଆଖିକୁ ବି ମୋର ବିଶ୍ୱାସ ହେଉନଥିଲା l ଭାବିଲି ତାଙ୍କୁ ମେସେଜ କରିବି ହେଲେ କାହିଁକି କେଜାଣି ସାହସ ହେଲାନି l ତାଙ୍କୁ ଦେଖିଛି ବୋଲି ମୋ ସାଙ୍ଗକୁ କହିବାରୁ କହିଲା ମେସେଜ କରିଲୁନି ହେଲେ ମୁଁ ଚାହୁଁଥିଲି l ତାଙ୍କର ନମ୍ବର ଆଣି ତାଙ୍କୁ ଫୋନ କରିବାକୁ l କେତେ ସବୁ ଚେଷ୍ଟା ପରେବି କିଛି ବାଟ ବାହାରିଲାନି ମୋତେ କାନ୍ଦ ବି ଲାଗୁଥିଲା l ମୋ ସାଙ୍ଗ କହିଲା ଠିକ ଅଛି ମୁଁ ମୋ

ଫୋନରେ ମେସେଜ କରୁଛି ଯଦିବି କୌଣସି ଉତ୍ତର ମିଳିବ ତୋତେ କହିବି ହେଲେ ସେ କଥାର ବି କିଛି ଉତ୍ତର ମିଳିନଥିଲା l

ସେଦିନ ରାତିରେ ସେ କହିଲା ମୋ ମେସେଜକୁ ସେ ଦେଖିନି l

କଣ କହିବି ବୁଝି ପାରୁନଥାଏ l କାନ୍ଦିବାରୁ ବୋହୁତ ବୁଝେଇଲା ଜମାରୁ ବ୍ୟସ୍ତ ହେନା ହୁଏତ ସେ ଉତ୍ତର ଦେବାକୁ ଚାହୁଁନଥିବେ l 

ଗୋଟିଏ କାମକରିବୁ ରାଗିବୁନି ଯଦି କହିବି l କଣ ବୋଲି ପଚାରିବାରୁ କହିଲା ତୋରି ଫୋନରେ ମେସେଜ କର ସେ ଜାଣିବ ଉତ୍ତର ବି ଦେବ ଏତେ ସବୁତ କରିସାରିଲେଣି ବାସ ଗୋଟିଏ କାମ ଏହିଟା ହିଁ ବାକି ରହିଛି ସେ ତୋତେ ଜାଣିପାରିବ

ଆଉ କିଛିବି ମେସେଜ କରିବ l ବାଧ୍ୟ ହୋଇ ମୁଁ ମୋ ଫୋନରେ ମେସେଜ କରିଲି କରିବାର ଦୁଇ ଦିନପରେ ସେ ମେସେଜ ଦେଖିଲେ ଓ ଗ୍ରହଣ ବି କରିଥିଲେ l ମୁଁ ଯେବେ ଦେଖିଲି ମୋତେତ ବିଶ୍ୱାସ ହେଲାନି କେତେ ଖୁସି କହିପାରିବିନି l  

ଆପଣ ମାନେ ଜାଣି ପାରୁଥିବେ l ମୋତେ କିପରି ଅନୁଭବ ହେଉଥିବ ଯେମିତି ଗୋଟିଏ ସମୟ ପାଇଁ ମୋ ପ୍ରେମ ମୋତେ ପୁଣି ଥରେ ପଛକୁ ଫେରେଇ ନେଇଛି ଓ ସବୁଠାରୁ ଦାମୀ ଉପହାରକୁ ମୋତେ ଦେଇଛି l ରାତିରେ ଦେଖିଲି ମନେ ମନେ ବୋହୁତ ଖୁସି ଭାବୁଥିଲି ମୋ ସାଙ୍ଗକୁ ଜଣେଇବି ହେଲେ ନା କହିପାରିଲିନି l ସକାଳ ପଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବାଧ୍ୟ ହୋଇ ରାତି ପାହିବାକୁ ଅପେକ୍ଷା କଲି l ଯେମିତି ଭୋର ହୋଇଛି ସାଙ୍ଗେ ସାଙ୍ଗେ ମୋ ସାଙ୍ଗ ପାଖକୁ ଫୋନ କଲି ସେ ବିଚରା ନିଦରୁବି ଉଠି ନଥିଲା l ସେ ଯେମିତି ହାଲୋ କହିଛି l  

ପ୍ରଥମେ କହିଲି ମେସେଜକୁ ଗ୍ରହଣ କରିନେଲେ ଏତିକି ଶୁଣି ସେ କହିଲା, ଯାହାହେଉ ଭାଗବାନ ତୋ ଡାକ ଶୁଣିଛନ୍ତି l କଥା ହେଲୁନା ନାହିଁ ମୁଁ କହିଲି ନା କଥା ହୋଇନି କି ନମ୍ବର ବି ମାଗିନି

ସେ କହିଲା ଆଉ କାହାକୁ ଅପେକ୍ଷା କରିଛୁ ତାଙ୍କୁ ହି ନମ୍ବର ମାଗ ଓ କଥା ଆରମ୍ଭ କର l କେମିତି ମାଗିବି କହିବାରୁ ସେ କହିଲା,ସେହି ମେସେଜରେ ହି ନମ୍ବର ମାଗ ଦେବେ l ତାପରେ କେତେ ସମୟ ପରେ ମୁଁ ଦେଖିଲି ସେ ଅନଲାଇନ୍ ରେ ଥିଲେ ସେହି ସମୟରେ ମୁଁ ତାଙ୍କୁ ତାଙ୍କ ବିଷୟରେ କିଛି ପଚାରିବାରୁ କହିଲେ l 

ମୋ କଥାବି ପଚାରିଲେ କେମିତି ଅଛ ସବୁ କିଛି ପଚାରିଲେ l 

ମୁଁ ମଧ୍ୟ୍ୟ ତାଙ୍କ କଥାର ଉତ୍ତର ଦେଇଥିଲି l ହେଲେ ଯେତେବେଳେ ତାଙ୍କ ନମ୍ବର ମାଗିଥିଲି ମୋତେ ମନା କରିଦେଇଥିଲେ ସତ କହିବି ମନକୁ ବୋହୁତ ଜୋରରେ ଆଘାତ ଲାଗିଥିଲା l କିଛି ସମୟ ପାଇଁ ଭାବିଲି କାହିଁକି କେଜାଣି ନମ୍ବର ମାଗିଲି ନମାଗିଥିଲେ ହୁଏତ ଭଲ ହୋଇଥାନ୍ତା l ପୁଣି ଭାବିଲି ନ ମାଗିଲେ କଥା ହେବି କେମିତି ଆଉ ଥରେ ମାଗି ବାରୁ କହିଲେ, କାହିଁକି ନମ୍ବର ମାଗୁଛ କଣ ଦରକାର ଅଛି l ମୁଁ କହିଲି କାହିଁକି ନମ୍ବର ମାଗୁଛି କଣ ତମେ ଜାଣିନ l ଅଳ୍ପ ହସି ଅଭିମାନରେ କହିଲେ ଯାହା କିଛିବି ଅଛି ଏବେ କୁହ ମୁଁ କହିଲି କଣ ମେସେଜରେ l ହଁ, ମେସେଜରେ କୁହ l ମୁଁ କଣବା ତାଙ୍କୁ କହିବି ଜାଣି ପାରିଲିନି ମୋ ସାଙ୍ଗକୁ ଫୋନ କରିବାରୁ ସେ କହିଲା ତାଙ୍କୁ କହ ନମ୍ବର ନେଲା ପରେ କଣ କରନ୍ତି l ସେ କଣ ଜାଣିନାହାନ୍ତି ତାଙ୍କୁ ବାରମ୍ବାର ମାଗ ଦେବେ l ନାଁରେ ଥାଉ ଯଦି ସେ ନଚାହାଁନ୍ତି ତେବେ କିଛିବି ଦରକାର ନାହିଁ l ତୋ ମୁଣ୍ଡ କାମ କାରୁନିକି ଏହି ନମ୍ବର ଖୋଜିବାକୁ ଆମେ ଦୁହେଁ କେତେ କଣ ନ କରିଛେ ଏତେ ସବୁ ହେବା ପରେ ସେ ମନା କରିଲେ ବୋଲି ତୁ କହୁଛୁ ଥାଉ, ସେ ହୁଏତ ତୋ ଉପରେ ରାଗ ଅଭିମାନରେ ମନାକରୁଥିବେ ମନରେ ଭାବୁଥିବେ ନମ୍ବର ଦେବାକୁ ସେ ଯାହାବି ହେଉ ତୁ ନମ୍ବର ମାଗ ଦେବେ ମୋ ସହିତ କଥା ହେବା ବନ୍ଦ କର ତାଙ୍କୁ ମେସେଜ କର l ବାସ ତାପରେ ପୁଣି ଥରେ ମେସେଜ କରିଲି ସେହି ଗୋଟେ ଉତ୍ତର ନା, କଣ କରିବ l   

ଶେଷ ଥର ପାଇଁ କହିଲି ତମେ ଜାଣିନ ମୁଁ କାହିଁକି ତମ ନମ୍ବର ମାଗୁଛି ତୁମ ସହିତ କଥା ହେବାକୁ ଚାହେଁ, ମୁଁ କଣ ତମର କେହି ନୁହେଁ ତମ ପାଇଁ କଣ ସତରେ ମୁଁ ଅଜଣା ଅଚିହ୍ନା ଯଦି ସତରେ

ତୁମେ ମୋତେ ସେମିତି ଭାବୁଥିବ ତେବେ ଦିଅନି l ହେଲେ ଯଦି ମନରେ ମୋ ପାଇଁ କିଛିବି ଟିକେ ଭଲପାଇବା ଅଛି ତେବେ କିଛିବି ନକହି ତୁମ ଫୋନର ନମ୍ବରଟି ଦେବ l ବାସ ଏତିକି କହିବା ପରେ ସେ କଣ ଭାବିଲେ ଜାଣିନି ନମ୍ବରଟି ଦେଲେ l 

କାହିଁକି ମୋ ଠାରୁ ଦୁରକୁ ଚାଲି ଗଲ କହିଲେ l ତାଙ୍କ ପରିବାର ଲୋକଙ୍କ ପାଇଁ ଓ ତୁମ ଖୁସି ଲାଗି ମୁଁ ତୁମକୁ ନିଜଠାରୁ ଦୁରେଇ ରଖିଥିଲି ହେଲେ ମନରୁ କେବେବି ବାହାର କରିପାରିନି ଯଦି ବାହାର କରିଥାନ୍ତି lତେବେ ତୁମ ଠାରୁ ଦୂରରେ ରହିବି

ଜୀବନର ପ୍ରତି ମୁହୂର୍ତରେ ତୁମକୁ ଖୋଜି ନଥାନ୍ତି l ହେଲେ ମୋତେ ତ ସବୁ କିଛି କହିପାରିଥାନ୍ତ l ହେଲେ ତମେ ସେହି ସମୟରେ ନିଜେ ଯେମିତି ଆଉ କାହାର ହାତର ଖେଳନା ହୋଇଥିଲ l ତୁମକୁ କଣବା କହିବି ସେଥିପାଇଁ ସବୁଦିନ ପାଇଁ

ତୁମଠାରୁ ଦୁରକୁ ଚାଲିଗଲି ହେଲେ ମୋର ଏହି ମନକୁ ତୁମ ପାଖରେ ସବୁଦିନ ପାଇଁ ହଜାଇ ଦେଇଥିଲି l ମନ ଏହିପରି ଗୋଟିଏ ଜିନିଷ ଯାହାର ରୂପ ନାହିଁକି ଆକାର ବି ନାହିଁ l 

କେବଳ ଅନୁଭବ ହି କରିହୁଏ ଜାଣି ହୁଏନା ଆମ ଅଜାଣତରେ ମନଟି କାହାକୁ ନିଜର କରିନେଇଛି l ଠିକ ସେହିପରି ମୋର ବି ହୋଇଛି ଘର, ସାହି, ଗାଁ, ବାପା ମା ସମସ୍ତଙ୍କୁ ନିଜ ଠାରୁ ଦୁରେଇ ଦୁରକୁ ବୋହୁତ ଦୁରକୁ ଚାଲି ଆସିଲି ହେଲେ ମନକୁ

ତୁମପାଖରେ ଛାଡି ଆସିଛି l ଏ ସବୁ ଶୁଣି କହିଲେ ମୋତେ କିଛିବି କହିନ କି ମୁଁ ଜାଣିନି ମଧ୍ୟ ତୁମେ ଜାଣିନ ଆଜିବି ମୁଁ ତୁମକୁ ସେତିକି ଭଲ ପାଏ l ସବୁ ଜିନିଷର ପରିବର୍ତନ ହୋଇଛି ହେଲେ ମୁବି ଆଜି ତୁମକୁ ଠିକ ସେତିକି ଭଲପାଏ ପାଉଛି, ଓ

ପାଉଥିବି ଚାହିଁବି ତୁମକୁ ମୋ ମନରୁ କାଢି ପାରିନି l ବୋହୁତ ଖୋଜିଛି ସମସ୍ତଙ୍କୁ ପଚାରିଛି କେହିବି ତୁମ ଖବର ଜାଣିନାହାନ୍ତି ବୋଲି କହିଛନ୍ତି l ମୁଁ ମାନି ନେଇଥିଲି ହୁଏତ ଆଉ କେବେବି

ତୁମ ସହିତ ଦେଖା ହେବନି ବୋଲି ଜାଣିଥିଲି l ଠିକ କହିଲ ଯେଉଁଠି ତମେ ଖୋଜିବା ବନ୍ଦ କରିଦେଲ l ମୁଁ ସେହିଠାରୁ ଖୋଜିବା ଆରମ୍ଭ କରିଥିଲି ମୁଁ ଓ ମୋ ସାଙ୍ଗ ବୋହୁତ ଖୋଜିବା

ପରେ ତୁମକୁ ପାଇ ଥିଲୁ l ହେଲେ ଯେତେବେଳେ ନମ୍ବର ଦେବାକୁ ମନା କରିଥିଲ ବୋହୁତ କଷ୍ଟ ହୋଇଥିଲା l ରାଗ ଅଭିମାନରେ ମନା କରିଥିଲି l ସତରେ ନୁହେଁ ଯାହାହେଉ Online କୁ ଧନ୍ୟବାଦ ମୁଁ ଯେବେ ଘରକୁ ଯାଇଥିଲି l 

ମୋର ପ୍ରିୟ ବନ୍ଧୁ ଠାରୁ ତମେ ମୋତେ ଖୋଜୁଛ ବୋଲି ଶୁଣିଲି l ବାସ ଏହି ପଦେ କଥାରେ ଯେମିତି ମୋତେ ବଞ୍ଚିବାର ମାନେ ମିଳିଗଲା ମୁଁ ସେଦିନ କେତେ କାନ୍ଦିଛି ଓ ଖୁସିରେ ନାଚିଛି ବି ତମେ ଜାଣିପାରିବନି l ତା ପରଠାରୁ ଆମ ଦୁଇ ସାଙ୍ଗ ମିଶି ତମକୁ ଖୋଜିବା ଆରମ୍ବ କରିଦେଲୁ l ସତରେ କେତେଦିନ ପୂର୍ବରୁ ଖୋଜିବା ଆରମ୍ଭ କରିଥିଲ ବୋଲି ସେ ପଚାରି ଥିଲେ l ପ୍ରାଏ ପାଞ୍ଚ ମାସ ଖୋଜି ଥିଲୁ ପ୍ରଥମେ ଯାହାକୁ ଚିହ୍ନିଥିଲୁ l ସମସ୍ତଙ୍କୁ କହିଥିଲୁ ହେଲେ କେହିବି କିଛି ଜାଣିନାହାନ୍ତି ବୋଲି କହିଲେ ।

ଶେଷରେ ତମକୁ ମୁଁ ମୋରି ଫୋନ ରେ ଦେଖି ଥିଲି ବୋଲି କହଲି ଓ ଶେଷରେ ମେସେଜ କରି ଥିଲି l କିନ୍ତୁ ତମେ ଗ୍ରହଣ କରିବ ଭାବି ନଥିଲି l ତମକୁ ବୋହୁତ ଧନ୍ୟବାଦ l ତମେ ଜାଣିନ ଯେବେ ମୁଁ ତୁମ ମେସେଜ ଦେଖିଲି ମୁଁ କେତେ ଖୁସି ଘରେ ପଚାରିଲେ କଣ ହେଇଛି ସେମାନଙ୍କୁ କିଛି କହିବି ପାରୁନି ମୋ ମନ କଥା ମୁଁ ଜାଣିଛି ଅନଲାଇନ୍କୁ ବୋହୁତ ଧନ୍ୟବାଦ l  

ସେ ମୋତେ ଏବେ କେମିତି ଅଛି କଣ କରୁଛି ସବୁ କଥା ପଚାରି ଥିଲେ ସବୁକିଛି କହିଲି l ଏବେ କେମିତି ଦେଖା ଯାଉଛ ନିଜରଗୋଟେ ସେଲ୍ଫି ମୋ ପାଖକୁ ଛାଡିବାକୁ ବି କହିଲେ l ମୁଁ ନିଜର ସେଲ୍ଫି ତାଙ୍କୁ ଦେଲି ଭାବିନଥିଲି ଏସବୁ କିଛି ପୁଣି ଥରେ ସମ୍ଭବ ବୋଲି ହୃଦୟରୁ ଅନଲାଇନ୍ କୁ ଧନ୍ୟବାଦ ମୋ ପୁରୁଣା ପ୍ରେମକୁ ମୋ ପାଖକୁ ଫେରାଇ ଆଣିଥିବାରୁ ଆମ ଭିତରେ ଥିବା ଭୁଲ ବୁଝାମଣାକୁ ଦୁରକରି ଥିବାରୁ l ମୁଁ ଜାଣିବି ପାରିଲିନି ପ୍ରାଏ

ଦୁଇ ଘଣ୍ଟା ଆମେ କଥା ହୋଇଥିଲୁ l ଏତେ ବର୍ଷ ପରେ ନିଜ ମନର କଥା ମୋ ମନର ମଣିଷକୁ କହିଥିବାରୁ l ମୁଁ ବୋହୁତ ଖୁସି ତାଙ୍କୁ ପଚାରିଲି ତମେ ଖୁସି , ସେ କହିଲେ ମୁଁ କହିପାରିବିନି

ବୋହୁତ ଖୁସି ମୋ ସାଙ୍ଗ କଥା କହିବାରୁ କହିଲେ ମୋ ତରଫରୁ ତାଙ୍କୁ ବୋହୁତ ବୋହୁତ ଧନ୍ୟବାଦ l ହେଉ ତେବେ ଫୋନ ରଖୁଛି କହିଲେ ରଖିବା ପୂର୍ବରୁ କହିଲେ ଯଦିକିଛି ନଭାବିବ ତେବେ ଗୋଟେ ଛୋଟ kiss ଟେ ତୁମକୁ ଦେବି ସେତିକି କଥାରେ ମୋ ଆଖି ଦୁଇଟି ଲାଜରେ ବୁଜିହୋଇ ଯାଉଥିଲା l  

ଧୀରେ ଧୀରେ ଲୁହବି ଝରୁଥିଲା l ଗୋଟିଏ ସମୟ ପାଇଁ ମୋତେ ଦୁନିଆର ସବୁ ଖୁସି ମିଳିଯାଇଥିଲା l ତାପରେ ମୁଁ ଫୋନ ବି ରଖିଥିଲି l ସେ ଫୋନ ପଛରେ କରିବେ ବୋଲି କହିଲେ l ସେ ରଖିବା ପରେ ମୁଁ ମୋ ସାଙ୍ଗ ପାଖକୁ ଫୋନ କରିଥିଲି l ତାକୁ କହିଲି କଥା ହେବୁ ସେ ଜୋରରେ ହସିଲା

କହିଲା ମୁଁ ଜାଣିଛି ଏଥର ତୋ ଫୋନ ସବୁଦିନ ବିଜି ରହିବ l 

ହେଲେ ମୋତେ ଭୁଲିବୁନି l କିଛି ସମୟପରେ ସେ ମୋ ସାଙ୍ଗ ସହିତ କଥା ହୋଇଥିଲେ l ତାଙ୍କ ତରଫରୁ ବୋହୁତ ବୋହୁତ ଧନ୍ୟବାଦ ବି କରିଥିଲେ l ମୋ ସାଙ୍ଗ କହିଲା ଆମେ କେତେ ଖୋଜିଛୁ ତମକୁ ତମେ ଜାଣିନ ସେକହିଲେ ମୁଁ ମଧ୍ୟ ଖୋଜିଥିଲି ହେଲେ ପାଇ ନଥିଲି ଭାବି ଦେଇଥିଲି ହୁଏତ ଆଉ ଦେଖାବି ହେବନି l ତମେ ଯେଉଁଠି ଖୋଜିବା ବନ୍ଦ କରିଦେଲ ଆମେ ଖୋଜିବା ଆରମ୍ଭ କରିଥିଲୁ l ନମିଳିଥିବାରୁ ସେ ବୋହୁତ କାନ୍ଦି ଥିଲା ଶେଷରେ ଠାକୁରଙ୍କୁ ସବୁକିଛି ଜଣାଇ ଦେଇଥିଲା l  

ଭାଗବାନଙ୍କ କୃପାରୁ ତୁମ ଦୁଇଜଣଙ୍କର ଖୋଜିବା ସଫଳହୋଇଛି l ସତରେ ଯାହା କିଛିବି ମନରେ ଥିଲା ସେସବୁ ଦୂରକରି ତୁମ ଦୁହିଁଙ୍କ ପ୍ରେମ ସେମିତି ସବୁଦିନ ପାଇଁ ରହିଥାଉ l  

ସେ ହଁ କରି ଫୋନ ରଖୁଛି ବୋଲି କହିଲେ l ମୁଁ ହଁ କରିଲି ମୋ ସାଙ୍ଗ କହିଲା ମୁଁ ଜାଣିଛି ଏଥର ତୋ ନମ୍ବର ବ୍ୟସ୍ତ ରହିବ l 

ସେ ହସିହସି ଫୋନ ରଖିଲେ l ମୋ ସାଙ୍ଗକୁ ମୁଁ କହିଲି କଣ ସତରେ ଅନଲାଇନ୍ ଥିବାରୁ ମୁଁ ତାଙ୍କୁ ପୁଣି ଥରେ ଫେରିପାଇଛି l 

ମୋ ସାଙ୍ଗ କହିଲା ମୋତେ ଭୁଲିବୁନିତ l ମୁଁ କହିଲି କେବେବି ନୁହେଁ l ଦୁଇ ସାଙ୍ଗ ଜୋରରେ କହିଲୁ ଅନଲାଇନ୍ successful ।



Rate this content
Log in

Similar oriya story from Romance