STORYMIRROR

puja pradhan

Children Stories Children

3  

puja pradhan

Children Stories Children

ମୋ ଜନ୍ମଦିନ

ମୋ ଜନ୍ମଦିନ

5 mins
286

ମୋର ଭାରି ମନ ମୋ ଜନ୍ମ ଦିନ ମାମୁଁ ଘରେ ପାଳନ କରିବାକୁ l ହେଲେ ଆମେ ପୁରି ରେ ରହୁ ସେଥିପାଇଁ ମୁଁ

ଯାଇ ପାରେନି ହେଲେ ମୋ ମାଉସୀ ବାହାଘର କୁ ଯାଇଥିଲୁ l ବୋହୁତ ମଜା କରି ଥିଲୁ ମୋ ବୋଉକୁ ମାମୁଁ, ଘରେ ସମସ୍ତେ ଭଲ ପାଆନ୍ତି ବଡ଼ ମାମୁଁ, ବଡ଼ ମାଇଁ, ସାନ ମାମୁଁ, ସାନ ମାଇଁ, ବୋଉ ର ସବୁ ପୁତୁରା ମାନେ ସମସ୍ତେ ଭଲ

  ପାଆନ୍ତି l ମୋତେ ସମସ୍ତେ କୁହନ୍ତି କି ତୁ ଟିକେ ଟିକେ କଥାରେ କାନ୍ଦୁଛୁ ଭଲ ନୁହେଁ l ମୁଁ କଣ କରିବି ବଡ଼ ମାମୁଁ କୁହନ୍ତି ତୁ କେବେବି ତୋ ବୋଉ ପରୀ ହୋଇ ପାରିବୁନି l  

ରାଗଲାଗିଲେବି ମାମୁଁ ଠିକ କୁହନ୍ତି l ସତରେ ହୋଇ ପାରିବିନି ମୋ ବୋଉ ଯାହା କହେ କରେବି ମିଛ କହିବାକୁ ଭଲ ପାଏ ନି l ସମସ୍ତେ କୁହନ୍ତି ମୋ ବୋଉ ପାଖରେ ସବୁ

ପ୍ରଶ୍ନର ଉତ୍ତର ଅଛି ବୋଲି ମୁଁ ବି ଜାଣିଛି ବୋଉ ଯଦି କୌଣସି କଥାରେ ହଁ କରିଛି l ତେବେ ନିଶ୍ଚୟ କରିବ ଆଉ

ଯଦି ନା କରିଦିଏ ତେବେ ଜମାରୁ କରେନି ମୁଁ ମୋ ବୋଉ ପରୀ ହେବାକୁ ଚାହେଁ ହେଲେ ହୋଇ ପାରିବିନି କାହିଁକି ନା

ବୋଉ, ପରୀ କିଏ ନୁହେଁ l ମୋ ବୋଉକୁ ସବୁକିଛି କହି

ଦେଲେ ମୋତେ ଭଲ ଲାଗେ ବୋଉ ଯାହା ପଢେଇଲେ

ଭଲ ଭାବରେ ମନ ବି ରୁହେ l ଯାହାର ଯେତେବେଳେ କଣ ଦରକାର ହୁଏ ବୋଉକୁ ପଚାରନ୍ତି l ବୋଉ କହେ ସେମାନେ

ଖୁସି ହୁଅନ୍ତି l ମୁଁ ଭାବେ ମୁଁ ବୋଉର ସାଙ୍ଗ ହୁଅନ୍ତିକି ହେଲେ

କଣ ହେବ ବୋଉର ବେଷ୍ଟ ଫ୍ରେଣ୍ଡ ହେଉଛନ୍ତି ଡେଜି ମାଉସୀ ବୋଉଓ ମାଉସୀ ତାଙ୍କ ସ୍କୁଲ ଓ କଲେଜ କଥା ହୁଅନ୍ତି ମୋତେ ଭାରି ଖୁସି ଲାଗେ ଭାବେ ମୋର ଏମିତି


ଗୋଟିଏ ବେଷ୍ଟ ଫ୍ରେଣ୍ଡ ମୋରବି ହେଉ l ଯାହା ସହିତ

ମୁଁ କେତେ କଥା ହୋଇପାରୁଥିବି l ସେଦିନ ମାମୁଁ ଙ୍କୁ

କହିଥିଲି କି ମାମୁଁ ମୋର ଏଥର ଜନ୍ମଦିନ ଏଇଠି କରିବ

ମାମୁଁ ବି ହଁ କରିଥିଲେ ବୋଉ ବି ହଁ କରିଥିଲା ବର୍ଷା ହେବାରୁ

କିନ୍ତୁ ଯାଇ ହେଲାନି ମୁଁ କିନ୍ତୁ ଭାରି ମନ ଦୁଃଖ କରିଲି ବୋହୁତ କାନ୍ଦିଲି ବୋଉ କହିଲା ହୋଉ କାନ୍ଦନା ଏଠି ମାନେ

ସାକ୍ଷୀଗୋପାଳ ଯିବା ସେଠି ମାମା ମାଉସୀ ଘରେ ତୋ ଜନ୍ମଦିନ କରିଦେବା ମୁଁ ବୋହୁତ ଖୁସି ହୋଇଗଲି l  


ମାଉସୀ ଘରକୁ ଯିବି ବୋଲି କେତେ ଖୁସି କେତେକଣ ଭାବିଲି

ମାଉସୀକୁ କହିଲି ସେଦିନ ମାନେ ମୋ ଜନ୍ମଦିନ କୁ ଘରର ସମସ୍ତେ ରେଡ କଲର ଵାଲା ଡ୍ରେସ ଲୁଗା ପିନ୍ଧିବେ l 

ଆଈ, ଓ ମାଉସୀ ହଁ କରିଲେ ସବୁ କିଛି ଠିକ ବି ଥିଲା

ହେଲେ ହଠାତ ଧୀରେ ଧୀରେ ସମସ୍ତେ ଜର, ଥଣ୍ଡାରେ ପଡିଲେ ସେଥିପାଇଁ ମୁଁ ଆଉ ମାମୁଁ ଘରକୁ ଯାଇ ପାରିଲିନି

କେତେ କଣ ଭାବି ଥିଲି ବୋଲି ବେଶୀ କଷ୍ଟ ଲାଗିଲା

କାନ୍ଦିଲି ବୋଉ କହିଲା କାହିଁକି କାନ୍ଦୁଛୁ l ମୁ କହିଲିକି

ବୋଉ ଥଣ୍ଡା, ଜରର କଣ କାନ ଅଛିକି ସେମାନେ ମୋ

ଯିବା କଥା ଶୁଣି ଦେଉଛନ୍ତି l ମୁଁ ଯୁଆଡ଼କୁ ଯିବାକୁ ବାହାରୁଛି ସେମାନେ ଆଗ ଚାଲି ଯାଉଛନ୍ତି l ବୋଉ ହସିଲା

କହିଲା ସେମିତି କିଛିବି ନୁହେଁ ତୋତେ ସେମିତି ଲାଗୁଛି i  

ମୋ ମନ ଭଲ ଲାଗୁ ନଥାଏ ବୋଉ କହିଲା କାହିଁକି ମନ ଖରାପ କରୁଛୁ l ତୁ ଯଦି କହିବୁ ବ୍ରହ୍ମପୁର ଯିବୁ ସେଠି ମାମୁଁ

ଘରେ ତୋ ଜନ୍ମଦିନ କରିଦେବା ମୋତେ ତ ବିଶ୍ୱାସ ଲାଗିଲାନି କାହିଁକିନା ସତରେ ମୁଁ ସେଠିକି ଯିବାକୁ ଚାହିଁଥିଲି

ବୋଉ ରାଗିବ ବୋଲି କହୁ ନଥିଲି l ହେଲେ ବୋଉ କହିବାରୁ ବୋହୁତ ଖୁସି ହୋଇଗଲି ବାବା ସନ୍ଧ୍ୟା ରେ ଫେରିବାରୁ ବୋଉ କହିଲା ବ୍ରହ୍ମପୁର ଯିବା କଥା ବାବା ବି

ରାଜି ହୋଇଗଲେ ମୋତେ ତ ମାଗିଲା ଏ ମାମୁଁ ଘରେ ନ

ହେଲେବି ଗାଁ ରେ ଜନ୍ମଦିନ ବଢିଆ ରେ ହେବ l   

ବୋଉ କୁ ପଚାରି ସବୁ ଜିନିଷ ରଖୁଥାଏ ବୋଉ କହିଲା ଏତେ ବ୍ୟସ୍ତ ହେବା କଣ ଦରକାର ଯିବା ପାଇଁ ଆହୁରି ତିନି

ଦିନ ଅଛି ହେଲେ ମୋତେ ମନ ହେଉଥିଲା i ସାଙ୍ଗେ ସାଙ୍ଗେ

ଚାଲି ଯିବାକୁ ଗୋଟି ଗୋଟି କରି ସବୁ ରଖିଲି ଏ ଭିତରେ

ଦୁଇ ଦିନ ହୋଇଗଲାଣି l ଆମେ ସକାଳୁ ବାହାରିବୁ ମୁଁ କହିଲି ମାଇଁ କୁ ଫୋନ କରିବାକୁ ବୋଉ କରିଲା ମାଇଁ

କହିଲେ ଦିଦି ମୋ ଦେହ ଖରାପ ହୋଇଛି ଜର ମୁଣ୍ଡ ବୁଲେଇ ହେଉଛି କାହାରବି ଦେହ ଭଲ ନାହିଁ i  

ତାଙ୍କ ର ଏକଥା ଶୁଣିକି ମୋର କାନ୍ଦିବା ଆରମ୍ଭ ମୋ ମୁହଁ କୁ

ଦେଖି ବୋଉ ହସୁଥିଲା କହିଲକି ବିଚରା ତୋ ଜନ୍ମଦିନ

କେମିତି ହେବ ମୋତେ ଆହୁରି ଜୋରରେ କାନ୍ଦ ଲାଗିଲା


ବୋଉକୁ ଧରି ବୋହୁତ ଜୋରରେ କାନ୍ଦିଲି କହିଲି ତମେ

ଜାଣିନ ସତରେ ଜର, ଥଣ୍ଡା, ମୋରି ପଛରେ ପଡିଯାଇଛନ୍ତି

ମୁଁ ଯୁଆଡ଼କୁ ଯିବାକୁ କହୁଛି ସେମାନେ ଆଗରୁ ପହଁଚି ଯାଉଛନ୍ତି i ଏଥର ମୁଁ ବଡ଼ ପାଟିରେ ନକହି ତମ କାନରେ କହିବି ଯେମିତି କାହାକୁ ନଶୁଭେ ନ ହେଲେ ଆଉଥରେ କୁଆଡ଼କୁ ଚାଲିଯିବ l ମୋରି ଜନ୍ମଦିନ ଭଲ ହୋଇ ପାରିଲାନି ମୋରି ବେଳକୁ ସବୁ ହେବାର ଥିଲା i 

ଏମିତି କାହାରବି ନହେଉ ସମସ୍ତ ଙ୍କ ଜନ୍ମଦିନ କଥା ଭାବିଲେ

ଖୁସି ଲାଗିବ ହେଲେ ମୋରି ଜନ୍ମଦିନ କଥା ଭାବି ବାକୁ କାହାରି ଇଛା ବି ହେବନାହିଁ i ବୋହୁତ ଦୁଃଖ କରିବାରୁ

ବୋଉ ମୋ ଆଖିରୁ ଲୁହ ପୋଛି କହିଲେ ଯଦି ତୋ ଜନ୍ମଦିନକୁ ଯଦି ଏମିତି କରିବା ଯେତେବେଳେ ବି ମାନେ ଯିଏ ବି ମନେ ପକେଇବ ସିଏ ଖୁସିହେବ l ମୁଁ କହିଲି

କେମିତି ହେବ ଆମେ ତ କୁଆଡେବି ଯିବା ନାହିଁ l  

ତେବେ କଣ ମନେ ରହିବ ବୋଉ କହିଲେ କି ତୋ ଜନ୍ମଦିନ

ଆମେ ସମୁଦ୍ର କୂଳରେ କରିବା କେକ୍ ବି ସେଇଠି କାଟିବା

ହେଲେ କେହିବି ଆସିବେନି ବୋଲି ମୁଁକହିଲି l ବୋଉ କହିଲା

ହେଉ ତୁ ଭିଡ଼ିଓ କୋଲ କରି ସେହି ସମସ୍ତ ଙ୍କ ସାଙ୍ଗରେ କଥା

ହୋଇଯିବୁ ହେଲା i ହେଲେ ମୁଁ ଭାବୁଥିଲି ମୋ ଜନ୍ମଦିନ ରେ ସମସ୍ତେ ରେଡ କଲର ଡ୍ରେସ ପିନ୍ଧିବେ ସେଇଟା ତ ହେବନି

ହଁ ହେବ କହିଲ କେମିତି ହେବ ବୋଲି ମୁଁ ପଚାରିଲି i

ବୋଉ କହିଲା ମୁଁ ସମସ୍ତଙ୍କୁ କହିଦେବି କି ଭିଡିଓ କୋଲ

ସମୟରେ ସମସ୍ତେ ରେଡ କଲର ପିନ୍ଧିବେ l ବାସ ହେଇଗଲା ମୁଁ ଟିକେ ହସିଲି ଭାବିଲି ସତରେ ମୋ ବୋଉ ପାଖରେ ସବୁପ୍ରଶ୍ନ ର ଉତ୍ତର ଅଛି l

ତାପରଦିନ ମୋ ଜନ୍ମଦିନ ଘରେ ଠାକୁର ଙ୍କ ପାଖରେ ପୂଜା କରାଗଲା ବୋଉ ପିଠା, କ୍ଷୀରି, ପନିର ତରକାରୀ, ଡାଲି, ସଲାଟ, ପୁରୀ, ଭାତ କେତେ କଣ ତିଆରି କରିଲା ବୋଉ ମନ ଭାରି ଖୁସି ଥିଲା i


ମୁଁ ବି ଖୁସି ହୋଇଗଲି କାରଣ ମୋ ଲାଗି କେତେ କଣ ହେଉଛି

ମୁଁ କାହିଁକି ମନ ଖରାପ କରିବି ବୋଉ ସମସ୍ତ ଙ୍କୁ କହିଦେଇ ଥିଲେ ତ ସମସ୍ତେ ଜନ୍ମଦିନ ର ଶୁଭେଚ୍ଛା ଦେଉଥିଲେ l 

ଦେଖୁ ଦେଖୁ ଚାରି ଟା ବାଜିବାରୁ ମାଧବ ମୋ ସାନ ଭାଇ

କହୁଥାଏ ଚାଲ ଯିବାପରା ଡେରି ହେଉଛି ସମସ୍ତେ ବାହାରିଲୁ

ବାବା, ବୋଉ, ମାଧବ, ମୁଁ, ସମସ୍ତେ ରେଡ କଲର ର ପିନ୍ଧିଲୁ

 ବାବା ବାଇକ ବାହାର କଲେ ସମସ୍ତେ ବସିଚାଲିଲୁ

ମାରକେଟ ମୋ ପାଇଁ କେକ୍ ଆସିଲା ମୁଁ ଭାରି ଖୁସି ସମସ୍ତେ

ସମୁଦ୍ର କୂଳରେ ପହଁଚି ଗଲୁ ସେଠି କେତେ ପୋଲିସ ଅଙ୍କଲ

ଥିଲେ କେକ୍ କଟା ହେବା ପୂର୍ବରୁ ସମସ୍ତ ଙ୍କୁ ଭିଡ଼ିଓ କୋଲ

କରାଗଲା ମୋ କଥା ରଖିକି ସମସ୍ତେ ରେଡ କଲର ଵାଲା

ଡ୍ରେସ ପିନ୍ଧି ଥାନ୍ତି i ମୁଁ ସମସ୍ତ ଙ୍କ ସହିତ କଥା ହେଲି

କେକ୍ କଟା ହେଲା ବାବା, ବୋଉକୁ ମୋ ସାନ ଭାଇକୁ କେକ୍

ଖୁଆଇଲି ମୋତେ ବି ସମସ୍ତେ କେକ୍ ଖୁଆଇଲେ ପୋଲିସ ଅଙ୍କଲ ମାନଙ୍କୁ କେକ୍ ଦେଲି ସମସ୍ତେ ଖୁସି ହେଲେ କେତେ ସଫେଇ କର୍ମଚାରୀ ଥିଲେ ସେମାନଙ୍କୁ ବି କେକ୍ ଦେଲି ସମସ୍ତେ ଖାଇଲେ ଖୁସି ହେଲେ ମୋତେତ ଏସବୁ ଗୋଟିଏ

ଗପ ପରୀ ଲାଗୁଥାଏ l ବୋଉକୁ ଧରି କେତେ ସେଲ୍ଫି ନେଲି

ସମୁଦ୍ର ପାଖକୁ ଯାଇ ଟିକେ ବୁଲିଲୁ କଙ୍କଡା ଦେଖିଲୁ କେତେ

ସମୟ ବସିଲୁ ତାପରେ ଘରକୁ ଫେରିଲୁ ମୁଁ ମନେ ମନେ

କହୁଥାଏ l ସତରେ ଏ ଜନ୍ମଦିନ ଟି ମୋର ସବୁଦିନ ମନେ

ରହିବ ବୋଉ କଥା ଭାବୁଥିଲି ମୋ ମନରେ ଦୁଃଖ ନ ହେଉ ବୋଲି ବୋଉ ଏ ସବୁକିଛି କରିଥିଲେ ପୁଣି ଭାବିଲି ସମସ୍ତେ

କହିବା କଥା ସତ ସବୁ ପ୍ରଶ୍ନର ଉତ୍ତର ବୋଉ ପାଖରେ ଅଛି l

ମୁଁ ବୋହୁତ ଖୁସି ମୋତେ ତ ମୋ ଜନ୍ମଦିନଟି ସବୁଦିନ ମନେ ରହିଲା l ଆପଣ ମାନେବି ସମସ୍ତେ ଖୁସି ହେବେ l ଓ ମୋର ଜନ୍ମଦିନ ଟିକୁ ସବୁଦିନ ମନେ ରଖିବେ l 


Rate this content
Log in