The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sanjeeb Kumar Nag

Drama

4.5  

Sanjeeb Kumar Nag

Drama

ତୁଳସୀ

ତୁଳସୀ

3 mins
11.8K



୧ମ ଦୃଶ୍ୟ-

(ମନ୍ଦିର ପରିସର ଭିତରେ, ମୁଖ୍ୟ ଫାଟକ ସାମନାରେ)


ତୁଳସୀ: ଫୁଲ ନିଅ ଫୁଲ, ଫୁଲ ନିଅ ଫୁଲ, ମନ୍ଦାର ଫୁଲ, ଟଗର ଫୁଲ, ଗେଣ୍ଡୁ ଫୁଲ ।


ଦିଦି: ତୁଳସୀ


ତୁଳସୀ: ଦିଦି ପ୍ରଣାମ


ଦିଦି: ତୁଳସୀ! ଏଠି କଣ କରୁଛୁ?


ତୁଳସୀ: ଦିଦି, ମୁଁ ଏଠି ଫୁଲ ବିକୁଛି।


ଦିଦି: ତୋ ସାଙ୍ଗମାନେ ସମସ୍ତେ ସ୍କୁଲ ଆସୁଛନ୍ତି, ହେଲେ ତୁ ଜମାରୁ ଆସୁନୁ। ତୋର କଣ ପଢ଼ିବାର ଇଛା ନାଇଁ କି?


ତୁଳସୀ: ଇଚ୍ଛା ଅଛି ଦିଦି; ହେଲେ ମାଁ ମନା କରୁଛି। "ତୁ ଝିଅ ପିଲା, ପାଠ ପଢି କଣ କରିବୁ, ଘରକାମ ଶିଖ" ବୋଲି କହୁଛି।


ଦିଦି: ତୋ ମାଆ କାହାନ୍ତି?


ତୁଳସୀ: ସେଇଠି, ମନ୍ଦିର ପାଖରେ ନଡ଼ିଆ ବିକୁଛି।


ଦିଦି: ହଉ, ମୁଁ ଯାଉଛି ତାଙ୍କୁ ବୁଝେଇବି।


୨ୟ ଦୃଶ୍ୟ-


ତୁଳସୀର ମାଁ: ନମସ୍କାର ଦିଦି। ବହୁତ ଦିନ ପରେ ଆଜି ମନ୍ଦିରକୁ ଆସିଲେ? ଦିଦି ନଡ଼ିଆ ନେବେ କି? କୋଡିଏ ଟଙ୍କା ଲେଖାଏଁ।


ଦିଦି: ନାଁ, ମୁଁ ନଡିଆ ନେବାକୁ ଆସିନି


ତୁଳସୀର ମାଁ: ନିଅନ୍ତୁ ନା ଦିଦି, ଦି ଟଙ୍କା କମରେ ଦେବି। ଆଜି ଜମାରୁ ଦୁଇଟି ନଡ଼ିଆ ବିକିଛି।


ଦିଦି: ହଁ, ନେବି ଯେ; ଆଗେ ମୋ କଥା ଟିକେ ଶୁଣ।


ତୁଳସୀର ମାଁ: କୁହନ୍ତୁ ଦିଦି ।


ଦିଦି: ତମେ ତୁଳସୀକୁ କାହିଁକି ସ୍କୁଲ ଛାଡୁନ? ତା ସାଙ୍ଗମାନେ ସମସ୍ତେ ଆସୁଛନ୍ତି। ତୁଳସୀ ଭଲ ପିଲା। କାହା ସହ କେବେ ଝଗଡା କରେନି, ଭଲ ପାଠ ପଢେ। ତୁଳସୀ ପ୍ରତିଦିନ ସ୍କୁଲ ନଯାଇ ବି ତା ଶ୍ରେଣୀରେ ଫାଷ୍ଟ ହେଉଛି।


ତୁଳସୀର ମାଁ: ତୁଳସୀର ବାପା ଦିନସାରା ମଦ ପିଇ ପିଇ ଏଠି ସେଠି ପଡିରହୁଛି। ଚାରି ଚାରିଟା ଛୁଆ। ଏମାନଙ୍କୁ ପାଳିବି ନା ପାଠ ପଢେଇବି? କଣ କରିବି? ଆପଣ ହିଁ କୁହନ୍ତୁ, ଦିନସାରା ନଡ଼ିଆ ଓ ଫୁଲ ବିକି ଯାହା କିଛି ମିଳେ, ସେଥିରେ ଛୁଆଙ୍କୁ ପାଳିଥାଏଁ।


ଦିଦି: ପାଠ ପଢେଇବା ତମ ପାଇଁ ବୋଝ ନୁହେଁ।


ତୁଳସୀର ମାଁ: ପାଠ ପଢି କୋଉ କଲେକ୍ଟର ହେବ ଯେ! ପରଧନ ପର ଘରକୁ ଯିବ; ଘରକରଣା ଶିଖିଥିଲେ ଶାଶୁଘରେ ଚଳି ପାରିବ। ଅଯଥାରେ ପେଟ କାଟି କାହିଁକି ଖର୍ଚ୍ଚ କରିବି?


ଦିଦି: ତମେ ଭୁଲ ବୁଝିଛ; ମୋ କଥା ଟିକିଏ ଆଗେ ଶୁଣ। ସରକାର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁକ୍ତ ଶିକ୍ଷା ହେଉଛନ୍ତି। ସ୍କୁଲରେ ମାଗଣାରେ ବହି ମିଳୁଛି, ମାଗଣାରେ ସ୍କୁଲ ଡ୍ରେସ ମିଳୁଛି, ମଧ୍ୟାହ୍ନ ଭୋଜନ ଦିଆଯାଉଛି, ସପ୍ତାହରେ ଦୁଇଦିନ ଅଣ୍ଡା ବି ଦିଆଯାଉଛି ସ୍କୁଲରେ। ମେଡ଼ିକାଲ ଷ୍ଟାଫ ଆସି ଛୁଆମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ ଭାବରେ କରୁଛନ୍ତି। ଛୁଆମାନଙ୍କୁ ସ୍କୁଲରେ କୃମି ବଟିକା ଓ ଆଇରନ ବଟିକା ଦିଆଯାଉଛି। ବିଭିନ୍ନ ରୋଗର ଟୀକା ଦିଆଯାଉଛି। ଏମିତିକି ଝିଅ ମାନଙ୍କ ପାଇଁ ସ୍କୁଲରେ ସାନିଟାରୀ ନାପକିନ ମାନେ ମାସିକ ଋତୁସ୍ରାବ ବେଳେ ଯୋଉଟା ପିନ୍ଧାଯାଏ ସେଇଟା ବି ଦିଆଯାଉଛି। ଆଉ କଣ ଦରକାର? ଏତେ ସବୁ ସୁବିଧା ଯୋଗାଇ ଦେଉଛନ୍ତି ସରକାର। ଏତିକିରେ ତମର ବୋଝ ହାଲୁକା ହେଇଯିବ, ବଢିବନି। ଥରେ ତୁଳସୀର ମୁହଁକୁ ଚାହଁ, ଏଇଟା କଣ ତାର  କାମ କରିବାର ବୟସ? ତାର କଣ ପାଠ ପଢ଼ିବାର ଅଧିକାର ନାହିଁ? ତାର କଣ ଭଲ ମନ୍ଦ ଜାଣିବାର ଅଧିକାର ନାହିଁ? ଆଜି ତମେ ଯେମିତି କଷ୍ଟ ପାଉଛ, କଲବଲ ହେଉଛ, ତୁଳସୀ ଯଦି ସେମିତି ନହେଉ ବୋଲି ଚାହୁଁଛ ତେବେ ତାକୁ ସ୍କୁଲ ଛାଡ଼। ବଡ ହେଇ ସେ ନିଜେ ତମର ଯତ୍ନ ନେବ।


ତୁଳସୀର ମାଁ: ହଉ ଦିଦି, କାଲିଠୁ ତାକୁ ସ୍କୁଲ ପଠେଇବି।


୩ୟ ଦୃଶ୍ୟ-


(୧୦ ବର୍ଷ ପରେ)

ତୁଳସୀ: ମାଁ, ମାଁ, ମାଁ.... ଏଇ ଦେଖ, କି ଚିଠି ଆସିଛି (ଚିଠି ଧରି ଘର ଭିତରକୁ ଦଉଡି ଆସି)


ତୁଳସୀର ମାଁ: ଆରେ ମାଆ, କଣ ହେଇଛି କହ? ଖାଲି ମାଙ୍କଡ଼ଙ୍କ ଭଳି ଡେଉଁଛୁ। 


ତୁଳସୀ: ମାଁ, ମୁଁ ଯୋଉ ପୋଷ୍ଟାଲର ପରୀକ୍ଷା ଦେଇଥିଲି, ସେଥିରେ ପାସ କରିଛି। ମୁଁ ଚାକିରୀ ପାଇଛି ମାଁ। ଆମ ଗାଁ ଡାକଘରରେ ମୋର ପୋଷ୍ଟିଂ ହେଇଛି। ତୋତେ ଆଉ କାମ କରିବାକୁ ପଡିବନି ମାଁ। ମୁଁ ନିଜେ ରୋଜଗାର କରିବି; ଆମ ମାନସୀ ବି ପଢିବ, ତୁଷାର ବି ପଢିବ। ଆମେ ଖୁସିରେ ରହିବା ମାଁ, ଖୁସିରେ ରହିବା। (ମାଆ ଝିଅ ଖୁସିରେ କାନ୍ଦି କାନ୍ଦି ପରସ୍ପରକୁ ଆଲିଙ୍ଗନ କରିବେ)


ତୁଳସୀର ମାଁ: ହଁ ରେ ମାଁ, ଆମେ ଖୁସିରେ ରହିବା, ଆମର ସବୁ ଦୁଃଖ ଚାଲିଯିବ। ଭଗବାନ ମୋ ଡାକ ଶୁଣିଛନ୍ତି।


Rate this content
Log in

More oriya story from Sanjeeb Kumar Nag

Similar oriya story from Drama