ଟୁଟା ତାରା
ଟୁଟା ତାରା
ମତେ ଜଣା ଥିଲା ଆଜି ଆମ ଗାଁରୁ ସେନାପଟା ଶାଗଡି ଯିବ. ବକୁଳ ବନ ପରିବେଷ୍ଟିର ଏହି ଗାଁରୁ ପ୍ରତିବର୍ଷ ରଥ ପାଇଁ ଯାଉଥିବା ବଉଳ କାଠ, ରଥର ସେନାପଟା ହିସାବରେ ବ୍ୟବହୃତ ହୁଏ. ସେହି ଉପଲକ୍ଷେ କବିତା ଆସର. ସେ ଆସର ଗତଵର୍ଷ ଠୁ ଆରମ୍ଭ ହୋଇଛି. କବିତା ଆସରରେ ଆଧ୍ୟାତ୍ମିକ ଭରା ଜଗନ୍ନାଥ ଭଜନ ପରିବେଷଣ କରି ନିଜକୁ କତାର୍ଥ ମଣିପାରୁଥିବା ଦିନଟିଏ. ତେଣୁ ଲେଖି ରଖିଥିଲି ଜଗନ୍ନାଥ ଲୀଳାମୟଙ୍କ ଭଜନଟିଏ।
ଯୋଗକୁ ସେହିଦିନ ଶ୍ରୀକ୍ଷେତ୍ର ଧାମରେ ନିଜ ଭଉଣୀର ଘର ପ୍ରତିଷ୍ଠା ସମାଗମ ଭିତରେ ଫେରି ହେଲାନି ନିର୍ଦ୍ଦିଷ୍ଟ ସମୟରେ ତ ଅବଶୋଷ
ଅନଳରେ ଜଳୁଥିଲି ଏଇଥିପାଇଁ ଯେ ଆଉ ବର୍ଷେ ପରେ ସୁଯୋଗ ପାଇବି ଜଗନ୍ନାଥଙ୍କ ଉପରେ କବିତା ଗାନ କରିବାପାଇଁ.ତଥାପି ଶୁଣୁଥିଲି ମାଇକରେ ଭାଷି ଆଡ଼ୁଥିବା ଜଗନ୍ନାଥଙ୍କ ଲୀଳାମୃତ. ଆଉ ମନ ଥାଏ ଜଗନ୍ନାଥଙ୍କ ପାଖରେ ଓ ତାଙ୍କ ଭଜନ କୀର୍ତ୍ତନ ତଥା ମହିମା ଗାନ ଶ୍ରବଣରେ. ମୁଣ୍ଡ ଭଲ ଲାଗୁନଥାଏ. ଛାତ ଉପରକୁ ଯାଇ ଖୋଲା ପବନ ପାଇଲେ, ଦେହ ଓ ମୁଣ୍ଡ ଟିକେ ଭଲ ଲାଗିବ ଭାବି ଗଲାପରେ ମଧ୍ୟ ସେହିକଥା ମନରେ ଭାବି ହେଉଥାଏ ତ ଜହ୍ନରେ ଦେଖାଯାଉଥାଏ ଚତୁର୍ଦ୍ଧା ମୂର୍ତ୍ତି. ପୁଣି ଚାହିଁଲା ବେଳକୁ ଦିଶୁଥାଏ ରଥ ଓ ସେନାପଟା ଶାଗଡି ଗାଡି ଯିବାର ଦୃଶ୍ୟ ।
ହଠାତ ଦେଖାଗଲା ଟୁଟା ତାରା ଖସିପଡ଼ୁଛନ୍ତି ଆକାଶରୁ ପୃଥିବୀ ପୃଷ୍ଠ ଆଡକୁ. ମତେ ଲାଗୁଥିଲା ପ୍ରତିଟି ଟୁଟା ତାରା ଭିତରେ ଆକାଶରୁ, ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ଖସିପଡ଼ୁଛନ୍ତି ପାରାଚୁଟ ଦୋଳିରେ. ଶେଷକୁ ଗୋଟେ ଟୁଟା ତାରା ସହ ସୁଦର୍ଶନ ଚକ୍ର ଖସିପଡୁଥିବା ଦେଖି ବିଭୋର ହୋଇ ତଳକୁ ଚାହେଁ ତ ରଥଯାତ୍ରା ପ୍ରସ୍ତୁତି ପ୍ରାୟ. ମୁଣ୍ଡଟା ଟିକେ ଭଲ ଲାଗୁଥିଲା. ପ୍ରଭୁଙ୍କ କରୁଣା ଭାବି ତଳକୁ ଆସି ଶାନ୍ତିରେ ଶୋଇଗଲା ପରେ ମଧ୍ୟ ଜଗନ୍ନାଥ ମନ ମୁନ ଚୈତନ୍ୟ ଭିତରେ ଆବୋରି ବସିଥିଲେ ଭାବାବେଗରେ. ଏବର୍ଷ ରଥ ଦଉଡି ଭିଡିବାକୁ ନିଜକୁ ପ୍ରସ୍ତୁତ କରୁଥିଲି ମୁଁ ।