STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଟିକେ ହସ ଟିକେ ଲୁହ 

ଟିକେ ହସ ଟିକେ ଲୁହ 

4 mins
6


(1)ସେଦିନ ହୋଟେଲରେ ନନଭେଜ ପରିବର୍ତ୍ତେ ଭେଜରେ ଛତୁ ଖାଇ ଅଧିକା ପେମେଣ୍ଟ ଦେଲାବେଳେ ସ୍ୱାମୀ କହିଲେ ଚକମା ଦେଖେଇଲ. ଘରେ ତ ନନଭେଜ ନହେଲେ ଖାଅନି ରବିବାର ଦିନ ଏଠି ଭୁବନେଶ୍ୱର ହୋଟେଲରେ ଭେଜ ଖାଇଲ ଯେ! ନା କଥା କଣ କି,କାଳେ ଚିକେନ ବଦଳରେ ଆଉ କିଛି ଥିବ ଅନୁମାନ ସହିତ ମାଛ ପରିବର୍ତ୍ତେ ତୋଡ଼ି ଗଡିଶା କି ସାପ କଣ ଦେଉଛନ୍ତି ସନ୍ଦେହ ତୁମ ପକେଟ ଖାଲି କରିବ ବୋଲି ଜାଣିନଥିଲି ବୋଲି ସ୍ତ୍ରୀ ସଫେଇ ଦେଉଥିଲେ ତ ସ୍ୱାମୀ ପର୍ସ ଦେଖି ଭାବୁଥିଲେ ଏସି ନା ନନଏସି ବସ, କୋଉଥିରେ ଯିବାକୁ ପଡିବ!
         (2)ଘରର ଉପର ପଟେ ଆମେ ସ୍ୱାମୀ ସ୍ତ୍ରୀ ରହି  ତଳେ ରହୁଥିବା ଭଡାଟିଆମାନଙ୍କ ସଙ୍ଗେ ଭାବ ଆଦାନ ପ୍ରଦାନ ସହ ସମ୍ପର୍କ ସୂତାଖିଅ ଯୋଡୁ ଯୋଡୁ ଖାଦ୍ୟପେୟ ଦିଆନିଆ ହେଉ ହେଉ ସକାଳ ଚା ସେ ଦିଅନ୍ତି ତ ଆମେ କରିଥିବା ଜଳଖିଆ ତାଙ୍କୁ ଦେଉ ଦେଉ ଜାଣିବାକୁ ପାଇଥିଲୁ ସେମାନେ ନନଭେଜ ତ ଯୋଉଦିନ ମ୍ୟାଗି କିମ୍ବା ଚାଓମିନରେ ଅଣ୍ଡା ପକେଇ ହେବାର ଥାଏ ତାଙ୍କ ପାଇଁ କାଢି ପିଆଜ ଓ ଅନ୍ୟାନ୍ୟ କୋବି, ଗାଜର, ବିଟ, ନେଳି ମଟର, ପନିର ପୁର ମିଶାଇ ଦିଆଯାଏ ଓ ଆମ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଅଣ୍ଡା ଭୂଜିଆ ମିଶେ. ସେଦିନ କିନ୍ତୁ ତାଙ୍କ ପୁଅ ବଟୁ କହୁଥିଲେ ମ୍ୟାଗି କି ଚାଉମିନ କଲେ ଆମକୁ ଦେବେନି ମାଉସୀ ସେଥିରେ ଘୁଷୁରି ଚର୍ବି ମିଶି ତାହା ନନଭେଜ ହୋଇଯାଉଛି ନା!
         (3)ଝିଅ ଜୋଇଁ ଖାଇବେ ବୋଲି ମାଆ ଉପରେ କେତେ କଥା ବରାଦ କରିଥାନ୍ତି ତ ବାପା ତଳୁ ବରାଦ ସବୁ ଯୋଗେଇଥାଆନ୍ତି.ନନଭେଜ ଓ ଭେଜ ଉଭୟର ଭିର୍ନ୍ନ ଭିର୍ନ୍ନ ଆଇଟମ କରିଥାନ୍ତି ତ ଝିଅ,ଜୋଇଁଙ୍କୁ ପଚାରୁଥାଏ ତୁମର ଭେଜ ନା ନନଭେଜ?ଜୋଇଁ କହୁଥିଲେ ଦୁଇଟାଯାକ,ତ ଝିଅ କହୁଥାଏ ଘରେ ମୁଁ କଲେ ବିରକ୍ତ ହୁଅ କାହିଁକି!ଆରେ ଏଠି ଶାଶୁମାଆ ଖରାପ ଭାବିବେ ନାହିଁ? ମୁଁ ତାଙ୍କ ପୁଅ ପରି ନା ନାହିଁ. ଶାଶୁମା କୁତାର୍ଥ ହୋଇଯାଉଥିଲେ.
       (4)ନୂଆ ବୋହୁକୁ ରୋଷେଇ ସରୁ ସରୁ ଖାଇବାକୁ ଦେଇଦିଅନ୍ତି ଶାଶୁମାଆ ତ ସେଦିନ ଭେଜ ଓ ନନଭେଜ ଉଭୟ ଭିତରୁ ଗୁରୁବାର ଥିବାରୁ ଭେଜ ବାଢ଼ୁଥିଲେ ଶାଶୁମା ତ ପୁଅ କହୁଥିଲା ବ୍ରତ ନକରିବା ପୂର୍ବରୁ ଆମିଷ ଖାଇଲେ ଚଳିବ. ସେଇ ପୁଅ କିନ୍ତୁ ବାହାଘର ପୂର୍ବରୁ କହୁଥିଲା ସେ ପସନ୍ଦ କରିଥିବା ଝିଅ ଜମା ନନଭେଜ ଖାଏନା. ଠିକ ସେତିକି ବେଳେ ବାମ ପଡୋଶୀ ଦିଦି ,ପିଲାଙ୍କ  ଦିଦିମାଉସୀ ଯିଏ ତାଙ୍କୁ ଖୁବ ସ୍ନେହ ଶ୍ରଦ୍ଧା କରନ୍ତି ତାଙ୍କ କଥା ମନେପଡୁଥିଲା. ଗୁରୁବାରିଆ ଭୋଜିରେ ଆମିଷ ଖାଇଲା ବେଳେ ସିଏ କହନ୍ତି ଭୋଜିରେ ବାରଣ ନାହିଁ ହେଲେ ବର୍ତ୍ତମାନର ଶାଶୁମାଆଙ୍କ ମନଟା ବୁଝେନି ତ ସେ ଭେଜ ବା ନିରାମିଷ ଖାଦ୍ୟ ଖାଇ ହିଁ ଫେରନ୍ତି ଘରକୁ. ଦିଦି କହୁଥାନ୍ତି ଏ ଅଢେଇ ଦିନ ଜୀବନରେ ଏତେ କଟକଣା ରଖି ଚଳୁ ଚଳୁ, ପଦ୍ମପତ୍ରର ଜୀଵନ କେତେବେଳେ ଢଳି ନପଡିବ କିଏ କହିବ!
             ଉପୋରୋକ୍ତ ଚାରିଟି ଯାକ ଭେଜ ଓ ନନଭେଜ ଉପରେ ହସକଥା ପଢୁ ପଢୁ ଏପଟ ସେପଟ ଚାହୁଁଥିଲା ଆନି.ଆଜି ଏଯାଏଁ ଶୈଳ ଖୁଡିଙ୍କର ଦେଖା ନାହିଁ. ତାଙ୍କ ହାତର ନନ ଭେଜ ଥରେ ଯିଏ ଚାଖିଥିବ ପାଟିରୁ ଅରୁଚି ଛାଡିଯାଇଥିବ. ଖୁଡି ଆସିବା ପରେ ସତେ ଯେମିତି ତାଙ୍କ ଘରେ ଲଷ୍ମୀ ବିରାଜମାନ କରିଛନ୍ତି. ଶାଶୁ ସ୍ନେହରେ ଡାକୁଛନ୍ତି ଶ୍ରେୟା. ବିଧବା ଶାଶୁଙ୍କୁ ଆଉ ସେଇ ପୁରୁଣା ପରମ୍ପରାର ଦ୍ୱାହି ଦେଇ ଧଳା ଶାଢ଼ୀ ବଦଳରେ ହାଲକା ରଙ୍ଗୀନ ଶାଢ଼ୀ, ହାତରେ ପାଣି ଚୁଡ଼ି ବଦଳରେ ସୁନା ଚୁଡ଼ି ପିନ୍ଧେଇ ଓ ମଥାରେ ଚନ୍ଦନ, ଅଗରୁ, କସ୍ତୁରୀର ସମ୍ମିଶ୍ରଣର ଟିକା ସହିତ ବେକରେ ଦେଇଛନ୍ତି ତୁଳସୀ ମାଳି. ଆନି ଯୋଉଦିନ ସୀତା ମାଆଙ୍କୁ ଦେଖିଲା କହିଥିଲା କି ରୂପ କି ଜେଜେମା ତୁମର. ସାକ୍ଷାତ ତ୍ରିବେଣୀ ସଙ୍ଗମର ପ୍ରତିଛବି ତ!ସୀତା ମାଆ ହସୁଥିଲା କହିଲା ତୋ ଖୁଡି ପରା ମୋ ଘରର ଲକ୍ଷ୍ମୀ ପ୍ରତିମା. ଦେଖୁନୁ ତାର ବେଶରେ ସେ ସମସ୍ତଙ୍କୁ କରୁଛି ବଶ, ପୋଷାକ ରେ ଭରିଛି କୌତୁକ, କଥାରେ କେତେ ବାର୍ତ୍ତା, ଚାଲି ସତେକି ଛୁଉଁଛି ପଲ୍ଲୀରୁ ଦିଲ୍ଲୀ. ହସିଦେଲା ଆନି. ସୀତା ମାଆ ତାର ଜେଜେମା ହେବେ ବୋଲି ତା ଆଗରେ ବୋହୁ ବିଷୟରେ ଏମିତି କାବ୍ୟଝରା କବିତା ବଖାଣିଦେଲେ ଭାବି ବୁଲି ପଡି ନିଜ ବାଧିକା ବୋଉ ଡାକରେ ଘରକୁ ଫେରିବା ବେଳକୁ ଶୈଳ ଖୁଡୀ କହିଲେ ରୁହ ଝିଅ ନନ ଭେଜ ଖାଇପାରୁଥିବ କି ନାହିଁ. ବଡ଼ବୋଉ ତ ଶଯ୍ୟାଶାୟୀ ହେଲେ. ମନ ଓ ଶରୀର ସମସ୍ତଙ୍କର ରୁଗ୍ଣ ଭିତରେ କୋଉ ମାଛ ମାଂସ ଖାଇ ପାରୁଥିବ. ତୁମ ଦାଦା ଆମ ନିଜ କଇଁ ଗାଡିଆରେ ଜାଲ ପକେଇ ମାଛ ଆଣିଛନ୍ତି ରୁହ ଖାଇକି ଯିବ. ନାଇଁ ଖୁଡି ବରଂ ଦେଇଦିଅ ବୋଉ ସହ ଖାଇନେବି. ସେଇ ପ୍ରଥମ ଥର ଖୁଡିଙ୍କ ହାତରନ୍ଧା ନନ ଭେଜର ସ୍ୱାଦ ଆନିଙ୍କ ଘରେ ଚମତ୍କାର ଖେଳେଇ ଦେଲା. ସେପଟ ପଡୋଶୀ ଦାଦାଙ୍କର କୃଷି ମୁଖ୍ୟ କାମ ହେଲେ ମଧ୍ୟ କୁକୁଡ଼ା ଫାର୍ମ ଅଛି, କଇଁ ଗାଡ଼ିଆର ମାଛ ପ୍ରାୟ ଘରକୁ ଆସୁଛି ତ ସମ୍ପର୍କର ସୂତା ଡୋରକୁ ମଜଭୂତ କରି ଖୁଡି ଆମକୁ ଭେଜରୁ ନନଭେଜ କରିଦେଲେଣି. ଆଜି ଆନି ପାଟିକୁ ଭାତ ୠଚୁନି. ସେପଟୁ ଖୁଡିଙ୍କ ହାତ ତିଆରି ନନ ଭେଜ ବାସ୍ନା ବି ଏପଟକୁ ଆସୁନି ତ ଆନି ବୋଉ ପାଖେ ଠିଆ ହୋଇ ଅନୁମତି ଲୋଡୁଥିଲା ସେପଟରୁ ଆସେ ଟିକେ.
     ବୋଉ ଯାହା କହିଲା ଆନି ସବୁ ଶୁଣି ସ୍ତବ୍ଧ ଓ ଚକିତ ହେଲା. ମୌସୁମୀର ପ୍ରଥମ ସ୍ପର୍ଶ ପୂର୍ବରୁ ବାପା ଯେମିତି ଖଳାକୁ ଧାନ କାଟି ଆଣିଥିଲେ ସେପଟେ ପଡୋଶୀ ପିନୁ ଦାଦା ବି ଆଣିଥିଲେ ହେଲେ ରାତିସାରା ଆମ ଏପଟ ଖଳାର ଧାନ ସବୁ ତିନ୍ତି ବୁଡି ଯାଇଥିବା ବେଳେ ସେପଟେ ପିନୁ ଦାଦା ବର୍ଷା ପୂର୍ବରୁ ରାତିସାରା ବେଙ୍ଗଳା ପକେଇ ସବୁ ଧାନ ବାଡେଇ ଦେଇଛନ୍ତି . ମୌସୁମୀ ବର୍ଷା ପଡି ଘରକୁ ଛିଟା ଆସିବାରୁ ତୋ ବାପା ଉଠିଯାଇ ଝରକା ବନ୍ଦ କଲାବେଳେ ଦେଖିଲେ ପିନୁ ଦାଦା ଓ ତାଙ୍କ ସହିତ କିଏ ଜଣେ ଧାନ ବାଡେଇ ଚାଲିଛନ୍ତି. କେତେ ମଜୁରୀ ଯାଚିଲେ ମଧ୍ୟ କେହି ଆସୁନଥିବା ବେଳେ ସେପଟେ ଦାଦାଙ୍କୁ ଲୋକ କୋଉଠୁ ମିଳିଲା ଦେଖିଲା ବେଳକୁ ଖୁଡୀ ମ, ଶୈଳ ଖୁଡୀ ହିଁ ବାଡ଼ଉଛି ଧାନ. ଆନି ଆଶ୍ଚର୍ଯ୍ୟ ଆଖିରେ ଚାହିଁ କହୁଥିଲା ସତରେ ଲୋ ବୋଉ ଲଷ୍ମୀ, ସରସ୍ବତୀ, ପାର୍ବତୀଙ୍କ ସହିତ ଶୈଳ ଖୁଡୀ ଜଣେ ସାବିତ୍ରୀ. ବୋଉ ବୁଝିଗଲେ ଝିଅ ମୋର ଶାଶୁଘରକୁ ଗଲେ ଠିକ ଗୋଟେ ସାବିତ୍ରୀ ସାଜିପାରିବ ଆଉ ଚିନ୍ତା କଣ ତାଙ୍କର!ପାରାଲିସିସ ଗୋଡ଼ର ସେବା କରୁ କରୁ ଆଉ କିଛି ଶିକ୍ଷା ପାଇଲା ନାହିଁ ବୋଲି ଯାହା ଭାବୁଥିଲେ ବୋଉ ଆନି ପାଇଁ ବ୍ୟସ୍ତ ବିବ୍ରତ ଥିଲେ ସେସବୁ ଶୈଳଭାମା ମୋ ଆନିକୁ ଶିଖାଇସାରିଛି ଭାବିଲା ବେଳକୁ ଶୈଳ ଖୁଡି ଚିକେନ ତରକାରୀ ନେଇ ଆସୁ ଆସୁ କହୁଥିଲେ କୁଆଡେ ଗଲ ଆନି, କାଲି ଟିକେ ଆଖି ଲାଗିଗଲା ତ ଆଜି ରୋଷେଇ ଡେରି ହୋଇଗଲା. ଆନି ଲୁହଭରା ଆଖି ନେଇ ପାଦ ଛୁଇଁ ଖୁଡିଙ୍କୁ କହୁଥିଲା ତୁମେ ହିଁ ସତୀ ସାବିତ୍ରୀ ଖୁଡି ତ ଶୈଳଖୁଡି କହୁଥିଲେ ହଉ ହଉ ସେତିକି ଥାଉ ପ୍ରଶଂସା ତୁମ ପାଇଁ ସତ୍ୟବାନ ଖୋଜିସାରିଲେ ଯାଇ ମୋ ପାଦ ଛୁଇଁବ. ଆନି ହସି ହସି କହୁଥିଲା ଖୁଡି ଏମିତି ସତ୍ୟବାନ ବାଛିବ ମୋ ପାଇଁ ଯିଏ ନନଭେଜ ଖାଉଥିବେ. ଏଥର ସମସ୍ତେ ହସି ଉଠିଲା ବେଳେ ଖୁଡି ଛୋଟେଇ ଛୋଟେଇ ଚାଲି ଫେରୁଥିବା ଦେଖି ବୋଉ ସହ ଆନି କାନ୍ଦି ପକେଇଥିଲା ସେଦିନ.


Rate this content
Log in

Similar oriya story from Action